T-20 World Cup 2022: ଆଜି ଭାରତ ପାଇଁ ପ୍ରାର୍ଥନା କରିବ ପାକିସ୍ତାନ, ଦ.ଆଫ୍ରିକା ହାରିଲେ ଖେଳିବ କି ସେମିଫାଇନାଲ୍?
Advertisement

T-20 World Cup 2022: ଆଜି ଭାରତ ପାଇଁ ପ୍ରାର୍ଥନା କରିବ ପାକିସ୍ତାନ, ଦ.ଆଫ୍ରିକା ହାରିଲେ ଖେଳିବ କି ସେମିଫାଇନାଲ୍?

T-20 World Cup 2022 IND vs SA: ପର୍ଥରେ ଭାରତ ଅପେକ୍ଷା ଦକ୍ଷିଣ ଆଫ୍ରିକା ସାମାନ୍ୟ ସୁବିଧା ପାଇବ। ଦକ୍ଷିଣ ଆଫ୍ରିକା ପାଖରେ ଉତ୍କୃଷ୍ଟ ବୋଲର ଅଛନ୍ତି। ପ୍ରକୃତ ଯୁଦ୍ଧ ଭାରତୀୟ ବ୍ୟାଟର ଏବଂ ଦକ୍ଷିଣ ଆଫ୍ରିକା ବ୍ୟାଟର ମଧ୍ୟରେ ହେବ। ପାକିସ୍ତାନ ଆଶା କରିବ ଯେ, ଭାରତ ରବିବାର ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରୁ ଏବଂ ଜିମ୍ବାୱେ, ବାଂଲାଦେଶ କିମ୍ବା ନେଦରଲାଣ୍ଡ ଠାରୁ ହାରୁ। 

T-20 World Cup 2022: ଆଜି ଭାରତ ପାଇଁ ପ୍ରାର୍ଥନା କରିବ ପାକିସ୍ତାନ, ଦ.ଆଫ୍ରିକା ହାରିଲେ ଖେଳିବ କି ସେମିଫାଇନାଲ୍?

T-20 World Cup 2022 IND vs SA, ନୂଆଦିଲ୍ଲୀ: ଆଜି ସୁପର ସଣ୍ଡେରେ ଟି-ଟ୍ୱେଣ୍ଟି ବିଶ୍ୱକପର ତିନୋଟି ସୁପର ମୁକାବିଲା ଦେଖିବାକୁ ମିଳିବ। ବାଂଲାଦେଶ ବନାମ ଜିମ୍ବାୱେ, ନେଦରଲାଣ୍ଡ ବନାମ ପାକିସ୍ତାନ ଓ ଭାରତ ବନାମ ଦକ୍ଷିଣ ଆଫ୍ରିକା ମୁକାବିଲା ହେବ। ଅପରାହ୍ଣ ସାଢ଼େ ୪ଟାରେ ପର୍ଥରେ ଭାରତ ଓ ଦକ୍ଷିଣ ଆଫ୍ରିକା ମୁହାଁମୁହାଁ ହେବେ। ହ୍ୟାଟ୍ରିକ୍ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଟିମ୍ ଇଣ୍ଡିଆ ଓହ୍ଲାଇବ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଜୟୀ ହେଲେ ଦଳ ସିଧାସଳଖ ସେମିରେ ଏଣ୍ଟ୍ରି କରିବ। ସେପଟେ ଭାରତ ବିଜୟ ପାକିସ୍ତାନର ସେମି ଆଶା ଉଦଜ୍ଜୀବିତ କରିବ ବୋଲି ଆଶା କରାଯାଉଛି।

