Virat Kohli Century: ବିରାଟ କୋହଲିଙ୍କ ପାଇଁ ୧୫ ଜାନୁଆରୀ ହେଉଛି ଖାସ୍, ଶ୍ରୀଲଙ୍କା ଏ ବିଷୟରେ ଜାଣିଥାନ୍ତେ ତ ମ୍ୟାଚର ତାରିଖ ବଦଳାଇଥାନ୍ତା!
Advertisement
Article Detail0/zeeodisha/odisha1530432

Virat Kohli Century: ବିରାଟ କୋହଲିଙ୍କ ପାଇଁ ୧୫ ଜାନୁଆରୀ ହେଉଛି ଖାସ୍, ଶ୍ରୀଲଙ୍କା ଏ ବିଷୟରେ ଜାଣିଥାନ୍ତେ ତ ମ୍ୟାଚର ତାରିଖ ବଦଳାଇଥାନ୍ତା!

Virat Kohli Century: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ୍ ଜାନୁଆରୀ ୧୫ରେ ଗ୍ରୀନଫିଲ୍ଡ ଷ୍ଟାଡିୟମରେ ଖେଳାଯାଇଛି । ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରୁଥିବାବେଳେ ଟିମ୍ ଇଣ୍ଡିଆର ଓପନର୍ ଶୁଭମାନ ଗିଲ ଓ ବିରାଟ କୋହଲି ଉଭୟ ଶତକ ହାସଲ କରିଛନ୍ତି । ଶୁଭମାନ ଗିଲ୍ ୧୧୬ ଓ ବିରାଟ କୋହଲି ୧୬୬ ରନର ଚମତ୍କାର ଇନିଂସ ଖେଳିଛନ୍ତି ।

Virat Kohli Century: ବିରାଟ କୋହଲିଙ୍କ ପାଇଁ ୧୫ ଜାନୁଆରୀ ହେଉଛି ଖାସ୍, ଶ୍ରୀଲଙ୍କା ଏ ବିଷୟରେ ଜାଣିଥାନ୍ତେ ତ ମ୍ୟାଚର ତାରିଖ ବଦଳାଇଥାନ୍ତା!

Virat Kohli Century India vs Sri Lanka 3rd ODI: ପ୍ରଥମରୁ ଆପଣଙ୍କୁ କହି ଦେଉଛୁ କି ନା ଆମେ କୌଣସି ଜ୍ୟୋତିଷଙ୍କ ସହ କଥା ହୋଇଛୁ, ନା କୌଣସି ଟିଭି ଶୋ'ର ପଣ୍ଡିତଙ୍କ ସହ, ଯିଏ ଆପଣଙ୍କୁ କହିଥାଏ ଯେ ଯଦି ଏହା ହୋଇଥାନ୍ତା, ତେବେ ଆପଣ କୋଟିପତି ହୋଇଥାନ୍ତେ । କିନ୍ତୁ ଜାନୁଆରୀ ୧୫ ସହ ଭାରତୀୟ ଦଳର ଷ୍ଟାର୍ ବ୍ୟାଟ୍ସମ୍ୟାନ ବିରାଟ କୋହଲି (Virat Kohli) ଙ୍କ ସହ ସମ୍ପର୍କ କିଛି ଏହିପରି ରହିଛି । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ୍ (India vs Sri Lanka 3rd ODI) ଜାନୁଆରୀ ୧୫ରେ ଗ୍ରୀନଫିଲ୍ଡ ଷ୍ଟାଡିୟମରେ ଖେଳାଯାଇଛି । ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରୁଥିବାବେଳେ ଟିମ୍ ଇଣ୍ଡିଆର ଓପନର୍ ଶୁଭମାନ ଗିଲ ଓ ବିରାଟ କୋହଲି ଉଭୟ ଶତକ ହାସଲ କରିଛନ୍ତି । ଶୁଭମାନ ଗିଲ୍ ୧୧୬ ଓ ବିରାଟ କୋହଲି ୧୬୬ ରନର ଚମତ୍କାର ଇନିଂସ ଖେଳିଛନ୍ତି । ଏହି ଇନିଂସ ସହାୟତାରେ ଭାରତ ସ୍କୋରବୋର୍ଡରେ ୩୯୦ ରନ୍ ଲଗାଇ ପାରିଥିଲା ।

ପ୍ରକୃତରେ ବିରାଟ କୋହଲିଙ୍କ ନାମରେ ଜାନୁଆରୀ ୧୫ ଦିନ ମୋଟ ଚାରି ଶତକ ହୋଇଯାଇଛି । ଏହାର ଆରମ୍ଭ ୬ ବର୍ଷ ପୂର୍ବେ ହୋଇଥିଲା । ୧୫ ଜାନୁୟାରୀ ୨୦୧୬ରେ ବିରାଟ କୋହଲି ଇଂଲଣ୍ଡ ବିପକ୍ଷରେ ୨୭ ତମ ଦିନିକିଆ ଶତକ ହାସଲ କରିଥିଲେ । ସେହି ମ୍ୟାଚରେ ବିରାଟ କୋହଲି ୧୧୨ ରନର ଚମତ୍କାର ଇନିଂସ ଖେଳିଥିଲେ । ପୁଣେରେ ଖେଳାଯାଇଥିବା ସେହି ମ୍ୟାଚରେ ଭାରତ ରନର ପିଛା କରୁଥିଲା ଓ ବିରାଟଙ୍କ ୧୨୨ ରନ୍ ଇନିଂସ ଟିମ୍ ଇଣ୍ଡିଆକୁ ବିଜୟ ପ୍ରଦାନ କରିଥିଲା ।

