Sania Mirza Shoaib Malik: ବିବାହ ବିଚ୍ଛେଦକୁ ନେଇ ବଡ ଅପଡେଟ ଦେଲେ ସୋଏବ, କହିଲେ ମୁଁ ସାନିଆଙ୍କୁ...
Advertisement

Sania Mirza Shoaib Malik: ବିବାହ ବିଚ୍ଛେଦକୁ ନେଇ ବଡ ଅପଡେଟ ଦେଲେ ସୋଏବ, କହିଲେ ମୁଁ ସାନିଆଙ୍କୁ...

Sania Mirza Shoaib Malik: ଭାରତୀୟ ଟେନିସ୍‌ ଷ୍ଟାର ସାନିଆ ମିର୍ଜା ଓ ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକ। ଏହି ଦମ୍ପତିଙ୍କ ମଧ୍ୟରେ କିଛି ଠିକ୍ ଚାଲି ନାହିଁ । ପାକିସ୍ତାନ ଗଣମାଧ୍ୟମ ଅନୁଯାୟୀ, ଗତମାସରେ ସାନିଆ ଓ ସୋଏବଙ୍କ ଛାଡପତ୍ର ହୋଇଛି । କିନ୍ତୁ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି ।

ସୌଜନ୍ୟ : ସୋସିଆଲ ମିଡିଆ

Sania Mirza Shoaib Malik: ଭାରତୀୟ ଟେନିସ୍‌ ଷ୍ଟାର ସାନିଆ ମିର୍ଜା ଓ ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକ। ଏହି ଦମ୍ପତିଙ୍କ ମଧ୍ୟରେ କିଛି ଠିକ୍ ଚାଲି ନାହିଁ । ପାକିସ୍ତାନ ଗଣମାଧ୍ୟମ ଅନୁଯାୟୀ, ଗତମାସରେ ସାନିଆ ଓ ସୋଏବଙ୍କ ଛାଡପତ୍ର ହୋଇଛି । କିନ୍ତୁ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ଯେତେବେଳେ ସୋଏବଙ୍କୁ ତାଙ୍କ ବିବାହ ବିଚ୍ଛେଦ ବିଷୟରେ ପଚରାଯାଇଥିଲା । ସେତେବେଳେ ସେ ଉତ୍ତର ଦେଇଥିଲେ ଯେ,' ମୁଁ ଏବଂ ମୋର ପତ୍ନୀ ଏ ପ୍ରଶ୍ନର ଉତ୍ତର ଦେବୁ ନାହିଁ , କାହିଁକିନା ଏହା ଆମର ବ୍ୟକ୍ତିଗତ କଥା,ତେବେ, ଆପଣମାନେ ଏ ପ୍ରସଙ୍ଗକୁ ଛାଡି ଦେଲେ ବହୁତ ଭଲ ହେବ।'

ସୋଏବ ତାଙ୍କର ଇନଷ୍ଟା ବାୟୋ ବଦଳାଇଲେ :
ସାନିଆ ଏବଂ ଶୋଏବଙ୍କ ଛାଡପତ୍ର ବିଷୟରେ ଗୁଜବ ମଧ୍ୟରେ ଶୋଏବ ମଲିକଙ୍କ ଇନଷ୍ଟାଗ୍ରାମ ବାୟୋ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।  ନିକଟରେ ଏକ ଗଣମାଧ୍ୟମ ସହିତ ସେ ପ୍ରତିକ୍ରିୟା ଦେଇଥିଲେ । ଏବଂ ତାଙ୍କ ପ୍ରତିକ୍ରିୟାରୁ ଏତିକି ସ୍ପଷ୍ଟ ହେଉଥିଲା ଯେ, ସେମାନଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲିନାହିଁ । କିନ୍ତୁ ଶୋଏବଙ୍କ ଇନଷ୍ଟା ବାୟୋର ଷ୍ଟୋରୀ ଆଉ କିଛି କହୁଛି । ଶୋଏବ ତାଙ୍କ ଇନଷ୍ଟା ହ୍ୟାଣ୍ଡେଲର ବାୟୋରେ ଲେଖିଛନ୍ତି, ଆଥଲେଟ୍, ଜଣେ ସୁପରଓମ୍ୟାନଙ୍କ ସ୍ୱାମୀ ଏବଂ ଗୋଟିଏ ଭଲ ପିତା ହେବା ପ୍ରକୃତ ଆଶୀର୍ବାଦ। '

