Suryakumar Yadav: ସୂର୍ଯ୍ୟକୁମାର ଯାଦବ ତୁଫାନୀ ଶତକ ଲଗାଇବା ସତ୍ତ୍ୱେ ଟିମ୍ ଇଣ୍ଡିଆରୁ ହେବେ ବାହାର! ଏହି ଖେଳାଳି ନେବେ ତାଙ୍କ ସ୍ଥାନ
Advertisement
Article Detail0/zeeodisha/odisha1520672

Suryakumar Yadav: ସୂର୍ଯ୍ୟକୁମାର ଯାଦବ ତୁଫାନୀ ଶତକ ଲଗାଇବା ସତ୍ତ୍ୱେ ଟିମ୍ ଇଣ୍ଡିଆରୁ ହେବେ ବାହାର! ଏହି ଖେଳାଳି ନେବେ ତାଙ୍କ ସ୍ଥାନ

IND vs SL 1st ODI: ଶନିବାର ରାଜକୋଟର ଏସସିଏ ଷ୍ଟାଡିୟମରେ ୯୧ ରନ୍ ବ୍ୟବଧାନରେ ଭାରତ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ଟି-20 ମ୍ୟାଚ୍ ଜିତିଥିଲା । ବର୍ତ୍ତମାନ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଦିନିକିଆ ସିରିଜ୍ ଖେଳିବ । ଏହି ସିରିଜ ଆସନ୍ତାକାଲି (ମଙ୍ଗଳବାର) ଅର୍ଥାତ ଜାନୁଆରୀ ୧୦ରୁ ଆରମ୍ଭ ହେବ । ଧୁରନ୍ଧର ଓପନର୍ ରୋହିତ ଶର୍ମାଙ୍କ ସମେତ କିଛି ବରିଷ୍ଠ ଖେଳାଳି ଶ୍ରୀଲଙ୍କା ବିପକ୍ଷ ଟି-20 ସିରିଜରୁ ବିଶ୍ରାମ ନେଇଥିଲେ 

Suryakumar Yadav: ସୂର୍ଯ୍ୟକୁମାର ଯାଦବ ତୁଫାନୀ ଶତକ ଲଗାଇବା ସତ୍ତ୍ୱେ ଟିମ୍ ଇଣ୍ଡିଆରୁ ହେବେ ବାହାର! ଏହି ଖେଳାଳି ନେବେ ତାଙ୍କ ସ୍ଥାନ

India vs Sri Lanka 1st ODI: ଟିମ୍ ଇଣ୍ଡିଆ (Team India) ଚଳିତ ବର୍ଷ ଆରମ୍ଭରେ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ସିରିଜ୍ ଜିତିଛି ।​​ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଙ୍କ ଅଧିନାୟକତ୍ୱରେ ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ (India vs Sri Lanka T20 Series) ରେ ଟିମ୍ ଇଣ୍ଡିଆ ୨-୧ରେ ଜିତିଛି । ଶନିବାର ରାଜକୋଟର ଏସସିଏ ଷ୍ଟାଡିୟମରେ ୯୧ ରନ୍ ବ୍ୟବଧାନରେ ଭାରତ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ଟି-20 ମ୍ୟାଚ୍ (IND vs SL 3rd T20) ଜିତିଥିଲା । ବର୍ତ୍ତମାନ ରୋହିତ ଶର୍ମା (Rohit Sharma) ଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଦିନିକିଆ ସିରିଜ୍ (IND vs SL ODI Series) ଖେଳିବ । ଏହି ସିରିଜ ଆସନ୍ତାକାଲି (ମଙ୍ଗଳବାର) ଅର୍ଥାତ ଜାନୁଆରୀ ୧୦ରୁ ଆରମ୍ଭ ହେବ ।

ଧୁରନ୍ଧର ଓପନର୍ ରୋହିତ ଶର୍ମା (Roihit Sharma) ଙ୍କ ସମେତ କିଛି ବରିଷ୍ଠ ଖେଳାଳି ଶ୍ରୀଲଙ୍କା ବିପକ୍ଷ ଟି-20 ସିରିଜରୁ ବିଶ୍ରାମ ନେଇଥିଲେ । ଏବେ ସମସ୍ତେ ଦିନିକିଆ ସିରିଜ ପାଇଁ ଦଳକୁ ଫେରିବେ । ଭାରତୀୟ ଦଳ (Indian Team) ବର୍ତ୍ତମାନ ଗୁଆହାଟୀରେ ପହଞ୍ଚିଛି ଯେଉଁଠାରେ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜର ପ୍ରଥମ ମ୍ୟାଚ୍ (IND vs SL 1st ODI) ଖେଳାଯିବ । ODI ସିରିଜ୍ ପାଇଁ କେଏଲ୍ ରାହୁଲ (KL RahuL), ବିରାଟ କୋହଲି (Virat Kohli), ଜସପ୍ରୀତ ବୁମ୍ରା (Jasprit Bumrah), ମହମ୍ମଦ ଶାମି (Mohammed Shami), ମହମ୍ମଦ ସିରାଜ (Mohammed Siraj) ଏବଂ ଶ୍ରେୟସ୍ ଆୟର (Shreyas Iyer) ଦଳର ଅଂଶ ଅଟନ୍ତି । ଟି-୨୦ ସିରିଜର ଶେଷ ମ୍ୟାଚ୍‌ରେ ତୁଫାନୀ ଶତକ ଲଗାଇଥିବା ସୂର୍ଯ୍ୟକୁମାର ଯାଦବ (Suryakumar Yadav) ମଧ୍ୟ ODI ଦଳର ଏକ ଅଂଶ ଅଛନ୍ତି । କିନ୍ତୁ ଅନ୍ୟ ଜଣେ ଖେଳାଳି ତାଙ୍କ ସ୍ଥାନ ପାଇଁ ଦାବିଦାର ଅଛନ୍ତି ।

