Virat Kohli Sourav Ganguly: ଗାଙ୍ଗୁଲିକୁ 'ନାଲି ଆଖି' ଦେଖାଇଲେ କୋହଲି, ତା’ପରେ ଦାଦା ଯାହା କଲେ ତାହା ହୋଇଗଲା ଭାଇରାଲ!
Advertisement

Virat Kohli Sourav Ganguly: ଗାଙ୍ଗୁଲିକୁ 'ନାଲି ଆଖି' ଦେଖାଇଲେ କୋହଲି, ତା’ପରେ ଦାଦା ଯାହା କଲେ ତାହା ହୋଇଗଲା ଭାଇରାଲ!

Virat Kohli Sourav Ganguly: ଗ୍ରାଉଣ୍ଡରେ ବିବାଦ ପରେ ସୋସିଆଲ ମିଡିଆରେ ଦୁଇ ଭେଟେରାନଙ୍କ ମଧ୍ୟରେ ବିଭେଦ ମଧ୍ୟ ଦେଖିବାକୁ ମିଳିଥିଲା । ମିଡିଆ ରିପୋର୍ଟ ଅନୁଯାୟୀ, ମ୍ୟାଚ୍ ଶେଷ ହେବା ପରେ କୋହଲି ଇନଷ୍ଟାଗ୍ରାମରେ ଦାଦାଙ୍କୁ ସେ ଅନଫଲୋ କରିଥିଲେ । ଯାହା ପରେ ଗାଙ୍ଗୁଲି ମଧ୍ୟ ତାଙ୍କୁ ଅନଫଲୋ କରିଥିଲେ । ବର୍ତ୍ତମାନ ଆଉ ଏକ ଭିଡିଓ ଭାଇରଲ ହେଉଛି ।

ସୌ: ସୋସିଆଲ ମିଡିଆ

Virat Kohli Sourav Ganguly Conflict: ବିରାଟ କୋହଲି (Virat Kohli) ଓ ସୌରଭ ଗାଙ୍ଗୁଲିଙ୍କ (Sourav Ganguly) ମଧ୍ୟରେ ଥିବା ତିକ୍ତତାକୁ ନେଇ ପ୍ରତିଦିନ ନୂଆ ଭିଡିଓ ସାମ୍ନାକୁ ଆସୁଛି । ବର୍ତ୍ତମାନ ଅନ୍ୟ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହା ଦେଖିବା ପରେ ଏହା କହାଯାଇପାରେ ଯେ ଦୁଇ ଭେଟେରାନଙ୍କ ମଧ୍ୟରେ କିଛି ଗଡବଡ ଚାଲିଛି । ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଭିଡିଓ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (DC Vs RCB) ମଧ୍ୟରେ ମ୍ୟାଚ୍ ଆରମ୍ଭ ପୂର୍ବରୁ ଅଟେ ।

ଭାଇରାଲ ଭିଡିଓରେ ବିରାଟ କୋହଲି (Virat Kohli) ବ୍ୟାଟିଂ ପାଇଁ ପ୍ରସ୍ତୁତ ହୋଇ ଚେୟାରରେ ବସିଥିବାର ନଜର ଆସିଛନ୍ତି । ଏହି ସମୟରେ ଦାଦା ତାଙ୍କ ସାମ୍ନା ଦେଇ ଯାଆନ୍ତି । ଦାଦା ପାଣି ପିଇବା ଆଗକୁ ଚାଲି ଯାଆନ୍ତି । ଏହି ସମୟରେ ବିରାଟ କୋହଲି କିଛି କ୍ଷଣ ପାଇଁ କ୍ରମାଗତ ଭାବରେ ତାଙ୍କ ଆଡକୁ 'ନାଲି ଅଖିରେ' ଚାହିଁ ରହିଥା’ନ୍ତି । ଏହା ପରେ ଦିଲ୍ଲୀର ସହକାରୀ କୋଚ୍ ସଚିନ ୱାଟସନ କୋହଲିଙ୍କ ସହ ଆସି ତାଙ୍କ ସହ ହାତ ମିଳାନ୍ତି । ଏହା ସହିତ ୱାଟସନ୍ ମଧ୍ୟ ତାଙ୍କୁ କିଛି କହୁଥିବାର ଦେଖାଯାଏ । ଏଭଳି ପରିସ୍ଥିତିରେ କୋହଲିଙ୍କ ମୁହଁରେ ହସ ଦେଖାଯାଏ ।

