T20 World Cup 2022: ଷ୍ଟାର୍ ସ୍ପୋର୍ଟସ୍ ବ୍ୟତୀତ ଏଠାରେ ଫ୍ରି'ରେ ଦେଖିପାରିବେ ନକଆଉଟ୍ ମ୍ୟାଚର ଲାଇଭ୍ ପ୍ରସାରଣ, ଦେଖନ୍ତୁ ଶେଡ୍ୟୁଲ୍
Advertisement

T20 World Cup 2022: ଷ୍ଟାର୍ ସ୍ପୋର୍ଟସ୍ ବ୍ୟତୀତ ଏଠାରେ ଫ୍ରି'ରେ ଦେଖିପାରିବେ ନକଆଉଟ୍ ମ୍ୟାଚର ଲାଇଭ୍ ପ୍ରସାରଣ, ଦେଖନ୍ତୁ ଶେଡ୍ୟୁଲ୍

T20 World Cup 2022 Live Broadcast: ସମସ୍ତ ସେମିଫାଇନାଲ ମ୍ୟାଚ୍ ବ୍ୟତୀତ ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ର ଫାଇନାଲ ମ୍ୟାଚ୍ ଷ୍ଟାର ସ୍ପୋର୍ଟସ ନେଟୱାର୍କ (Star Sports Network) ବ୍ୟତୀତ ଡିଡି ସ୍ପୋର୍ଟସ  (DD Sports) ରେ ଭାରତୀୟ ପ୍ରଶଂସକମାନେ ଲାଇଭ୍ ଦେଖିପାରିବେ । ଏହା ବ୍ୟତୀତ ଡିସ୍ନି ପ୍ଲସ୍ ହଟଷ୍ଟାର (Disney Plus Hotstar) ରେ ଲାଇଭ୍ ଷ୍ଟ୍ରିମିଂ କରାଯିବ । 

T20 World Cup 2022: ଷ୍ଟାର୍ ସ୍ପୋର୍ଟସ୍ ବ୍ୟତୀତ ଏଠାରେ ଫ୍ରି'ରେ ଦେଖିପାରିବେ ନକଆଉଟ୍ ମ୍ୟାଚର ଲାଇଭ୍ ପ୍ରସାରଣ, ଦେଖନ୍ତୁ ଶେଡ୍ୟୁଲ୍

T20 World Cup 2022 Live Broadcast: କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି । ବାସ୍ତବରେ, ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ର ସେମିଫାଇନାଲ ମ୍ୟାଚ ଗୁଡ଼ିକ (Semi Final Matches) ଓ ଫାଇନାଲ ମ୍ୟାଚ (Final MAatch) ର ଲାଇଭ୍ ବା ସିଧା ପ୍ରସାରଣ DD ସ୍ପୋର୍ଟସ (DD Sports) ରେ ହେବ । ଯଦି ଆପଣଙ୍କର ପ୍ୟାକରେ ଷ୍ଟାର୍ ସ୍ପୋର୍ଟସ୍ ନେଟୱାର୍କ (Star Sports Network) ନାହିଁ, ତେବେ ଆପଣଙ୍କୁ ସେମିଫାଇନାଲ୍ ଓ ଫାଇନାଲ୍ ମ୍ୟାଚ୍ ଦେଖିବା ପାଇଁ ଟଙ୍କା ଦେବାକୁ ପଡ଼ିବ ନାହିଁ । କ୍ରିକେଟ୍ ପ୍ରଶଂସକମାନେ ଡିସି ସ୍ପୋର୍ଟସରେ ଆଇସିସି ଟି-20 ବିଶ୍ୱକପ ୨୦୨୨ (ICC T20 World Cup 2022) ର ନକ୍ଆଉଟ୍ ମ୍ୟାଚ୍ ମାଗଣାରେ ଦେଖିପାରିବେ ।

