IND vs BAN Live Streaming: ବାଂଲାଦେଶ ବିପକ୍ଷରେ ସିରିଜ କ୍ଲିନ ସୁଇପ କରିବା ଲକ୍ଷ୍ୟରେ ଭାରତ, ଜାଣନ୍ତୁ କେଉଁଠି ଦେଖିପାରିବେ Live Match
Advertisement
Article Detail0/zeeodisha/odisha1495649

IND vs BAN Live Streaming: ବାଂଲାଦେଶ ବିପକ୍ଷରେ ସିରିଜ କ୍ଲିନ ସୁଇପ କରିବା ଲକ୍ଷ୍ୟରେ ଭାରତ, ଜାଣନ୍ତୁ କେଉଁଠି ଦେଖିପାରିବେ Live Match

ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ଏହି ଟେଷ୍ଟ ମ୍ୟାଚ ମିରପୁରର ଶେର-ଏ-ବାଂଲା ଷ୍ଟାଡ଼ିୟମରେ ଖେଳାଯିବ। ଏଠାରେ ଭାରତୀୟ ସମୟ ଅନୁସାରେ ସକାଳ ୯ଟାରେ ମ୍ୟାଚ ଆରମ୍ଭ ହେବ। ଭାରତୀୟ ପ୍ରଶଂସକମାନେ ସୋନି ସ୍ପୋର୍ଟସ ନେଟଓ୍ୱାର୍କରେ ମ୍ୟାଚର ଲାଇଭ ଦେଖିପାରିବେ। ଭାଇଭ ଷ୍ଟ୍ରିମିଂ ପାଇଁ ଆପଣଙ୍କୁ ସୋନି ଲିଭ (Sony Live) ଆପ ଡାଉନଲୋଡ଼ କରିବାକୁ ହେବ। ଏହା ସହିତ ଏଥିରେ ଆପଣ ସବସ୍କ୍ରିପସନ ନେବାକୁ ହେବ। 

IND vs BAN Live Streaming: ବାଂଲାଦେଶ ବିପକ୍ଷରେ ସିରିଜ କ୍ଲିନ ସୁଇପ କରିବା ଲକ୍ଷ୍ୟରେ ଭାରତ, ଜାଣନ୍ତୁ କେଉଁଠି ଦେଖିପାରିବେ Live Match

IND vs BAN Live Streaming:  ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ (Ind vs Ban Test Series) ବିପକ୍ଷରେ ଟେଷ୍ଟ ସିରିଜ (Test Series) ଦ୍ୱିତୀୟ ମ୍ୟାଚ ଆସନ୍ତା କାଲିଠାରୁ ଖେଳାଯିବ। ମିରପୁର ଷ୍ଟାଡ଼ିୟମରେ (Mirpur Stadium) ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ଖେଳାଯିବ। ତେବେ ସିରିଜକୁ କ୍ଲିନ ସୁଇପ କରିବା ଲକ୍ଷ୍ୟରେ ଭାରତ ମୈଦାନକୁ ଓହ୍ଲାଇବ। ତେବେ ପ୍ରଥମ ଟେଷ୍ଟରେ ବିଜୟ ହାସଲ ପରେ ଭାରତୀୟ ଦଳର ମନୋବଳ ବେଶ ଦୃଢ ରହିଛି। ପ୍ରଥମ ଟେଷ୍ଟ ଭଳି ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଦଳଗତ ପ୍ରଦର୍ଶନ କରିବାକୁ ଦଳ ଲକ୍ଷ୍ୟ ରଖିଛି। ତେବେ ପ୍ରଥମ ଟେଷ୍ଟ ଭଳି ଦଳ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଟିମ ଇଣ୍ଡିଆ ବିଜୟ ହାସଲ କରିବା ଲକ୍ଷରେ ମୈଦାନକୁ ଓହ୍ଲାଇବ। ଭାରତୀୟ ସମୟ ସକାଳ ୯ଟାରୁ ଖେଳ ଆରମ୍ଭ ହେବ। ତେବେ ଆମେ ଆପଣଙ୍କୁ କହିବୁ ଏହି ମ୍ୟାଚର ଲାଇଭ କେଉଁ ଚ୍ୟାନେଲରେ ଦେଖିପାରିବେ। 

