T20 World Cup 2022: ଟି-20 ବିଶ୍ୱକପ ଅପେକ୍ଷା ଏହି ଖେଳାଳିଙ୍କ କ୍ୟାରିୟର ଅଧିକ ଗୁରୁତ୍ୱପୂର୍ଣ୍ଣ, ରୋହିତ ଶର୍ମା ଦେଲେ ଆଶ୍ଚର୍ଯ୍ୟଜନକ ବୟାନ
Advertisement
Article Detail0/zeeodisha/odisha1396862

T20 World Cup 2022: ଟି-20 ବିଶ୍ୱକପ ଅପେକ୍ଷା ଏହି ଖେଳାଳିଙ୍କ କ୍ୟାରିୟର ଅଧିକ ଗୁରୁତ୍ୱପୂର୍ଣ୍ଣ, ରୋହିତ ଶର୍ମା ଦେଲେ ଆଶ୍ଚର୍ଯ୍ୟଜନକ ବୟାନ

T20 World Cup 2022: ରହିତ ଶର୍ମା କହିଛନ୍ତି ଯେ, ଯେତେ ଦୂର ବୁମ୍ରାଙ୍କ ବିଷୟ , ସେ ଆମ ପାଇଁ ଭଲ ପ୍ରଦର୍ଶନ କରିଛନ୍ତି । ଆହତ ହେବାକୁ ନେଇ ଆପଣ କିଛି କରିପାରିବେ ନାହିଁ । ଆମେ ବିଶେଷଜ୍ଞଙ୍କ ସହ କଥା ହେଲୁ । ବିଶ୍ୱକପ୍ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ତାଙ୍କ କ୍ୟାରିଅର୍ ଅଧିକ ଗୁରୁତ୍ୱପୂର୍ଣ୍ଣ । ସେ ହେଉଛନ୍ତି ୨୭-୨୮ ବର୍ଷ ବୟସର, ଆମେ ରିସ୍କ୍ ନେଇ ପାରିବୁ ନାହିଁ । ତାଙ୍କ ଭିତରେ ବହୁତ କ୍ରିକେଟ୍ ବାକି ଅଛି । ଆମକୁ ତାଙ୍କ କମି ଅନୁଭବ ହେବ ।

T20 World Cup 2022: ଟି-20 ବିଶ୍ୱକପ ଅପେକ୍ଷା ଏହି ଖେଳାଳିଙ୍କ କ୍ୟାରିୟର ଅଧିକ ଗୁରୁତ୍ୱପୂର୍ଣ୍ଣ, ରୋହିତ ଶର୍ମା ଦେଲେ ଆଶ୍ଚର୍ଯ୍ୟଜନକ ବୟାନ

ନୂଆଦିଲ୍ଲୀ: T20 World Cup 2022: ଟି-20 ବିଶ୍ୱକପ ୨୦୨୨ ଚଳିତ ବର୍ଷ ଅକ୍ଟୋବର ୧୬ରୁ ରାଉଣ୍ଡ ୧ ମ୍ୟାଚ୍ ଆରମ୍ଭ ହେବାକୁ ଯାଉଛି । ଟି-20 ବିଶ୍ୱକପ 2022 (T20 World Cup 2022) ଖେଳିବା ପାଇଁ ସମସ୍ତ ଦଳ ଅଷ୍ଟ୍ରେଲିଆ ପହଞ୍ଚିସାରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଭାରତୀୟ ଦଳର ଅଧିନାୟକ (Team India Captain) ରୋହିତ ଶର୍ମା (Rohit Sharma) ମେଗା ସାମ୍ବାଦିକ ସମ୍ମିଳନୀରେ ଭାଗ ନେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରୋହିତ ଶର୍ମା ଅନେକ ବଡ଼ ବୟାନ ଦେଇଛନ୍ତି । 

ଏହି ସମୟରେ ରୋହିତ ଶର୍ମା ଜଣେ ଆହତ ଖେଳାଳିଙ୍କୁ ରକ୍ଷା କରିବାକୁ ଯାଇ ଏକ ଆଶ୍ଚର୍ଯ୍ୟଜନକ ଜବାବ ମଧ୍ୟ ଦେଇଛନ୍ତି । ଆସନ୍ତୁ ଜାଣିବା ସେହି ଖେଳାଳି ଜଣକ କିଏ? ପିଠିରେ ଆଘାତ ଲାଗିଥିବାରୁ ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା (Jasprit Bumrah) ଏହି ଟୁର୍ଣ୍ଣାମେଣ୍ଟରେ ଦଳର ଅଂଶ ନୁହଁନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଯେତେବେଳେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ବୁମ୍ରାଙ୍କ ଆଘାତ ବିଷୟରେ ପଚରାଯାଇଥିଲା, ସେ କହିଛନ୍ତି ଯେ, 'ଯେତେ ଦୂର ବୁମ୍ରାଙ୍କ ବିଷୟ , ସେ ଆମ ପାଇଁ ଭଲ ପ୍ରଦର୍ଶନ କରିଛନ୍ତି । ଆହତ ହେବାକୁ ନେଇ ଆପଣ କିଛି କରିପାରିବେ ନାହିଁ । ଆମେ ବିଶେଷଜ୍ଞଙ୍କ ସହ କଥା ହେଲୁ । ବିଶ୍ୱକପ୍ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ତାଙ୍କ କ୍ୟାରିଅର୍ ଅଧିକ ଗୁରୁତ୍ୱପୂର୍ଣ୍ଣ । ସେ ହେଉଛନ୍ତି ୨୭-୨୮ ବର୍ଷ ବୟସର, ଆମେ ରିସ୍କ୍ ନେଇ ପାରିବୁ ନାହିଁ । ତାଙ୍କ ଭିତରେ ବହୁତ କ୍ରିକେଟ୍ ବାକି ଅଛି । ଆମକୁ ତାଙ୍କ କମି ଅନୁଭବ ହେବ ।"