ଏଠାରେ କହି ରଖୁଛୁ ଯେ, ନଭେମ୍ବର ୯ରେ ଟି-20 ବିଶ୍ୱକପ ୨୦୨୨ର ପ୍ରଥମ ସେମିଫାଇନାଲ ଖେଳାଯିବ । ପ୍ରଥମ ସେମିଫାଇନାଲ ମ୍ୟାଚରେ ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡର ଦଳ (Pakistan vs New Zealand Semi Final Match) ମୁହାଁମୁହିଁ ହେବେ । ଉଭୟ ଦଳ ମଧ୍ୟରେ ଏହି ମ୍ୟାଚ୍ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ । ଏହି ମ୍ୟାଚ୍ ଭାରତୀୟ ସମୟ ଦିନ ୧.୩୦ ମିନିଟରେ ଆରମ୍ଭ ହେବ । ଷ୍ଟାର ସ୍ପୋର୍ଟସ ବ୍ୟତୀତ ଭାରତୀୟ ପ୍ରଶଂସକମାନେ ଡିଡି ସ୍ପୋର୍ଟସ (DD Sports) ରେ ପାକିସ୍ତାନ-ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲ ମ୍ୟାଚ (PAK vs NZ) ଦେଖିପାରିବେ ।

ଅନ୍ୟପଟେ ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ (Second Semi Final) ନଭେମ୍ବର ୧୦ରେ ଖେଳାଯିବ । ଏହି ମ୍ୟାଚରେ ଇଂଲଣ୍ଡ ଦଳ (England Team) ଟିମ୍ ଇଣ୍ଡିଆ (Team India) ସାମ୍ନାରେ ରହିବ । ଉଭୟ ଦଳ ମଧ୍ୟରେ ଏହି ମ୍ୟାଚ୍ (India vs England Semi Final Match) ଆଡିଲେଡ୍ ଓଭାଲ୍ ଗ୍ରାଉଣ୍ଡ (Adelaide Oval Ground) ରେ ଖେଳାଯିବ । ଏହି ସେମିଫାଇନାଲ ମ୍ୟାଚ୍ (IND vs ENG) ଭାରତୀୟ ସମୟାନୁସାରେ ଅପରାହ୍ନ ୧.୩୦ ମିନିଟରେ ଆରମ୍ଭ ହେବ ।

ଅଧିକ ପଢ଼ନ୍ତୁ:-ଖସିଲା ସୁନ-ରୁପା ଦର, ଜାଣନ୍ତୁ ଆଜି ଓଡ଼ିଶାରେ କ'ଣ ରହିଛି ରେଟ୍

ଅଧିକ ପଢ଼ନ୍ତୁ:-ଝିଅଙ୍କୁ ପାଗଳ କରିଦେଇଥାଏ ପୁଅଙ୍କ ଏସବୁ ଗୁଣ!

ଅଧିକ ପଢ଼ନ୍ତୁ:-ଦନୁଷ୍କାଙ୍କ ବ୍ୟତୀତ ଏହି ୪ ବଡ଼ କ୍ରିକେଟରଙ୍କ ଉପରେ ଲାଗିସାରିଛି ଦୁଷ୍କର୍ମ ଅଭିଯୋଗ, ଲିଷ୍ଟରେ ଅଛନ୍ତି ଜଣେ ଭାରତୀୟ

ସୂଚନାଯୋଗ୍ୟ, ଏହି ସମସ୍ତ ମ୍ୟାଚ୍ ବ୍ୟତୀତ ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ର ଫାଇନାଲ ମ୍ୟାଚ୍ ଷ୍ଟାର ସ୍ପୋର୍ଟସ ନେଟୱାର୍କ (Star Sports Network) ବ୍ୟତୀତ ଡିଡି ସ୍ପୋର୍ଟସ  (DD Sports) ରେ ଭାରତୀୟ ପ୍ରଶଂସକମାନେ ଲାଇଭ୍ ଦେଖିପାରିବେ । ଏହା ବ୍ୟତୀତ ଡିସ୍ନି ପ୍ଲସ୍ ହଟଷ୍ଟାର (Disney Plus Hotstar) ରେ ଲାଇଭ୍ ଷ୍ଟ୍ରିମିଂ କରାଯିବ । ଏଠାରେ କହି ରଖୁଛୁ ଯେ, ଟି-20 ବିଶ୍ୱକପ ୨୦୨୨ର ଫାଇନାଲ ମ୍ୟାଚ ନଭେମ୍ବର ୧୩ରେ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ (Melbourne Cricket Ground) ରେ ଖେଳାଯିବ ।