Wazhma Ayoubi: ଟିମ୍ ଇଣ୍ଡିଆକୁ ଅଭିଶାପ ଦେଲେ ପାକିସ୍ତାନ ଅଭିନେତ୍ରୀ, ମୁହଁତୋଡ଼ ଜବାବ ଦେଲେ ଆଫଗାନ ସୁନ୍ଦରୀ; କହିଲେ-ବିଶ୍ୱକପ ତ ଭାରତ ହିଁ ଜିତିବ
Advertisement

Wazhma Ayoubi: ଟିମ୍ ଇଣ୍ଡିଆକୁ ଅଭିଶାପ ଦେଲେ ପାକିସ୍ତାନ ଅଭିନେତ୍ରୀ, ମୁହଁତୋଡ଼ ଜବାବ ଦେଲେ ଆଫଗାନ ସୁନ୍ଦରୀ; କହିଲେ-ବିଶ୍ୱକପ ତ ଭାରତ ହିଁ ଜିତିବ

Wazhma Ayoubi: ଚଳିତ ବିଶ୍ୱକପରେ ଜିମ୍ବାୱେ ପାକିସ୍ତାନକୁ ଶେଷ ବଲରେ ୧ ରନରେ ପରାସ୍ତ କରିଥିଲା । ଏହି ମ୍ୟାଚ୍ ପର୍ଥରେ ଖେଳା ଯାଇଥିଲା । ଯାହା ପରେ ହଇଚଇ ସୃଷ୍ଟି ହୋଇଥିଲା । ପାକିସ୍ତାନର ଏହି ଗୋଟିଏ ପରାଜୟ ସାରା ବିଶ୍ୱରେ ଚର୍ଚ୍ଚା ହେଉଛି । 

Wazhma Ayoubi: ଟିମ୍ ଇଣ୍ଡିଆକୁ ଅଭିଶାପ ଦେଲେ ପାକିସ୍ତାନ ଅଭିନେତ୍ରୀ, ମୁହଁତୋଡ଼ ଜବାବ ଦେଲେ ଆଫଗାନ ସୁନ୍ଦରୀ; କହିଲେ-ବିଶ୍ୱକପ ତ ଭାରତ ହିଁ ଜିତିବ

Wazhma Ayoubi Replies Sehar Shinwari: ପାକିସ୍ତାନ ଓ ଜିମ୍ବାୱେ ମଧ୍ୟରେ ଆଇସିସି ଟି-20 ବିଶ୍ୱକପ ୨୦୨୨ର ସୁପର-12 ରାଉଣ୍ଡର ଏକ ରୋମାଞ୍ଚକର ମ୍ୟାଚ୍ ଖେଳା ଯାଇଥିଲା । ଯେଉଁଥିରେ ଜିମ୍ବାୱେ ପାକିସ୍ତାନକୁ ଶେଷ ବଲରେ ୧ ରନରେ ପରାସ୍ତ କରିଥିଲା । ଏହି ମ୍ୟାଚ୍ ପର୍ଥରେ ଖେଳା ଯାଇଥିଲା । ଯାହା ପରେ ହଇଚଇ ସୃଷ୍ଟି ହୋଇଥିଲା । ପାକିସ୍ତାନର ଏହି ଗୋଟିଏ ପରାଜୟ ସାରା ବିଶ୍ୱରେ ଚର୍ଚ୍ଚା ହେଉଛି । ଏକ ସମୟରେ କେହି ବିଶ୍ୱାସ କରିପାରିନଥିଲେ ଯେ ବିଶ୍ୱକପର ଏଭଳି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଜିମ୍ବାୱେ ପାକିସ୍ତାନକୁ ପରାସ୍ତ କରିଛି ।

ସେପଟେ ଏହି ମ୍ୟାଚ୍ ପରେ ପାକିସ୍ତାନ ଦଳକୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଇଥିଲା । ଏହି କାରଣରୁ ପାକିସ୍ତାନୀ କ୍ରିକେଟର ଓ  ଫ୍ୟାନ୍ସ  ଭାରତୀୟ ଦଳକୁ ଅଭିଶାପ ଦେବାକୁ ଲାଗିଲେ । ଏହି କ୍ରମରେ ପାକିସ୍ତାନ ଅଭିନେତ୍ରୀ ସହର ସିନୱାରୀ ଟିମ୍ ଇଣ୍ଡିଆର ପରାଜୟ ପାଇଁ ପ୍ରାର୍ଥନା କରିବାକୁ ଲାଗିଲେ । ଯାହାର ମୁହଁତୋଡ଼ ଜବାବ ଦେଇଛନ୍ତି ଜଣେ ଆଫଗାନ ସୁନ୍ଦରୀ । ବର୍ତ୍ତମାନ ଆଫଗାନିସ୍ତାନର ବ୍ୟବସାୟୀ ମହିଳା ୱାଜମା ଆୟୁବି ଭାରତକୁ ସମର୍ଥନ କରି ପାକ୍ ଅଭିନେତ୍ରୀଙ୍କୁ ପାଲଟା ଜବାବ ଦେଇଛନ୍ତି । 

