ଟି-୨୦ ବିଶ୍ୱକପରୁ ବାଦ ପଡ଼ିବେ ବିରାଟ କୋହଲି? ଚମକି ପାରେ ଏହି ଖେଳାଳିଙ୍କ ଭାଗ୍ୟ
Advertisement

ଟି-୨୦ ବିଶ୍ୱକପରୁ ବାଦ ପଡ଼ିବେ ବିରାଟ କୋହଲି? ଚମକି ପାରେ ଏହି ଖେଳାଳିଙ୍କ ଭାଗ୍ୟ

Virat Kohli News: ବିରାଟ କୋହଲି ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଚୟନକର୍ତ୍ତାଙ୍କ ପ୍ରଥମ ପସନ୍ଦ ନୁହେଁ । ଆସନ୍ତା ବର୍ଷ ଜୁନ୍ ମାସରେ ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ଟି-୨୦ ବିଶ୍ୱକପ୍ ଅନୁଷ୍ଠିତ ହେବ । ODI ବିଶ୍ୱକପ୍‌ରେ କୋହଲି ଚତ୍ମକାର ପ୍ରଦର୍ଶନ କରିଥିଲେ ।

 

Virat Kohli News

T20 World Cup 2024: Virat Kohli, ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ ରେ ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି ଚମତ୍କାର ବ୍ୟାଟିଂ କରିଥିଲେ । ସେ ୧୧ ଟି ମ୍ୟାଚ୍ ରେ ହାରାହାରି ୯୫.୬୨ ଓ ୯୦.୩୧ ଷ୍ଟ୍ରାଇକ୍ ରେଟରେ ୭୬୫ ରନ୍ ସ୍କୋର କରିଥିଲେ, ଯାହା ସର୍ବାଧିକ ଅଟେ । ଟୁର୍ଣ୍ଣାମେଣ୍ଟ ଇତିହାସରେ ସେ ଏକମାତ୍ର ଖେଳାଳି ଯିଏକି ଗୋଟିଏ ସିଜନରେ ୭୦୦ ରନ୍ ଛୁଇଁଥିଲେ । ତେବେ ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ୱକପ ୨୦୨୪ ରେ କୋହଲିଙ୍କୁ ବାଦ ଦିଆଯାଇପାରେ । ଆସନ୍ତା ବର୍ଷ ଜୁନରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ କୋହଲି ବର୍ତ୍ତମାନ ଟିମ୍ ପ୍ଲାନର ଅଂଶ ନୁହଁନ୍ତି ବୋଲି ଆଲୋଚନା ହୋଇଛି ।

ନୂଆଦିଲ୍ଲୀରେ ଅଧିନାୟକ ରୋହିତ ଶର୍ମା, ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଓ ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିର ପାଞ୍ଚ ଘଣ୍ଟିଆ ବୈଠକ ଅନୁଷ୍ଠିତ ହୋଇଥିଲା ।ଯେଉଁଥିରେ ବିସିସିଆଇର ବରିଷ୍ଠ ଅଧିକାରୀମାନେ ଟି-୨୦ ବିଶ୍ୱକପ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିଥିଲେ । କହିରଖୁଛୁ ଯେ ଟି-୨୦ ବିଶ୍ୱକପ ପାଇଁ ଦଳକୁ ଚୂଡାନ୍ତ କରିବା ପୂର୍ବରୁ ଭାରତକୁ ମାତ୍ର ୬ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ (ତିନୋଟି ଦକ୍ଷିଣ ଆଫ୍ରିକା ଓ ତିନୋଟି ଆଫଗାନିସ୍ତାନ) ଖେଳିବାକୁ ପଡିବ । ODI ବିଶ୍ୱକପ ପରେ 'ହିଟମ୍ୟାନ୍' ରୋହିତ, କୋହଲି ଓ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରାଙ୍କୁ ଦକ୍ଷିଣ ଆଫ୍ରିକା ସୀମିତ ଓଭର ସିରିଜରେ ବିଶ୍ରାମ ଦିଆଯାଇଛି ।