ସେପଟେ ରୋହିତ ଶର୍ମା ମହମ୍ମଦ ଶାମି (Mohammed Shami) ଙ୍କ ପାଇଁ କହିଛନ୍ତି ଯେ, "ମହମ୍ମଦ ଶାମିଙ୍କ ବିଷୟ ଅଛି ତ ସେ କୋରୋନା ସଂକ୍ରମିତ ହୋଇପଡ଼ି ଥିଲେ । ସେ ତାଙ୍କ ଘରେ ଥିଲେ, ଯେତେବେଳେ ଆମେ ତାଙ୍କୁ ଏନସିଏକୁ ଡାକିଥିଲୁ । ସେ ସେଠାରେ କଠିନ ପରିଶ୍ରମ କରିଛନ୍ତି । ଆସନ୍ତାକାଲି ଭାରତୀୟ ଦଳ ବ୍ରିସବେନରେ ପହଞ୍ଚିବ । ସେଠାରେ ଦଳ ସହିତ ଅଭ୍ୟାସ କରିବେ । ଶାମି ସହିତ ସବୁକିଛି ଠିକ୍ ଚାଲିଛି । ଖେଳାଳିମାନଙ୍କୁ ପରିଚାଳନା କରିବା ପାଇଁ ଆମେ ବହୁତ ଚେଷ୍ଟା କରିଛୁ, କିନ୍ତୁ ଦୁର୍ଭାଗ୍ୟବଶତଃ ଆହତ ହେବା ଖେଳର ଏକ ଅଂଶ । ତେଣୁ ବେଞ୍ଚ ପ୍ରସ୍ତୁତି ଉପରେ ଆମର ଧ୍ୟାନ ଥିଲା । ଆମେ ଯୁବ ବୋଲରମାନଙ୍କୁ ସୁଯୋଗ ଦେବାକୁ ଚାହୁଁଥିଲୁ ।"

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ଏହି ଷ୍ଟାର୍ ଖେଳାଳିଙ୍କ ପତ୍ନୀଙ୍କ ସହ ଚଳନ୍ତା ଟ୍ରେନରେ ଦୁର୍ବ୍ୟବହାର, ଚେକିଂ ଷ୍ଚାଫଙ୍କ ବିରୋଧରେ ଗୁରୁତର ଅଭିଯୋଗ

ଅଧିକ ପଢ଼ନ୍ତୁ:-ରୋହିତ ଶର୍ମା ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ହିଁ ସ୍ଥିର କରିନେଇଛନ୍ତି ଚୂଡ଼ାନ୍ତ ଏକାଦଶ, ଏହି ଖେଳାଳିଙ୍କ କଟିଲା ପତା!

ଅଧିକ ପଢ଼ନ୍ତୁ:-'ବିରାଟ କୋହଲିଙ୍କୁ ଗିରଫ କର', ଜଣେ ବ୍ୟକ୍ତିଙ୍କ ହତ୍ୟା ପରେ ପୂର୍ବତନ ଭାରତୀୟ ଅଧିନାୟକଙ୍କୁ ଗିରଫ କରିବାକୁ ଦାବି

 

ଏଠାରେ କହି ରଖୁଛୁ ଯେ, ଟି-20 ବିଶ୍ୱକପ 2022 ପାଇଁ ଭାରତୀୟ ଦଳରେ ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ (ୱିକେଟ କିପର), ଦୀନେଶ କାର୍ତ୍ତିକ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ, ୟ ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂ, ମହମ୍ମଦ ଶାମି ସାମିଲ ଅଛନ୍ତି । ସେପଟେ ଷ୍ଟାଣ୍ଡବାଇ ଖେଳାଳିଙ୍କ ମଧ୍ୟରେ ଶାର୍ଦ୍ଦୁଲ ଠାକୁର, ଶ୍ରେୟସ୍ ଆୟର, ରବି ବିଷ୍ଣୋଇ, ମହମ୍ମଦ ସିରାଜ ଅଛନ୍ତି ।