Cricket in Olympics: ଅଲମ୍ପିକରେ କ୍ରିକେଟ୍ ସାମିଲ ହେବା ନେଇ ଏହି ଖେଳାଳିଙ୍କୁ ଶ୍ରେୟ ଦେଲା IOC
Advertisement

Cricket in Olympics: ଅଲମ୍ପିକରେ କ୍ରିକେଟ୍ ସାମିଲ ହେବା ନେଇ ଏହି ଖେଳାଳିଙ୍କୁ ଶ୍ରେୟ ଦେଲା IOC

Cricket in Olympics 2023: କ୍ରିକେଟକୁ ପୁଣିଥରେ ଅଲମ୍ପିକରେ ସାମିଲ କରିବା ନେଇ ଅନ୍ତର୍ଜାତୀୟ ଅଲମ୍ପିକ୍ କମିଟି (International Olympic Committee) ନିଷ୍ପତ୍ତି ନେଇଛି । ଏନେଇ କମିଟି ସଭାପତି ଥୋମାସ ବାଚ (Thomas Bach) ଅଲମ୍ପିକ୍ସରେ କ୍ରିକେଟର ପ୍ରବେଶକୁ ନେଇ ଘୋଷଣା କରିଥିଲେ । ଆଇଓସିର ଅନୁମୋଦନ ପରେ ଆଇସିସି ମଧ୍ୟ ଏହାକୁ ଗ୍ରୀନ୍ ସିଗନାଲ ଦେଖାଇଛି । 

ସୌ(ସୋସିଆଲ ମିଡିଆ)

Cricket in Olympics 2023: କ୍ରିକେଟକୁ ପୁଣିଥରେ ଅଲମ୍ପିକରେ ସାମିଲ କରିବା ନେଇ ଅନ୍ତର୍ଜାତୀୟ ଅଲମ୍ପିକ୍ କମିଟି (International Olympic Committee) ନିଷ୍ପତ୍ତି ନେଇଛି । ଏନେଇ କମିଟି ସଭାପତି ଥୋମାସ ବାଚ (Thomas Bach) ଅଲମ୍ପିକ୍ସରେ କ୍ରିକେଟର ପ୍ରବେଶକୁ ନେଇ ଘୋଷଣା କରିଥିଲେ । ଆଇଓସିର ଅନୁମୋଦନ ପରେ ଆଇସିସି ମଧ୍ୟ ଏହାକୁ ଗ୍ରୀନ୍ ସିଗନାଲ ଦେଖାଇଛି । ଲସ୍ ଆଞ୍ଜେଲସରେ (los angels Olympics 2028) ଆୟୋଜିତ ହେବାକୁ ଥିବା ୨୦୨୮ ଅଲିମ୍ପିକ୍ ଗେମ୍ସରେ (Olympics Games) କ୍ରିକେଟ୍ ଖେଳ ଦେଖିବାକୁ ମିଳିବ । ତେବେ ଆଶ୍ଚର୍ଯ୍ୟର କଥା ଅଲିମ୍ପିକ୍ସ ୨୦୨୮ରେ କ୍ରିକେଟ୍ ସାମିଲ ନେଇ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ (Virat kohli) ହାତ ଥିବା ଆଇଓସି ବୟାନରୁ ଆଭାସ ମିଳିଛି ।

ଆନ୍ତର୍ଜାତୀୟ ଅଲମ୍ପିକ୍ କମିଟି (International Olympic Committee) କହିଛି, ସୋସିଆଲ ମିଡିଆରେ କୋହଲିଙ୍କ ଫଲୋୟର୍ସ ଢେର ଅଧିକ। ତାଙ୍କୁ ୩୪୦ ମିଲିୟନ୍ ଲୋକେ ଅନୁସରଣ କରନ୍ତି। ସାରା ବିଶ୍ୱରେ ସର୍ବାଧିକ ଫଲୋୟର୍ସ ଥିବା ଆଥଲେଟଙ୍କ ମଧ୍ଯରେ ସେ ତୃତୀୟ ସ୍ଥାନରେ ରହିଛନ୍ତି । ଫଲୋୟର୍ସ ତୁଳନାରେ ସେ ଆମେରିକୀୟ ସୁପରଷ୍ଟାର ଲେବରୋନ ଜେମ୍ସ,, ଟମ୍ ବ୍ରେଡି଼ ଓ ଟାଇଗର ଉଡସ୍ ଙ୍କଠାରୁ ବହୁ ଆଗରେ ରହିଛନ୍ତି। ଆଇଓସିର ଜଣେ ସଦସ୍ୟ କୋହଲିଙ୍କ ବିଷୟରେ ଆଲୋଚନା କରିବାକୁ ଯାଇ କହିଛନ୍ତି, ମୋର ବନ୍ଧୁ ବିରାଟ କୋହଲିଙ୍କ ସୋସିଆଲ ମିଡିଆରେ ୩୪୦ ମିଲିୟନ ଫଲୋୟର୍ସ ରହିଛନ୍ତି । ଫଲୋୟର୍ସ ତୁଳନାରେ ସେ ଲେବରୋନ ଜେମ୍ସ, ଟମ୍ ବ୍ରେଡି, ଟାଇଗର ଉଡସଙ୍କୁ ପଛରେ ପକାଇଛନ୍ତି । ଲସ୍ ଆଞ୍ଜେଲସ ୨୮ ପାଇଁ ଏହା ଏକ ବିଜୟ-ପରିସ୍ଥିତି ।

