IND vs BAN: ବାଂଲାଦେଶର ପରାଜୟ ପରେ ଶାକିବ ଅଲ ହାସନଙ୍କ ଅଜବ ବୟାନ, ଏହି ଖେଳାଳିଙ୍କୁ ପରାଜୟ ପାଇଁ କଲେ ଦାୟୀ!
Advertisement

IND vs BAN: ବାଂଲାଦେଶର ପରାଜୟ ପରେ ଶାକିବ ଅଲ ହାସନଙ୍କ ଅଜବ ବୟାନ, ଏହି ଖେଳାଳିଙ୍କୁ ପରାଜୟ ପାଇଁ କଲେ ଦାୟୀ!

IND vs BAN: ଏହି ମ୍ୟାଚକୁ ୫ ରନରେ ହାରିବା ପରେ ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସନ କହିଛନ୍ତି ଯେ, ତାଙ୍କୁ ଛୋଟ ଫର୍ମାଟରେ ଏଭଳି ପରିସ୍ଥିତିରେ ଖେଳିବାର କମ୍ ଅଭିଜ୍ଞତା ରହିଛି, ଯେଉଁ କାରଣରୁ ଦଳକୁ ପରାଜୟ ମିଳିଛି । ଏଥି ସହିତ ଦଳର ଗୁରୁତ୍ୱପୂର୍ଣ୍ଣ ବୋଲରଙ୍କ ତରଫରୁ ୱିକେଟ୍ ହାସଲ ନ କରିବାକୁ ନେଇ ସେ ଏକ ବଡ଼ ବୟାନ ମଧ୍ୟ ଦେଇଛନ୍ତି । 

IND vs BAN: ବାଂଲାଦେଶର ପରାଜୟ ପରେ ଶାକିବ ଅଲ ହାସନଙ୍କ ଅଜବ ବୟାନ, ଏହି ଖେଳାଳିଙ୍କୁ ପରାଜୟ ପାଇଁ କଲେ ଦାୟୀ!

IND vs BAN T20 World Cup 2022 Match: ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ର ଗ୍ରୁପ ପର୍ଯ୍ୟାୟର ଏକ ମ୍ୟାଚରେ ବାଂଲାଦେଶ (Bangladesh) କୁ ଭାରତ (India) ୫ ରନରେ ପରାସ୍ତ କରିଛି । ଏହା ପରେ ଭାରତ ସେମିଫାଇନାଲ ପାଇଁ ନିଜ ଟିକେଟ ଏକ ପ୍ରକାରର ପକ୍କା କରିନେଇଛି । ସେପଟେ ବାଂଲାଦେଶ ଦଳର ସେମିଫାଇନାଲ ରାସ୍ତା ପ୍ରାୟ ବନ୍ଦ ହୋଇସାରିଛି । ଏହି ମ୍ୟାଚ (IND vs BAN) କୁ ୫ ରନରେ ହାରିବା ପରେ ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସନ (Shakib Al Hasan) କହିଛନ୍ତି ଯେ, ତାଙ୍କୁ ଛୋଟ ଫର୍ମାଟରେ ଏଭଳି ପରିସ୍ଥିତିରେ ଖେଳିବାର କମ୍ ଅଭିଜ୍ଞତା ରହିଛି, ଯେଉଁ କାରଣରୁ ଦଳକୁ ପରାଜୟ ମିଳିଛି । ଏଥି ସହିତ ଦଳର ଗୁରୁତ୍ୱପୂର୍ଣ୍ଣ ବୋଲରଙ୍କ ତରଫରୁ ୱିକେଟ୍ ହାସଲ ନ କରିବାକୁ ନେଇ ସେ ଏକ ବଡ଼ ବୟାନ ମଧ୍ୟ ଦେଇଛନ୍ତି । ଏହି ମ୍ୟାଚ୍ ପୂର୍ବରୁ ବାଙ୍ଗାଲୋରରେ ଅନୁଷ୍ଠିତ ୨୦୧୬ ଟି-20 ବିଶ୍ୱକପରେ ବାଂଲାଦେଶ ଦଳ ବିଜୟର ନିକଟତମ ହୋଇ ଭାରତ ବିପକ୍ଷରେ ହାରି ଯାଇଥିଲା ।

