Team India: ଶେଷ ହେଲା ବିରାଟ-ରୋହିତଙ୍କ ଯୁଗ! ଇସାରାରେ ଏପରି ସୂଚନା ଦେଲେ କୋଚ୍ ଦ୍ରାବିଡ
Advertisement

Team India: ଶେଷ ହେଲା ବିରାଟ-ରୋହିତଙ୍କ ଯୁଗ! ଇସାରାରେ ଏପରି ସୂଚନା ଦେଲେ କୋଚ୍ ଦ୍ରାବିଡ

ଭାରତର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ଭାରତୀୟ ଟି-୨୦ ଦଳରେ ବଡ଼ ପରିବର୍ତ୍ତନର ସଂକେତ ଦେଇଛନ୍ତି । ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତର ପରାଜୟ ପରେ କୋଚ୍‌ ସୂଚାଇ ଦେଇଛନ୍ତି ଯେ ରୋହିତ ଶର୍ମା (Rohit sharma) ଓ ବିରାଟ କୋହଲିଙ୍କ (Virat Kohli) ପରି ବରିଷ୍ଠ ଖେଳାଳିଙ୍କ ଦ୍ୱାର ଏବେ ମଧ୍ୟ ଟି-୨୦ କ୍ରିକେଟ

ସୌ: ସୋସିଆଲ ମିଡିଆ

Rahul Dravid On Rohit-Virat: ଭାରତର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ଭାରତୀୟ ଟି-୨୦ ଦଳରେ ବଡ଼ ପରିବର୍ତ୍ତନର ସଂକେତ ଦେଇଛନ୍ତି । ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତର ପରାଜୟ ପରେ କୋଚ୍‌ ସୂଚାଇ ଦେଇଛନ୍ତି ଯେ ରୋହିତ ଶର୍ମା (Rohit sharma) ଓ ବିରାଟ କୋହଲିଙ୍କ (Virat Kohli) ପରି ବରିଷ୍ଠ ଖେଳାଳିଙ୍କ ଦ୍ୱାର ଏବେ ମଧ୍ୟ ଟି-୨୦ କ୍ରିକେଟ ପାଇଁ ବନ୍ଦ ରହିଛି । କାରଣ ଆଗାମୀ ଟି-୨୦ ବିଶ୍ୱକପ (T20 World Cup) ପାଇଁ ଭାରତୀୟ ଦଳ (Team India) ପ୍ରସ୍ତୁତ ହେଉଛି ।

ରାହୁଲ ଦ୍ରାବିଡ କହିଛନ୍ତି, “ଏହି ଯୁବ ଖେଳାଳିମାନେ ବହୁତ ଦକ୍ଷ କିନ୍ତୁ ସେମାନେ ଶିଖୁଛନ୍ତି । ଏହା ସହଜ ନୁହେଁ । ଆନ୍ତର୍ଜାତୀୟ କ୍ରିକେଟରେ ଶିଖିବା ସହଜ ନୁହେଁ । ଆମକୁ ଧର୍ଯ୍ୟର ସହିତ କାମ ନେବାକୁ ପଡିବ ।”

ସେ କହିଛନ୍ତି, "ଆଗାମୀ ଟି-୨୦ ବିଶ୍ୱକପ ପାଇଁ ଦଳ ପ୍ରସ୍ତୁତ ହେଉଛି । ଏହି ଫର୍ମାଟରେ ବିରାଟ କୋହଲି, ରୋହିତ ଶର୍ମା ଓ କେ.ଏଲ୍ ରାହୁଲଙ୍କ ପାଇଁ ଦ୍ୱାର ବନ୍ଦ ଥିବା ଦର୍ଶାଇ ସେ କହିଛନ୍ତି ଯେ ଯୁବକମାନଙ୍କ ସହ ଧର୍ଯ୍ୟର ଆବଶ୍ୟକତା ରହିଛି ଓ ଟିମ୍ ମ୍ୟାନେଜମେଣ୍ଟ ସେମାନଙ୍କୁ ସମର୍ଥନ ଜାରି ରଖିବା ଉଚିତ୍ ।

ଦ୍ରାବିଡ ଆହୁରି କହିଛନ୍ତି, “ଆମେ ଏହି ସିରିଜ ପୂର୍ବରୁ ଇଂଲଣ୍ଡ ବିପକ୍ଷରେ ଶେଷ ଟି-୨୦ ବିଶ୍ୱକପ ସେମିଫାଇନାଲ ଖେଳିଥିଲୁ । ସେହି ଦଳରୁ କେବଳ ତିନି କିମ୍ବା ଚାରି ଖେଳାଳି ବର୍ତ୍ତମାନର ଦଳରେ ଅଛନ୍ତି । ପରବର୍ତ୍ତୀ ଟି-୨୦ ବିଶ୍ୱକପ ଓ ଏହି ଯୁବ ଦଳ ଉପରେ ଆମର ନଜର ରହିଛି ।" 

ଏହାସହ ଦ୍ରାବିଡ ବିଶ୍ୱାସ କରିନ୍ତି ଯେ ବର୍ତ୍ତମାନ ଭାରତରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ୱକପ ଉପରେ ଧ୍ୟାନ ଦିଆଯାଇଛି ଓ ଅଧିକରୁ ଅଧିକ ଯୁବକଙ୍କୁ ଟି-୨୦ ଖେଳିବାର ସୁଯୋଗ ଦେବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ ।

ସେ କହିଛନ୍ତି, “ଭଲ କଥା ହେଉଛି ଚଳିତ ବର୍ଷ ଦିନିକିଆ ବିଶ୍ୱକପ ଅନୁଷ୍ଠିତ ହେବ । ଏଥିରେ ଅଧିକ ଧ୍ୟାନ ଦିଆଯିବ । ଏହାପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଅଛି । ଏଭଳି ପରିସ୍ଥିତିରେ ଯୁବ ଖେଳାଳି ମାନଙ୍କୁ ଟି-୨୦ ମ୍ୟାଚ୍‌ରେ ସୁଯୋଗ ଦିଆଯାଇପାରେ । ଏହି ସିରିଜରେ ଭାରତ ଶିବମ ମାଭି, ଉମ୍ରାନ ମଲିକ, ଶୁବମାନ ଗିଲ ଓ ରାହୁଲ ତ୍ରିପାଠୀଙ୍କ ପରି ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଛି । ରାହୁଲ ଦ୍ରାବିଡ କହିଛନ୍ତି, “ସେମାନଙ୍କୁ ସୁଯୋଗ ଦେବା ବ୍ୟତୀତ ସେମାନଙ୍କୁ ସମର୍ଥନ କରିବାର ମଧ୍ୟ ଆବଶ୍ୟକତା ରହିଛି । ଆମକୁ ଧର୍ଯ୍ୟର ସହିତ କାମ କରିବାକୁ ପଡିବ । ଆମକୁ ମଧ୍ୟ ବୁଝିବାକୁ ପଡିବ ଯେ ଏହିପରି ମ୍ୟାଚ୍ ଆସିବ ।”

ଏହା ବି ପଢନ୍ତୁ: Asia cup 2023: ଜୟ ଶାହାଙ୍କୁ ଦୋଷି କରି ହଟହଟା ହେଲେ PCB ଚେୟାରମ୍ୟାନ, ପୋଲ୍ ଖୋଲିଦେଲା ACC