Virat Kohli Century: ବିରାଟ କୋହଲିଙ୍କ ଲକେଟରେ କ’ଣ ଅଛି? ଯାହାକୁ ସେ ଶତକ ଲଗାଇବା ପରେ ଚୁମ୍ବନ ଦେଇଥିଲେ
Advertisement

Virat Kohli Century: ବିରାଟ କୋହଲିଙ୍କ ଲକେଟରେ କ’ଣ ଅଛି? ଯାହାକୁ ସେ ଶତକ ଲଗାଇବା ପରେ ଚୁମ୍ବନ ଦେଇଥିଲେ

Virat Kohli 28th Test Century: ଅହମ୍ମଦାବାଦରେ ଦୀର୍ଘ ବ୍ୟବଧାନ ପରେ ରେଡ ବଲ କ୍ରିକେଟରେ ଶତକ ହାସଲ କରିଥିବା ବେଳେ ବିରାଟ କୋହଲି ତାଙ୍କ ଲକେଟକୁ ଚୁମ୍ବନ ଦେଇଥିଲେ । କ୍ରିକେଟ୍ ପଡ଼ିଆରେ ଏହା ପ୍ରଥମ ଥର ପାଇଁ ନୁହେଁ, ଯେତେବେଳେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ବିରାଟ ଏପରି କାହିଁକି କରନ୍ତି ଏଠାରେ ଜାଣନ୍ତୁ ।

ସାଙ୍କେତିକ ଛବି

Ahmedabad Test: Virat Kohli Century, ଅହମ୍ମଦାବାଦ ଟେଷ୍ଟରେ ଶତକ ହାସଲ କରିବା ପରେ ଆପଣ ବିରାଟ କୋହଲି (Virat Kohli) କରିଥିବା ସେଲିବ୍ରେସନ୍ ଦେଖିଛନ୍ତି କି? ଯଦି ଦେଖିଥାନ୍ତି, ତେବେ ନଜର କରିଥିବେ ଯେ ସେ ନିଜ ଲକେଟ୍ ବାହାର କରି ତାଙ୍କୁ ଚୁମ୍ବନ ଦେଇଥିଲଲେ । ଯଦିଓ ଏହା କରିବା କେବଳ ଅହମ୍ମଦାବାଦ ଟେଷ୍ଟରେ ନ ଥିଲା ବରଂ, ଯେତେବେଳେ ବିଗତ ବର୍ଷରେ ବିରାଟ କୋହଲି ଏକ ଶତକ ସ୍କୋର ମାରିଛନ୍ତି, ସେତବେଳେ ମଧ୍ୟ ଆମେ ତାଙ୍କୁ ଲକେଟକୁ ଚୁମ୍ବନ କରୁଥିବାର ଦେଖିଛୁ । ତେବେ ଏହା ଜାଣିବା ଆବଶ୍ୟକ ଯେ ବିରାଟ କୋହଲିଙ୍କ ସେହି ଲକେଟରେ କ’ଣ ବିଶେଷତା ରହିଛି? ସେ କାହିଁକି ସେହି ଲକେଟକୁ ଚୁମ୍ବନ ଦେଇ ନିଜର ଶତକ ସେଲିବ୍ରେସନ କରୁଛନ୍ତି? 

ଅହମ୍ମଦାବାଦରେ ବିରାଟ କୋହଲି ଟେଷ୍ଟ କ୍ରିକେଟରେ ଏକ ଶତକ ହାସଲ କରିଛନ୍ତି, ଏଥିପାଇଁ ୧୨୦୫ ଦିନର ଦୀର୍ଘ ଅପେକ୍ଷା କରିବାକୁ ପଡିଥିଲା । ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟରର ୭୫ ତମ ଶତକ ଥିଲାବେଳେ ତାଙ୍କର ଟେଷ୍ଟ କ୍ୟାରିୟରର ଏହା ୨୮ ତମ ଶତକ (28th Test Century) ଥିଲା । ଦୀର୍ଘ ବ୍ୟବଧାନ ପରେ ଯେତେବେଳେ ଏହି ଶତକ ରେଡ୍ ବଲ୍ କ୍ରିକେଟ୍ ରେ କରିଥିଲେ, କୋହଲି ସେତବେଳେ ମଧ୍ୟ ତାଙ୍କ ଲକେଟ୍କୁ ଚୁମ୍ବନ ଦେଇଥିଲେ । କ୍ରିକେଟ୍ ପଡ଼ିଆରେ ଅନେକ ଥର ପାଇଁ ଏହି ଦୃଶ୍ୟ ଦେଖିବାକୁ ମିଳିଛି ।

