IND vs SL 2nd ODI: ସୂର୍ଯ୍ୟକୁମାର ଯାଦବଙ୍କୁ ଦ୍ୱିତୀୟ ଦିନିକିଆରେ ବି ଦଳରେ ମିଳିବନି ସ୍ଥାନ? ଶ୍ରୀଲଙ୍କା ବିପକ୍ଷରେ ଏହି ରଣନୀତି ସହ ଓହ୍ଲାଇବ ଟିମ୍ ଇଣ୍ଡିଆ
Advertisement
Article Detail0/zeeodisha/odisha1525047

IND vs SL 2nd ODI: ସୂର୍ଯ୍ୟକୁମାର ଯାଦବଙ୍କୁ ଦ୍ୱିତୀୟ ଦିନିକିଆରେ ବି ଦଳରେ ମିଳିବନି ସ୍ଥାନ? ଶ୍ରୀଲଙ୍କା ବିପକ୍ଷରେ ଏହି ରଣନୀତି ସହ ଓହ୍ଲାଇବ ଟିମ୍ ଇଣ୍ଡିଆ

IND vs SL 2nd ODI: ବର୍ତ୍ତମାନ କୋଲକାତାରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ରହିଛି । ଏଭଳି ପରିସ୍ଥିତିରେ ଟିମ୍ ଇଣ୍ଡିଆ ନିଜର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିବ କି ନାହିଁ ତାହା ଦେଖିବାକୁ ପଡ଼ିବ । କାରଣ ପ୍ରଥମ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ସ୍ଥାନ ପାଇ ନଥିଲେ, ଯିଏ ଟି-20 ଫର୍ମାଟରେ ଦମଦାର୍ ଫର୍ମରେ ଚାଲୁଛନ୍ତି ।

IND vs SL 2nd ODI: ସୂର୍ଯ୍ୟକୁମାର ଯାଦବଙ୍କୁ ଦ୍ୱିତୀୟ ଦିନିକିଆରେ ବି ଦଳରେ ମିଳିବନି ସ୍ଥାନ? ଶ୍ରୀଲଙ୍କା ବିପକ୍ଷରେ ଏହି ରଣନୀତି ସହ ଓହ୍ଲାଇବ ଟିମ୍ ଇଣ୍ଡିଆ

India vs Sri Lanka 2nd ODI: ସିରିଜ ଜିତିବା ଲକ୍ଷ୍ୟରେ ଭାରତୀୟ ଦଳ ଆଜି (ଗୁରୁବାର) ଅର୍ଥାତ ଜାନୁଆରୀ ୧୨ରେ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆ (IND vs SL 2nd ODI) ରେ ମଇଦାନକୁ ଓହ୍ଲାଇବ । ପ୍ରଥମ ମ୍ୟାଚ୍‌ (IND vs SL 1st ODI) ରେ ବିରାଟ କୋହଲି (Virat Kohli) ଙ୍କ ଚମତ୍କାର ଶତକ ଦମରେ ଟିମ୍ ଇଣ୍ଡିଆ (Team India) ଶ୍ରୀଲଙ୍କାକୁ ୬୭ ରନରେ ପରାସ୍ତ କରିଥିଲା । ବର୍ତ୍ତମାନ କୋଲକାତାରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍ (India vs Sri Lanka 2nd ODI Match) ଉପରେ ସମସ୍ତଙ୍କ ନଜର ରହିଛି । ଏଭଳି ପରିସ୍ଥିତିରେ ଟିମ୍ ଇଣ୍ଡିଆ ନିଜର ଚୂଡ଼ାନ୍ତ ଏକାଦଶ (Team India Playing 11) ରେ କୌଣସି ପରିବର୍ତ୍ତନ କରିବ କି ନାହିଁ ତାହା ଦେଖିବାକୁ ପଡ଼ିବ ।