'ଦି ମଲିକ୍ ମିର୍ଜା ଶୋ'ରେ ଏକାଠି ନଜର ଆସିବେ ଉଭୟେ :
ଶନିବାର ଦିନ ଶୋଏବ ମଲିକ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସାନିଆ ମିର୍ଜାଙ୍କ ସହ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହା ପରେ ସେମାନଙ୍କ ଛାଡପତ୍ରର ଗୁଜବ ପୁଣି ସାମ୍ନାକୁ ଆସିଛି। ଏହି ସବୁ ଗୁଜବ ମଧ୍ୟରେ ସାନିଆ ମିର୍ଜା ଏବଂ ଶୋଏବ ମଲିକ ସେମାନଙ୍କର ନୂତନ ସେଲିବ୍ରିଟି ଟକ୍ ସୋ ' ଦି ମଲିକ୍ ମିର୍ଜା ସୋ' ସହିତ ଉର୍ଦ୍ଦୁଫ୍ଲିକ୍ସକୁ ଆସିବାକୁ ଯାଉଛନ୍ତି। ଶୋ’ର ଟିଜର ରିଲିଜ ହୋଇଛି ଯେଉଁଥିରେ ଦମ୍ପତି ହସୁଥିବା ଏବଂ ଥଟ୍ଟା କରୁଥିବା ଦେଖିବାକୁ ମିଳିଛି।

ତେବେ ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ, ସୋଏବ ମଲିକ ଏବଂ ସାନିଆ ୨୦୧୦ ମସିହା ଏପ୍ରିଲ ୧୨ରେ ହାଇଦ୍ରାବାଦରେ ଏକ ପାରମ୍ପାରିକ ରିତିନୀତିରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ତା’ ପରେ ଅର୍ଥାତ  ୨୦୧୮ରେ ସେମାନଙ୍କର ପୁଅ ଇଜାନ ଜନ୍ମ ହୋଇଥିଲା। ନିକଟରେ ସାନିଆ ମିର୍ଜା ଏବଂ ଶୋଏବ ମଲିକ ନିଜ ପୁଅ ଇଜାନ ମିର୍ଜା ମଲିକଙ୍କ ଜନ୍ମଦିନ ପାଳନ କରିଥିଲେ। ପୁଅ ଇଜାନଙ୍କୁ ଜନ୍ମ ଦେବାର କିଛି ମାସ ପରେ, ସାନିଆ ମିର୍ଜା ତାଙ୍କ ଫ୍ୟାନ୍ସଙ୍କୁ ଏହି ଖୁସି ଖବର ଜଣାଇଥିଲେ। 

ଏହାବି ପଢନ୍ତୁ : Sania Mirza Shoaib Malik Divorce: ଏହି ଅଭିନେତାଙ୍କ ପାଇଁ ସାନିଆ ଶୋଏବଙ୍କ ସମ୍ପର୍କରେ ଫାଟ ! ଛାଡପତ୍ର ହେବା ନେଇ ଚର୍ଚ୍ଚା

ଏହାବି ପଢନ୍ତୁ : IND Vs ENG: ସେମିରେ ENG ବିପକ୍ଷରେ INDର ଚୂଡ଼ାନ୍ତ ଏକାଦଶ ଫାଇନାଲ୍, ଏହି ୨ ଖେଳାଳିଙ୍କ ହେବ ରିଟର୍ଣ୍ଣ! କୋଚ୍ ଦ୍ରାବିଡ ଦେଲେ ସଙ୍କେତ