Shubman Gill Century: ଶୁଭମାନ ଗିଲ ଶତକ ମାରି ଭାଙ୍ଗିଲେ ବିରାଟ କୋହଲିଙ୍କ ୧୧ ବର୍ଷ ପୁରୁଣା ରେକର୍ଡ, ଏହି କ୍ଷେତ୍ରରେ ବାବର ଆଜମଙ୍କ ହେଲେ ସମକକ୍ଷ
Advertisement

Shubman Gill Century: ଶୁଭମାନ ଗିଲ ଶତକ ମାରି ଭାଙ୍ଗିଲେ ବିରାଟ କୋହଲିଙ୍କ ୧୧ ବର୍ଷ ପୁରୁଣା ରେକର୍ଡ, ଏହି କ୍ଷେତ୍ରରେ ବାବର ଆଜମଙ୍କ ହେଲେ ସମକକ୍ଷ

Shubman Gill Century: ଶୁଭମାନ ଗିଲ ମଙ୍ଗଳବାର ଦିନ ଇନ୍ଦୌରର ହୋଲକର ଷ୍ଟାଡିୟମରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଧୁଆଁଧାର ଆରମ୍ଭ କରିଥିଲେ । ସେ ୧୩ଟି ଚୌକା ଓ ୪ଟି ଛକା ସହାୟତାରେ ମାତ୍ର ୭୨ ବଲରେ ଚତୁର୍ଥ ଦିନିକିଆ ଶତକ ହାସଲ କରିଛନ୍ତି । ସେ ୭୮ ବଲରେ ୧୩ଟି ଚୌକା ଓ ୫ଟି ଛକା ସହାୟତାରେ ୧୧୨ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ । ଶୁଭମାନ ଗିଲଙ୍କ ଇନିଂସର ଶେଷ ଟିକନରଙ୍କ ଦ୍ୱାରା ହୋଇଥିଲା ।

Shubman Gill Century: ଶୁଭମାନ ଗିଲ ଶତକ ମାରି ଭାଙ୍ଗିଲେ  ବିରାଟ କୋହଲିଙ୍କ ୧୧ ବର୍ଷ ପୁରୁଣା ରେକର୍ଡ, ଏହି କ୍ଷେତ୍ରରେ ବାବର ଆଜମଙ୍କ ହେଲେ ସମକକ୍ଷ

Shubman Gill Century, India vs New Zealand 3rd ODI: ଭାରତର ଯୁବ ଓପନର୍ ଶୁଭମାନ ଗିଲ (Shubman Gill) ବର୍ତ୍ତମାନ ସମୟରେ ଭଲ ଫର୍ମରେ ନଜରକୁ ଆସୁଛନ୍ତି । ଶୁଭମାନ ଗିଲ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଦିନିକିଆ ସିରିଜ (India vs New Zealand ODI Series) ରେ ନିଜର ଦ୍ୱିତୀୟ ଶତକ (Shubman Gill Century) ଲଗାଇଛନ୍ତି । ଶୁଭମାନ ଗିଲ ମଙ୍ଗଳବାର ଦିନ ଇନ୍ଦୌରର ହୋଲକର ଷ୍ଟାଡିୟମରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଧୁଆଁଧାର ଆରମ୍ଭ କରିଥିଲେ । ସେ ୧୩ଟି ଚୌକା ଓ ୪ଟି ଛକା ସହାୟତାରେ ମାତ୍ର ୭୨ ବଲରେ ଚତୁର୍ଥ ଦିନିକିଆ ଶତକ ହାସଲ କରିଛନ୍ତି । ସେ ୭୮ ବଲରେ ୧୩ଟି ଚୌକା ଓ ୫ଟି ଛକା ସହାୟତାରେ ୧୧୨ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ । ଶୁଭମାନ ଗିଲଙ୍କ ଇନିଂସର ଶେଷ ଟିକନରଙ୍କ ଦ୍ୱାରା ହୋଇଥିଲା ।

