Cricket: କ୍ରିକେଟ୍ ଜଗତରେ ଖେଳାଯିବ ଆଉ ଏକ ବିଶ୍ବକପ, ମୋହର ମାରିଲା ଆଇଓସି
Advertisement
Article Detail0/zeeodisha/odisha1917978

Cricket: କ୍ରିକେଟ୍ ଜଗତରେ ଖେଳାଯିବ ଆଉ ଏକ ବିଶ୍ବକପ, ମୋହର ମାରିଲା ଆଇଓସି

Cricket in Olympics : ବର୍ତ୍ତମାନ ଦେଶରେ ଦିନିକିଆ ବିଶ୍ୱକପର (ICC world cup 2023) ୧୩ ତମ ସଂସ୍କରଣ ଜାରି ରହିଛି । ଏହି କ୍ରିକେଟ୍ ମହାକୁମ୍ଭକୁ ନେଇ ସବୁଆଡ଼େ ଚର୍ଚ୍ଚା ଲାଗି ରହିଥିବା ବେଳେ ୩ ଦିନ ପୂର୍ବରୁ ଅନ୍ତର୍ଜାତୀୟ ଅଲମ୍ପିକ୍ କମିଟି (International Olympic Committee) ସଭାପତି ଥୋମାସ ବାଚ (Thomas Bach) ଅଲମ୍ପିକ୍ସରେ କ୍ରିକେଟ ପ୍ରବେଶ କରିବା ନେଇ ଘୋଷଣା କରିଥିଲେ । 

ସୌ(ସୋସିଆଲ ମିଡିଆ)

Cricket in Olympics: ବର୍ତ୍ତମାନ ଦେଶରେ ଦିନିକିଆ ବିଶ୍ୱକପର (ICC world cup 2023) ୧୩ ତମ ସଂସ୍କରଣ ଜାରି ରହିଛି । ଏହି କ୍ରିକେଟ୍ ମହାକୁମ୍ଭକୁ ନେଇ ସବୁଆଡ଼େ ଚର୍ଚ୍ଚା ଲାଗି ରହିଥିବା ବେଳେ ୩ ଦିନ ପୂର୍ବରୁ ଅନ୍ତର୍ଜାତୀୟ ଅଲମ୍ପିକ୍ କମିଟି (International Olympic Committee) ସଭାପତି ଥୋମାସ ବାଚ (Thomas Bach) ଅଲମ୍ପିକ୍ସରେ କ୍ରିକେଟ ପ୍ରବେଶ କରିବା ନେଇ ଘୋଷଣା କରିଥିଲେ । ଯାହାକୁ ଆଇସିସି ଅନୁମୋଦନ କରିବା ସହ ଏକ ବିବୃତ୍ତି ଜାରି କରିଛି । ତେବେ, ଅଲମ୍ପିକ୍ସରେ କ୍ରିକେଟ୍ ର ପ୍ରବେଶ ପ୍ୟାରିସରେ ଆୟୋଜିତ ହେବାକୁ ଥିବା ୨୦୨୪ ଅଲମ୍ପିକ୍ ଗେମ୍ସରେ ନୁହେଁ, ବରଂ ଲସ୍ ଆଞ୍ଜେଲସରେ (los angels Olympics 2028) ଆୟୋଜିତ ହେବାକୁ ଥିବା ୨୦୨୮ ଅଲିମ୍ପିକ୍ ଗେମ୍ସରେ (Olympics Games) ହେବ ବୋଲି ଜଣାପଡ଼ିଛି ।

