Virat Kohli Bat Price: ଯେଉଁ ବ୍ୟାଟ୍ ସାହାଯ୍ୟରେ ବିରାଟ କୋହଲି ଶତକ ପରେ ଶତକ ଲଗାଇଚାଲିଛନ୍ତି, ଜାଣନ୍ତି କି ଆପଣ ଏହାର ମୂଲ୍ୟ କେତେ
Advertisement
Article Detail0/zeeodisha/odisha1573739

Virat Kohli Bat Price: ଯେଉଁ ବ୍ୟାଟ୍ ସାହାଯ୍ୟରେ ବିରାଟ କୋହଲି ଶତକ ପରେ ଶତକ ଲଗାଇଚାଲିଛନ୍ତି, ଜାଣନ୍ତି କି ଆପଣ ଏହାର ମୂଲ୍ୟ କେତେ

Virat Kohli Bat Price: ବିରାଟ କୋହଲି ଶତକ ପରେ ଶତକ ଲଗାଇ ଚାଲିଛନ୍ତି, କିନ୍ତୁ ଆପଣ କିଙ୍ଗ୍ କୋହଲି ଖେଳୁଥିବା ବ୍ୟାଟର ବିଶେଷତା ଓ ଦାମ୍ ବିଷୟରେ  ଅବଗତ ନଥିବେ। ଆଜି ଆମେ ବିରାଟ କୋହଲିଙ୍କ ବ୍ୟାଟର ମୂଲ୍ୟ  ଓ ଏହାର ଓଜନ କେତେ ରହିଛି, ତାହା କହିବାକୁ ଯାଉଛୁ....

Virat Kohli Bat Price: ଯେଉଁ ବ୍ୟାଟ୍ ସାହାଯ୍ୟରେ ବିରାଟ କୋହଲି ଶତକ ପରେ ଶତକ ଲଗାଇଚାଲିଛନ୍ତି, ଜାଣନ୍ତି କି ଆପଣ ଏହାର ମୂଲ୍ୟ କେତେ

Virat Kohli Bat Price: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି (Virat Kohli) ଙ୍କ ନାମ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଗଣିତ ହୋଇଥାଏ । ଯଦି ଆମେ ଭାରତୀୟ କ୍ରିକେଟ୍ ବିଷୟରେ କଥା ହେବା, ତେବେ ମହାନ ସଚିନ ତେନ୍ଦୁଲକର  (Sachin Tendulkar) ଙ୍କ ପରେ ଯଦି ବ୍ୟାଟିଂରେ କେହି ବଡ଼ ନାମ ସୃଷ୍ଟି କରିଛନ୍ତି, ତେବେ ସେ ହେଉଛନ୍ତି ବିରାଟ କୋହଲି । ଏହି କାରଣ ଯେ ବିରାଟ କୋହଲି ଓ ସଚିନ ତେନ୍ଦୁଲକରଙ୍କ ମଧ୍ୟରେ ପ୍ରାୟତଃ ତୁଳନା କରାଯାଏ । ବିରାଟ କୋହଲି କ୍ରମାଗତ ଭାବରେ ନିଜ ବ୍ୟାଟ (Virat Kohli Bat) ରୁ ରେକର୍ଡ ତିଆରି କରୁଛନ୍ତି ଓ ଭାଙ୍ଗୁଛନ୍ତି । କିନ୍ତୁ ଆପଣ ଜାଣନ୍ତି କି ବିରାଟ କୋହଲିଙ୍କ ବ୍ୟାଟ୍ ମୂଲ୍ୟ (Virat Kohli Bat Price) କେତେ? ବିରାଟ କୋହଲି ଶତକ ପରେ ଶତକ ଲଗାଇ ଚାଲିଛନ୍ତି, କିନ୍ତୁ ଆପଣ କିଙ୍ଗ୍ କୋହଲି ଖେଳୁଥିବା ବ୍ୟାଟର ବିଶେଷତା ଓ ଦାମ୍ ବିଷୟରେ  ଅବଗତ ନଥିବେ। ଆଜି ଆମେ ବିରାଟ କୋହଲିଙ୍କ ବ୍ୟାଟର ମୂଲ୍ୟ (Virat Kohli Bat Price) ଓ ଏହାର ଓଜନ କେତେ ରହିଛି, ତାହା କହିବାକୁ ଯାଉଛୁ....

