IND vs PAK: ରାହୁଲ ଓ ବିରାଟଙ୍କ ଧୂଆଁଧାର ଶତକୀୟ ଇନିଂସ, ବିଶାଳ ସ୍କୋର ଛିଡ଼ା କଲା ଭାରତ
Advertisement
Article Detail0/zeeodisha/odisha1866515

IND vs PAK: ରାହୁଲ ଓ ବିରାଟଙ୍କ ଧୂଆଁଧାର ଶତକୀୟ ଇନିଂସ, ବିଶାଳ ସ୍କୋର ଛିଡ଼ା କଲା ଭାରତ

IND vs PAK: କେଏଲ ରାହୁଲ ଓ ବିରାଟ କୋହଲିଙ୍କ ଧୂଆଧାର ଶତକ ବଳରେ ଭାରତ ଏକ ବିଶାଲ ସ୍କୋର ଛିଡ଼ା କରିଛି। ଫଳରେ ପାକିସ୍ତାନକୁ ଭାରତ ୩୫୭ ରନର ବିଶାଳ ବିଜୟ ଲକ୍ଷ୍ୟ ଦେଇଛି। ଏସିଆ କପର ସୁପର ୪ ତୃତୀୟ ମ୍ୟାଚରେ ଭାରତ ଓ ପାକିସ୍ତାନ ମଧ୍ୟରେ କଲମ୍ବୋର ପ୍ରେମଦାସା ଷ୍ଟାଡ଼ିୟମରେ ମ୍ୟାଚ ଖେଳାଯାଉଛି।

IND vs PAK: ରାହୁଲ ଓ ବିରାଟଙ୍କ ଧୂଆଁଧାର ଶତକୀୟ ଇନିଂସ, ବିଶାଳ ସ୍କୋର ଛିଡ଼ା କଲା ଭାରତ

IND vs PAK: ନୂଆଦିଲ୍ଲୀ: କେଏଲ ରାହୁଲ ଓ ବିରାଟ କୋହଲିଙ୍କ ଧୂଆଧାର ଶତକ ବଳରେ ଭାରତ ଏକ ବିଶାଲ ସ୍କୋର ଛିଡ଼ା କରିଛି। ଫଳରେ ପାକିସ୍ତାନକୁ ଭାରତ ୩୫୭ ରନର ବିଶାଳ ବିଜୟ ଲକ୍ଷ୍ୟ ଦେଇଛି। ଏସିଆ କପର ସୁପର ୪ ତୃତୀୟ ମ୍ୟାଚରେ ଭାରତ ଓ ପାକିସ୍ତାନ ମଧ୍ୟରେ କଲମ୍ବୋର ପ୍ରେମଦାସା ଷ୍ଟାଡ଼ିୟମରେ ମ୍ୟାଚ ଖେଳାଯାଉଛି। ଗତକାଲି ରବିବାର ଟସ ଜିତି ପାକିସ୍ତାନ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଆମନ୍ତ୍ରଣ ପାଇଁ ରୋହିତ ଶର୍ମା ଓ ଶୁବମନ ଗିଲ ଭାରତ ପାଇଁ ପାଳି ଆରମ୍ଭ କରିଥିଲେ। ଆରମ୍ଭରୁ ବେଶ ଦମଦାର ଆରମ୍ଭ କରିଥିଲେ ଏହି ଓପନିଂ ଯୋଡ଼ି। କିନ୍ତୁ ବର୍ଷା କାରଣରୁ ଅଧାରୁ ମ୍ୟାଚ ବନ୍ଦ ହୋଇଯାଇଥିଲା। ଫଳରେ ମ୍ୟାଚ ବନ୍ଦ ହେବା ବେଳକୁ ୨୪.୧ ଓଭରରେ ୧୪୭ ରନରେ ମ୍ୟାଚ ବନ୍ଦ ରହିଥିଲା। ମ୍ୟାଚ ବନ୍ଦ ବେଳକୁ ମୈଦାନରେ କେଏଲ ରାହୁଲ ଓ ବିରାଟ କୋହଲି ଅପରାଜିତ ରହି ଖେଳ ଜାରି ରଖିଥିଲେ। 