ଅଲମ୍ପିକ୍ସ ଏକ ବିଶ୍ୱ ସ୍ତରୀୟ କାର୍ଯ୍ୟକ୍ରମ ଅଟେ । ଏଥିରେ ବିଶ୍ବର ବିଭିନ୍ନ ଦେଶରୁ ଖେଳାଳିମାନେ ଅଂଶଗ୍ରହଣ କରିଥାଆନ୍ତି । ତେବେ ଅଲମ୍ପିକ୍ସରେ କ୍ରିକେଟର ଏଣ୍ଟ୍ରି ଫଳରେ ପୁଣିଥରେ କ୍ରିକେଟ୍ ବିଶ୍ୱକପ୍ (Cricket World Cup) ପରି ମହୋଲା ସୃଷ୍ଟି ହେବ ଏଥିରେ ସନ୍ଦେହ ନାହିଁ । ସୂଚନା ଅନୁଯାୟୀ, ଅଲମ୍ପିକ୍ସରେ ଟି -୨୦ ଫର୍ମାଟରେ (T-20) କ୍ରିକେଟ୍ ଖେଳାଯିବ। ଯାହା ଫଳରେ କ୍ରିକେଟ୍ ପ୍ରଶଂସକ ମାନଙ୍କୁ ଆଉ ଏକ ବିଶ୍ୱକପ୍ ଉପଭୋଗ କରିବାର ସୁଯୋଗ ମିଳିବ। ଗତବର୍ଷ ବର୍ମିଂହାମ କମନ ୱେଲଥ ଗେମ୍ସରେ (Birmingham 2022 Commonwealth Games) କ୍ରିକେଟ୍ ପ୍ରବେଶ କରିଥିଲା ସତ ​​କିନ୍ତୁ ଏଥିରେ କେବଳ ମହିଳା ଦଳ ଖେଳିବା ନେଇ ସୁଯୋଗ ପାଇଥିଲେ । ଏହା ପରେ ହାଙ୍ଗଜୋ ଏସିଆନ୍ ଗେମ୍ସରେ (Hangzhou Asian games)ରେ ଉଭୟ ମହିଳା ଓ ପୁରୁଷ କ୍ରିକେଟ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ଦୀର୍ଘ ୧୨୮ ବର୍ଷ ପରେ ଅଲମ୍ପିକ୍ସରେ ଗେମ୍ସରେ (Olympics Games) କ୍ରିକେଟ୍ (Cricket) ସାମିଲ ହେବାକୁ ଯାଉଛି । ଏହା ପୂର୍ବରୁ ୧୯୦୦ ମସିହାରେ ପ୍ୟାରିସ ଅଲମ୍ପିକ୍ସରେ  (Paris Olympics )କ୍ରିକେଟ୍ ସ୍ଥାନ ପାଇଥିଲା । ଏଥିରେ ଦୁଇଟି ଟିମ୍ ଅଂଶ ଗ୍ରହଣ କରିଥିଲେ । ଯେଉଁଥିରେ ଇଂଲଣ୍ଡ ଓ ଫ୍ରାନ୍ସ ମଧ୍ଯରେ ଦୁଇ ଦିନିଆ ଟେଷ୍ଟ୍ ମ୍ୟାଚ୍ (Test Match) ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ୧୨ ଜଣ ଖେଳାଳୀ ଫିଲ୍ଡିଂ କରିଥିଲେ । ଇଂଲଣ୍ଡ୍ ଦଳ ଫ୍ରାନ୍ସକୁ ପରାସ୍ତ କରି କ୍ରିକେଟରେ ଅଲମ୍ପିକ୍ସ ମେଡାଲ ହାସଲ କରିଥିଲା । ଅଲମ୍ପିକ୍ସରେ ଅନୁଷ୍ଠିତ ଏହି ମ୍ୟାଚକୁ କେବେ ଫାଷ୍ଟ କ୍ଲାସ କ୍ରିକେଟର ମାନ୍ୟତା ମିଳିନଥିଲା । ତେବେ ପୁଣିଥରେ ଆନ୍ତର୍ଜାତୀୟ ଅଲମ୍ପିକ୍ କମିଟି () ୨୦୨୮ ଲସ୍ ଆଞ୍ଜେଲସ୍  ଆୟୋଜିତ ହେବାକୁ ଥିବା ଅଲମ୍ପିକ୍ସରେ (los angels Olympics 2028) କ୍ରିକେଟକୁ ସାମିଲ କରିବା ନେଇ ଅନୁମୋଦନ କରିଛି । ଏନେଇ ଆଇଓସି ସଭାପତି ଥୋମାସ ବାଚ (Thomas Bach) ଘୋଷଣା କରିଛନ୍ତି। ପ୍ରକାଶ ଥାଉ କି,  ଏହି ଅଲମ୍ପିକ୍ସରେ (Olympics) ମୋଟ ୫ ଟି ନୂଆ ଖେଳ ସାମିଲ କରିବାକୁ ଆୟୋଜକମାନେ ପ୍ରସ୍ତାବ ଦେଇଥିଲେ । ଏହି ୫ଟି ଖେଳ ମଧ୍ୟରେ ବେସବଲ୍, ସଫଟବଲ, ଫ୍ଲାଗ୍ ଫୁଟବଲ୍, ସ୍କ୍ବାସ, ଲାକ୍ରୋଜ୍ ଓ କ୍ରିକେଟ୍ ସାମିଲ ରହିଛି ।

Also Read-Virushka: ଷ୍ଟାଡିୟମରୁ ଅନୁଷ୍କାଙ୍କୁ ବିରାଟଙ୍କ ମେସେଜ୍, 'ତୁମ୍ ଘର ଯାଓ' ବାଦ୍ ମେଁ... ଦେଖନ୍ତୁ ଭିଡ଼ିଓ