ଠିକ୍ ଗୋଟିଏ ବର୍ଷ ପରେ ସେଞ୍ଚୁରିଅନରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଏକ ଟେଷ୍ଟ ଖେଳୁଥିଲା । ସେହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୩୩୫ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଭାରତ ପ୍ରଥମ ଇନିଂସରେ ୩୦୭ ରନ୍ ସଂଗ୍ରହ କରିଥିଲା । ​​ଯେଉଁଥିରେ ବିରାଟ କୋହଲି ୧୫୩ ରନ୍ କରିଥିଲେ । ଅର୍ଥାତ୍ ଦଳର ଅର୍ଦ୍ଧେକ ରନକୁ ବିରାଟ ନିଜେ କରିଥିଲେ । ପରେ ସେହି ଟେଷ୍ଟକୁ ଆୟୋଜକ ଦଳ ୧୩୫ ରନରେ ଜିତିଥିଲା ।

ଅଧିକ ପଢ଼ନ୍ତୁ:-ରୋହିତ ଶର୍ମାଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଲେ ଆର ଅଶ୍ୱିନ, କହିଲେ-କୌଣସି ଅଧିନାୟକଙ୍କ ଠାରୁ KBC ଭଳି...

ଅଧିକ ପଢ଼ନ୍ତୁ:-ବିମାନ ଦୁର୍ଘଟଣା ହେବା ପୂର୍ବରୁ କଣ୍ଟ୍ରୋଲ ରୁମକୁ କ'ଣ କହିଥିଲେ ପାଇଲଟ୍?

ଅଧିକ ପଢ଼ନ୍ତୁ:-୪୫୫୫ କୋଟି ଟଙ୍କାର ମାଲିକ ଲଲିତ ମୋଦି ନେଲେ ବଡ଼ ନିଷ୍ପତ୍ତି, ଏହାକୁ କଲେ ନିଜ ସମ୍ପତ୍ତିର ଉତ୍ତରାଧିକାରୀ

 

ଗୋଟିଏ ବର୍ଷ ପରେ, ଅର୍ଥାତ୍ ୨୦୧୯ରେ ମଧ୍ୟ ଏହି ପର୍ଯ୍ୟାୟ ଜାରି ରହିଲା । ଟିମ୍ ଇଣ୍ଡିଆ ଆଡିଲେଡରେ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ଖେଳୁଥିଲା । ଚମତ୍କାର ବ୍ୟାଟିଂ କରି ଶନ୍ ମାର୍ଶ ଭାରତ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲେ । ୨୯୯ ରନର ବିଜୟ ଲକ୍ଷ୍ୟ ଭାରତ ସମ୍ମୁଖରେ ରଖାଯାଇଥିଲା । ଏହି ସ୍କୋରର ଜବାବରେ ବିରାଟ କୋହଲି ମଇଦାନକୁ ଓହ୍ଲାଇଥିଲେ ଓ ତାହା ମଧ୍ୟ ଜାନୁଆରୀ ୧୫ ଥିଲା । ଏହି ମ୍ୟାଚରେ ବିରାଟ  ୧୦୪ ରନର ଚମତ୍କାର ଇନିଂସ ଖେଳି ଥିଲେ । ଏମଏସ ଧୋନି ବାକି କାମ କରିଥିଲେ । ଭାରତ ୬ ୱିକେଟରେ ଏହି ମ୍ୟାଚ ଜିତିଥିଲା ।

୨୦୧୯ର ଦୀର୍ଘ ବ୍ୟବଧାନ ପରେ ବିରାଟ କୋହଲିଙ୍କ ବ୍ୟାଟରୁ ଶତକ ପୁଣି ଆସିବା ଆରମ୍ଭ କରିଛି । ଏହା ଏପରି ଆରମ୍ଭ ହୋଇଛି ଯେପରି ବିରାଟ କୋହଲି ୨୦୧୬କୁ ପୁନରାବୃତ୍ତି କରିବାକୁ ଓହ୍ଲାଇଛନ୍ତି । ୨୦୨୨ ମସିହାରେ ବାଂଲାଦେଶ ବିପକ୍ଷରେ ୧୧୩ ରନର ଇନିଂସ ଖେଳିବା ପରେ ବର୍ତ୍ତମାନ ବିରାଟ ଶ୍ରୀଲଙ୍କା ବିପକ୍ଷ ତିନୋଟି ଇନିଂସ ମଧ୍ୟରୁ ୨ଟିରେ ଶତକ ହାସଲ କରିଛନ୍ତି ।