ତେବେ ୧୧୨ ରନର ସ୍ମରଣୀୟ ଇନିଂସ ଖେଳିଥିବା ଶୁଭମାନ ଗିଲ ((Shubman Gill) ପାକିସ୍ତାନ ଅଧିନାୟକ ବାବର ଆଜମ (Babar Azam) ଙ୍କ ବିଶ୍ୱ ରେକର୍ଡ ସହ ସମକକ୍ଷ କରିନେଇଛନ୍ତି । ଏହିସହ ସେ ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ ବିରାଟ କୋହଲି (Virat Kohli) ଙ୍କ ୧୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି । ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ସର୍ବାଧିକ ରନ୍ ସ୍କୋର କରିବାର ରେକର୍ଡ ଶୁଭମାନ ଗିଲ ନିଜ ନାମରେ କରିନେଇଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ବର୍ତ୍ତମାନର ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ଶୁଭମାନ ଗିଲ ୩୬୦ ରନ୍ ସଂଗ୍ରହ କରିଛନ୍ତି । ସେ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଛନ୍ତି । ବିରାଟ କୋହଲି ୨୦୧୨ ଏସିଆ କପରେ ୩୫୭ ରନ୍ ସ୍କୋର କରିଥିଲେ । ଭାରତୀୟ ଦଳ ଏହି ଟୁର୍ଣ୍ଣାମେଣ୍ଟରେ ମାତ୍ର ୩ଟି ମ୍ୟାଚ୍ ଖେଳିଥିଲା ଓ ପରେ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଯାଇଥିଲା ।

ଏଥି ସହିତ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ସର୍ବାଧିକ ରନ୍ ସ୍କୋର କରିବା କ୍ଷେତ୍ରରେ ଶୁଭମାନ ଗିଲ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ସହ ସମକକ୍ଷ ହୋଇଛନ୍ତି । ୨୦୧୬ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତିନୋଟି ODI ରେ ବାବର ଆଜମ ୩୬୦ ରନ୍ ସଂଗ୍ରହ କରିଥିଲେ । ପରେ ବାବର ସିରିଜରେ କ୍ରମାଗତ ଶତକ ଲଗାଇ ଇତିହାସ ସୃଷ୍ଟି କରିଥିଲେ ।

୩ ମ୍ୟାଚ୍ ସିରିଜରେ ସର୍ବାଧିକ ରନ୍ ସ୍କୋର କରିଥିବା ବ୍ୟାଟ୍ସମ୍ୟାନ

୩୬୦- ବାବର ଆଜାମ 
୩୬୦ - ଶୁଭମାନ ଗିଲ
୩୪୯ - ଇମରୁଲ କେଏସ୍ 

ଅଧିକ ପଢ଼ନ୍ତୁ:-ଚେତେଶ୍ୱର ପୂଜାରା ଦଳରୁ ହେଲେ ବାହାର, ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ହଠାତ୍ ନିଆଗଲା ଏହି ବଡ଼ ନିଷ୍ପତ୍ତି

ଅଧିକ ପଢ଼ନ୍ତୁ:-RBI ନେଲା ବଡ଼ ନିଷ୍ପତ୍ତି, ଏହି ବ୍ୟାଙ୍କର ନେଣଦେଣ ଉପରେ ଲଗାଇଲା ପ୍ରତିବନ୍ଧକ; ଜାଣନ୍ତୁ ଏବେ କ'ଣ କରିବେ ଗ୍ରାହକ

ଅଧିକ ପଢ଼ନ୍ତୁ:-ରବିନ୍ଦ୍ର ଜାଡେଜାଙ୍କୁ ହଠାତ୍ କରାଗଲା ଅଧିନାୟକ, ଭାରତ-ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ସାମ୍ନାକୁ ଆସିଲା ଏହି ବଡ଼ ସୂଚନା

ଭାରତୀୟଙ୍କ ପାଇଁ ଦିନିକିଆରେ ସିରିଜରେ ସର୍ବାଧିକ ରନ୍ ସ୍କୋର କରିଥିବା ବ୍ୟାଟ୍ସମ୍ୟାନ

୩୬୦ - ଶୁଭମାନ ଗିଲ୍ 
୩୫୭- ବିରାଟ କୋହଲି, ଏସିଆ କପ୍, ୨୦୧୨
୨୮୩ - ଶିଖର ଧାୱନ ବନାମ ଶ୍ରୀଲଙ୍କା, ୨୦୧୪