Virat Kohli 50th ODI Century: ସଚିନଙ୍କ ସାମ୍ନାରେ କୋହଲି ମାରିଲେ ୫୦ ତମ ଶତକ, ପଛରେ ରହିଗଲେ 'କ୍ରିକେଟ୍ ଭଗବାନ'
Advertisement
Article Detail0/zeeodisha/odisha1960731

Virat Kohli 50th ODI Century: ସଚିନଙ୍କ ସାମ୍ନାରେ କୋହଲି ମାରିଲେ ୫୦ ତମ ଶତକ, ପଛରେ ରହିଗଲେ 'କ୍ରିକେଟ୍ ଭଗବାନ'

Virat Kohli's Century: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ODI ଫର୍ମାଟରେ ଇତିହାସ ସୃଷ୍ଟି କରିଛନ୍ତି । ସେ ୧୯ଟି ଶତକ ମିରିଥିବା ମହାନ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷରେ ଶତକ ହାସଲ କରି କୋହଲି ସଚିନଙ୍କୁ ପଛରେ ପକାଇ ଦେଇଛନ୍ତି । ଏହା ହେଉଛି ବିରାଟଙ୍କ କ୍ୟାରିୟରର ୫୦ ତମ ଶତକ ।

Virat Kohli 50th ODI Century

Virat Kohli 50th ODI Century: ଟିମ୍ ଇଣ୍ଡିଆର ଷ୍ଚାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ବିଶ୍ୱକପ-୨୦୨୩ ର ସେମିଫାଇନାଲରେ ଇତିହାସ ସୃଷ୍ଟି କରିଛନ୍ତି । ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ କୋହଲି ତାଙ୍କ ODI କ୍ୟାରିୟରର ୫୦ ତମ ଶତକ ହାସଲ କରିଛନ୍ତି । ଟିମ୍ ଇଣ୍ଡିଆର ଏହି ଶକ୍ତିଶାଳୀ ବ୍ୟାଟ୍ସମ୍ୟାନ୍ ମଧ୍ୟ ସଚିନ ତେନ୍ଦୁଲକରଙ୍କ ୪୯ ଶତକ ରେକର୍ଡ ଭାଙ୍ଗିଛନ୍ତି । ଏହି ବିଶ୍ୱକପରେ ବିରାଟଙ୍କ ତୃତୀୟ ଶତକ । ସେ ମଧ୍ୟ ସେହି ବ୍ୟାଟ୍ସମ୍ୟାନ୍ ହୋଇ ଯାଇଛନ୍ତି. ଯିଏ କୌଣସି ଗୋଟିଏ ବିଶ୍ୱକପ୍‌ରେ ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି । ୨୦୦୩ ବିଶ୍ୱକପରେ ସଚିନ ତେନ୍ଦୁଲକର ୬୭୩ ରନ୍ ସଂଗ୍ରହ କରିଥିଲେ । କୋହଲି ଏହି ସଂଖ୍ୟା ମଧ୍ୟ ଅତିକ୍ରମ କରିଛନ୍ତି ।

୫୦ତମ ଶତକ ପୂରା କରିବାକୁ କୋହଲି ୨୭୯ଟି ଇନିଂସ ଖେଳିଥିଲେ । ତାଙ୍କ ନାମରେ ମଧ୍ୟ ୭୧ ଅର୍ଦ୍ଧ ଶତକ ରହିଛି । କୋହଲି ୨୯୧ଟି ODI ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ସେ ୧୩୮୦୦ ରୁ ଅଧିକ ରନ୍ କରିଛନ୍ତି । ତାଙ୍କର ରନ୍ ହାରାହାରି ପ୍ରାୟ ୫୯ ରହିଛି । ଏହି ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ କୋହଲି ନିଜର ୪୯ ତମ ଶତକ ହାସଲ କରିଥିଲେ । ଏହି ଶତକ ସହିତ ସେ ତେନ୍ଦୁଲକରଙ୍କ ସର୍ବାଧିକ ଶତକ ରେକର୍ଡ ସହିତ ସମକକ୍ଷ ହୋଇଥିଲେ । ବାଂଲାଦେଶ ବିପକ୍ଷ ମ୍ୟାଚରେ କୋହଲି ବିଶ୍ୱକପ-୨୦୨୩ ରେ ପ୍ରଥମ ଶତକ ହାସଲ କରିଥିଲେ ।

କୋହଲି ଏହି ଇନିଂସରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ । ସେ ଅନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ ସର୍ବାଧିକ ୫୦ ପ୍ଲସ୍ ସ୍କୋର କରିଥିବା ବ୍ୟାଟ୍ସମ୍ୟାନ୍ମାନଙ୍କ ମଧ୍ୟରୁ ଜଣେ ହୋଇପାରିଛନ୍ତି । ସଚିନଙ୍କ ନାମରେ ୨୬୪ଟି ୫୦ ପ୍ଲସ୍ ସ୍କୋର ରହିଛି । ଏଥି ସହିତ କୋହଲି ୨୧୭ଟି ପଚାସ ପ୍ଲସ୍ ସ୍କୋର କରିଛନ୍ତି ।

ସର୍ବାଧିକ ଅନ୍ତର୍ଜାତୀୟ ଶତକ ହାସଲ କରିଥିବା ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍
କହିରଖୁଛୁ ଯେ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଶତକ ହାସଲ କରିଥିବା କୋହଲି ହେଉଛନ୍ତି ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ । ନିଜର ଏହି ୫୦ ତମ ODI ଶତକ ମାଧ୍ୟମରେ କୋହଲି ଅନ୍ତର୍ଜାତୀୟ କ୍ରିକେଟ୍ ରେ ନିଜର ୮୦ ତମ ଶତକ ହାସଲ କରିଥିଲେ । ODI ରେ ୫୦ଟି ଶତକ ବ୍ୟତୀତ କୋହଲି ଟେଷ୍ଟ କ୍ରିକେଟରେ ୨୯ଟି ଶତକ ଓ ଟି-୨୦ ଇଣ୍ଟରନ୍ୟାସନାଲରେ ଗୋଟିଏ ଶତକ ହାସଲ କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ଅଧିକାଂଶ ଶତକ ସ୍କୋର କରିବାର ରେକର୍ଡ ପୂର୍ବତନ ଭାରତୀୟ ଭେଟାରେନ୍ ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି, ଯିଏକି ତାଙ୍କ କ୍ୟାରିୟରରେ ୧୦୦ଟି ଶତକ ହାସଲ କରିଥିଲେ ।