IND vs AUS: ମିଚେଲ ଷ୍ଟାର୍କଙ୍କ ଆଗରେ ଅସହାୟ ହୋଇପଡିଲା ଟିମଇଣ୍ଡିଆ, ଟ୍ରାଭିସ୍ ହେଡ୍ ଓ ମିଚେଲ ମାର୍ଶଙ୍କ କଲେ କମାଲ
Advertisement

IND vs AUS: ମିଚେଲ ଷ୍ଟାର୍କଙ୍କ ଆଗରେ ଅସହାୟ ହୋଇପଡିଲା ଟିମଇଣ୍ଡିଆ, ଟ୍ରାଭିସ୍ ହେଡ୍ ଓ ମିଚେଲ ମାର୍ଶଙ୍କ କଲେ କମାଲ

IND vs AUS, 2nd ODI: ଦ୍ୱିତୀୟ ଦିନିକିଆରେ ମିଚେଲ ଷ୍ଟାର୍କଙ୍କ ଭାରତର ୫ ୱିକେଟ୍ ନେଇଥିଲେ । ଏହା କରି ସେ ବ୍ରେଟ୍ ଲି ଓ ପାକିସ୍ତାନର ପୂର୍ବତନ ଅଧିନାୟକ ସହିଦ ଆଫ୍ରିଦିଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ଭାରତ ଏହି ମ୍ୟାଚକୁ ୧୦ ୱିକେଟରେ ହାରିଯାଇଛି ।

ସାଙ୍କେତିକ ଛବି

IND vs AUS, Mitchell Starc Takes Five-Wicket Haul, ଭାରତ ଓ ଅଷ୍ଟ୍ରେଲିଆ (India Vs Australia) ମଧ୍ୟରେ ଚାଲିଥିବା ଦ୍ୱିତୀୟ ଦିନିକିଆରେ ମିଚେଲ୍ ଷ୍ଟାର୍କ (Mitchell Starc) ଟିମ୍ ଇଣ୍ଡିଆର ବଡ଼ ବଡ଼ ଖେଳାଳିଙ୍କୁ ଗୋଟିଏ ପରେ ଗୋଟିଏ ଆଉଟ୍ କରି ପ୍ୟାଭିଲିୟନକୁ ପଠାଇଥିଲେ । ସେ ବିଶାଖାପାଟନମ ଦିନିକିଆରେ (Visakhapatnam ODI) ପ୍ରଥମ ଥର ପାଇଁ ବିରାଟ କୋହଲିଙ୍କ ୱିକେଟ୍ ନେବାରେ ସଫଳ ହୋଇଥିଲେ । ସେ ୫ ୱିକେଟ୍ ନେଇଥିଲେ, ଯେଉଁଥିପାଇଁ ଭାରତ ୨୬ ଓଭରରେ ୧୧୭ ରନ୍ କରି ଅଲ ଆଉଟ ହୋଇ ଯାଇଥିଲା । ଯାହାର ଜବାବରେ ଅଷ୍ଟ୍ରେଲିଆ ବିନା କୌଣସି  ୱିକେଟ୍ ହରାଇ ଏହି ଲକ୍ଷ୍ୟ ସହଜରେ ହାସଲ କରିନେଇଛି । 

ମିଚେଲ ଷ୍ଟାର୍କ ନେଲେ ୫ ୱିକେଟ୍
ମ୍ୟାଚ୍ ପୂର୍ବରୁ ଅଷ୍ଟ୍ରେଲୀୟ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଟସ୍ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ, ଯାହା ମିଚେଲ ଷ୍ଟାର୍କଙ୍କ ଦ୍ୱାରା ସମ୍ପୂର୍ଣ୍ଣ ସଠିକ୍ ପ୍ରମାଣିତ ହୋଇଥିଲା । ମିଚେଲ ଷ୍ଟାର୍କ ୮ ଓଭରରେ ୫୩ ରନ୍ ପାଇଁ ୫ ୱିକେଟ୍ ନେଇଥିଲେ । ଭାରତ ବିପକ୍ଷରେ ଏ ପର୍ଯ୍ୟନ୍ତ ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ ଓ ପ୍ରଶଂସକମାନେ ତାଙ୍କୁ ବିଶ୍ୱକପ ପାଇଁ ବିପଦ ବୋଲି କହୁଛନ୍ତି ।