ଟି-୨୦ ସିରିଜରେ ସୂର୍ଯ୍ୟକୁମାର ଯାଦବ ଚମତ୍କାର ପ୍ରଦର୍ଶନ କରିଥିଲେ । ସେ ରାଜକୋଟ ଟି-20ରେ ୧୧୨ ରନର ଇନିଂସ ଖେଳିଥିଲେ । ସେ ନମ୍ବର ୪ରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇ ଥାନ୍ତି । ODI ରେ ଏହି ନମ୍ୱରରେ ତାଙ୍କ ସାମ୍ନାରେ ଆଉ ଜଣେ ପ୍ରତିଯୋଗୀ ଅଛନ୍ତି, ସେ ହେଉଛନ୍ତି ଶ୍ରେୟସ୍ ଆୟର । ଶ୍ରେୟସ୍ ଆୟର ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ଅଂଶଗ୍ରହଣ କରି ଚମତ୍କାର ବ୍ୟାଟ୍ ପ୍ରଦର୍ଶନ କରିଥିଲେ । ବର୍ତ୍ତମାନ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ (Rahul Dravid) ଓ ଅଧିନାୟକ ରୋହିତ ଶର୍ମାଙ୍କୁ ଗୁଆହାଟୀ ODI ପାଇଁ ଚୂଡ଼ାନ୍ତ ଏକାଦଶ ଚୟନରେ କିଛି ଚିନ୍ତାରେ ପକାଇପାରେ । ଯଦିଓ ଏହି ସମୟରେ ସୂର୍ଯ୍ୟକୁମାର ଯାଦବଙ୍କୁ ବାଦ ଦେବା ଅସମ୍ଭବ ମନେହେଉଛି ।

ମୁମ୍ବାଇର ୨୮ ବର୍ଷୀୟ ବାସିନ୍ଦା ଶ୍ରେୟସ୍ ଆୟରଙ୍କୁ ମଧ୍ୟ ହାଲୁକା ଭାବେ ଗ୍ରହଣ କରାଯାଇପାରିବ ନାହିଁ । ତାଙ୍କ ପ୍ରଦର୍ଶନରେ ସ୍ଥିରତା ରହିଆସିଛି । ସେ ଏହା ପୂର୍ବରୁ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ଖେଳି ଉଭୟ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ପ୍ରଥମ ଟେଷ୍ଟ ମ୍ୟାଚରେ ୮୬ ଓ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ୮୭ ଏବଂ ୨୯ ସ୍କୋର କରିଥିଲେ । ସେ ବାଂଲାଦେଶ ବିପକ୍ଷରେ ମିରପୁର ODI ରେ ୮୨ ରନର ଚମତ୍କାର ଇନିଂସ ଖେଳିଥିଲେ ।

ଅଧିକ ପଢ଼ନ୍ତୁ:-ଋଷଭ ପନ୍ତଙ୍କ ଫ୍ୟାନ୍ସଙ୍କ ପାଇଁ ଖରାପ ଖବର; ଡାକ୍ତର ଦେଲେ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍

ଅଧିକ ପଢ଼ନ୍ତୁ:-ଗୁଗୁଲ୍ କ୍ରୋମ୍ ହୋଇଯିବ ବନ୍ଦ! ଯଦି ଆପଣ କରୁଛନ୍ତି ବ୍ୟବହାର ତ ଆଜି ହିଁ କରନ୍ତୁ ଏହି କାମ

ଅଧିକ ପଢ଼ନ୍ତୁ:-ଭୟଙ୍କର ବସ୍ ଦୁର୍ଘଟଣାରେ ୪୦ ମୃତ, ୧୦୦ରୁ ଉର୍ଦ୍ଧ୍ୱ ଗୁରୁତର

 

ଶ୍ରୀଲଙ୍କା ବିପକ୍ଷ  ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, କେ.ଏଲ୍ ରାହୁଲ (ୱିକେଟ କିପର), ଇଶାନ କିଶନ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ସର ପଟେଲ, ଜସପ୍ରୀତ ବୁମ୍ରା, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମ୍ରାନ ମଲିକ ଏବଂ ଅର୍ଶଦୀପ ସିଂ ।