ସୂଚନା ଅନୁଯାୟୀ, ଅଲମ୍ପିକ୍ସରେ ଟି -୨୦ ଫର୍ମାଟରେ (T-20) କ୍ରିକେଟ୍ ଖେଳାଯିବ। ଯାହା ଫଳରେ କ୍ରିକେଟ୍ ପ୍ରଶଂସକ ମାନଙ୍କୁ ଆଉ ଏକ ବିଶ୍ୱକପ୍ ଉପଭୋଗ କରିବାର ସୁଯୋଗ ମିଳିବ। ଗତବର୍ଷ ବର୍ମିଂହାମ କମନ ୱେଲଥ ଗେମ୍ସରେ (Birmingham 2022 Commonwealth Games) କ୍ରିକେଟ୍ ପ୍ରବେଶ କରିଥିଲା ସତ କିନ୍ତୁ ଏଥିରେ କେବଳ ମହିଳା ଦଳ ଖେଳିବା ନେଇ ସୁଯୋଗ ପାଇଥିଲେ । ଏହା ପରେ ହାଙ୍ଗଜୋ ଏସିଆନ୍ ଗେମ୍ସରେ (Hangzhou Asian games)ରେ ଉଭୟ ମହିଳା ଓ ପୁରୁଷ କ୍ରିକେଟ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଦୀର୍ଘ ୧୨୮ ବର୍ଷ ପରେ ଅଲମ୍ପିକ୍ସରେ ଗେମ୍ସରେ (Olympics Games) କ୍ରିକେଟ୍ (Cricket) ସାମିଲ ହେବାକୁ ଯାଉଛି ।

Also Read-Virushka: ଷ୍ଟାଡିୟମରୁ ଅନୁଷ୍କାଙ୍କୁ ବିରାଟଙ୍କ ମେସେଜ୍, 'ତୁମ୍ ଘର ଯାଓ' ବାଦ୍ ମେଁ... ଦେଖନ୍ତୁ ଭିଡ଼ିଓ

ଏହା ପୂର୍ବରୁ ୧୯୦୦ ମସିହାରେ ପ୍ୟାରିସ ଅଲମ୍ପିକ୍ସରେ  (Paris Olympics )କ୍ରିକେଟ୍ ସ୍ଥାନ ପାଇଥିଲା । ଏଥିରେ ଦୁଇଟି ଟିମ୍ ଅଂଶ ଗ୍ରହଣ କରିଥିଲେ । ଯେଉଁଥିରେ ଇଂଲଣ୍ଡ ଓ ଫ୍ରାନ୍ସ ମଧ୍ଯରେ ଦୁଇ ଦିନିଆ ଟେଷ୍ଟ୍ ମ୍ୟାଚ୍ (Test Match) ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ୧୨ ଜଣ ଖେଳାଳୀ ଫିଲ୍ଡିଂ କରିଥିଲେ । ଇଂଲଣ୍ଡ୍ ଦଳ ଫ୍ରାନ୍ସକୁ ପରାସ୍ତ କରି କ୍ରିକେଟରେ ଅଲମ୍ପିକ୍ସ ମେଡାଲ ହାସଲ କରିଥିଲା । ଅଲମ୍ପିକ୍ସରେ ଅନୁଷ୍ଠିତ ଏହି ମ୍ୟାଚକୁ କେବେ ଫାଷ୍ଟ କ୍ଲାସ କ୍ରିକେଟର ମାନ୍ୟତା ମିଳିନଥିଲା । ତେବେ ପୁଣିଥରେ ଆନ୍ତର୍ଜାତୀୟ ଅଲମ୍ପିକ୍ କମିଟି () ୨୦୨୮ ଲସ୍ ଆଞ୍ଜେଲସ୍  ଆୟୋଜିତ ହେବାକୁ ଥିବା ଅଲମ୍ପିକ୍ସରେ (los angels Olympics 2028) କ୍ରିକେଟକୁ ସାମିଲ କରିବା ନେଇ ଅନୁମୋଦନ କରିଛି । ଏନେଇ ଆଇଓସି ସଭାପତି ଥୋମାସ ବାଚ (Thomas Bach) ଘୋଷଣା କରିଛନ୍ତି। ପ୍ରକାଶ ଥାଉ କି,  ଏହି ଅଲମ୍ପିକ୍ସରେ (Olympics) ମୋଟ ୫ ଟି ନୂଆ ଖେଳ ସାମିଲ କରିବାକୁ ଆୟୋଜକମାନେ ପ୍ରସ୍ତାବ ଦେଇଥିଲେ । ଏହି ୫ଟି ଖେଳ ମଧ୍ୟରେ ବେସବଲ୍, ସଫଟବଲ, ଫ୍ଲାଗ୍ ଫୁଟବଲ୍, ସ୍କ୍ବାସ, ଲାକ୍ରୋଜ୍ ଓ କ୍ରିକେଟ୍ ସାମିଲ ରହିଛି ।