T20 World Cup 2022 Points Table: ଟି-20 ବିଶ୍ୱକପରେ ପାକିସ୍ତାନ ପାଇଁ ସେମିଫାଇନାଲର ରାସ୍ତା ବନ୍ଦ! ଜାଣନ୍ତୁ କେଉଁ କେଉଁ ଦଳକୁ ମିଳିବ ସେମିଫାଇନାଲ ଟିକେଟ
Advertisement
Article Detail0/zeeodisha/odisha1413781

T20 World Cup 2022 Points Table: ଟି-20 ବିଶ୍ୱକପରେ ପାକିସ୍ତାନ ପାଇଁ ସେମିଫାଇନାଲର ରାସ୍ତା ବନ୍ଦ! ଜାଣନ୍ତୁ କେଉଁ କେଉଁ ଦଳକୁ ମିଳିବ ସେମିଫାଇନାଲ ଟିକେଟ

T20 World Cup 2022 Points Table: ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକା ବାଂଲାଦେଶକୁ ୧୦୪ ରନରେ ପରାସ୍ତ କରିଛି । ସେହିପରି ଟିମ୍ ଇଣ୍ଡିଆ ନେଦରଲ୍ୟାଣ୍ଡକୁ ୫୬ ରନରେ ପରାସ୍ତ କରିଛି । ସବୁଠାରୁ ବଡ଼ ଉଲଟଫେର୍ ହେଉଛି ଜିମ୍ବାୱେ ଠାରୁ ପାକିସ୍ତାନର ପରାଜୟ । ଗତକାଲିର ମ୍ୟାଚରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିବା ପରେ ଟିମ୍ ଇଣ୍ଡିଆ ୪ ପଏଣ୍ଟ ସହ ଗ୍ରୁପ୍-୨ରେ ପ୍ରଥମ ସ୍ଥାନରେ ରହିଛି ।

T20 World Cup 2022 Points Table: ଟି-20 ବିଶ୍ୱକପରେ ପାକିସ୍ତାନ ପାଇଁ ସେମିଫାଇନାଲର ରାସ୍ତା ବନ୍ଦ! ଜାଣନ୍ତୁ କେଉଁ କେଉଁ ଦଳକୁ ମିଳିବ ସେମିଫାଇନାଲ ଟିକେଟ

T20 World Cup 2022 Points Table: ଗତକାଲି (ଗୁରୁବାର) ଅର୍ଥାତ ଅକ୍ଟୋବର ୨୮ରେ ଆଇସିସି ଟି -20 ବିଶ୍ୱକପ ୨୦୨୨ (ICC T20 World CUp 2022) ରେ ୩ଟି ମ୍ୟାଚ୍ ଖେଳା ଯାଇଥିଲା । ଗତକାଲି ବଡ଼ ବଡ଼ ମ୍ୟାଚ୍ ଦେଖିବାକୁ ମିଳିଥିଲା । ଏଥର ମଧ୍ୟ ବଡ଼ ଉଲଟଫେର୍ ହୋଇଛି । ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକା ବାଂଲାଦେଶକୁ ୧୦୪ ରନରେ ପରାସ୍ତ କରିଛି । ସେହିପରି ଟିମ୍ ଇଣ୍ଡିଆ (Team India) ନେଦରଲ୍ୟାଣ୍ଡକୁ ୫୬ ରନରେ ପରାସ୍ତ କରିଛି । ସବୁଠାରୁ ବଡ଼ ଉଲଟଫେର୍ ହେଉଛି ଜିମ୍ବାୱେ ଠାରୁ ପାକିସ୍ତାନର ପରାଜୟ । ଏହି ୩ ମ୍ୟାଚର ଫଳାଫଳ ପରେ ଟି-20 ବିଶ୍ୱକପ ୨୦୨୨ ପଏଣ୍ଟ ଟେବୁଲ (T20 World Cup 2022 Points Table) ରେ ଅନେକ ଦ୍ୱନ୍ଦ୍ୱ ଦେଖାଦେଇଛି ।

୪ ପଏଣ୍ଟ ସହ ଗ୍ରୁପ୍ -୨ ଶୀର୍ଷରେ ଟିମ୍ ଇଣ୍ଡିଆ 

ଗତକାଲିର ମ୍ୟାଚରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିବା ପରେ ଟିମ୍ ଇଣ୍ଡିଆ ୪ ପଏଣ୍ଟ ସହ ଗ୍ରୁପ୍-୨ରେ ପ୍ରଥମ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ୩ ପଏଣ୍ଟ ସହ ଗ୍ରୁପ୍-୨ରେ ଦ୍ୱିତୀୟ ସ୍ଥାନରେ ରହିଛି । ଜିମ୍ବାୱେ ଦଳ ତୃତୀୟ ସ୍ଥାନରେ ରହିଛି । ପାକିସ୍ତାନକୁ ପରାସ୍ତ କରିବା ପରେ ସେ ଏହି ସ୍ଥାନ ପାଇଛି । ଗ୍ରୁପ୍-୨ରେ ନେଦରଲ୍ୟାଣ୍ଡ ସବୁଠାରୁ ତଳେ ଅର୍ଥାତ ଷଷ୍ଠ ସ୍ଥାନରେ ରହିଛି । ଏହି ଦଳକୁ ଏପର୍ଯ୍ୟନ୍ତ ଗୋଟିଏ ବି ପଏଣ୍ଟ ମିଳି ନାହିଁ ।

ଦ୍ୱିତୀୟ ନମ୍ୱରରେ ଥିବା ଦକ୍ଷିଣ ଆଫ୍ରିକା ତୁଳନାରେ ଟିମ୍ ଇଣ୍ଡିଆର ନେଟ୍ ରନ୍ ରେଟ୍ ବହୁତ କମ୍ ରହିଛି । ଟିମ୍ ଇଣ୍ଡିଆର ନେଟ୍ ରନ୍ ରେଟ୍ +1.425 ଥିବାବେଳେ ଦକ୍ଷିଣ ଆଫ୍ରିକାର ନେଟ୍ ରନ୍ ରେଟ୍ +5.200 ଏବଂ ଜିମ୍ବାୱେର ନେଟ୍ ରନ୍ ରେଟ୍ +0.050 ରହିଛି । ଏହା ବ୍ୟତୀତ ବାଂଲାଦେଶ, ପାକିସ୍ଥାନ ଏବଂ ନେଦରଲ୍ୟାଣ୍ଡର ନେଟ୍ ରନ୍ ରେଟ୍ ମାଇନସରେ ଅଛି ।

ଗ୍ରୁପ୍ ୧ରେ ରେସ୍ ଜୋରଦାର୍

ଗ୍ରୁପ୍- ୧ର ସେମିଫାଇନାଲ ପାଇଁ ୫ଟି ଦଳ ମଧ୍ୟରେ କଡ଼ା ମୁକାବିଲା ରହିଛି । ନ୍ୟୁଜିଲ୍ୟାଣ୍ଡ ୨ ମ୍ୟାଚରୁ ୩ ପଏଣ୍ଟ ସହ ଗ୍ରୁପ୍ -୧ ରେ ଟପରେ ରହିଛି । ଏହା ବ୍ୟତୀତ ଶ୍ରୀଲଙ୍କା ଦ୍ୱିତୀୟ, ଇଂଲଣ୍ଡ ତୃତୀୟ, ଆୟର୍ଲାଣ୍ଡ ଚତୁର୍ଥ, ଅଷ୍ଟ୍ରେଲିଆ ପଞ୍ଚମ ଏବଂ ଆଫଗାନିସ୍ତାନ ଷଷ୍ଠ ସ୍ଥାନରେ ରହିଛି ।

ଏହି ଗ୍ରୁପରେ କେନ୍ ୱିଲିୟମ୍ସନଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ ଦଳ ସବୁଠାରୁ ମଜବୁତ ସ୍ଥାନରେ ଅଛି । ନ୍ୟୁଜିଲ୍ୟାଣ୍ଡର ନେଟ୍ ରନ୍ ରେଟ୍ ହେଉଛି +4.450 । ଏଥିସହ ଶ୍ରୀଲଙ୍କାର ନେଟ୍ ରନ୍ ରେଟ୍ +0.450, ଇଂଲଣ୍ଡର ନେଟ୍ ରନ୍ ରେଟ୍ +0.239, ଆୟର୍ଲାଣ୍ଡର ନେଟ୍ ରନ୍ ରେଟ୍ -1.169 ଏବଂ ଅଷ୍ଟ୍ରେଲିଆର ନେଟ୍ ରନ୍ ରେଟ୍ -1.555  ରହିଛି ।

ଅଧିକ ପଢ଼ନ୍ତୁ:-ଜିମ୍ବାୱେ ଠାରୁ ପିଟିବା ପରେ ପାକିସ୍ତାନ ଅଧିନାୟକ ବାବର ଆଜମ କହିଲେ ଦଳକୁ କାହିଁକି ମିଳିଲା ପରାଜୟ

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ବିଜୟ ପରେ ମଧ୍ୟ ଖୁସି ନୁହଁନ୍ତି ରୋହିତ ଶର୍ମା, ମ୍ୟାଚ୍ ପରେ ଦେଲେ ଏହି ଆଶ୍ଚର୍ଯ୍ୟଜନକ ବୟାନ

ଅଧିକ ପଢ଼ନ୍ତୁ:-ଅଷ୍ଟ୍ରେଲିଆକୁ ଲାଗିଲା ଜୋରଦାର ଝଟକା, ଏହି ଖତରନାକ୍ ଖେଳାଳି ହେଲେ କୋରୋନା ସଂକ୍ରମିତ

ପ୍ରତି ଗ୍ରୁପର ଦୁଇଟି ଦଳ ଖେଳିବ ସେମିଫାଇନାଲ, ଶେଷରେ ୨ଟି ଦଳକୁ ମିଳିବ ଫାଇନାଲ ଟିକେଟ୍

ସୂଚନାଯୋଗ୍ୟ, ଉଭୟ ଗ୍ରୁପରେ ୬-୬ଟି ଦଳ ଅଛନ୍ତି, ସେଥିମଧ୍ୟରୁ ୨-୨ ଅର୍ଥାତ୍ ମୋଟ ୪ଟି ଦଳ ସେମିଫାଇନାଲରେ ପ୍ରବେଶ କରିବେ । ସୁପର-୧୨ ପର୍ଯ୍ୟାୟରୁ ନିଜ ନିଜ ଗ୍ରୁପରେ  ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଥିବା ଦଳ ସେମିଫାଇନାଲକୁ ଯିବ । ଅନ୍ୟ ସମସ୍ତ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିବେ ।