Danushka Gunathilaka: ଟି-20 ବିଶ୍ୱକପ ସମୟରେ କ୍ରିକେଟର କଲେ ଦୁଷ୍କର୍ମ! ସିଡନୀର ଟିମ୍ ହୋଟେଲରୁ ଗିରଫ
Advertisement

Danushka Gunathilaka: ଟି-20 ବିଶ୍ୱକପ ସମୟରେ କ୍ରିକେଟର କଲେ ଦୁଷ୍କର୍ମ! ସିଡନୀର ଟିମ୍ ହୋଟେଲରୁ ଗିରଫ

Danushka Gunathilaka:  ନଭେମ୍ବର ୪ ତାରିଖ ଦିନ ତାଙ୍କୁ ପୋଲିସ ଗିରଫ କରିଥିଲା । ରବିବାର ସକାଳେ ତାଙ୍କ ବିନା ଶ୍ରୀଲଙ୍କା ଦଳ ସ୍ୱଦେଶକୁ ଫେରିଛି । ତିନି ସପ୍ତାହ ପୂର୍ବେ ଗୁନାଥିଲାକା ଆହତ ହୋଇଥିଲେ ଓ ତାଙ୍କ ସ୍ଥାନରେ ଆଶିନ୍ ବଣ୍ଡାରାଙ୍କୁ ସୁଯୋଗ ମିଳିଥିଲା । କିନ୍ତୁ ଦନୁଷ୍କା ଗୁନାଥିଲାକାଙ୍କୁ ସ୍ୱଦେଶକୁ ପଠାଇବା ପରିବର୍ତ୍ତେ ମ୍ୟାନେଜମେଣ୍ଟ ତାଙ୍କୁ ଦଳ ସହିତ ରଖିଥିଲା ।

Danushka Gunathilaka: ଟି-20 ବିଶ୍ୱକପ ସମୟରେ କ୍ରିକେଟର କଲେ ଦୁଷ୍କର୍ମ! ସିଡନୀର ଟିମ୍ ହୋଟେଲରୁ ଗିରଫ

Danushka Gunathilaka: ଅଷ୍ଟ୍ରେଲିଆରେ ଚାଲିଥିବା ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ସମୟରେ ଶ୍ରୀଲଙ୍କା ଦଳ (Sri Lanka Team) କୁ ବଡ଼ ଝଟକା ଲାଗିଛି । ଦୁଷ୍କର୍ମ ଅଭିଯୋଗ (Rape Charges) ରେ ଶ୍ରୀଲଙ୍କା ଦଳର କ୍ରିକେଟର ଦନୁଷ୍କା ଗୁନାଥିଲାକା (Danushka Gunathilaka) ଙ୍କୁ ସିଡନୀ ଇଷ୍ଟରୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ, ନଭେମ୍ବର ୪ ତାରିଖ ଦିନ ତାଙ୍କୁ ପୋଲିସ ଗିରଫ କରିଥିଲା । ରବିବାର ସକାଳେ ତାଙ୍କ ବିନା ଶ୍ରୀଲଙ୍କା ଦଳ ସ୍ୱଦେଶକୁ ଫେରିଛି । ତିନି ସପ୍ତାହ ପୂର୍ବେ ଗୁନାଥିଲାକା ଆହତ ହୋଇଥିଲେ ଓ ତାଙ୍କ ସ୍ଥାନରେ ଆଶିନ୍ ବଣ୍ଡାରାଙ୍କୁ ସୁଯୋଗ ମିଳିଥିଲା । କିନ୍ତୁ ଦନୁଷ୍କା ଗୁନାଥିଲାକାଙ୍କୁ ସ୍ୱଦେଶକୁ ପଠାଇବା ପରିବର୍ତ୍ତେ ମ୍ୟାନେଜମେଣ୍ଟ ତାଙ୍କୁ ଦଳ ସହିତ ରଖିଥିଲା ।

ଦନୁଷ୍କା ଗୁନାଥିଲାକାଙ୍କ ବିରୋଧରେ ୨୯ ବର୍ଷୀୟା ମହିଳା ଅଭିଯୋଗ ଆଣିଛନ୍ତି । ସୂଚନା ଅନୁଯାୟୀ, ଅଭିଯୋଗକାରୀ ଜଣେ ୨୯ ବର୍ଷୀୟ ମହିଳା, ଯାହାଙ୍କୁ ସେ ଏକ ଡେଟିଂ ଆପ୍ ମାଧ୍ୟମରେ ଭେଟିଥିଲେ । ଅଷ୍ଟ୍ରେଲିୟା ପୋଲିସର ସୂଚନାନୁସାରେ, ଦନୁଷ୍କା ଗୁନାଥିଲାକା ବୁଧବାର ସନ୍ଧ୍ୟାରେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ରବିବାର ସକାଳେ ସିଡନୀର ସେଣ୍ଟ୍ରାଲ ବିଜିନେସ୍ ଡିଷ୍ଟ୍ରିକ୍ଟର ଟିମ୍ ହୋଟେଲରୁ ଦନୁଷ୍କା ଗୁନାଥିଲାକାଙ୍କୁ ଗିରଫ କରାଯାଇଥିଲା । ପୋଲିସ ବର୍ତ୍ତମାନ ଘଟଣାର ତଦନ୍ତ କରୁଛି ।