ଦୈନିକ ଜାଗରଣର ରିପୋର୍ଟ ଅନୁଯାୟୀ ଚୟନକର୍ତ୍ତାମାନେ ରୋହିତ ଓ ବୁମ୍ରାଙ୍କୁ ଟି-୨୦ ଦଳର ଅଂଶ ଭାବରେ ବିଚାର କରୁଛନ୍ତି କିନ୍ତୁ କୋହଲିଙ୍କ ସ୍ଥାନ ନିଶ୍ଚିତ ନୁହେଁ । ଏହି ବୈଠକରେ ଉପସ୍ଥିତ ଥିବା ବିସିସିଆଇ ଅଧିକାରୀମାନେ - ସଚିବ ଜୟ ଶାହା, ଉପସଭାପତି ରାଜୀବ ଶୁକ୍ଲା ଓ କୋଷାଧ୍ୟକ୍ଷ ଆଶିଷ ଶେଲାର ଓ ଚୟନକର୍ତ୍ତାମାନେ ରୋହିତଙ୍କୁ କହିଛନ୍ତି ଯେ ତାଙ୍କୁ ଟି-୨୦ ବିଶ୍ୱକପ୍‌ରେ ଦଳର ଦାୟିତ୍ୱ ନେଉଥିବା ଦେଖିବାକୁ ଚାହୁଁଛନ୍ତି । ଟି-୨୦ ବିଶ୍ୱକପ ୨୦୨୨ ର ସେମିଫାଇନାଲ ପରଠାରୁ ରୋହିତ ଓ କୋହଲି ସବୁଠାରୁ କମ୍ ଫର୍ମାଟରେ ଖେଳି ନାହାଁନ୍ତି । ତେବେ ODI ବିଶ୍ୱକପ୍‌ରେ ରୋହିତଙ୍କ ଦ୍ୱାରା କରାଯାଇଥିବା ତୋଫାନୀ ବ୍ୟାଟିଂରେ ଚୟନକର୍ତ୍ତାମାନେ ଅତ୍ୟନ୍ତ ପ୍ରଭାବିତ ହୋଇଛନ୍ତି । ରୋହିତ ୧୨୫ ର ଷ୍ଟ୍ରାଇକ୍ ରେଟରେ ଟୁର୍ଣ୍ଣାମେଣ୍ଟରେ ୫୯୭ ରନ୍ ସ୍କୋର କରିଥିଲେ ।

୩୫ ବର୍ଷୀୟ କୋହଲି ସୀମିତ ଓଭରରେ ୩ ନମ୍ବର ସ୍ଥାନରେ ବ୍ୟାଟିଂ କରନ୍ତି । କୁହାଯାଉଛି ଯେ ସେ ସବୁଠାରୁ ଛୋଟ୍ ଫର୍ମାଟ୍ ବିଶ୍ୱକପରେ ଏହି ସ୍ଥାନ ପାଇଁ ଚୟନକର୍ତ୍ତାଙ୍କ ପ୍ରଥମ ପସନ୍ଦ ନୁହଁନ୍ତି । ବୈଠକରେ ଉପସ୍ଥିତ ଥିବା ବିସିସିଆଇର ଜଣେ ଅଧିକାରୀ ଦୈନିକ ଜାଗରଣଙ୍କୁ କହିଛନ୍ତି ଯେ ଚୟନକର୍ତ୍ତା ଓ ବୋର୍ଡ ଏପରି ଜଣେ ଖେଳାଳୀ ଚାହୁଁଛନ୍ତି ଯିଏ ଆରମ୍ଭରୁ ଆକ୍ରମଣାତ୍ମକ ଖେଳି ପାରିବେ । ବାମହାତୀ ବ୍ୟାଟ୍ସମ୍ୟାନ୍ ଇଶାନ୍ କିଶାନ ବର୍ତ୍ତମାନ ତିନି ନମ୍ବର ସ୍ଥାନ ପାଇଁ ଆଗଧାଡ଼ିର ମନେ ହେଉଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ହୋଇଥିବା ଘରୋଇ ଟି-୨୦ ସିରିଜରେ ଇଶାନ ଏହି ସ୍ଥାନରେ ଦୁଇଟି ଉଜ୍ଜ୍ୱଳ ଅର୍ଦ୍ଧଶତକ ହାସଲ କରିଥିଲେ ।

ଯଦି କୋହଲିଙ୍କର ଭଲ ଆଇପିଏଲ୍ ୨୦୨୪ ଭଲ ଯାଏ, ତେବେ ତାଙ୍କ ନାମ ଟି-୨୦ ବିଶ୍ୱକପ ପାଇଁ ବିଚାର କରାଯିବ । ଜଣେ ଅଧିକାରୀ କହିଛନ୍ତି ଯେ ଚୟନକର୍ତ୍ତା ତଥା ବୋର୍ଡର ଅନ୍ୟ ବରିଷ୍ଠ ସଦସ୍ୟମାନେ କୋହଲିଙ୍କ ସହ ଟି-୨୦ ଇଣ୍ଟରନ୍ୟାସନାଲ ପାଇଁ ଯୋଜନା ବିଷୟରେ ଆଲୋଚନା କରିବେ । କୋହଲି ୧୧୫ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ସେ ହାରାହାରି ୫୨.୭୩ ଓ ୧୩୭.୯୬ ଷ୍ଟ୍ରାଇକ୍ ରେଟରେ ୪୦୦୮ ରନ୍ ସ୍କୋର କରିଛନ୍ତି । ସେ ଏହି ଫର୍ମାଟରେ ଗୋଟିଏ ଶତକ ଓ ୩୭ଟି ଅର୍ଦ୍ଧଶତକ ମାରିଛନ୍ତି । ୨୬ ଡିସେମ୍ବରରୁ ଆରମ୍ଭ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇ ଟେଷ୍ଟ ସିରିଜରେ କୋହଲିଙ୍କୁ ଖେଳୁଥିବା ଦେଖିବାକୁ ମିଳିବ ।