Sri Lanka Crisis: ପେଟ୍ରୋଲ ପମ୍ପରେ ଚା, ପାଉଁରୁଟି ବାଣ୍ଟୁଛନ୍ତି ପୂର୍ବତନ କ୍ରିକେଟର
Advertisement
Article Detail0/zeeodisha/odisha1226382

Sri Lanka Crisis: ପେଟ୍ରୋଲ ପମ୍ପରେ ଚା, ପାଉଁରୁଟି ବାଣ୍ଟୁଛନ୍ତି ପୂର୍ବତନ କ୍ରିକେଟର

ଶ୍ରୀଲଙ୍କାର ଅନେକ ଫ୍ୟୁଲ୍ ଷ୍ଟେସନରେ ଲମ୍ବା ଲାଇନ ଲାଗୁଛି। ପେଟ୍ରୋଲ ଏବଂ ଡିଜେଲ (Petrol Diesel) ପାଇଁ ଶ୍ରୀଲଙ୍କାବାସୀଙ୍କୁ ରାତିସାରା ଲାଇନରେ ଛିଡା ହେବାକୁ ପଡିବ। ଏହି କାରଣରୁ ଦେଶ (Sri Lanka) ରେ ବିରୋଧ ମଧ୍ୟ ଚାଲିଛି। ଏକ ମାସ ପୂର୍ବରୁ ମଧ୍ୟ ଶ୍ରୀଲଙ୍କାରେ ଏକ ଇନ୍ଧନ ସଙ୍କଟ (Fuel Crisis) ଦେଖାଦେଇଥିଲା। ସେତେବେଳେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶରେ କେବଳ ଗୋଟିଏ ଦିନର ଇନ୍ଧନ ବାକି ଅଛି। ଶକ୍ତି ମନ୍ତ୍ରୀ କାଞ୍ଚନା ୱିଜେସେକରା କହିଛନ୍ତି ଯେ, ଯୋଗାଣକାରୀଙ୍କୁ ଦେଶରେ ୭୨୫ ମିଲିୟନ ଡଲାରର ଦେୟ ଧାର୍ଯ୍ୟ ହୋଇଛି।

ସୌ- ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଦିନକୁ ଦିନ ଶ୍ରୀହିନ ହେବାରେ ଲାଗିଛି ଶ୍ରୀଲଙ୍କା। ଦେଶରେ ତୈଳ ସଙ୍କଟ ଏକ ଉତ୍କଟରୂପ ଧାରଣ କରିଛି। ଏପରିକି ବିଦେଶୀ ମୁଦ୍ରା ନଥିବାରୁ ତୈଳ ଆମଦାନୀ କରିବାରେ ସକ୍ଷମ ହୋଇ ପାରୁନି ଶ୍ରୀଲଙ୍କା। ବର୍ତ୍ତମାନ ଶ୍ରୀଲଙ୍କାରେ ପେଟ୍ରୋଲ ଓ ଡିଜେଲର ଘୋର ଅଭାବ ଦେଖାଦେଇଥିବା ବେଳେ ପେଟ୍ରୋଲ ପମ୍ପରେ ଲାଗୁଛି ଲମ୍ବା ଲାଇନ୍। ଏଭଳି ସଙ୍କଟ ମଧ୍ୟରେ ଶ୍ରୀଲଙ୍କାର ପୂର୍ବତନ ଷ୍ଟାର କ୍ରିକେଟର ରୋଶନ ମହାନମା ପେଟ୍ରୋଲ ଟାଙ୍କି ନିକଟରେ ଚା' ଓ ବର୍ଣ୍ଣ ପରସୁଥିବାର ଦେଖିବାକୁ ମିଳିଛି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

