LIVE ମ୍ୟାଚରେ ମୁହାଁମୁହାଁ ହେଲେ ୨ ଭାରତୀୟ କ୍ରିକେଟର, ଅମ୍ପାୟାରଙ୍କୁ କରିବାକୁ ପଡ଼ିଲା ହସ୍ତକ୍ଷେପ; ଦେଖନ୍ତୁ ଭିଡିଓ
Advertisement
Article Detail0/zeeodisha/odisha1393251

LIVE ମ୍ୟାଚରେ ମୁହାଁମୁହାଁ ହେଲେ ୨ ଭାରତୀୟ କ୍ରିକେଟର, ଅମ୍ପାୟାରଙ୍କୁ କରିବାକୁ ପଡ଼ିଲା ହସ୍ତକ୍ଷେପ; ଦେଖନ୍ତୁ ଭିଡିଓ

SMAT 2022: ସୟଦ ମୁଶ୍ତାକ ଅଲି ଟି-20 ଟ୍ରଫି (Syed Mushtaq Ali T20 Trophy) ରେ ବୁଧବାର ସୌରାଷ୍ଟ୍ର ଓ ବରୋଦା ଦଳ ମଧ୍ୟରେ ଏକ ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚ୍ ବହୁତ ହାଇ ଭୋଲଟେଜ୍ ଓ ଡ୍ରାମାରେ ପରିପୂର୍ଣ୍ଣ ରହିଥିଲା । ଏହି ମ୍ୟାଚ୍ ସମୟରେ ଭାରତୀୟ କ୍ରିକେଟର ଦୁଇ ଦିଗଜ ଖେଳାଳି  ମୁହାଁମୁହିଁ ହୋଇଛନ୍ତି...

LIVE ମ୍ୟାଚରେ ମୁହାଁମୁହାଁ ହେଲେ ୨ ଭାରତୀୟ କ୍ରିକେଟର, ଅମ୍ପାୟାରଙ୍କୁ କରିବାକୁ ପଡ଼ିଲା ହସ୍ତକ୍ଷେପ; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: SMAT 2022: ଭାରତୀୟ ଦଳର ବ୍ୟାଟ୍ସମ୍ୟାନ୍ ଅମ୍ବାତି ରାୟୁଡୁ (Ambati Rayudu) ସବୁବେଳେ କିଛି ବା ଅନ୍ୟ ପ୍ରସଙ୍ଗରେ ଚର୍ଚ୍ଚାରେ ରହିଥା’ନ୍ତି । ବର୍ତ୍ତମାନ ସେ ସୟଦ ମୁଶ୍ତାକ ଅଲି ଟ୍ରଫି ୨୦୨୨ (Syed Mushtaq Ali Trophy 2022) ରେ ଖେଳୁଛନ୍ତି । କିନ୍ତୁ ତାଙ୍କର କାର୍ଯ୍ୟକଳାପ ଯୋଗୁଁ ସେ ଚର୍ଚ୍ଚାକୁ ଆସିଛନ୍ତି । ଏହି ଘରୋଇ ଟୁର୍ଣ୍ଣାମେଣ୍ଟରେ ବରୋଦା ଦଳର ଅଧିନାୟକ ଅମ୍ବାତି ରାୟୁଡୁ ପଡ଼ିଆରେ ଏପରି କିଛି କରିଛନ୍ତି, ଯାହା ସାଧାରଣତଃ କେହିଁ କରନ୍ତି ନାହିଁ । ସେ ବ୍ୟାଟ୍ସମ୍ୟାନଙ୍କ ସହ ମୁହାଁମୁହିଁ ହୋଇଛନ୍ତି । ସୟଦ ମୁଶ୍ତାକ ଅଲି ଟି-20 ଟ୍ରଫି (Syed Mushtaq Ali T20 Trophy) ରେ ବୁଧବାର ସୌରାଷ୍ଟ୍ର ଓ ବରୋଦା ଦଳ ମଧ୍ୟରେ ଏକ ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚ୍ ବହୁତ ହାଇ ଭୋଲଟେଜ୍ ଓ ଡ୍ରାମାରେ ପରିପୂର୍ଣ୍ଣ ରହିଥିଲା । ଏହି ମ୍ୟାଚ୍ ସମୟରେ ଭାରତୀୟ କ୍ରିକେଟର ଦୁଇ ଦିଗଜ ଖେଳାଳି  ମୁହାଁମୁହିଁ ହୋଇଛନ୍ତି । ଏହି ଉଭୟ ଖେଳାଳି ଆଇପିଏଲର ସୁପରଷ୍ଟାର ଖେଳାଳିଙ୍କ ମଧ୍ୟରୁ ଜଣେ । 