ଅନ୍ତର୍ଜାତୀୟ କ୍ରିକେଟରେ ବ୍ୟାଟ୍ସମ୍ୟାନଙ୍କ ବ୍ୟାଟ୍ସର ମୂଲ୍ୟ ଓ ଓଜନର ଅନୁମାନ ସେଥିରେ ଥିବା ଗ୍ରେନ୍ ଲାଇନରୁ ଆକଳନ କରାଯାଇଥାଏ । ସାଧାରଣତଃ ବ୍ୟାଟ୍ସମ୍ୟାନଙ୍କ ବ୍ୟାଟରେ ୬ରୁ ୧୨ଟି ଗ୍ରେନ୍ ଥାଏ ଓ ବିରାଟ କୋହଲିଙ୍କ ଦ୍ୱାରା ବ୍ୟବହୃତ ବ୍ୟାଟରେ ୮-୧୨ଟି ଗ୍ରେନ୍ ରହିଛି। ବିରାଟ କୋହଲି (Virat Kohli) ବର୍ତ୍ତମାନ ବ୍ୟବହାର କରୁଥିବା ବ୍ୟାଟର ଓଜନ ପ୍ରାୟ ୧.୧୫ କିଲୋଗ୍ରାମ ହେବ। କିଙ୍ଗ୍ କୋହଲିଙ୍କ ଗୋଟିଏ ବ୍ୟାଟର ମୂଲ୍ୟ ପ୍ରାୟ ୨୭ ହଜାର ଟଙ୍କା ହେବ । ବିରାଟ କୋହଲି ଗତ ୨ଟି ଦିନିକିଆରେ ଲଗାତର ୨ଟି ଶତକ ହାସଲ କରିଛନ୍ତି ଓ ସେହି ଦିନଠାରୁ ପ୍ରଶଂସକମାନେ ତାଙ୍କ ଚମତ୍କାର ବ୍ୟାଟ୍ ବିଷୟରେ ଇଣ୍ଟରନେଟରେ ସର୍ଚ୍ଚ କରୁଛନ୍ତି ।

ଅଧିକ ପଢ଼ନ୍ତୁ:-ଗହଣା କିଣିବାର ସୁବଣ୍ଣ ସୁଯୋଗ: ରେକର୍ଡ ଦାମରୁ ୩୦୦୦ ଟଙ୍କା ଶସ୍ତା ମିଳୁଛି ସୁନା, ଜାଣନ୍ତୁ ଆଜିର ନୂଆ ରେଟ୍

ଅଧିକ ପଢ଼ନ୍ତୁ:-ରାସନ କାର୍ଡଧାରୀଙ୍କ ପାଇଁ ବଡ଼ ଖୁସି ଖବର, ବର୍ତ୍ତମାନ ପ୍ରତି ମାସରେ ମାଗଣା ରାସନ ସହ ମିଳିବ ଏତେ ଟଙ୍କା

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆ ସହ ପୁଣି ହେଲା ଧୋକା! ICC କଲା ଏହି ବଡ଼ ଭୁଲ

 

ବିରାଟ କୋହଲି (Virat Kohli) ଏସିଆ କପ୍ ୨୦୨୨ (Asia Cup 2022) ରେ ବ୍ୟାଟ୍ ବଦଳାଇଥିଲେ । ମିଡିଆ ରିପୋର୍ଟ ଅନୁଯାୟୀ, ବିରାଟ କୋହଲି ଏସିଆ କପ୍ ପାଇଁ ଗୋଲ୍ଡ ୱିଜାର୍ଡ ବ୍ୟାଟ୍ (Gold Wizard Bat) ବାଛିଥିଲେ, ଯାହା ପୂର୍ବ ବ୍ୟାଟ୍ ତୁଳନାରେ ସାମାନ୍ୟ ଭାରୀ ଅଛି । ଏହି ବ୍ୟାଟ୍ ପ୍ଲସ୍ କାଠରେ ନିର୍ମିତ ଓ ସେଥିପାଇଁ ଏକ ବ୍ୟାଟ୍ ପ୍ରସ୍ତୁତ କରିବାକୁ ୨୭ ହଜାରରୁ ୫୦ ହଜାର ପର୍ଯ୍ୟନ୍ତ ଖର୍ଚ୍ଚ ହୁଏ । ଏସିଆ କପରେ କୋହଲିଙ୍କ ଶତକର ମରୁଡ଼ି ସମାପ୍ତ ହୋଇଥିଲା ଓ ସେ ଟି-୨୦ କ୍ରିକେଟରେ ମଧ୍ୟ ପ୍ରଥମ ଶତକ ହାସଲ କରିଥିଲେ । ଏସିଆ କପ୍ ପରଠାରୁ ବିରାଟ କୋହଲି ଭଲ ଫର୍ମରେ ଅଛନ୍ତି ।