ବାଂଲାଦେଶ ଟିମ ଆଜି ପର୍ଯ୍ୟନ୍ତ ଭାରତ ବିପକ୍ଷରେ କୌଣସି ଟେଷ୍ଟ ମ୍ୟାଚ ଜିତି ପାରିନାହିଁ। ସେପଟେ ଭାରତୀୟ ଦଳ ଏହି ଟେଷ୍ଟ ମ୍ୟାଚରେ ପରାଜୟ ବରଣ କରିବାର ସମ୍ଭାବନା ବହୁତ କମ। ଯଦି  ସେଭଳି ବିପର୍ଯ୍ୟୟ ନ ଘଟେ ତେବେ ପରାଜୟ ବରଣ କରିବା ଏକ ପ୍ରକାର ଅସମ୍ଭବ। ଯଦି ବି ପରାଜୟ ବରଣ କରେ ତେବେ ସିରିଜ ୧-୧ରେ ବରାବର ରହିବ। ବର୍ତ୍ତମାନ ଭାରତୀୟ ଟିମ ପୁରା ଫର୍ମ ରହିଛି। ମିରପୁର ପିଚରେ ମ୍ୟାଚର ତୃତୀୟ ଦିନରେ ସ୍ପିନର୍ସଙ୍କ ବଲ ବେଶ ଦମଦାର କାର୍ଯ୍ୟ କରିବ। ସେହିପରି କୁଳଦୀପ ଯାଦବ, ଅକ୍ଷର ପଟେସ ଓ ରବିଚନ୍ଦ୍ରନ ଅଶ୍ୱିନ ବାଂଲାଦେଶ ବ୍ୟାଟସମ୍ୟାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରନ୍ତି। 

ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ଏହି ଟେଷ୍ଟ ମ୍ୟାଚ ମିରପୁରର ଶେର-ଏ-ବାଂଲା ଷ୍ଟାଡ଼ିୟମରେ ଖେଳାଯିବ। ଏଠାରେ ଭାରତୀୟ ସମୟ ଅନୁସାରେ ସକାଳ ୯ଟାରେ ମ୍ୟାଚ ଆରମ୍ଭ ହେବ। ଭାରତୀୟ ପ୍ରଶଂସକମାନେ ସୋନି ସ୍ପୋର୍ଟସ ନେଟଓ୍ୱାର୍କରେ ମ୍ୟାଚର ଲାଇଭ ଦେଖିପାରିବେ। ଭାଇଭ ଷ୍ଟ୍ରିମିଂ ପାଇଁ ଆପଣଙ୍କୁ ସୋନି ଲିଭ (Sony Live) ଆପ ଡାଉନଲୋଡ଼ କରିବାକୁ ହେବ। ଏହା ସହିତ ଏଥିରେ ଆପଣ ସବସ୍କ୍ରିପସନ ନେବାକୁ ହେବ। 

Also Read: ହକି ବିଶ୍ୱକପ ସମୟରେ କୋରୋନାର ଏଣ୍ଟ୍ରି, ଜାଣନ୍ତୁ କ'ଣ ରହିବ ରାଜ୍ୟ ସରକାରଙ୍କ ପ୍ଲାନ୍

ଭାରତୀୟ ଦଳ: କେଏଲ ରାହୁଲ (ଅଧିନାୟକ), ଶୁବମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଋଷଭ ପନ୍ତ, ଶ୍ରେୟାସ ଆୟାର, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ, କୁଳଦୀପ ଯାଦବ, ଉମେଶ ଯାଦବ, ମହମ୍ମଦ ସିରାଜ, ଶାର୍ଦ୍ଦୁଳ ଠାକୁର, ଜୟଦେବ ଉନାଦକତ, ସୌରଭ କୁମାର, ଶ୍ରୀକର ଭରତ, ଅଭିମନ୍ୟୁ ଇଶ୍ୱରନ

ବାଂଲାଦେଶ ଦଳ: ନଜମୁଲ ହୁସେନ ଶାନ୍ତୋ, ଜାକିର ହସନ, ୟାସିର ଅଲ୍ଲି, ଲିଟନ ଦାସ, ମୁସପିଖୁର ରହିମ, ଶାକିବ ଅଲ ହାସନ (ଅଧିନାୟକ), ନୁରୁଲ ହସନ (ଓ୍ୱିକେଟ କିପର), ମେହଦି ହାସନ ମିରାଜ, ତୈଜୁଲ ଇସ୍ଲାମ, ଖାଲିଦ ଅହମ୍ମଦ, ନସୁମ ଅହମ୍ମଦ, ତାସ୍କିନ ଅହମ୍ମଦ, ମହମୁଦୁଲ ହସନ ଜୟ, ରୈଜୌର ରହମାନ ରାଜା ଓ ମୋମିନୁଲ ହକ