ରବିବାର ଦକ୍ଷିଣ ଆଫ୍ରିକାକୁ ପରାସ୍ତ କଲେ T-20 World Cup 2022ର ପ୍ରଥମ ଦଳ ଭାବେ ଭାରତ ସେମିକୁ ଉନ୍ନୀତ ହେବ। ପାକିସ୍ତାନ ଏବଂ ନେଦରଲାଣ୍ଡକୁ ପରାସ୍ତ କରିଥିବା 'ରୋହିତ ଆଣ୍ଡ କୋ' ଆଉ ଏକ ପାଦ ଆଗକୁ ବଢ଼ିବାକୁ ସମସ୍ତ ବଳ ପ୍ରୟୋଗ କରିବ। ସେପଟେ, ଦକ୍ଷିଣ ଆଫ୍ରିକା ମଧ୍ୟ ବିଜୟୀ ହେବାକୁ ରଣନୀତି ପ୍ରସ୍ତୁତ କରିଛି। ବ୍ୟାଟିଂ ଓ ବୋଲିଂରେ କମାଲ କରି ଭାରତୀୟ ଖେଳାଳିଙ୍କୁ ଅଡୁଆରେ ପକାଇବାକୁ ବାଭୁମା ଟିମ୍ ପ୍ରସ୍ତୁତ ରହିଛି। ତେବେ ରବିବାର ମ୍ୟାଚରେ କୌଣସି ଖେଳାଳି ପରିବର୍ତ୍ତନ ହେବେ ନାହିଁ ବୋଲି ଆଶା କରାଯାଉଛି।  ଭାରତ ବିଶ୍ୱକପରେ ପାକିସ୍ତାନ ଏବଂ ନେଦରଲାଣ୍ଡକୁ ପରାସ୍ତ କରିଛି। ପାକିସ୍ତାନ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ପ୍ରଥମ ମ୍ୟାଚ ବର୍ଷା ଧୋଇ ନେଇଥିଲା। କିନ୍ତୁ ବାଂଲାଦେଶ ବିପକ୍ଷରେ ଦ୍ୱିତୀୟ ମ୍ୟାଚରୁ ୧୦୪ ରନରେ ଜିତିଥିଲେ।

Also Read: T20 World Cup 2022: କାହାକୁ ମିଳିବ ସେମିଫାଇନାଲ ଟିକେଟ, କଣ କହୁଛି ସମୀକରଣ

ପର୍ଥରେ ଭାରତ ଅପେକ୍ଷା ଦକ୍ଷିଣ ଆଫ୍ରିକା ସାମାନ୍ୟ ସୁବିଧା ପାଇବ। ଦକ୍ଷିଣ ଆଫ୍ରିକା ପାଖରେ ଉତ୍କୃଷ୍ଟ ବୋଲର ଅଛନ୍ତି। ପ୍ରକୃତ ଯୁଦ୍ଧ ଭାରତୀୟ ବ୍ୟାଟର ଏବଂ ଦକ୍ଷିଣ ଆଫ୍ରିକା ବ୍ୟାଟର ମଧ୍ୟରେ ହେବ। ଭାରତ ବିପକ୍ଷରେ ଟି-୨୦ ସିରିଜ ହାରିଲା ପରେ ଦକ୍ଷିଣ ଆଫ୍ରିକା ବିଶ୍ୱକପକୁ ପ୍ରବେଶ କରିଛି। ଏହି ଦୁଇ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଯୋରଦାର ହେବ ଏବଂ ଭାରତରୁ ହରାଇବା ପାଇଁ ଦକ୍ଷିଣ ଆଫ୍ରିକାକୁ କଠିନ ପରିଶ୍ରମ କରିବାପଡିବ। ୨୦୨୨ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଦୁଇଟି ଟି-୨୦ ସିରିଜ୍ ଖେଳିଥିଲେ। ଦକ୍ଷିଣ ଆଫ୍ରିକା ଚଳିତ ବର୍ଷ ଆରମ୍ଭରେ ଭାରତରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳିଥିଲା। ବର୍ଷା ହେତୁ ବେଙ୍ଗାଲୁରୁରେ ନିର୍ଣ୍ଣାୟକ ମ୍ୟାଚ ଧୋଇ ହୋଇ ସିରିଜ୍ ୨-୨ରେ ଶେଷ ହୋଇଥିଲା। ୨୦୧୮ ପରଠାରୁ ଭାରତରେ ଦକ୍ଷିଣ ଆଫ୍ରିକା ପରାସ୍ତ ହୋଇନାହିଁ।

