T20I Rankings: ୧ନଂ ସ୍ଥାନ ବଜାଇ ରଖିଲେ ସୂର୍ଯ୍ୟକୁମାର, ଜାଣନ୍ତୁ କେତେ ନମ୍ବରରେ ଅଛନ୍ତି ଯଶସ୍ବୀ
Advertisement

T20I Rankings: ୧ନଂ ସ୍ଥାନ ବଜାଇ ରଖିଲେ ସୂର୍ଯ୍ୟକୁମାର, ଜାଣନ୍ତୁ କେତେ ନମ୍ବରରେ ଅଛନ୍ତି ଯଶସ୍ବୀ

T20I Rankings: ଗତ କିଛି ମାସ ହେବ କ୍ରିକେଟଠାରୁ ଦୂରେଇ ରହିବା ସତ୍ତ୍ବେ ସୂର୍ଯ୍ୟକୁମାର ଯାଦବ ଆଇସିସି ଟ୍ବେଣ୍ଟି-୨୦ ବ୍ୟାଟିଂ ମାନ୍ୟତା ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି । ବୁଧବାର ଆଇସିସି ପକ୍ଷରୁ ଏହି ସଦ୍ୟତମ ମାନ୍ୟତା ତାଲିକା ପ୍ରକାଶ ପାଇଛି । ଏଥିରେ ସର୍ବାଧିକ ପଏଣ୍ଟ ସହ ସୂର୍ଯ୍ୟକୁମାର ଏକ ନମ୍ବର ସ୍ଥାନରେ ରହିଛନ୍ତି ।

ସୂର୍ଯ୍ୟକୁମାରଙ୍କ ପଛକୁ ରହିଛନ୍ତି ଇଂଲଣ୍ତର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଫିଲ ସଲଟ୍ । ଖେଳାଳି ୮୦୨ ପଏଣ୍ଟ ସହ ୨ୟ ନଂ ସ୍ଥାନରେ ରହିଥିଲେ ମଧ୍ଯ ସୂର୍ଯ୍ୟକୁମାରଙ୍କଠାରୁ ବହୁ ପଛରେ ରହିଛନ୍ତି । ସେହିପରି ୮୦୦ ପଏଣ୍ଟ ସହ ୩ୟରେ ପାକିସ୍ତାନର ମହମ୍ମଦ ରିଜୱାନ୍, ୭୬୪ ପଏଣ୍ଟ ସହ ପାକିସ୍ତାନର ବାବର ଆଜମ୍ ୪ର୍ଥ, ୭୫୫ ପଏଣ୍ଟ ସହ ଦକ୍ଷିଣ ଆଫ୍ରିକାର ଐଡ଼େନ୍ ମାର୍କରାମ ୫ମ ସ୍ଥାନରେ ରହିଛନ୍ତି । ସୂର୍ଯ୍ୟକୁମାରଙ୍କ ବ୍ୟତୀତ ଭାରତୀୟ ଭାବେ ଶୀର୍ଷ- ୧୦ରେ ରହିଛନ୍ତି ଯୁବ ଓପନର ଯଶସ୍ବୀ ଜୟସୱାଲ । ମୁମ୍ବାଇର ଏହି ବାମହାତି ବ୍ୟାଟ୍ସମ୍ୟାନ୍ ୭୧୪ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଛନ୍ତି । ଦକ୍ଷିଣ ଆଫ୍ରିକାର ରାଇଲି ରୁସୌ ୭ମ, ନ୍ୟୁଜିଲାଣ୍ତର ଫିନ୍ ଆଲେନ ୮ମ, ଇଂଲଣ୍ତର ଜୋସ ବଟଲର ୯ମ ଓ ଦକ୍ଷିଣ ଆଫ୍ରିକାର ରିଜା ହେଣ୍ତ୍ରିକସ୍ ୧୦ମ ସ୍ଥାନରେ ରହିଛନ୍ତି । ଅନ୍ୟପଟେ ଆଇସିସି ଟ୍ବେଣ୍ଟି-୨୦ ଦଳ ଭାବେ ଶୀର୍ଷ ସ୍ଥାନ ବଜାୟ ରଖିଛି ଟିମ୍ ଇଣ୍ତିଆ । ଭାରତ ପଛକୁ ଇଂଲଣ୍ତ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ତ ଓ ପାକିସ୍ତାନ ରହିଛନ୍ତି ।

ଏହା ବି ପଢନ୍ତୁ- IPL 2024: ବଦଳିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନାଁ ସହ ଜର୍ସି ଓ ଲୋଗୋ

ସେହିପରି ଟ୍ବେଣ୍ଟି-୨୦ ବୋଲିଂ ମାନ୍ୟତାର ପ୍ରଥମ ୧୦ ଜଣଙ୍କ ମଧ୍ଯରେ ୯ ଜଣ ସ୍ପିନର ଥିବାବେଳେ ଏକମାତ୍ର ପେସ ବୋଲର ଭାବେ ଜୋସ ହାଜେଲଉଡ଼ ରହିଛନ୍ତି । ଶ୍ରୀଲଙ୍କା ୱାନିନ୍ଦୁ ହସରଙ୍ଗା ୨ୟ, ୱେଷ୍ଟଇଣ୍ତିଜର ଆକିଲ ହୋସେନ୍ ୩ୟ ସ୍ଥାନରେ ରହିଛନ୍ତି । ଟି-୨୦ ବୋଲିଂ ମାନ୍ୟତା ତାଲିକାରେ ସର୍ବୋଚ୍ଚ ସ୍ଥାନରେ ଥିବା ଭାରତୀୟ ବୋଲର ଅକ୍ଷର ପଟେଲ ୪ର୍ଥ ସ୍ଥାନରେ ରହିଛନ୍ତି । ସେପଟେ ଲେଗ ସ୍ପିନର ରବି ବିଷୋଇ ୬ଷ୍ଠ ସ୍ଥାନରେ ରହିଛନ୍ତି ।