ବାସ୍ତବରେ ଜିମ୍ବାୱେ ବିପକ୍ଷରେ ଦଳର ଅପମାନଜନକ ପରାଜୟ ପରେ ପାକିସ୍ତାନୀ ଅଭିନେତ୍ରୀ ସହର ସିନୱାରୀ ସୋସିଆଲ ମିଡିଆର ସବୁଠାରୁ ଲୋକପ୍ରିୟ ପ୍ଲାଟଫର୍ମ ଟ୍ୱିଟରରେ ଏକ ଟ୍ୱିଟ୍ କରିଛନ୍ତି । ଯେଉଁଥିରେ ସେ ଟିମ୍ ଇଣ୍ଡିଆର ପରାଜୟ ପାଇଁ ପ୍ରାର୍ଥନା କରିଛନ୍ତି । ସହର ଏହି ଟ୍ୱିଟରେ ଲେଖିଛନ୍ତି ଯେ, "ଆଲ୍ଲା କରନ୍ତୁ ଭାରତୀୟ ଦଳ ଜିମ୍ବାୱେ, ବାଂଲାଦେଶ ଠାରୁ ହାରି ଯାଉ ତେବେ ଯାଇ ମୋର ହୃଦୟକୁ ଶାନ୍ତି ମିଳିବ ।"

fallback

ସହର ସିନୱାରୀଙ୍କ ଏହି ଟ୍ୱିଟ ଉପରେ ଆଫଗାନ ସୁନ୍ଦରୀ ୱାଜମା ଆୟୁବି ତାଙ୍କ ଶୈଳୀରେ ମୁହଁତୋଡ଼ ଜବାବ ଦେଇଛନ୍ତି । ସେ ଭାରତ ଜିତିବା ପାଇଁ ପ୍ରାର୍ଥନା କରିଛନ୍ତି । ୱାଜମା ଆୟୁବି ଟ୍ୱିଟ୍ କରି ଲେଖିଛନ୍ତି ଯେ, "ଆଲ୍ଲା କରନ୍ତୁ ଇଣ୍ଡିଆ ବିଶ୍ୱକପ ଜିତି ଯାଏ ଇଂଶାଲ୍ଲାହ, ଜିମ୍ବାୱେ ପାଇଁ ଐତିହାସିକ ବିଜୟ ଥିଲା ।"

ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆ ଟି-20 ବିଶ୍ୱକପ ୨୦୨୨ରେ ପ୍ରଥମ ମ୍ୟାଚ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରରେ ଖେଳି ସାରିଛନ୍ତି ଓ ଏହି ମ୍ୟାଚରେ ବିଜୟ ହାସଲ କରିଥିଲେ । ସେହିପରି ଅକ୍ଟୋବର ୨୭ରେ ଦ୍ୱିତୀୟ ମ୍ୟାଚ୍ ନେଦରଲ୍ୟାଣ୍ଡ ସହ ଖେଳିଥିଲା । ଏହି ମ୍ୟାଚରେ ବି ଟିମ୍ ଇଣ୍ଡିଆ ଜିତିଛି । ଅକ୍ଟୋବର ୩୦ରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ମ୍ୟାଚ୍ ଖେଳିଛି ଓ ଏହି ମ୍ୟାଚରେ ପରାଜିତ ହୋଇଛି । ଭାରତୀୟ ଦଳର ପରବର୍ତ୍ତୀ ମ୍ୟାଚ୍ ନଭେମ୍ବର ୨ରେ ବାଂଲାଦେଶ ସହିତ ଓ ପଞ୍ଚମ ମ୍ୟାଚ୍ ନଭେମ୍ବର ୬ରେ ଜିମ୍ୱାୱେ ସହିତ ଖେଳିବ ।

ଅଧିକ ପଢ଼ନ୍ତୁ:-ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ୨ ମାସ ଭିତରେ ଭାରତରେ ଆସିପାରେ ଏସବୁ ବଡ଼ ସଙ୍କଟ

ଅଧିକ ପଢ଼ନ୍ତୁ:-କେବଳ ପାକିସ୍ତାନ ନୁହେଁ, ଭାରତ ମଧ୍ୟ ସେମିଫାଇନାଲ ରେସରୁ ପଡ଼ିବ ବାଦ୍! ବଦଳିଯାଇଛି ସମୀକରଣ

ଅଧିକ ପଢ଼ନ୍ତୁ:-ଘରେ ହେବ ସୁଖ-ସମୃଦ୍ଧି ଓ ଧନର ବର୍ଷା, ଆଜି ହିଁ ଅଗଣାରେ ଲଗାନ୍ତୁ ଏସବୁ ଗଛ

ଏଠାରେ କହି ରଖୁଛୁ ଯେ, ଟି-20 ବିଶ୍ୱକପ 2022 ପାଇଁ ଭାରତୀୟ ଦଳରେ ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ (ୱିକେଟ କିପର), ଦୀନେଶ କାର୍ତ୍ତିକ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ, ୟ ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂ, ମହମ୍ମଦ ଶାମି ସାମିଲ ଅଛନ୍ତି । ସେପଟେ ଷ୍ଟାଣ୍ଡବାଇ ଖେଳାଳିଙ୍କ ମଧ୍ୟରେ ଶାର୍ଦ୍ଦୁଲ ଠାକୁର, ଶ୍ରେୟସ୍ ଆୟର, ରବି ବିଷ୍ଣୋଇ, ମହମ୍ମଦ ସିରାଜ ଅଛନ୍ତି ।