ପାଳି ଆରମ୍ଭ କରିଥିବା ରୋହିତ ଶର୍ମା ଓ ଶୁବମନ ଗିଲ ଏକ ଦମଦାର ଆରମ୍ଭ କରିଥିଲେ। ଉଭୟେ ଅର୍ଦ୍ଧଶତୀୟ ଇନିଂସ ଖେଳି ଦଳୀୟ ସ୍କୋରକୁ ଏକ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ। ପ୍ରଥମ ଓ୍ୱିକେଟ ପାଇଁ ଉଭୟେ ୧୨୧ ରନର ଏକ ଭାଗିଦାରୀ ସ୍କୋର କରିଥିଲେ। ପ୍ରଥମ ଓ୍ୱିକେଟ ପାଇଁ ରୋହିତ ଶର୍ମା ଆଉଟ ହୋଇ ପାଭିଲିୟନ ଫେରିଥିଲେ। ସେ ବ୍ୟକ୍ତିଗତ ୫୬ ରନ କରି ସାଦାବ ଖାନଙ୍କ ବଲରେ କ୍ୟାଚ ଆଉଟ ହୋଇଥିଲେ। ପରେ ପରେ ଶୁବମନ ଗିଲ ମଧ୍ୟ ୫୮ ରନ କରି ଆଉଟ ହୋଇଯାଇଥିଲେ। ପରେ ବିରାଟ ଓ ରାହୁଲ ଦଳର ମଙ୍ଗ ସମ୍ଭାଳି ଥିଲେ। କିନ୍ତୁ ୨୪.୧ ଓଭର ବେଳକୁ ବର୍ଷା ହେବା କାରଣରୁ ମ୍ୟାଚ ଅଧାରୁ ବନ୍ଦ ରହିଥିଲା। 

ସେପଟେ ବର୍ଷା ଆଶଙ୍କା କାରଣରୁ ଦୀର୍ଘ ସମୟ ଅପେକ୍ଷା କରିବା ପରେ ମ୍ୟାଚକୁ ବନ୍ଦ କରିଦିଆଯାଇଥିଲା। ଆଜି ୨୪.୧ ଓଭରରୁ ମ୍ୟାଚ ଆରମ୍ଭ କରିଥିଲା। ରିଜର୍ଭ ଡେରେ ଭାରତର ବିରାଟ କୋହଲି ଏବଂ ରାହୁଲ ଦମଦାର ପ୍ରଦର୍ଶନ କରିଥିଲେ। ଆରମ୍ଭରୁ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ। ଫଳରେ ପାକିସ୍ତାନ ବୋଲି ଚାପରେ ରହିଥିଲେ। ଦୁଇଟି ଓ୍ୱିକେଟକୁ ଛାଡିଦେଲେ ଆଉ ଓ୍ୱିକେଟ ନେବାରେ ବିଫଳ ହୋଇଥିଲେ ପାକିସ୍ତାନ ବୋଲର। ଫଳରେ କେଏଲ ରାହୁଲ ୧୦୬ ବଲ ଖେଳି ୧୨ଟି ଚୌକା ଓ ୨ଟି ଛକା ସାହାଯ୍ୟରେ ୧୧୧ ରନ ସ୍କୋର କରିଥିଲେ। ସେପଟେ ୯୪ ବଲ ଖେଳି ବିରାଟ ବ୍ୟକ୍ତିଗତ ୧୧୨ ରନ ବିଶାଳ ସ୍କୋର ଛିଡ଼ା କରିଥିଲେ। ଏହା ମଧ୍ୟରେ ସେ ୯ଟି ଚୌକା ଓ ୩ଟି ଲମ୍ବା ଛକା ମାରିଥିଲେ। ପାକିସ୍ତାନ ପକ୍ଷରୁ ଶାହିନ ଆଫ୍ରିଦ ଓ ସାଦାବ ଖାନ ଗୋଟିଏ ଲେଖାଏଁ ଓ୍ୱିକେଟ ନେଇଥିଲେ।