କାରଣ ପ୍ରଥମ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ (Suryakumar Yadav) ସ୍ଥାନ ପାଇ ନଥିଲେ, ଯିଏ ଟି-20 ଫର୍ମାଟରେ ଦମଦାର୍ ଫର୍ମରେ ଚାଲୁଛନ୍ତି । କିନ୍ତୁ ସୂର୍ଯ୍ୟକୁମାର ଯାଦବ ଦିନିକିଆ ଦଳରେ ସ୍ଥାନ ସୃଷ୍ଟି କରିବାରେ ଅସଫଳ ହୋଇଛନ୍ତି । ପ୍ରଥମ ମ୍ୟାଚ୍‌ରେ ଟପ୍ -୩ ବ୍ୟାଟ୍ସମ୍ୟାନ୍ ଟିମ୍ ଇଣ୍ଡିଆ ପାଇଁ ଚମତ୍କାର ପ୍ରଦର୍ଶନ କରିଥିଲେ । ଏଭଳି ପରିସ୍ଥିତିରେ ଟିମ୍ ଇଣ୍ଡିଆର ପ୍ଲେଇଙ୍ଗ-11 ରେ ପରିବର୍ତ୍ତନ ହେବା କଷ୍ଟକର ମନେହେଉଛି । ଭାରତୀୟ ଅଧିନାୟକ (Indian Captain) ରୋହିତ ଶର୍ମା (Rohit Sharma) ପ୍ରଥମ ଦିନିକିଆରେ ୮୩ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ । ସେ ନିଜ ଶତକରୁ ବଞ୍ଚିତ ହୋଇଥିଲେ କିନ୍ତୁ ସେ ଫର୍ମରେ ନଜରକୁ ଆସୁଥିଲେ । ଏଭଳି ପରିସ୍ଥିତିରେ ଦିନିକିଆ ବିଶ୍ୱକପ ୨୦୨୩ (ODI World Cup 2023) ର ଚଳିତ ବର୍ଷ ରୋହିତ ଶର୍ମାଙ୍କ ବ୍ୟାଟରୁ ରନ ବର୍ଷା ହେବ ବୋଲି ଆଶା କରାଯାଉଛି । 

ଯଦି ଆମେ ବିରାଟ କୋହଲି (Virat Kohli) ଙ୍କ ବିଷୟରେ ଆଲୋଚନା କରିବା, ତେବେ ସେ ଲଗାତାର ଦୁଇଟି ଦିନିକିଆରେ ୨ଟି ଶତକ ହାସଲ କରିଛନ୍ତି । ଏହି ଧାରା ଜାରି ରହିବ ବୋଲି ଆଶା କରାଯାଉଛି । ଯୁବ ଓପନର୍ ଶୁଭମାନ ଗିଲ ଗତ ମ୍ୟାଚରେ ୬୦ ବଲରେ ୭୦ ରନ୍ ସ୍କୋର କରି ତାଙ୍କ ଚୟନକୁ ନେଇ ଉଠଥିବା ପ୍ରଶ୍ନ ଉପରେ ଜବାବ ଦେଇଛନ୍ତି । ଇଶାନ କିଶନଙ୍କ ବଦଳରେ ଦଳରେ ସାମିଲ ହୋଇଥିବାରୁ ତାଙ୍କୁ ଅନେକ ସମାଲୋଚନା କରାଯାଇଥିଲା, କିନ୍ତୁ ଗିଲ ତାଙ୍କ ଅଧିନାୟକଙ୍କ ବିଶ୍ୱାସକୁ ବଜାୟ ରଖିଥିଲେ । ଗତ ବର୍ଷ ODI ରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଶ୍ରେୟସ୍ ଆୟର ମଧ୍ୟ ଚତୁର୍ଥ ନମ୍ବରରେ ନିରାଶ କରିନଥିଲେ ।

