କାଶ୍ମୀର ପ୍ରିମିୟର ଲିଗ୍ ବାହାନାରେ BCCI କୁ ଚେତାବନୀ ବାର୍ତ୍ତା ଦେଲେ ସହିଦ ଆଫ୍ରିଦି
Advertisement

କାଶ୍ମୀର ପ୍ରିମିୟର ଲିଗ୍ ବାହାନାରେ BCCI କୁ ଚେତାବନୀ ବାର୍ତ୍ତା ଦେଲେ ସହିଦ ଆଫ୍ରିଦି

Shahid Afridi on BCCI: କାଶ୍ମୀର ପ୍ରିମିୟର ଲିଗକୁ ନେଇ ସହିଦ ଆଫ୍ରିଦି (Shahid Afridi) ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡକୁ ଏକ ଚେତାବନୀ ବାର୍ତ୍ତା ଦେଇଛନ୍ତି । ଗତ ବର୍ଷ କେପିଏଲ୍ ଲଞ୍ଚ କରାଯାଇଥିଲା । ଆଫ୍ରିଦିଙ୍କ ସମେତ ପାକିସ୍ତାନରେ ଜନ୍ମିତ ବଡ ଖେଳାଳିମାନେ କେପିଏଲରେ ଖେଳନ୍ତି ।

ସୌ: ସୋସିଆଲ ମିଡିଆ

ନୂଆଦିଲ୍ଲୀ​: ପାକିସ୍ତାନର ପୂର୍ବତନ ଅଧିନାୟକ ସହିଦ ଆଫ୍ରିଦି (Shahid Afridi) ନିଜ ବିବାଦୀୟ ବୟାନକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଥା’ନ୍ତି । ପୂର୍ବତନ ଅଲରାଉଣ୍ଡର ପୁଣିଥରେ ନିଜ ବୟାନ ପାଇଁ ବର୍ତ୍ତମାନ ଖବରର ହେଡଲାଇନରେ ଅଛନ୍ତି । ଆଫ୍ରିଦି କାଶ୍ମୀର ପ୍ରିମିୟର ଲିଗ୍ (KPL)କୁ ନେଇ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡକୁ (BCCI) ଏକ ଚେତାବନୀ ବାର୍ତ୍ତା ଦେଇଛନ୍ତି । ଗତ ବର୍ଷ କେପିଏଲ୍ (KPL) ଲଞ୍ଚ କରାଯାଇଥିଲା । ଆଫ୍ରିଦିଙ୍କ ସମେତ ପାକିସ୍ତାନରେ ଜନ୍ମିତ ଅନେକ ବଡ ବଡ ଖେଳାଳିମାନେ ଏହି ଲିଗରେ ଖେଳନ୍ତି । ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଦ୍ୱାରା କେପିଏଲ ଅନୁମୋଦନ ପାଇଥିବାବେଳେ ବିସିସିଆଇ ସର୍ବଦା ଏହି ଲିଗକୁ ବିରୋଧ କରିଆସୁଛି, କାରଣ ଏହି ଟୁର୍ଣ୍ଣାମେଣ୍ଟ ଭାରତ ଓ ପାକିସ୍ଥାନ ମଧ୍ୟରେ ବିବାଦୀୟ ଅଞ୍ଚଳ ପାକିସ୍ତାନ ଅଧିକୃତ କାଶ୍ମୀରର ମୁଜାଫରବାଦରେ ଖେଳାଯାଉଛି ।

ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ହର୍ସେଲ ଗିବ୍ସ ଗତ ବର୍ଷ ଏହି ବିବାଦୀୟ ଲିଗରେ ନ ଖେଳିବାକୁ ବିସିସିଆଇ ଚାପ ପକାଉଥିବା ଅଭିଯୋଗ କରିଥିଲେ । ପାକିସ୍ତାନୀ ଗଣମାଧ୍ୟମ ଜିଓ ନ୍ୟୁଜ୍ ଅନୁଯାୟୀ ଆଫ୍ରିଦିଙ୍କୁ କେପିଏଲ୍-୨ର ବ୍ରାଣ୍ଡ ଆମ୍ବାସାଡର କରାଯାଇଛି । ଏଭଳି ପରିସ୍ଥିତିରେ ତାଙ୍କୁ ପଚରାଯାଇଥିଲା କି ସେ ଏହି ଲିଗ୍ ସମ୍ବନ୍ଧରେ ବିସିସିଆଇକୁ କେଉଁ ବାର୍ତ୍ତା ଦେବାକୁ ଚାହୁଁଛନ୍ତି? ଆଫ୍ରିଦି କହିଛନ୍ତି, 'ବିସିସିଆଇକୁ ମୋର ଏକମାତ୍ର ବାର୍ତ୍ତା ହେଉଛି 'କେପିଏଲ-୨' ହେଉଛି ।'

ଅତୀତରେ ଆଫ୍ରିଦି କାଶ୍ମୀର ଓ ଏପରିକି ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ମନ୍ତବ୍ୟ ଦେଇ ବିବାଦରେ ଫସି ସାରିଛନ୍ତି । ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଷୟରେ କହିଥିଲେ, 'ବିଶ୍ୱ ଏକ ମାରାତ୍ମକ ରୋଗରେ ଆକ୍ରାନ୍ତ, କିନ୍ତୁ ଯାହା ଅଧିକ ବିପଦଜ୍ଜନକ ବିଷୟ ତାହା ମୋଦିଙ୍କ ହୃଦୟ ଓ ମନରେ ରହିଛି ।' ଆଫ୍ରିଦି ୨୦୨୦ ରେ, 'କାଶ୍ମୀରବାସୀଙ୍କ ସହ ଏକତା' ପ୍ରଦର୍ଶନ କରିବାକୁ LoC ପରିଦର୍ଶନ ମଧ୍ୟ କରିଥିଲେ ।

ଏହା ବି ପଢ଼ନ୍ତୁ: ଜାପାନର ପୂର୍ବତନ ପିଏମଙ୍କୁ କିଏ ମାରିଲା ଗୁଳି? ୫ଟି ପଏଣ୍ଟରେ ଜାଣନ୍ତୁ ଗିରଫ ବ୍ୟକ୍ତିଙ୍କ ବିଷୟରେ

ଏହା ବି ପଢ଼ନ୍ତୁ: ଜନସନଙ୍କ ପରେ କିଏ ହେବ ବ୍ରିଟେନର ପରବର୍ତ୍ତୀ PM? ରେସରେ ଆଗରେ ଅଛନ୍ତି ଏହି ମୂଳ ଭାରତୀୟ ନେତା