Shubman Gill and Sara: ଏକା ସହିତ ଛୁଟି କାଟୁଛନ୍ତି ସାରା ଓ ଶୁଭମନ! ଫ୍ୟାନ୍ସ କହିଲେ...
Advertisement

Shubman Gill and Sara: ଏକା ସହିତ ଛୁଟି କାଟୁଛନ୍ତି ସାରା ଓ ଶୁଭମନ! ଫ୍ୟାନ୍ସ କହିଲେ...

Shubman Sara tendulkar: ଭାରତୀୟ କ୍ରିକେଟ୍ ଟିମର ଷ୍ଟାର କ୍ରିକେଟର ଶୁଭମନ ଗିଲ (Shubman Gill) ଓ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କୁ (Sara tendulkar) ନେଇ ଚର୍ଚ୍ଚା ଥମିବାର ନାଁ ନେଉନଥିବା ବେଳେ ଏବେ ଉଭୟଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । 

ସୌ(ସୋସିଆଲ ମିଡିଆ)

Shubman Gill and Sara: ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ୨୦୨୩ (World test championship 2023) ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ୨୦୯ ରନ୍ ରେ ପରାସ୍ତ ହୋଇଥିଲା ଟିମ୍ ଇଣ୍ଡିଆ । ଯାହା ପରେ ଏସିଆ କପ୍ ଓ ବିଶ୍ୱକପ୍ ଭଳି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍କୁ ଦୃଷ୍ଟିରେ ରଖି ଭାରତୀୟ ଖେଳାଳିଙ୍କୁ ଏକ ମାସ ଲାଗି ବ୍ରେକ୍ ଦିଆଯାଇଛି। ଫଳରେ ଖେଳାଳିମାନେ ଏହି ଛୁଟି ଦିନକୁ ବେଶ ଉପଭୋଗ କରୁଥିବା ଦେଖିବାକୁ ମିଳିଛି। ତେବେ ଭାରତୀୟ ଦଳର ଷ୍ଟାର ଓପନର୍ ଶୁଭମନ ଗିଲ (Shubman Gill) ମଧ୍ୟ ବର୍ତ୍ତମାନ ଲଣ୍ଡନରେ ଛୁଟି କାଟୁଥିବା ଜଣାଯାଇଛି। କେବଳ ଏତିକି ନୁହେଁ, ତାଙ୍କର ଗୁଜବ ଗର୍ଲଫ୍ରେଣ୍ଡ (Rumoured Girlfriend) ସାରା ତେନ୍ଦୁଲକର (Sara Tendulkar) ମଧ୍ଯ ବର୍ତ୍ତମାନ ଲଣ୍ଡନରେ ଛୁଟି କାଟୁଥିବା ଦେଖିବାକୁ ମିଳିଛି ।

’ଣ ଲଣ୍ତନରେ ଏକାଠି ରହୁଛନ୍ତି କି ସାରା ତେନ୍ଦୁଲକର ଓ ଶୁଭମନ ଗିଲ..

ସୂଚନାଯୋଗ୍ୟ, ଶୁଭମନ ଗିଲ ଓ ସାରା ତେନ୍ଦୁଲକରଙ୍କୁ ନେଇ ଦୀର୍ଘ ଦିନରୁ ଚର୍ଚ୍ଚା ଲାଗି ରହିଛି । ଉଭୟଙ୍କ ମଧ୍ଯରେ ପ୍ରେମ ସମ୍ପର୍କ ଥିବା ନେଇ ଅନେକ ସମୟରେ ଲୋକେ ଟୁପୁରୁଟାପୁର ହେଉଥିବା ବେଳେ ଶୁଭମନ ଓ ସାରା କିନ୍ତୁ ଏନେଇ ମୁହଁ ଖୋଲିନାହାନ୍ତି । ତେବେ ଏହି ଚର୍ଚ୍ଚା ମଧ୍ଯରେ ଉଭୟ ଲଣ୍ଡନର କିଛି ଫଟୋ ସେୟାର କରିଛନ୍ତି । ଏହି ଫଟୋ ଦେଖିବା ପରେ ଦୁହେଁ ଲଣ୍ଡନରେ ଛୁଟି କାଟୁଥିବା ନେଇ ଚର୍ଚ୍ଚା ହେଉଛି। ପ୍ରକାଶ ଥାଉ କି, ଶୁଭମନ ଓ ସାରା ପରସ୍ପର ସହିତ ଗୋଟିଏ ମଧ୍ଯ ଫଟୋ ସେୟାର କରିନାହାଁନ୍ତି । ଶୁଭମନ ଇଶାନ କିଶନଙ୍କ (Ishan kishan) ସହ ଲଣ୍ଡନରେ ଛୁଟି ବିତାଇବାକୁ ଯାଇଥିବା ବେଳେ ସାରା ତେନ୍ଦୁଲକର ତାଙ୍କ ପରିବାର ସହିତ ଲଣ୍ଡନରେ ଛୁଟି ଉପଭୋଗ କରୁଛନ୍ତି।