ରୋଶନ ମହାନମା ଟ୍ବିଟ କରି କହିଛନ୍ତି ଯେ, ଓ୍ବାର୍ଡ ପ୍ଲେସ୍‌ ଓ ବିଜେରାମା ମାକ୍ଥା ନିକଟରେ ଥିବା ପେଟ୍ରୋଲ ପମ୍ପ ଓ ରୋଷେଇ ଗ୍ୟାସ ବିତରଣ କେନ୍ଦ୍ରରେ ଲମ୍ବା ଲାଇନରେ ଠିଆ ହୋଇଥିବା ଲୋକଙ୍କୁ ଚା ଓ ପାଉଁରୁଟି ବାଣ୍ଟିଲୁ। ସେ ଆହୁରି କହିଛନ୍ତି, 'ଏଭଳି କଠିନ ସମୟରେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ଦରକାର। ଆଉ ଯେଉଁମାନେ ଲମ୍ବା ଲାଇନରେ ଠିଆ ହେଉଛନ୍ତି ସେମାନଙ୍କୁ ଅନୁରୋଧ ସାଥିରେ କିଛି ଖାଇବା ଓ ପିଇବା ପାଣି ସର୍ବଦା ଧରିକି ଆସନ୍ତୁ। ଯଦି ଆପଣ ଲାଇନରେ ଠିଆ ହୋଇଥିବା ସମୟରେ ଅସୁସ୍ଥ ମନେ କରନ୍ତି ତେବେ ବିନା ଦ୍ବିଧାରେ ପାଖରେ ଥିବା ଲୋକଙ୍କର ସାହାଯ୍ୟ ମାଗନ୍ତୁ ନଚେତ୍‌ ୧୯୯୦ ନମ୍ବରକୁ କଲ କରି ସାହାଯ୍ୟ ମାଗି ପାରିବେ।'

Also Read: ଶ୍ରୀହୀନ ଶ୍ରୀଲଙ୍କାର ସଙ୍କଟମୋଚକ ଭାରତ, ପଡୋଶୀକୁ Fuel Crisisରୁ କରିବ କି ଉଦ୍ଧାର?

ସଙ୍କଟରେ ହନ୍ତସନ୍ତ ହେଉଛି ଶ୍ରୀଲଙ୍କା। ପ୍ରଥମେ ରାଜୈନତିକ ସଙ୍କଟ ପରେ ଦେଶରେ ତୈଳ ସଙ୍କଟରେ ଜୁଝି ହେଉଛନ୍ତି ଶ୍ରୀଲଙ୍କାବାସୀ। ଏସବୁ ମଧ୍ୟରେ ଶ୍ରୀଲଙ୍କା ସରକାର ନେଇଛନ୍ତି କିଛି ପଦକ୍ଷେକ। ପେଟ୍ରୋଲ ଓ ଡିଜେଲା ଘୋର ଅଭାବ ଦେଖା ଦେଇଥିବାବେଳେ ସୋମବାରଠାରୁ ସବୁ ସରକାରୀ ବିଭାଗ, ସରକାରୀ ସଂସ୍ଥା ଓ ସ୍ଥାନୀୟ ପରିଷଦ ସ୍ବଳ୍ପ ସମୟ ଲାଗି ପରିବହନ ସେବା ବ୍ୟବହାର ଲାଗି ସାଧାରଣ ପ୍ରଶାସନ ମନ୍ତ୍ରଣାଳୟ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏପରିକି ଅଫିସକୁ କମ୍‌ କର୍ମଚାରୀ ଆସିବା ପାଇଁ ସରକାର ଓ ବିଭିନ୍ନ କମ୍ପାନୀ ପକ୍ଷରୁ ବିଜ୍ଞପ୍ତି ଜାରି କରିଛନ୍ତି।

 

