Vinod Kambli: ଫସିବେ ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି,ପତ୍ନୀ ଆଣିଲେ ଭୟଙ୍କର ଅଭିଯୋଗ
Advertisement

Vinod Kambli: ଫସିବେ ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି,ପତ୍ନୀ ଆଣିଲେ ଭୟଙ୍କର ଅଭିଯୋଗ

Vinod Kambli News: ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲିଙ୍କ ନାଁରେ ସଙ୍ଗୀନ ଅଭିଯୋଗ। ତାଙ୍କ ପତ୍ନୀ ଏଣ୍ଡ୍ରିୟା ଶୁକ୍ରବାର ଦିନ ବାନ୍ଦ୍ରା ଫ୍ଲାଟରେ ମଦ୍ୟପାନ କରି ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି। ଏଣ୍ଡ୍ରିଆଙ୍କୁ କ୍ରିକେଟର ଦୁର୍ବ୍ୟବହାର ଓ ଧମକ ଦେଇଥିବା ଅଭିଯୋଗ କରିଛନ୍ତି। ପୋଲିସ ଏନେଇ ଖୋଳତାଡ ଜାରି ରଖିଛି।

Vinod Kambli: ଫସିବେ ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି,ପତ୍ନୀ ଆଣିଲେ ଭୟଙ୍କର ଅଭିଯୋଗ

Vinod Kambli: ଭାରତୀୟ ଟିମର ପୂର୍ବତନ କ୍ରିକେଟର (Vinod Kambli) ପୁଣି ବିବାଦରେ ଫସିଛନ୍ତି । ତାଙ୍କ ପତ୍ନୀ ଏଣ୍ଡ୍ରିଆ କହିଛନ୍ତି ଯେ, ବିନୋଦ କାମ୍ବଲି ମଦ ନିଶାରେ ଥାଇ ତାଙ୍କୁ ଶାରୀରିକ ନିର୍ଯାତନା ଦେଇଛନ୍ତି । ସେ କହିଛନ୍ତି ଯେ, ମଦ ନିଶାରେ ଥାଇ ସେ ଖାଦ୍ୟ ବନାଉଥିବା ପ୍ୟାନରେ ତାଙ୍କ ମୁଣ୍ଡକୁ ପିଟିଦେଇଥିଲେ । ସେ କହିଛନ୍ତି ଯେ, ନିଶାରେ ଥାଇ କାମ୍ବଲି ତାଙ୍କ ସହ ବହୁତ ଖରାପ କାମ କରିଛନ୍ତି । ଗତ ବର୍ଷ ହିଁ ସେ ମଦ ପିଇ ଗାଡ଼ି ଚଲାଉଥିବାରୁ ତାଙ୍କୁ ଜେଲର ହାୱା ଖାଇବାକୁ ପଡ଼ିଥିଲା । କୁହାଯାଉଛି ଯେ, ବାନ୍ଦ୍ରା ପୋଲିସ ଷ୍ଟେସନରେ କାମ୍ବଲିଙ୍କ ପତ୍ନୀ ଏଣ୍ଡ୍ରିଆ ମାମଲା ଦାୟର କରିଛନ୍ତି। ଏବଂ ପୋଲିସ ଏହି ଘଟଣାରେ ଯାଞ୍ଚ କରୁଛି । ଏଫଆଇଆର କପି ନେଇ ଏକ ଜାତୀୟ ଗଣମାଧ୍ୟମ ସଂସ୍ଥା ଦାବି ମଧ୍ୟ କରିଛି। 

ବିନୋଦ କାମ୍ବଲୀଙ୍କ ପତ୍ନୀଙ୍କ କହିବା କଥା, ତାଙ୍କ ସ୍ୱାମୀ ନିଶାରେ ତାଙ୍କ ଉପରକୁ କୁକିଂ ପ୍ୟାନ୍(Cooking Pan) ଫୋପାଡି ଦେଇଥିଲେ । ଯାହା ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ତେବେ ଶୁକ୍ରବାର ଦିନ ଦ୍ୱିପହର ୧ରୁ ସାଢେ ୧ଟା ଭିତରେ ଏହି ଘଟଣା ଘଟିଥିବା ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ତେବେ ମଦ ନିଶାରେ ସେ ଏପରି କରିଥିବା ଜଣାପଡିଛି । ବାନ୍ଦ୍ରା ପୋଲିସର ଜଣେ ଅଧିକାରୀଙ୍କ କହିବା ମୁତାବକ, ପୋଲିସ ତାଙ୍କ ଘରେ ପହଞ୍ଚିବା ପୂର୍ବରୁ ବିନୋଦ କାମ୍ବଲି ନିଜ ପତ୍ନୀଙ୍କୁ ନେଇ ହସ୍ପିଟାଲ ଯାଇସାରିଥିଲେ । ହସ୍ପିଟାଲ(Hospital)ରେ ତାଙ୍କର ଚିକିତ୍ସା କରାଯାଇଛି ।

ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ବିନୋଦ କାମ୍ବଲିଙ୍କ(Vinod Kambli) ପତ୍ନୀ ଏଣ୍ଡ୍ରିୟା ଶୁକ୍ରବାର ଦିନ ବାନ୍ଦ୍ରା ଫ୍ଲାଟରେ ମଦ୍ୟପାନ କରି ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି। ଏଣ୍ଡ୍ରିଆଙ୍କୁ(Andrea Hewitt)କ୍ରିକେଟର ଦୁର୍ବ୍ୟବହାର ଓ ଧମକ ଦେଇଥିବା ଅଭିଯୋଗ କରିଛନ୍ତି। ବାନ୍ଦ୍ରା ପୋଲିସ ଏକ ବିବୃତ୍ତି ଜାରି କରି କହିଛି ଯେ ଆଇପିସି ଧାରା ୩୨୪ (କୌଣସି ଧାରୁଆ ଅସ୍ତ୍ରରେ ଆଘାତ ପହଞ୍ଚାଇବା) ଏବଂ ୫୦୪ (ଅପମାନ) ଅନୁଯାୟୀ କାମ୍ବଲିଙ୍କ ବିରୋଧରେ ଏଫଆଇଆର ପଞ୍ଜୀକୃତ (FIR Registration) ହୋଇଛି। ଏଣ୍ଡ୍ରିଆ ଏକଥା ବି କହିଛନ୍ତି ଯେ, କାମ୍ବଲି ନିର୍ଯାତନା ଦେବା ତାଙ୍କ ୧୨ ବର୍ଷୀୟ ପୁଅ ମଧ୍ୟ ଦେଖିଛି। ଏବଂ ଆକ୍ରମଣ ସମୟରେ ସେ ମଧ୍ୟ କାମ୍ବଲିଙ୍କୁ ରୋକିବାକୁ ଚେଷ୍ଟା କରିଛି ବୋଲି କହିଛନ୍ତି କାମ୍ବଲିଙ୍କ ପତ୍ନୀ।  

ବିନୋଦ କାମ୍ବଲି ତାଙ୍କ ଅସଫଳ କ୍ରିକେଟ୍ କ୍ୟାରିୟର(Cricket Carrer) ସହିତ ବିଭିନ୍ନ ବିବାଦ କାରଣରୁ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ଗତ ବର୍ଷ ସେ ବେରୋଜଗାର ଏବଂ ଟଙ୍କା ଅଭାବ ଦର୍ଶାଇ ଏକ ଭିଡିଓ ସେୟାର କରିଥିଲେ। କିଛି ବର୍ଷ ପୂର୍ବେ, ଏକ ରିଆଲିଟି ସୋ’ରେ ସେ ସ୍ୱୀକାର କରିଥିଲେ ଯେ ତାଙ୍କର ଅନେକ ମହିଳାଙ୍କ ସହ ସମ୍ପର୍କ ଅଛି। କାମ୍ବଲି ମଧ୍ୟ ମଦ୍ୟପାନ କରି ଝଗଡ଼ା କରିବା ସହ ବେପରୁଆ ଗାଡ଼ି ଚାଳନା ନେଇ ମଧ୍ୟ ଅନେକ ଅଭିଯୋଗ ସାମ୍ନାକୁ ଆସିଛି।

Also Read: Pervez Musharraf Passes Away: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ଦେହାନ୍ତ

Also Read: Asia Cup 2023: ପାକିସ୍ତାନ ନୁହେଁ, ଏହି ଦେଶରେ ଖେଳାଯିବ ଏସିଆ କପ୍ ୨୦୨୩! କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