Virat Kohli: ୩ ବର୍ଷ ପରେ ଶେଷ ହେଲା ବିରାଟ କୋହଲିଙ୍କ ଟେଷ୍ଟ ଶତକର 'ବନବାସ', ଅହମ୍ମଦାବାଦରେ ଲଗାଇଲେ ୨୮ତମ ସେଞ୍ଚୁରୀ
Advertisement

Virat Kohli: ୩ ବର୍ଷ ପରେ ଶେଷ ହେଲା ବିରାଟ କୋହଲିଙ୍କ ଟେଷ୍ଟ ଶତକର 'ବନବାସ', ଅହମ୍ମଦାବାଦରେ ଲଗାଇଲେ ୨୮ତମ ସେଞ୍ଚୁରୀ

Virat Kohli Century: ଏହି ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି । ଏହି ମ୍ୟାଚର ଆଜି ଚତୁର୍ଥ ଦିନରେ ଖେଳ ଜାରି ରହିଛି । ଏହି ସମୟରେ ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି (Virat Kohli) ଏକ ଚମତ୍କାର ଶତକୀୟ ଇନିଂସ ଖେଳୁଛନ୍ତି । ଭାରତୀୟ କ୍ରିକେଟ୍ ପ୍ରଶଂସକମାନେ ବିଗତ ତିନି ବର୍ଷ ଧରି ବିରାଟ କୋହଲିଙ୍କ ଟେଷ୍ଟ ଶତକକୁ ଅପେକ୍ଷା କରିଥିଲେ, ଯାହା ଶେଷରେ ଶେଷ ହୋଇଛି । 

Virat Kohli: ୩ ବର୍ଷ ପରେ ଶେଷ ହେଲା ବିରାଟ କୋହଲିଙ୍କ ଟେଷ୍ଟ ଶତକର 'ବନବାସ', ଅହମ୍ମଦାବାଦରେ ଲଗାଇଲେ ୨୮ତମ ସେଞ୍ଚୁରୀ

Virat Kohli 28th Test Hundred: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜ (India vs Australia Test Series) ଚାଲିଛି । ଏହି ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି । ଏହି ମ୍ୟାଚର ଆଜି ଚତୁର୍ଥ ଦିନରେ ଖେଳ ଜାରି ରହିଛି । ଏହି ସମୟରେ ଟିମ୍ ଇଣ୍ଡିଆ (Team India) ର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି (Virat Kohli) ଏକ ଚମତ୍କାର ଶତକୀୟ ଇନିଂସ ଖେଳୁଛନ୍ତି । ଭାରତୀୟ କ୍ରିକେଟ୍ ପ୍ରଶଂସକମାନେ ବିଗତ ତିନି ବର୍ଷ ଧରି ବିରାଟ କୋହଲିଙ୍କ ଟେଷ୍ଟ ଶତକ (Virat Kohli 28th Test Hundred) କୁ ଅପେକ୍ଷା କରିଥିଲେ, ଯାହା ଶେଷରେ ଶେଷ ହୋଇଛି । ଏହି ସିରିଜର ପ୍ରଥମ ତିନୋଟି ମ୍ୟାଚ୍ ରେ ଫ୍ଲପ୍ ହେବା ପରେ ବିରାଟ କୋହଲିଙ୍କ ବ୍ୟାଟରୁ ଏହି ଐତିହାସିକ ଇନିଂସ ଦେଖିବାକୁ ମିଳିଛି ।

ଗତ ବର୍ଷ ଏସିଆ କପ୍ ୨୦୨୨ ସମୟରେ ବିରାଟ କୋହଲି (Virat Kohli Century) ନିଜର ପ୍ରଥମ ଟି-20 ଶତକ ହାସଲ କରିଥିଲେ । ଏଥି ସହିତ  ଡିସେମ୍ବର ମାସରେ ଦୀର୍ଘ ସମୟ ଅପେକ୍ଷା କରିବା ପରେ ସେ ODI ଫର୍ମାଟରେ ନିଜ ବ୍ୟାଟରୁ ଏକ ଶତକ ଲଗାଇଥିଲେ । ବର୍ତ୍ତମାନ ଟେଷ୍ଟ କ୍ରିକେଟରେ ବିରାଟ କୋହଲି  ୩ ବର୍ଷ ପରେ ଶତକ ଲଗାଇଛନ୍ତି । ଏହା ହେଉଛି ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ୨୮ ତମ ଟେଷ୍ଟ ଶତକ (Virat Kohli 28th Test Century) । ଏହାପୂର୍ବରୁ ୨୨ ନଭେମ୍ବର ୨୦୧୯ରେ ସେ ବାଂଲାଦେଶ ବିପକ୍ଷ ଟେଷ୍ଟରେ ଏକ ଶତକ ହାସଲ କରିଥିଲେ ।

ଅନ୍ତର୍ଜାତୀୟ କ୍ରିକେଟରେ ଏହା ବିରାଟ କୋହଲିଙ୍କ (Virat Kohli) ୭୫ତମ ଶତକ ଥିଲା । ବିରାଟ କୋହଲି ଏପର୍ଯ୍ୟନ୍ତ ODI ଫର୍ମାଟରେ ୪୬ ଶତକ ହାସଲ କରିଛନ୍ତି । ଟେଷ୍ଟରେ ବିରାଟ କୋହଲି ୨୮ ଶତକ ହାସଲ କରିଛନ୍ତି । ଏଥି ସହିତ ବିରାଟ କୋହଲିଙ୍କ ଟି-20ରେ ଗୋଟିଏ ଶତକ ରହିଛି, ଯାହା ଏସିଆ କପ୍ ୨୦୨୨ରେ ଆଫଗାନିସ୍ତାନ ଦଳ ବିପକ୍ଷରେ  ଆସିଥିଲା ।

ସୂଚନାଯୋଗ୍ୟ, ଅହମ୍ମଦାବାଦ ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆର ଇନିଂସକୁ ବିରାଟ କୋହଲି ସମ୍ଭାଳିଛନ୍ତି । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୮୦ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି । ବିରାଟ କୋହଲିଙ୍କ ପୂର୍ବରୁ ଯୁବ ଓପନର୍ ଶୁଭମାନ ଗିଲ ୧୨୮ ରନର ଇନିଂସ ଖେଳିଥିଲେ । ଏଥିସହିତ ଚେତେଶ୍ୱର ପୂଜାରା ୪୨ ଓ ଅଧିନାୟକ ରୋହିତ ଶର୍ମା ୩୫ ରନ ସ୍କୋର କରିଥିଲେ ।

ଅଧିକ ପଢ଼ନ୍ତୁ:-ଲାଇଭ୍ ମ୍ୟାଚରେ କେଏସ୍ ଭରତଙ୍କୁ ଗାଳି ଦେଲେ ବିରାଟ କୋହଲି; ଦେଖନ୍ତୁ ଭିଡିଓ

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ଡବଲ ଉପହାର, ମହଙ୍ଗା ଭତ୍ତା ସହ ମିଳିବ ୧୮ ମାସର ବକେୟା ରାଶି!

ଅଧିକ ପଢ଼ନ୍ତୁ:-କେନ୍ଦ୍ରୀୟ କର୍ମଚାରୀଙ୍କ ଲାଗିଲା ଲଟେରୀ, ମାର୍ଚ୍ଚ ୧୫ରେ ହେବ ଧନ ବର୍ଷା!

ଏଠାରେ କହି ରଖୁଛୁ ଯେ, ଅହମ୍ମଦାବାଦରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚ (India vs Australia 4th Test Match) ରେ ଷ୍ଟିଭ ସ୍ମିଥ (Steve Smith) ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଦ୍ୱିତୀୟ ଦିନର ତୃତୀୟ ଅଧିବେଶନ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ବ୍ୟାଟିଂ କରିଥିଲା । କଙ୍ଗାରୁ ଦଳ ପ୍ରଥମ ଇନିଂସରେ ୪୮୦ ରନ୍ ସଂଗ୍ରହ କରିଛି । ଏଥି ସହିତ ଟିମ୍ ଇଣ୍ଡିଆର ବ୍ୟାଟିଂ ମଧ୍ୟ ଜାରି ରହିଛି । ୫ ୱିକେଟ୍ ହରାଇ ଭାରତ ଏପର୍ଯ୍ୟନ୍ତ ୪୨୪ ରନ୍ ସଂଗ୍ରହ କରିଛି ।