ଏହି ଦୁଇ ଖେଳାଳିଙ୍କ ମଧ୍ୟରେ ଝଗଡା ହେବାର ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି । ସୌରାଷ୍ଟ୍ରର ଇନିଂସର ନବମ ଓଭରରେ ଶେଲଡନ୍ ଜ୍ୟାକସନ (Sheldon Jackson) ଓ ଅମ୍ବାତି ରାୟୁଡୁ (Ambati Rayudu) ମୁହାଁମୁହିଁ ହୋଇଛନ୍ତି । ସୌରାଷ୍ଟ୍ର ପାଇଁ ଖେଳୁଥିବା ଜ୍ୟାକସନ ସେହି ସମୟରେ ବ୍ୟାଟିଂ କରୁଥିଲେ, ଯେତେବେଳେ ରାଇଡୁ ଜ୍ୟାକସନଙ୍କ ବିଷୟରେ କିଛି ସ୍ଲେଜ୍ କରିଥିଲେ, ଯାହା ତାଙ୍କୁ ଜମା ପସନ୍ଦ ଆସି ନଥିଲା । ଏହି ସମୟରେ ଦୁଇ ଖେଳାଳିଙ୍କ ମଧ୍ୟରେ ତୁତୁ ମେଁମେଁ ହୋଇଥିଲା । ଯେତେବେଳେ ଜ୍ୟାକସନ ଓ ରାଇଡୁ ପରସ୍ପରର ନିକଟତର ହୋଇଥିଲେ, ବରୋଦା ଖେଳାଳି କ୍ରୁଣାଲ ପାଣ୍ଡ୍ୟା ଓ ଅମ୍ପାୟାରମାନେ ଏଥିରେ ହସ୍ତକ୍ଷେପ କରିଥିଲେ ।

ଅଧିକ ପଢ଼ନ୍ତୁ:-ବିରାଟ କୋହଲିଙ୍କୁ ପୁଣିଥରେ ମିଳିଲାନି ଚୂଡ଼ାନ୍ତ ଏକାଦଶରେ ସ୍ଥାନ, ଟି-20 ବିଶ୍ୱକପକୁ ନେଇ କ’ଣ ଚାହୁଁଛି BCCI?

ଅଧିକ ପଢ଼ନ୍ତୁ:-5Gକୁ ନେଇ ବଡ଼ ନିଷ୍ପତ୍ତି, ୧୦ ହଜାରରୁ ଅଧିକ ମୂଲ୍ୟର ଫୋନ୍ ତିଆରି କରୁଥିବା କମ୍ପାନୀ ଉପରେ ଲାଗୁ ହେବ ଏହି ନିୟମ

ଅଧିକ ପଢ଼ନ୍ତୁ:-BCCI ହଠାତ୍ ନେଲା ଏକ ବଡ଼ ନିଷ୍ପତ୍ତି, ଟି-20 ବିଶ୍ୱକପ ପାଇଁ ଭାରତୀୟ ଦଳରେ ସାମିଲ ହେବେନି ଏହି ୨ ଖେଳାଳି

ସୂଚନାଯୋଗ୍ୟ, ୨୦୨୧ରେ ଶେଲଡନ୍ ଜ୍ୟାକସନ ତାଙ୍କର ପ୍ରଥମ ଶ୍ରେଣୀରେ ଡେବ୍ୟୁ କରିଥିଲେ ।  ଶେଲଡନ୍ ଜ୍ୟାକସନଙ୍କୁ ଏପର୍ଯ୍ୟନ୍ତ ଟିମ୍ ଇଣ୍ଡିଆରେ ଖେଳିବାର ସୁଯୋଗ ମିଳିନାହିଁ । ଶେଲଡନ୍ ଜ୍ୟାକସନ ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସ (KKR) ର ଏକ ଅଂଶ ହୋଇଛନ୍ତି । ସେ ଆଇପିଏଲ୍ ୨୦୨୨ରେ ବହୁତ ଭଲ ୱିକେଟ୍ କିପିଂ କରିଥିଲେ, କିନ୍ତୁ ସେ ବ୍ୟାଟ୍ ସହିତ ଚମତ୍କାର ପ୍ରଦର୍ଶନ କରିବାରେ ସକ୍ଷମ ହୋଇନଥିଲେ । ଆଇପିଏଲ ୨୦୨୨ରେ ୫ଟି ମ୍ୟାଚରେ ଶେଲଡନ୍ ୫.୭୫ ଏଭେରେଜରେ ମାତ୍ର ୨୩ ରନ୍ କରିଥିଲେ ।

ସେପଟେ ଅମ୍ବାତି ରାୟୁଡୁ ଆଇପିଏଲ ୨୦୨୨ ମଝିରେ ଅବସର ଘୋଷଣା କରିଥିଲେ । କିନ୍ତୁ କିଛି ସମୟ ପରେ ସେ ତାଙ୍କ ଟ୍ୱିଟକୁ ଡିଲିଟ କରିଦେଇଥିଲେ । ସେତେବେଳେ ମଧ୍ୟ ସେ ଏକ ବିବାଦ ସୃଷ୍ଟି କରିଥିଲେ । ଅମ୍ବାତି ରାୟୁଡୁ ଟିମ୍ ଇଣ୍ଡିଆ ପାଇଁ ୫୫ଟି ଏକ ଦିବସୀୟ ଓ ୬ଟି ଟି-20 ମ୍ୟାଚ୍ ଖେଳିଛନ୍ତି । ଏଥି ସହିତ ଅମ୍ବାତି ରାୟୁଡୁ ୨୦୧୦ରେ ଆଇପିଏଲ୍ କ୍ୟାରିଅର୍ ଆରମ୍ଭ କରିଥିଲେ । ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ବ୍ୟତୀତ ଅମ୍ବାତି ରାୟୁଡୁ ମୁମ୍ବାଇ ଇଣ୍ଡିଆନ୍ସର ଏକ ଅଂଶ ହୋଇଛନ୍ତି । ଅମ୍ବାତି ରାୟୁଡୁ ଏପର୍ଯ୍ୟନ୍ତ ଆଇପିଏଲରେ ୧୮୮ଟି ମ୍ୟାଚରେ ୨୮.୯ ଏଭେରେଜରେ ୪,୧୯୦ ରନ୍ ସଂଗ୍ରହ କରିଛନ୍ତି ।