ସେହିପରି ଗତକାଲିର ମ୍ୟାଚରେ ବର୍ଷା ନ ହେବା ପର୍ଯ୍ୟନ୍ତ ବାଂଲାଦେଶ ଦଳ ଭଲ ସ୍ଥିତିରେ ନଜର ଆସୁଥିଲା । କିନ୍ତୁ ଶେଷରେ ଦଳକୁ ଡକୱର୍ଥ-ଲୁଇସ୍ ନିୟମ ଦ୍ୱାରା ୫ ରନରେ ପରାଜୟ ମିଳିଥିଲା । ମ୍ୟାଚ୍ ପରେ ଶାକିବ ଅଲ୍ ହସନ (Shakib Al Hasan) କହିଛନ୍ତି ଯେ, "ଆମେ ଅତ୍ୟଧିକ ନିକଟତର ଏପରି ମ୍ୟାଚ୍ ଖେଳି ନାହୁଁ ଓ ସେଥିପାଇଁ ଆମେ ଏଭଳି ମ୍ୟାଚ୍ କିପରି ଜିତିବୁ ତାହା ଜାଣି ନାହୁଁ । ଆମର ଆଗରେ ପୂର୍ବରୁ ୧୮୫ ଓ ତା’ପରେ ୧୫୧ ରନର ଲକ୍ଷ୍ୟ ଥିଲା ଯାହା ହାସଲ କରାଯାଇ ପାରିଥାନ୍ତା । ଏହା ଏକ ଦୁର୍ଭାଗ୍ୟଜନକ ଯେ ଆମେ ବିଜୟ ହାସଲ କରିପାରିଲୁ ନାହିଁ ।"

ଅଧିକ ପଢ଼ନ୍ତୁ:-ଦେବ ଦୀପାବଳି ଦିନ ଲାଗିବ ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ, ଭୁଲରେ ବି କରନ୍ତୁନି ଏସବୁ କାର୍ଯ୍ୟ

ଅଧିକ ପଢ଼ନ୍ତୁ:-ଉତ୍ତର କୋରିଆ ପୁଣି ଜାପାନ ଉପରୁ ମାଡ଼ କଲା ବାଲିଷ୍ଟିକ୍ ମିସାଇଲ, ଦେଶରେ ଜରୁରୀକାଳୀନ ଆଲର୍ଟ ଜାରି

ଅଧିକ ପଢ଼ନ୍ତୁ:-'ଚଳିତ ବିଶ୍ୱକପ ବିରାଟ କୋହଲିଙ୍କ ପାଇଁ କରାଯାଇଛି', ଜାଣନ୍ତୁ ଏମିତି କାହିଁକି କହିଲେ ଶୋଏବ ଅଖତର

ଆଗକୁ ଶାକିବ କହିଛନ୍ତି ଯେ, ଏହା ଭାବନା ଓ ଅଭିଜ୍ଞତାର ଅଭାବର ମିଶ୍ରଣ ଥିଲା, ମୁଁ ୯ ଓଭରରେ ୮୫ ରନ ବିଷୟରେ ଚିନ୍ତା କରୁଥିଲି ।  ଭୁବନେଶ୍ୱର କୁମାର ତାଙ୍କର ସ୍ପେଲ ପୂରା କରିନେଇଥିଲେ । ଆମେ ଅତ୍ୟଧିକ ଏପରି ମ୍ୟାଚ୍ ଖେଳି ନାହୁଁ ଓ ତେଣୁ ଏହିପରି ମ୍ୟାଚ୍ କିପରି ଜିତାଯାଏ, ଆମକୁ ଜଣା ନାହିଁ ।" ଟିମ୍ ଇଣ୍ଡିଆର ବ୍ୟାଟିଂ ବିଷୟରେ ବାଂଲାଦେଶ ଅଧିନାୟକ କହିଛନ୍ତି ଯେ, "ଯଦି ଆପଣ ଟିମ୍ ଇଣ୍ଡିଆର ଶ୍ରେଷ୍ଠ ଚାରିଜଣଙ୍କୁ ଦେଖନ୍ତି, ତେବେ ସେମାନେ ଅତ୍ୟନ୍ତ ବିପଜ୍ଜନକ । ଆରମ୍ଭରୁ ଚାରିଟି ୱିକେଟ୍ ହାସଲ କରିବା ଆମର ଯୋଜନା ଥିଲା, ତେଣୁ ଆମେ ତସ୍କିନ୍ ଅହମ୍ମଦଙ୍କୁ ପଠାଇଥିଲୁ । ଦୁର୍ଭାଗ୍ୟବଶତଃ ସେ ୱିକେଟ୍ ନେଇ ପାରି ନଥିଲେ କିନ୍ତୁ ସେ ବହୁତ ଭଲ ବୋଲିଂ କରିଛନ୍ତି । ଯଦିଓ ଆମେ ଏହି ବିଶ୍ୱକପରେ ବହୁତ ରିଲାକ୍ସ ଅଛୁ । ଆମକୁ ଏବେ ଆଉ ଗୋଟିଏ ମ୍ୟାଚ୍ ଖେଳିବାକୁ ପଡିବ ଓ ଆମର ଧ୍ୟାନ ତାହା ଉପରେ ଅଛି ।"