ବିରାଟ କୋହଲି ପଡ଼ିଆରେ ଏକ ଶତକ କରିବା ପରେ ଲକେଟକୁ ଚୁମ୍ବନ ଦେଉଥିବା ଫଟୋ ପ୍ରଥମେ ଜାନୁଆରୀ ୨୦୧୮ ରେ ହେଡଲାଇନରେ ଆସିଥିଲା, ଯେତେବେଳେ ସେ ସେଞ୍ଚୁରିଅନରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୧୭ ବଲ ସମ୍ମୁଖୀନ ହୋଇ ୧୫୩ ରନ୍ ସ୍କୋର କରିଥିଲେ ।

fallback

ଏହାର ୭ ମାସ ପରେ, ବିରାଟ କୋହଲି ଜୁଲାଇ ୨୦୧୮ ରେ ଇଂଲଣ୍ଡରେ ନିଜର ପ୍ରଥମ ଓ କ୍ୟାରିୟରର ୨୨ ତମ ଟେଷ୍ଟ ଶତକ ହାସଲ କରିଥିଲେ ଏବଂ ଏହା ପରେ ପୁଣି ଲକେଟକୁ ଚୁମ୍ବନ ଦେଇଥିଲେ । ବିରାଟ କୋହଲିଙ୍କ ଏହି ସେଲିବ୍ରେସନ୍ ପୁଣି ଥରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।

ଟେଷ୍ଟ କ୍ରିକେଟରେ କିଛି କରିବା ପରେ ବିରାଟ ଏହା କରନ୍ତି ତାହା ନୁହେଁ । ଗତ ବର୍ଷ ଯେତେବେଳେ ସେ ଟି-୨୦ ବିଶ୍ୱକପରେ ଆଫଗାନିସ୍ତାନ ବିପକ୍ଷରେ ପ୍ରଥମ ଟି-୨୦ ଶତକ ହାସଲ କରିଥିଲେ, ସେତେବେଳେ ସେ ମଧ୍ୟ ଲକେଟକୁ ଚୁମ୍ବନ ଦେଇଥିଲେ ।

ବିରାଟ କୋହଲିଙ୍କ ଲକେଟରେ କ’ଣ ରହିଛି ବିଶେଷ?
ଏଥିରୁ ସ୍ପଷ୍ଟ ଯେ ବିରାଟ କୋହଲିଙ୍କ ସେଲିବ୍ରେସନରେ ଏହି ଲକେଟ୍ ଖାସ୍ ଭୂମିକା ନେଉଛି । କିନ୍ତୁ ଏହି ଲକେଟରେ ବିଶେଷତା କ’ଣ? ତେବେ ଆପଣଙ୍କୁ କହିରଖୁଛୁ ଯେ ବିରାଟ କୋହଲି ଯେଉଁ ଲକେଟ୍ ଚୁମ୍ବନ କରନ୍ତି, ଏହା ସାଧାରଣ ନୁହେଁ । ଏହା ବାସ୍ତବରେ ତାଙ୍କର ମେରେଜ୍ ରିଙ୍ଗ । ପ୍ରସିଦ୍ଧ କମେଣ୍ଟ୍ରିଟରି ହର୍ଷଲ ଭୋଗଲେ ତାଙ୍କ କମେଣ୍ଟ୍ରି ସମୟରେ ଥରେ କହିଥିଲେ ଯେ ଏହା ତାଙ୍କ ପ୍ରେମର ସଙ୍କେତ ଅଟେ । ଏହା କରି କୋହଲି ପତ୍ନୀ ଅନୁଷ୍କା ଶର୍ମାଙ୍କ ପ୍ରତି ତାଙ୍କର ପ୍ରେମ ପ୍ରଦର୍ଶନ କରନ୍ତି, ଯିଏ ତାଙ୍କୁ ପଡ଼ିଆ ବାହାରେ ତାଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରନ୍ତି ।

ଏହା ବି ପଢ଼ନ୍ତୁ: Virat Kohli Record: ୧୪ ମାସ ପରେ ନିଜ ଅସଲ ରୂପରେ ନଜର ଆସିଲେ କୋହଲି! ୫୯ ରନ୍ ସ୍କୋର କରି ଭାଙ୍ଗିଲେ ଗାଭାସ୍କର-ଦ୍ରାବିଡ ଓ ଲାରାଙ୍କ ରେକର୍ଡ