T20 World Cup 2022: ଇରଫାନ୍ ପଠାନଙ୍କ ଏକ ଟ୍ୱିଟକୁ ନେଇ ବବାଲ, ସୋସିଆଲ ମିଡିଆରେ ରାଗି ପାଚି ଲାଲ ହେଲେ ପାକିସ୍ତାନୀ ଫ୍ୟାନ୍ସ
Advertisement

T20 World Cup 2022: ଇରଫାନ୍ ପଠାନଙ୍କ ଏକ ଟ୍ୱିଟକୁ ନେଇ ବବାଲ, ସୋସିଆଲ ମିଡିଆରେ ରାଗି ପାଚି ଲାଲ ହେଲେ ପାକିସ୍ତାନୀ ଫ୍ୟାନ୍ସ

Irfan Pathan Tweet T20 World Cup 2022: ଟି-20 ବିଶ୍ୱକପ ଯୋଗୁଁ କ୍ରିକେଟ ବିଶେଷଜ୍ଞଙ୍କ ଠାରୁ ଆରମ୍ଭ କରି ପୂର୍ବତନ ଦିଗଜ୍ଜ କ୍ରିକେଟର୍ସଙ୍କ ଛୋଟ ଛୋଟ କଥା ବି ବହୁତ ଗୁରୁତ୍ୱ ରଖିଥାଏ । ଏହି କ୍ରମରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଦ୍ରୁତ ବୋଲର ତଥା ଷ୍ଟାର୍ ଅଲରାଉଣ୍ଡର ଇରଫାନ୍ ପଠାନଙ୍କ ଏକ ଟ୍ୱିଟ୍ ପାଇଁ ଚର୍ଚ୍ଚାକୁ ଆସିଛି ।

T20 World Cup 2022: ଇରଫାନ୍ ପଠାନଙ୍କ ଏକ ଟ୍ୱିଟକୁ ନେଇ ବବାଲ, ସୋସିଆଲ ମିଡିଆରେ ରାଗି ପାଚି ଲାଲ ହେଲେ ପାକିସ୍ତାନୀ ଫ୍ୟାନ୍ସ

Irfan Pathan Tweet T20 World Cup 2022: ବର୍ତ୍ତମାନ ସମୟରେ କ୍ରିକେଟର ମହାକୁମ୍ଭ ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ଚାଲିଛି । ଏହି ସମୟରେ ସମସ୍ତଙ୍କ ନଜର ଏହା ସହ ଜଡ଼ିତ ସମସ୍ତ ଖବର ଉପରେ ରହିଥାଏ । କ୍ରିକେଟ ବିଶେଷଜ୍ଞଙ୍କ ଠାରୁ ଆରମ୍ଭ କରି ପୂର୍ବତନ ଦିଗଜ୍ଜ କ୍ରିକେଟର୍ସଙ୍କ ଛୋଟ ଛୋଟ କଥା ବି ବହୁତ ଗୁରୁତ୍ୱ ରଖିଥାଏ । ଏହି କ୍ରମରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଦ୍ରୁତ ବୋଲର ତଥା ଷ୍ଟାର୍ ଅଲରାଉଣ୍ଡର ଇରଫାନ୍ ପଠାନ (Irfan Pathan) ଙ୍କ ଏକ ଟ୍ୱିଟ୍ ପାଇଁ ଚର୍ଚ୍ଚାକୁ ଆସିଛି । ବାସ୍ତବରେ ଅକ୍ଟୋବର ୨୩ ରବିବାର ଦିନ ଟି-20 ବିଶ୍ୱକପ ୨୦୨୨ର ସୁପର-12 ରାଉଣ୍ଡର ପ୍ରଥମ ମ୍ୟାଚରେ ଭାରତୀୟ ଦଳ (Team India) ପାକିସ୍ତାନ (Pakistan Team) କୁ ୪ ୱିକେଟରେ ପରାସ୍ତ କରିଥିଲା । ବର୍ତ୍ତମାନ ଉଭୟ ଭାରତ ଓ ପାକିସ୍ତାନ ସେମିଫାଇନାଲ (T20 World 2022 Cup Semi Final)ରେ ପ୍ରବେଶ କରିସାରିଛନ୍ତି । 

