Naveen Ul Haq Retirement: କୋହଲିଙ୍କ ବିରାଟ 'ଶତ୍ରୁ' ମାତ୍ର ୨୪ ବର୍ଷ ବୟସରେ କଲେ ଅବସର ଘୋଷଣା
Advertisement
Article Detail0/zeeodisha/odisha1890501

Naveen Ul Haq Retirement: କୋହଲିଙ୍କ ବିରାଟ 'ଶତ୍ରୁ' ମାତ୍ର ୨୪ ବର୍ଷ ବୟସରେ କଲେ ଅବସର ଘୋଷଣା

Naveen Ul Haq Retirement: ଆଫଗାନିସ୍ତାନ ଖେଳାଳି ନବୀନ ଉଲ ହକ ମାତ୍ର ୨୪ ବର୍ଷ ବୟସରେ ODI କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସେ ବିଶ୍ୱକପ ପରେ ଅବସର ନେବେ ।

ସୌ: ସୋସିଆଲ ମିଡିଆ (Naveen Ul Haq Retirement)

Naveen Ul Haq Retirement: ଆଫଗାନିସ୍ତାନର ଯୁବ କ୍ରିକେଟର ନବୀନ ଉଲ ହକ ODI କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ନବୀନ ପ୍ରଶଂସକଙ୍କୁ କହିଛନ୍ତି ଯେ ବିଶ୍ୱକପ ୨୦୨୩ ପରେ ସେ ODI କ୍ରିକେଟରୁ ଅବସର ନେବେ । ନବୀନ ମାତ୍ର ୨୪ ବର୍ଷ ବୟସରେ ଅବସର ଗ୍ରହଣ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ସେ ତାଙ୍କର ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି ଯେ ସେ ODI ରୁ ଅବସର ନେଉଛନ୍ତି । କିନ୍ତୁ ଟି-୨୦ ଇଣ୍ଟରନ୍ୟାସନାଲରେ ଆଫଗାନିସ୍ତାନ ପାଇଁ ଖେଳିବା ଜାରି ରଖିବେ । ଆଇପିଏଲ ୨୦୨୩ ସମୟରେ ବିରାଟ କୋହଲିଙ୍କ ସହ ସଂଘର୍ଷ କରି ନବୀନ ଲାଇମଲାଇଟ୍ ଆସିଥିଲେ ।

ବୁଧବାର ସନ୍ଧ୍ୟାରେ ନବୀନ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ସେ ODI ରୁ ଅବସର ବିଷୟରେ କହିଥିଲେ । ନବୀନ ଲେଖିଛନ୍ତି, ମୋ ଦେଶର ପ୍ରତିନିଧିତ୍ୱ କରିବା ମୋ ପାଇଁ ଗୌରବର ବିଷୟ । ଏହି ବିଶ୍ୱକପ ପରେ ମୁଁ ODI ଫର୍ମାଟରୁ ଅବସର ନେବି । ଯଦିଓ, ମୁଁ ମୋ ଦେଶ ପାଇଁ ଟି-୨୦ କ୍ରିକେଟ୍ ଖେଳିବା ଜାରି ରଖିବି । ଏହି ନିଷ୍ପତ୍ତି ନେବା ମୋ ପାଇଁ ସହଜ ନୁହେଁ, କିନ୍ତୁ ମୋର କ୍ରୀଡ଼ା କ୍ୟାରିୟର ବଢାଇବାକୁ ମୋତେ ଏହି ନିଷ୍ପତ୍ତି ନେବାକୁ ପଡିଲା । ମୁଁ ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡକୁ ଧନ୍ୟବାଦ ଜଣାଉଛି ଏବଂ ମୋର ସମସ୍ତ ପ୍ରଶଂସକଙ୍କୁ ସେମାନଙ୍କର ସମର୍ଥନ ଓ ଅଦମ୍ୟ ଭଲପାଇବା ପାଇଁ ଧନ୍ୟବାଦ ଜଣାଉଛି ।

 
 
 
 

 
 
 
 
 
 
 
 
 
 
 

A post shared by Naveen ul haq Murid (@naveen_ul_haq)

ନବୀନଙ୍କୁ ମାତ୍ର ୨୪ ବର୍ଷ ବୟସ ଓ ଆଫଗାନିସ୍ତାନ ପାଇଁ ୭ଟି ODI ମ୍ୟାଚ୍ ଖେଳିଛନ୍ତି । ଏହି ସମୟ ମଧ୍ୟରେ ୧୪ ଟି ୱିକେଟ୍ ନେଇଛନ୍ତି । ନବୀନଙ୍କ ଶ୍ରେଷ୍ଠ ODI ପ୍ରଦର୍ଶନ ଗୋଟିଏ ମ୍ୟାଚରେ ୪୨ ରନ୍ ଦେଇ ୪ ୱିକେଟ୍ ହାସଲ କରିବା । ସେ ୨୭ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ୩୪ ୱିକେଟ୍ ନେଇଛନ୍ତି । ସେ ୮ଟି ଆଇପିଏଲ ମ୍ୟାଚରେ ୧୧ ଟି ୱିକେଟ୍ ନେଇଛନ୍ତି । ନବୀନ ଲକ୍ଷ୍ନୌ ସୁପର ଜିଆଣ୍ଟସର ଜଣେ ଖେଳାଳି । ଆଇପିଏଲର ଶେଷ ସଂସ୍କରଣରେ ବିରାଟ କୋହଲିଙ୍କ ସହ ତାଙ୍କ ଝଗଡା ଯୋଗୁଁ ସେ ବେଶ୍ ଲୋକପ୍ରିୟ ହୋଇଥିଲେ ।

ଏହା ବି ପଢ଼ନ୍ତୁ: IND vs AUS: ଅଷ୍ଟ୍ରେଲିଆ ଖେଳାଳିଙ୍କ ସାମ୍ନାରେ ଦେଶୀ ଡ୍ୟାନ୍ସ କଲେ ବିରାଟ କୋହଲି, ଦେଖନ୍ତୁ ଏହି ମଜାଦାର ଭିଡିଓ