ସୂଚନାଯୋଗ୍ୟ, ଶ୍ରୀଲଙ୍କାର ଅନେକ ଫ୍ୟୁଲ୍ ଷ୍ଟେସନରେ ଲମ୍ବା ଲାଇନ ଲାଗୁଛି। ପେଟ୍ରୋଲ ଏବଂ ଡିଜେଲ (Petrol Diesel) ପାଇଁ ଶ୍ରୀଲଙ୍କାବାସୀଙ୍କୁ ରାତିସାରା ଲାଇନରେ ଛିଡା ହେବାକୁ ପଡିବ। ଏହି କାରଣରୁ ଦେଶ (Sri Lanka) ରେ ବିରୋଧ ମଧ୍ୟ ଚାଲିଛି। ଏକ ମାସ ପୂର୍ବରୁ ମଧ୍ୟ ଶ୍ରୀଲଙ୍କାରେ ଏକ ଇନ୍ଧନ ସଙ୍କଟ (Fuel Crisis) ଦେଖାଦେଇଥିଲା। ସେତେବେଳେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶରେ କେବଳ ଗୋଟିଏ ଦିନର ଇନ୍ଧନ ବାକି ଅଛି। ଶକ୍ତି ମନ୍ତ୍ରୀ କାଞ୍ଚନା ୱିଜେସେକରା କହିଛନ୍ତି ଯେ, ଯୋଗାଣକାରୀଙ୍କୁ ଦେଶରେ ୭୨୫ ମିଲିୟନ ଡଲାରର ଦେୟ ଧାର୍ଯ୍ୟ ହୋଇଛି।

Also Read: Odisha 10th Result 2022 : ଜୁନ ସରିବାକୁ ୧୦ ଦିନ, ଜାଣନ୍ତୁ କେମିତି ଚେକ୍ କରବେ ପରୀକ୍ଷା ଫଳ

"ବୈଦେଶିକ ମୁଦ୍ରା ଭଣ୍ଡାରର ଅଭାବ ଇନ୍ଧନ ଯୋଗାଣରେ ସମସ୍ୟା ସୃଷ୍ଟି କରୁଛି। ଜୁନ୍ ୨୧ ସୁଦ୍ଧା ଗଚ୍ଛିତ ଷ୍ଟକ୍ ପରିଚାଳନା ପାଇଁ ସରକାର କାର୍ଯ୍ୟ କରୁଛନ୍ତି। ଚାହିଦା ପୂରଣ କରିବା ଅତ୍ୟନ୍ତ କଷ୍ଟକର ହୋଇପଡୁଛି ଏବଂ ଯଦି ଆମେ ଅଣ-ଅତ୍ୟାବଶ୍ୟକ ଭ୍ରମଣକୁ ହ୍ରାସ ନକରିବା ଏବଂ ହୋର୍ଡିଂ ବନ୍ଦ କରିବା, ତେବେ ଷ୍ଟକ୍ ଶୀଘ୍ର ଶେଷ ହୋଇପାରେ। ଆସନ୍ତା ତିନି ଦିନ ମଧ୍ୟରେ ଆମେ ପେଟ୍ରୋଲ ପରିବହନ ଏବଂ ଆଗାମୀ ଆଠ ଦିନରେ ଆଉ ଦୁଇ ପର୍ଯ୍ୟାୟ ତୈଳ ଆଶା କରୁଛୁ " ବୋଲି କାଞ୍ଚନା ୱିଜେସେକରା କହିଛନ୍ତି।

ଭାରତ ସରକାର (Indian Govt) ଙ୍କ ଏକ୍ସିମ ବ୍ୟାଙ୍କରୁ ୫୦୦ ମିଲିୟନ ଆମେରିକୀୟ ଡଲାରର କ୍ରେଡିଟରେ ଶ୍ରୀଲଙ୍କା ସରକାରୀ ନିଶ୍ଚିତକରଣକୁ ଅପେକ୍ଷା କରିଛି। ଆସନ୍ତା କିଛି ସପ୍ତାହ ମଧ୍ୟରେ ଏହା ଇନ୍ଧନ ପରିବହନରେ ବ୍ୟବହୃତ ହେବ ବୋଲି ବିଜୟରା କହିଛନ୍ତି। ଏହାପୂର୍ବରୁ ଭାରତ ପ୍ରାୟ ୩ ବିଲିୟନ ଡଲାରର ସହାୟତା ଦେଇଛି। ଏଥିରେ ଅତ୍ୟାବଶ୍ୟକ ଆମଦାନୀ ପାଇଁ ୧ ବିଲିୟନ ଡଲାରର କ୍ରେଡିଟ୍ ଏବଂ ୪୦୦ ମିଲିୟନ୍ ଡଲାର୍ ସ୍ୱାପ୍ ଅନ୍ତର୍ଭୁକ୍ତ।