ଏଥି ସହିତ ଉଭୟ ଦଳର ମ୍ୟାଚ୍ ପରେ ଏକ କ୍ଲିପ୍ ଭାଇରାଲ୍ ହୋଇଥିଲା । ଯେଉଁଥିରେ ପ୍ରତ୍ୟେକ ମ୍ୟାଚ୍ ପରି, ଏହି ମ୍ୟାଚ୍ ପରେ ମଧ୍ୟ ଉଭୟ ଦଳର ଖେଳାଳି ଓ ସପୋର୍ଟ ଷ୍ଟାଫ୍ ହାତ ମିଳାଇଥିଲେ । ମ୍ୟାଚ୍ ପରେ ବିରାଟ କୋହଲି ଦିଲ୍ଲୀର ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାପଙ୍କ ସହ ହାତ ମିଳାଇଥିଲେ । କିନ୍ତୁ ସେ ସୌରଭ ଗାଙ୍ଗୁଲିଙ୍କୁ ଅଣଦେଖା କରିଥିଲେ । ଏହି ସମୟରେ କୋହଲିଙ୍କୁ ଦିଲ୍ଲୀ କୋଚ୍ ରିକି ପଣ୍ଟିଙ୍ଗଙ୍କ ସହ ହାତ ମିଳାଇ କଥାବାର୍ତ୍ତା କରୁଥିବା ନଜର ଆସିଥିଲେ ।

ଏଥି ସହିତ, ଏହି ମ୍ୟାଚ୍ ସମୟରେ କୋହଲି ବାଉଣ୍ଡ୍ରି ଲାଇନରେ ଅମନ ଖାନଙ୍କୁ କ୍ୟାଚ୍ ଧରିବା ପରେ ଅତ୍ୟଧିକ ଆକ୍ରମଣାତ୍ମକ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଥିଲା । ଏହି ସମୟରେ ସେ ବାଉଣ୍ଡ୍ରି ବାହାରେ ବସିଥିବା ଗାଙ୍ଗୁଲିଙ୍କୁ ମଧ୍ୟ 'ନାଲି ଆଖିରେ' ଅନାଇ ରହିଥିଲେ । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ଗାଙ୍ଗୁଲିଙ୍କୁ ଅନଫଲୋ କଲେ କୋହଲି 
ଏଥି ସହିତ ପଡ଼ିଆରେ ଏହି ବିବାଦ ପରେ ସୋସିଆଲ ମିଡିଆରେ ଦୁଇ ଭେଟେରାନଙ୍କ ମଧ୍ୟରେ ବିଭେଦ ମଧ୍ୟ ଦେଖିବାକୁ ମିଳିଥିଲା । ମିଡିଆ ରିପୋର୍ଟ ଅନୁଯାୟୀ, ମ୍ୟାଚ୍ ଶେଷ ହେବା ପରେ କୋହଲି ଇନଷ୍ଟାଗ୍ରାମରେ ଦାଦାଙ୍କୁ ସେ ଅନଫଲୋ କରିଥିଲେ । ଯାହା ପରେ ଗାଙ୍ଗୁଲି ମଧ୍ୟ ତାଙ୍କୁ ଅନଫଲୋ କରିଥିଲେ ।

ଦୁଇ ଖେଳାଳିଙ୍କ ସମ୍ପର୍କ ବିଷୟରେ କହିବାକୁ ଗଲେ କୋହଲି ଟି-୨୦ ଅଧିନାୟକତ୍ୱ ଛାଡିବା ପରେ ମାମଲା ଖରାପ ହୋଇଯାଇଥିଲା । ଦାଦାଙ୍କ ନେତୃତ୍ୱାଧୀନ ବିସିସିଆଇ ତାଙ୍କୁ ତୁରନ୍ତ ଦିନିକିଆ ଅଧିନାୟକତ୍ୱରୁ ହଟାଇ ଦେଇଛି । ଗାଙ୍ଗୁଲି କହିଛନ୍ତି ଯେ ସେ କୋହଲିଙ୍କୁ ଅଧିନାୟକତ୍ୱ ନ ଛାଡିବାକୁ ନିବେଦନ କରିଛନ୍ତି । ଏଥି ସହିତ କୋହଲି ସ୍ପଷ୍ଟ ଭାବରେ କହିଛନ୍ତି ଯେ ତାଙ୍କୁ ଟି-୨୦ ଅଧିନାୟକତ୍ୱ ଜାରି ରଖିବାକୁ କେହି କହି ନାହାଁନ୍ତି ।

ଏହା ବି ପଢ଼ନ୍ତୁ: IPL ରେ ପ୍ରଥମେ ପାଞ୍ଚ ୱିକେଟ୍ ନେଇଥିବା ବୋଲର କିଏ? ପ୍ରଥମ ସିଜିନ୍ ପରେ ହୋଇ ଯାଇଛନ୍ତି 'ନିଖୋଜ'