ବ୍ରେଟ୍ ଲି ଓ ଆଫ୍ରିଦି ସହିତ ସମାନ ହେଲେ ଷ୍ଟାର୍କ 
ଏହି ମ୍ୟାଚ୍‌ରେ ପାଞ୍ଚଟି ୱିକେଟ୍ ନେଇ ଷ୍ଟାର୍କ ତାଙ୍କ ଦେଶର ଖେଳାଳି ବ୍ରେଟ୍ ଲି ଓ ପାକିସ୍ତାନର ପୂର୍ବତନ ଅଧିନାୟକ ସହିଦ ଆଫ୍ରିଦିଙ୍କୁ ରେକର୍ଡ ସହ ସମକକ୍ଷ ହୋଇଛନ୍ତି ।ଯେଉଁମାନେ ଅଧିକାଂଶ ଥର ଦିନିକିଆରେ ପାଞ୍ଚ କିମ୍ବା ଅଧିକ ୱିକେଟ୍ ନେଇଛନ୍ତି । ଏହା ହେଉଛି ନବମ ଥର ଯେତେବେଳେ ଷ୍ଟାର୍କ ଦିନିକିଆରେ ପାଞ୍ଚଟି ୱିକେଟ୍ ନେଇଥିଲେ । ଏହି ପରିପ୍ରେକ୍ଷୀରେ ସେ ଶ୍ରୀଲଙ୍କାର ଲାସିଥ ମାଲିଙ୍ଗାଙ୍କୁ ପଛରେ ପକାଇଛନ୍ତି । ମାଲିଙ୍ଗା ଦିନିକିଆରେ ଆଠଥର ପାଞ୍ଚୱିକେଟ୍ ନେଇଥିଲେ । ଏହି ପରିପ୍ରେକ୍ଷୀରେ ପାକିସ୍ତାନର ୱାକର ୟୁନିସ୍ ଓ ଶ୍ରୀଲଙ୍କାର ମୁଥୟା ମୁରଲୀଥାରନ୍ ଦୁଇ ନମ୍ବରରେ ଅଛନ୍ତି ।

fallback

ଟ୍ରାଭିସ୍ ହେଡ୍ ଓ ମିଚେଲ ମାର୍ଶଙ୍କ ରେକର୍ଡ ପାର୍ଟନରସିପ୍
୧୧୮ ରନ୍‌ର ଟାର୍ଗେଟକୁ ପିଛାକରି ଅଷ୍ଟ୍ରେଲିଆ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ମାନେ ପ୍ରଥମ ଓଭରରୁ ଆକ୍ରମଣାତ୍ମକ ଭାବେ ରନ୍ ସ୍କୋର କରିବା ଆରମ୍ଭ କରି ଦେଇଥିଲେ । ଏହା ପରେ ତାଙ୍କୁ ଅଟକାଇବା ଭାରତୀୟ ବୋଲରଙ୍କ ପାଇଁ ସମ୍ପୂର୍ଣ୍ଣ ଅସମ୍ଭବ ମନେ ହେଉଥିଲା । ଟ୍ରାଭିସ୍ ହେଡ୍ ୩୦ ବଲରେ ୫୧ ରନ୍ ର ଚମତ୍କାର ଇନିଂସ ଖେଳିଥିବାବେଳେ ମିଚେଲ ମାର୍ଶଙ୍କ ବ୍ୟାଟ୍ ୩୬ ବଲରେ ୬୬ ରନର ଇନିଂସ ଖେଳିଥିଲେ । ଉଭୟ ମାତ୍ର ୯ ଓଭର ମଧ୍ୟରେ ଦଳର ସ୍କୋରକୁ ୧୦୦ ରନରେ ପହଞ୍ଚାଇ ଦେଇଥିଲେ ।

ଏହା ବି ପଢ଼ନ୍ତୁ: Team India: ଟିମ୍ ଇଣ୍ଡିଆର ଏହି ଘାତକ ଖେଳାଳି ହଠାତ୍ ନେଲେ ବଡ଼ ନିଷ୍ପତ୍ତି, ଏବେ ଅନ୍ୟ ଦେଶରେ ଖେଳୁଥିବାର ଆସିବେ ନଜର