ନ୍ୟୁ ସାଉଥ ୱେଲ୍ସ ପୋଲିସର ଏକ ବୟାନରେ କୁହାଯାଇଛି ଯେ, ମହିଳା ଜଣକ ଅନଲାଇନ୍ ଡେଟିଂ ଆପ ମାଧ୍ୟମରେ ଅନେକ ଦିନର ବାର୍ତ୍ତାଳାପ ପରେ ଉକ୍ତ ବ୍ୟକ୍ତିଙ୍କୁ ଭେଟିଥିଲେ । ଅଭିଯୋଗ ହୋଇଛି ଯେ ନଭେମ୍ବର ୨ ବୁଧବାର ସନ୍ଧ୍ୟାରେ ଉକ୍ତ ବ୍ୟକ୍ତି ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ । ଶନିବାର ଦିନ ରୋଜ ବେ’ର ଏକ ଠିକଣାରେ ପୋଲିସ ଅପରାଧ ହୋଇଥିବା ସ୍ଥାନର ତଦନ୍ତ କରିଥିଲା । ପୋଲିସର ସୂଚନାନୁସାରେ, ପଚରାଉଚରା ପରେ ଆଜି (ରବିବାର) ଅର୍ଥାତ ନଭେମ୍ୱର ୬ ସକାଳ ୧୦ଟା ପୂର୍ବରୁ ସିଡନୀର ସସେକ୍ସ ଷ୍ଟ୍ରିଟ୍ ସ୍ଥିତ ଏକ ହୋଟେଲରେ ଜଣେ ୩୧ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।

ଅଧିକ ପଢ଼ନ୍ତୁ:-ସେମିଫାଇନାଲ ପହଞ୍ଚିଲା ଟିମ୍ ଇଣ୍ଡିଆ, ପାକିସ୍ତାନ ଓ ବାଂଲାଦେଶ ପାଇଁ ଖୋଲିଲା ରାସ୍ତା

ଅଧିକ ପଢ଼ନ୍ତୁ:-ରେଲୱେ ବାତିଲ କଲା ଆଜି ୧୩୯ ଟ୍ରେନ୍, ଆପଣଙ୍କର ଟ୍ରେନ୍ ନାହିଁ ତ ଏଥିରେ! ଦେଖି ନିଅନ୍ତୁ ପୂରା ଲିଷ୍ଟ୍

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ଆଶାକୁ ନିରାଶାରେ ପରିବର୍ତ୍ତନ କରିପାରେ ମେଲବୋର୍ଣ୍ଣର ପାଣିପାଗ, ଜାଣନ୍ତୁ କାହା ସପକ୍ଷରେ ରହିବ ପିଚ୍

ଦନୁଷ୍କା ଗୁନାଥିଲାକା ବିନା ଅନୁମତିରେ ଯୌନ ସମ୍ପର୍କ ରଖିଥିଲା । ତେଣୁ ତାଙ୍କୁ ସିଡନୀ ସିଟି ପୋଲିସ ଷ୍ଟେସନକୁ ନିଆଯାଇଛି । ବୟାନରେ କୁହାଯାଇଛି ଯେ, ଶ୍ରୀଲଙ୍କା ନାଗରିକ (ଦନୁଷ୍କା ଗୁନାଥିଲାକା ) ଙ୍କୁ ଆଜି ଏଭିଏଲ୍ (ଅଡିଓ-ଭିଜୁଆଲ୍ ଲିଙ୍କ୍) ମାଧ୍ୟମରେ ପରରାମଟ୍ଟା କୋର୍ଟରେ ହାଜର ହେବା ପରେ ତାଙ୍କ ଜାମିନ ନାମଞ୍ଜୁର ହୋଇଛି । ହାମଷ୍ଟ୍ରିଂ ଆଘାତ ଯୋଗୁଁ ପ୍ରଥମ ରାଉଣ୍ଡରେ ଦନୁଷ୍କା ଗୁନାଥିଲାକା ଟି-20 ବିଶ୍ୱକପରୁ ବାଦ ପଡିଥିଲେ । ତେବେ ସେ ଅଷ୍ଟ୍ରେଲିଆରେ ଦଳ ସହ ରହିଥିଲେ । ନଭେମ୍ବର ୨୦୧୫ରେ ଅନ୍ତର୍ଜାତୀୟ ଡେବ୍ୟୁ କରିବା ପରଠାରୁ ସେ ଶ୍ରୀଲଙ୍କା ପାଇଁ ୮ଟି ଟେଷ୍ଟ, ୪୭ଟି ODI ଏବଂ ୪୬ଟି ଟି-20 ମ୍ୟାଚ୍ ଖେଳିଛନ୍ତି ।