ପ୍ରଥମ ମ୍ୟାଚରେ ଟପ୍-୩ ବ୍ୟାଟ୍ସମ୍ୟାନ୍ ରନ୍ ସ୍କୋର କରିଥିଲେ, ଚତୁର୍ଥ ନମ୍ବରରେ ଶ୍ରେୟସ୍ ଆୟର୍ ODI କ୍ରିକେଟ୍ ରେ ଭଲ ପ୍ରଦର୍ଶନ କରୁଛନ୍ତି । ଏଭଳି ପରିସ୍ଥିତିରେ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ସ୍ଥାନ ମିଳିବା କଷ୍ଟକର । କାରଣ କେଏଲ ରାହୁଲ ଦଳରେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଭାବରେ ଖେଳୁଛନ୍ତି । ଏହି କାରଣରୁ ଟପ୍-୬ରେ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ସ୍ଥାନ ନାହିଁ । ODI ସିରିଜ୍ ପୂର୍ବରୁ ଅଧିନାୟକ ରୋହିତ ଶର୍ମା ଏହା ମଧ୍ୟ କହିଥିଲେ ଯେ, ସେ ବ୍ୟାଟ୍ସମ୍ୟାନଙ୍କ ଭଲ ଫର୍ମ ବୁଝନ୍ତି, କିନ୍ତୁ ପ୍ରତ୍ୟେକ ଫର୍ମାଟରେ ଭିନ୍ନ ଆବଶ୍ୟକତା ରହିଛି । ଟି-20 ଓ ଦିନିକିଆ କ୍ରିକେଟ୍ ପାଇଁ ଏକ ଭିନ୍ନ ଦାବି ଅଛି, ତେଣୁ ଆମେ ସେହି ଅନୁଯାୟୀ ଦଳକୁ ଆଗକୁ ନେଉଛୁ ।

ଅଧିକ ପଢ଼ନ୍ତୁ:-ଭୁଲରେ ବି ଏସବୁ ସ୍ଥାନରେ ରଖନ୍ତୁ ନାହିଁ ଶାରୀରିକ ସମ୍ପର୍କ, ନଚେତ୍ ହୋଇଯିବେ ବର୍ବାଦ!

ଅଧିକ ପଢ଼ନ୍ତୁ:-ମର୍ମନ୍ତୁଦ ଦୁର୍ଘଟଣା: ଚା' ପିଉଥିବା ସମୟରେ ୧୦ ଜଣଙ୍କ ଉପରେ ଚଢ଼ିଗଲା ଡମ୍ପର, ୬ ମୃତ

ଅଧିକ ପଢ଼ନ୍ତୁ:-ଫ୍ରି'ରେ ଦେଖିବାକୁ ମିଳିବ IPL, Jioର ଏହି ବଡ଼ ପଦକ୍ଷେପରୁ Hotstarକୁ କେତେ ହେବ କ୍ଷତି?

 

ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଲୋକେଶ ରାହୁଲ (ୱିକେଟ କିପର), ଇଶାନ କିଶନ (ୱିକେଟ କିପର), ୱାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ସର ପଟେଲ, ମହମ୍ମଦ ଶାମି, ମହମ୍ମଦ ଶାମି, ମହମ୍ମଦ ଶାମି ଅର୍ଶଦୀପ ସିଂ ।

ଦିନିକିଆ ସିରିଜ ପାଇଁ ଶ୍ରୀଲଙ୍କା ଦଳ

ଦାସୁନ୍ ଶାନାକା (ଅଧିନାୟକ), କୁସଲ ମେଣ୍ଡିସ୍, ପୃଥମ୍ ନିସଙ୍କା, ଅଭିସ୍କା ଫର୍ନାଣ୍ଡୋ, ସଦିରା ସମରୱିକ୍ରମ, ଚରିତା ଆସଲଙ୍କା, ଧନଞ୍ଜୟ ଦେସିଲଭା, ୱାନିନ୍ଦୁ ହାସରାଙ୍ଗା, ଆଶେନ ବାନ୍ଦାରା, ମହେଶ ତିକ୍ଷନା, ଚାମିକା କରୁଣାରାତ୍ନେ, ଦିଲଶାନ ମଦୁଶାନ୍କା, କାସୁନ୍ ଦୁଧୁଥୁନା, ଏବଂ ଲାହିରୁ କୁମାରା ।