ବର୍ତ୍ତମାନ ସୁଦ୍ଧା ଭାରତ ଓ ଦକ୍ଷିଣ ଆଫ୍ରିକା ୨୩ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ଯେଉଁଥିରୁ ୧୩ଟି ମ୍ୟାଚ ଭାରତ ଜିତି ଥିବା ବେଳେ ଦକ୍ଷିଣ ଆଫ୍ରିକା ମାତ୍ର ୯ଟି ଜିତିଛି। ଗତ ପାଞ୍ଚଟି ମ୍ୟାଚରୁ ଭାରତ ତିନ ଓ ଦ.ଆଫ୍ରିକା ଗୋଟିଏ ମ୍ୟାଚ ଜିତିଛି। ତେବେ ରବିବାର ମ୍ୟାଚ ଜିତିଲେ ଭାରତ  T-20 World Cup 2022ର ପ୍ରଥମ ଦଳ ଭାବେ ଭାରତ ସେମିକୁ ଯିବ। ଆଉଟର ଲାଇନରେ ଥିବା ପାକିସ୍ତାନ ମଧ୍ୟ ସେମିଫାଇନାଲ ଖେଳିବାକୁ ଆଶା ରଖିଛି। ଦ.ଆଫ୍ରିକାରୁ ଭାରତ ପରାସ୍ତ କଲେ ତାର ଏହି ସ୍ୱପ୍ନ କେତେକାଂଶରେ ପୂରଣ ହୋଇପାରେ। କିନ୍ତୁ ପାକିସ୍ତାନକୁ ମଧ୍ୟ ଏଥିପାଇଁ କଷ୍ଟ କରିବାକୁ ପଡିବ। ଆଜି ତାକୁ ନେଦରଲାଣ୍ଡକୁ ହରାଇବାକୁ ପଡିବ।

Also Read: IND vs SA: ପର୍ଥରେ ବର୍ଷା ଧୋଇଦେବ କି ଟିମ୍ ଇଣ୍ଡିଆର ଖେଳ? ଜାଣନ୍ତୁ ରବିବାରର ପାଣିପାଗ

ଗୁରୁବାର ପର୍ଥରେ ଜିମ୍ବାୱେ ବିପକ୍ଷରେ ଏକ ରନରେ ପରାଜୟ ପରେ ପାକିସ୍ତାନର ଟି-୨୦ ବିଶ୍ୱକପ ସ୍ୱପ୍ନ ଚୁରମାର ହୋଇଛି। ପାକିସ୍ତାନ ବର୍ତ୍ତମାନ ସର୍ବାଧିକ ୬ଟି ପଏଣ୍ଟରେ ପହଞ୍ଚିପାରିବ। ଯଦି ଭାରତ, ଦକ୍ଷିଣ ଆଫ୍ରିକା ଏବଂ ଜିମ୍ବାୱେ ମଧ୍ୟରୁ କୌଣସି ଦୁଇଟି ଟିମ ସେମାନଙ୍କ ଅବଶିଷ୍ଟ ତିନୋଟି ମ୍ୟାଚ୍ ମଧ୍ୟରୁ ଦୁଇଟି ଜିତନ୍ତି, ତେବେ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଯିବ। ଯଦି ପାକିସ୍ତାନ ତାର ସମସ୍ତ ତିନୋଟି ମ୍ୟାଚ୍ ଜିତିବାରେ ସଫଳ ହୁଏ  ତେବେ ମଧ୍ୟ ନେଟ୍ ରନ୍ ହାର ତାକୁ ଅଡୁଆରେ ପକାଇବ। ପାକିସ୍ତାନ ଯେତେ ଚେଷ୍ଟା କଲେ ମଧ୍ୟ ଟି-୨୦ ବିଶ୍ୱକପ ପଏଣ୍ଟ ଟେବୁଲରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ପଛରେ ରହିବ। ଏହି ସମୟରେ ପାକିସ୍ତାନ ଆଶା କରିବ ଯେ, ଭାରତ ରବିବାର ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରୁ ଏବଂ ଜିମ୍ବାୱେ, ବାଂଲାଦେଶ କିମ୍ବା ନେଦରଲାଣ୍ଡ ଠାରୁ ହାରୁ। ତେବେ ପାକିସ୍ତାନର ସେମିଫାଇନାଲ ରାସ୍ତା ଗାଣିତିକ ଭାବେ ସୁଗମ ହେବ।