ତେଣୁ ପୁଣି ଥରେ ଆସନ୍ତା ରବିବାର ଅର୍ଥାତ୍ ନଭେମ୍ବର ୧୩ରେ ଆଉ ଏକ ହାଇ ଭୋଲଟେଜ୍ ମ୍ୟାଚ୍ ହେବାର ଆଶା ରହିଛି । ଅର୍ଥାତ ପ୍ରଶଂସକମାନେ ଆଉ ଏକ ସୁପର ସଣ୍ଡେକୁ ଅପେକ୍ଷା କରିଛନ୍ତି । ଇରଫାନ୍ ପଠାନ ମଧ୍ୟ ରବିବାର ବିଷୟରେ ଉଲ୍ଲେଖ କରି ଏକ ଟ୍ୱିଟ୍ କରିଛନ୍ତି । ଯାହା ପାକିସ୍ତାନୀମାନଙ୍କୁ ପସନ୍ଦ ଆସି ନାହିଁ । ଇରଫାନ ପଠାନ ନଭେମ୍ବର  (ସୋମବାର ଦିନ) ଏକ ଟ୍ୱିଟରେ ଲେଖିଛନ୍ତି ଯେ, "ପଡ଼ୋଶୀମାନଙ୍କ ଟ୍ୱିଟର ଆକାଉଣ୍ଟ କେବଳ SUNDAY ନାମରେ ଜୀବନ୍ତ ଅଛି । ମୋତେ ଏହି କଥା ବହୁତ ପସନ୍ଦ ଆସିଛି ।" ଏହା ପରେ ତାଙ୍କର ଏହି ଟ୍ୱିଟ୍ ଉପରେ ଏକରୁ ଅଧିକ କମେଣ୍ଟ ଆସିବାକୁ ଲାଗିଲା । 

ଅଧିକ ପଢ଼ନ୍ତୁ:-ପାକିସ୍ତାନ ଦଳର ଲକର ରୁମର ଭିଡିଓ ସାମ୍ନାକୁ ଆସିବାରେ ବାବରଙ୍କ ଉପରେ ବର୍ଷିଲେ ୱାସିମ ଆକ୍ରାମ, ଜାଣନ୍ତୁ କ'ଣ କହିଲେ

ଅଧିକ ପଢ଼ନ୍ତୁ:-'ସେ ଅନ୍ୟ ଗ୍ରହରୁ ଆସିଛନ୍ତି', ଜାଣନ୍ତୁ ସୂର୍ଯ୍ୟକୁମାରଙ୍କୁ ନେଇ କାହିଁକି ଏମିତି କହିଲେ ପାକିସ୍ତାନର ଦିଗଜ୍ଜ କ୍ରିକେଟର୍ସ

ଅଧିକ ପଢ଼ନ୍ତୁ:-କାହା ହାତକୁ ଯିବ ଦିଲ୍ଲୀ MCD, ଜାଣନ୍ତୁ ବିଜେପି, ଆପ୍ ଏବଂ କଂଗ୍ରେସକୁ ମିଳିବ କେତେ ଆସନ

 

 

ଇରଫାନ୍ ପଠାନଙ୍କ ଟ୍ୱିଟ୍ ପରେ ଗୁରୁବାର ଦିନ ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ସେମିଫାଇନାଲରେ ପାକିସ୍ତାନର କ୍ରିକେଟ୍ ପ୍ରଶଂସକମାନେ ଭାରତୀୟ ଦଳର ପରାଜୟ କାମନା କରିବା ଆରମ୍ଭ କରିଛନ୍ତି । ଏପରି ଅନେକ କଥା ଅଛି ଯାହାକୁ ଆମେ ଏଠାରେ ମଧ୍ୟ କହିପାରିବୁ ନାହିଁ । ସେପଟେ ଇରଫାନ ପଠାନ ଏପରି କିଛି ଲେଖି ନଥିଲେ ଯାହାକୁ ନେଇ ଏପରି ବବାଲ ଦେଖାଦେଇଛି । ଆପଣଙ୍କୁ କହି ରଖୁଛୁ ଯେ, ଇରଫାନ୍ ପଠାନ ରବିବାର ବା ସଣ୍ଡେ ବିଷୟରେ ଏହି ଟ୍ୱିଟରେ ଉଲ୍ଲେଖ କରିଛନ୍ତି । ଏହାପୂର୍ବରୁ ଅକ୍ଟୋବର ୨୩ରେ ବି ଭାରତର ବିଜୟ ପରେ ଇରଫାନ ପଠାନ ପାକିସ୍ତାନକୁ କଟାକ୍ଷ କରିଥିଲେ । ପାକିସ୍ତାନର ପରାଜୟ ପରେ ସେ ଟ୍ୱଟ୍ କରି ଲେଖିଥିଲେ ଯେ, ପଡୋଶୀମାନଙ୍କ ସଣ୍ଡେ କିପରି ଥିଲା? ହୋଇପାରେ ପୁରୁଣା କଥା ଯୋଗୁଁ ଇରଫାନ ପଠାନଙ୍କ କଥା ପାକିସ୍ତାନର କ୍ରିକେଟ୍ ପ୍ରଶଂସକଙ୍କୁ ଖରାପ ଲାଗିଛି । ସେଥି ପାଇଁ ସେମାନେ ପୂର୍ବତନ ଭାରତୀୟ ଅଲରାଉଣ୍ଡରଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ।