Tilak Varma Viral Video: ଏସିଆ କପ୍ ଦଳରେ ସ୍ଥାନ ପାଇବା ପରେ ଭାବପ୍ରବଣ ହେଲେ ତିଲକ ଭର୍ମା, ରୋହିତ ଶର୍ମାଙ୍କୁ ନେଇ ଦେଲେ ବଡ଼ ବୟାନ
Advertisement
Article Detail0/zeeodisha/odisha1836526

Tilak Varma Viral Video: ଏସିଆ କପ୍ ଦଳରେ ସ୍ଥାନ ପାଇବା ପରେ ଭାବପ୍ରବଣ ହେଲେ ତିଲକ ଭର୍ମା, ରୋହିତ ଶର୍ମାଙ୍କୁ ନେଇ ଦେଲେ ବଡ଼ ବୟାନ

Tilak Varma: ସୋସିଆଲ ମିଡିଆରେ ଏକ ଭିଡିଓ ଦିନକୁ ଦିନ ଜୋରଦାର ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ତିଲକ ଭର୍ମା ଏସିଆ କପ୍ ଦଳରେ ସ୍ଥାନ ପାଇବା ପରେ ନିଜର ପ୍ରତିକ୍ରିୟା ଦେଉଥିବାର ନଜର ଆସିଛନ୍ତି ।

ସୌ: ସୋସିଆଲ ମିଡିଆ

Tilak Varma Viral Video: ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି । ଏହି ଦଳରେ ଯୁବ ବ୍ୟାଟ୍ସମ୍ୟାନ୍ ତିଲକ ଭର୍ମା (Tilak Varma) ସ୍ଥାନ ପାଇଛନ୍ତି । ତେବେ ସୋସିଆଲ ମିଡିଆରେ ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ଏକ ଭାଇରାଲ ଭିଡିଓରେ ତିଲକ ଭର୍ମା ଏସିଆ କପ୍ (Asia Cup 2023) ଦଳରେ ସ୍ଥାନ ପାଇବା ଉପରେ ନିଜର ପ୍ରତିକ୍ରିୟା ଦେଉଛନ୍ତି । ଆହୁରି ମଧ୍ୟ ତିଲକ ଭର୍ମା ଏଥିରେ ବହୁତ ଭାବପ୍ରବଣ ଦେଖାଯାଉଛନ୍ତି । ଏହି ଭିଡିଓରେ ତିଲକ ଭର୍ମା କହୁଛନ୍ତି ଯେ ମୁଁ କେବେ ଭାବି ନଥିଲି ଯେ ମୁଁ ଏସିଆ କପରେ ସିଧାସଳଖ ଦିନିିକିଆ ଡେବ୍ୟୁ କରିବି । ତଥାପି, ମୁଁ ନିଶ୍ଚିତ ଥିଲି ଯେ ମୁଁ ଖୁବ ଶୀଘ୍ର ଦିନିକିଆ ଫର୍ମାଟରେ ଭାରତୀୟ ଦଳ ପାଇଁ ଖେଳିବି ।

ଏସିଆ କପ୍ ଓ ରୋହିତ ଶର୍ମାଙ୍କୁ ନେଇ କ’ଣ କହିଛନ୍ତି ତିଲକ ଭର୍ମା?
ତିଲକ ଭର୍ମା କହିଛନ୍ତି ଯେ ଭାରତ ପାଇଁ ODI ଫର୍ମାଟ ଖେଳିବା ସବୁବେଳେ ଏକ ସ୍ୱପ୍ନ ଅଟେ । ବର୍ତ୍ତମାନ ମୁଁ ଆନ୍ତର୍ଜାତୀୟ ଟି-୨୦ ଡେବ୍ୟୁ କରିଛି । ଏହି ସମୟରେ, ବର୍ତ୍ତମାନ ମୁଁ ODI ଫର୍ମାଟ୍ ପାଇଁ ମନୋନୀତ ହୋଇଛି । ମୁଁ ବର୍ତ୍ତମାନ ନିଜ ପାଇଁ ଏହା ଉପରେ କାମ କରୁଛି । ଏହା ସହିତ ତିଲକ ଭର୍ମା ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ (Rohit Sharma) ଉପରେ ନିଜର ମତ ରଖିଥିଲେ । ବାସ୍ତବରେ, ତିଲକ ଭର୍ମା ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ଦଳର ଅଧିନାୟକ ହେଉଛନ୍ତି ରୋହିତ ଶର୍ମା । ତିଲକ ଭର୍ମା କହିଛନ୍ତି ଯେ ରୋହିତ ଶର୍ମା ମୋତେ ସବୁବେଳେ ସମର୍ଥନ କରିଆସୁଛନ୍ତି । ବିଶେଷକରି, ଆଇପିଏଲରେ ବହୁତ ସମର୍ଥନ କରିଛନ୍ତି ।

ରୋହିତ ଶର୍ମା ସର୍ବଦା ସମର୍ଥନ କରୁଥିଲେ - ତିଲକ ଭର୍ମା
ତିଲକ ଭର୍ମା କହିଛନ୍ତି ଯେ ଆଇପିଏଲ ଡେବ୍ୟୁ ସମୟରେ ମୁଁ ଟିକେ ନର୍ଭସ ଥିଲି, କିନ୍ତୁ ରୋହିତ ଶର୍ମା କହିଛନ୍ତି ଯାଇ ନିଜକୁ ଏକ୍ସପ୍ରେସ୍ କର । ଏଥିସହ ସେ କହିଛନ୍ତି ଯେ କୌଣସି ପ୍ରଶ୍ନ ପଚାରିବାରେ ଦ୍ୱିଧା କର ନାହିଁ । ଏହା ସହ ମୋତେ ସବୁବେଳେ ମୋ ଖେଳକୁ ଉପଭୋଗ କରିବାକୁ କହିଥାନ୍ତି । ଯଦିଓ, ମୁଁ ଏସିଆ କପ୍ ଦଳରେ ଏକ ସ୍ଥାନ ପାଇଛି, ମୁଁ ସେଠାରେ ମୋ ଦେଶ ପାଇଁ ଭଲ କରିବାକୁ ଚାହୁଁଛି ।

ଏସିଆ କପ୍ ୨୦୨୩ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ତିଲକ ଭର୍ମା, କେ.ଏଲ୍ ରାହୁଲ, ଇଶାନ କିସାନ, ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ଆକ୍ଷର ପଟେଲ, କୁଲଦୀପ ଯାଦବ, ଜଶପ୍ରୀତ ବୁମ୍ରା, ମହମ୍ମଦ ଶାମି, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରୀଷ୍ଣା ।

ଟ୍ରାଭେଲିଙ୍ଗ ଷ୍ଟାଣ୍ଡ-ବାଇ ପ୍ଲେୟାର: ସଞ୍ଜୁ ସାମସନ ।

ଏହା ବି ପଢ଼ନ୍ତୁ: Asia Cup 2023: ଗୋଟିଏ କ୍ଲିକରେ ଜାଣନ୍ତୁ ଏସିଆ କପ୍ ର ପୂରା କାର୍ଯ୍ୟସୂଚୀ, ଫର୍ମାଟ୍, ସ୍ଥାନ ଓ ମ୍ୟାଚ୍ ସମୟ

ଏହା ବି ପଢ଼ନ୍ତୁ: India Asia Cup Squad: ଏହି ୫ ଖେଳାଳିଙ୍କ ODI କ୍ୟାରିଅର୍ ହେଲା ଶେଷ! ଏସିଆ କପ୍ ଦଳରେ ସ୍ଥାନ ନ ପାଇବା ହେଲା କାଳ