WTC ଫାଇନାଲରେ ଶୁଭମନ ଗିଲଙ୍କ ଉପରେ ଲାଗିଥିଲା ଜୋରିମାନା

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ୨୦୨୩ର (world test championship final) ଅନ୍ତିମ ମ୍ୟାଚ୍ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଜୁନ୍ ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡ 'ଓଭାଲ୍'ରେ (London Oval) ଖେଳାଯାଇଥିଲା । ଶୁଭମନଙ୍କ (Shubman Gill) ପ୍ରଦର୍ଶନକୁ ନେଇ ବେଶ ଆଶା ରଖାଯାଇଥିବା ବେଳେ ସେ ନିରାଶ କରିଥିଲେ । ଏହା ପରେ ଟିମ୍ ଇଣ୍ଡିଆର ଦ୍ୱିତୀୟ ଇନିଂସ ସମୟରେ ଗିଲ ଏକ ବିବାଦୀୟ କ୍ୟାଚର ଶିକାର ହୋଇଥିଲେ। ସେ ଏନେଇ ନିଜର ସରକାରୀ ସୋସିଆଲ ମିଡି଼ଆ ହ୍ୟାଣ୍ଡେଲରେ ଏହି ବିବାଦୀୟ କ୍ୟାଚ୍ କୁ ବିରୋଧ କରିଥିଲେ, ଯାହାକୁ ପସନ୍ଦ କରିନଥିଲା ଆଇସିସି । ଏହି କାରଣରୁ ଆଇସିସି ତାଙ୍କ ଉପରେ ଜୋରିମାନା ଲଗାଇଥିଲା। ଜରିମାନା ବାବଦକୁ ଆଇସିସି, ଶୁଭମନ ଗିଲଙ୍କୁ ମ୍ୟାଚ୍ ଫିର ୧୫ ପ୍ରତିଶତ ଫି କାଟିଥିଲା।

Also Read-https://zeenews.india.com/zeeodisha/web-stories/sports/most-hundred-for-india-in-odi-world-cups-this-cricketer-in-top-position--1687176296189

ନିକଟରେ ଶୁଭମାନ ଗିଲଙ୍କ ଏକ ପୋଷ୍ଟରେ ସାରା (Sara Tendulkar) ‘ଅଭିନନ୍ଦନ’ ବୋଲି ଲେଖିଥିଲେ, ତେବେ ଏହି ପୋଷ୍ଟଟି ସେତେବେଳେ ଭାଇରାଲ ହେବାକୁ ଲାଗିଲା ଯେତେବେଳେ ଏହି ପୋଷ୍ଟରେ ହାର୍ଦ୍ଦିକ ପାଣ୍ଡ୍ୟା କମେଣ୍ଟ କରିଥିଲେ । ହାର୍ଦ୍ଦିକଙ୍କ ଏହି କମେଣ୍ଟ ପରେ ଶୁଭମନ ଓ ସାରା ତେନ୍ଦୁଲକରଙ୍କ ମଧ୍ୟରେ ସମ୍ପର୍କ ଥିବା ନେଇ ଫ୍ୟାନ୍ସ କନଫର୍ମ ହୋଇଥିଲେ। ପ୍ରକୃତରେ, ସାରା ଶୁଭମନଙ୍କ ଏକ ଭିଡିଓରେ କମେଣ୍ଟ କରି ଲେଖିଥିଲେ ଯେ, “ଅଭିନନ୍ଦନ” । ଯାହାର ଉତ୍ତରରେ ଶୁଭମନ ଲେଖିଥିଲେ, “ଥ୍ୟାଙ୍କସ୍ ଏ ଲଟ୍” । ଗିଲଙ୍କ (Shubman Gill ) ଏହି କମେଣ୍ଟ ତଳେ ହାର୍ଦ୍ଦିକ ପାଣ୍ଡ୍ୟା ଲେଖିଥିଲେ, 'ମୋଷ୍ଟ ୱେଲକମ୍ ଫର୍ମ ହର'। ବାସ୍ ହାର୍ଦ୍ଦିକଙ୍କ (Hardik Pandya) ଏହି କମେଣ୍ଟ ପରେ ଶୁଭମନ ଓ ସାରାଙ୍କ ମଧ୍ୟରେ କିଛି ସମ୍ପର୍କ ଥିବା ନେଇ ଚର୍ଚ୍ଚା ଜୋର ଧରିଛି ।