IND vs AUS 3rd ODI: ରୋହିତ ଶର୍ମା କହିଲେ କାହିଁକି ହାରିଲା ଟିମ୍ ଇଣ୍ଡିଆ, ପରାଜୟ ପାଇଁ ଏହି ଖେଳାଳିଙ୍କୁ କଲେ ଦାୟୀ
Advertisement

IND vs AUS 3rd ODI: ରୋହିତ ଶର୍ମା କହିଲେ କାହିଁକି ହାରିଲା ଟିମ୍ ଇଣ୍ଡିଆ, ପରାଜୟ ପାଇଁ ଏହି ଖେଳାଳିଙ୍କୁ କଲେ ଦାୟୀ

Rohit Sharma On IND vs AUS 3rd ODI: ଚେନ୍ନାଇରେ ଖେଳାଯାଇଥିବା ଏହି ମ୍ୟାଚରେ କଙ୍ଗାରୁ ଦଳ ପ୍ରଥମେ ବ୍ୟାଟିଂ କରି ୨୬୯ ରନ କରିଥିଲେ । ଏହାର ଜବାବରେ ଭାରତୀୟ ଦଳ (Team India) ୨୪୮ ରନରେ ଅଲଆଉଟ୍ ହୋଇଯାଇଥିଲେ । ଏହି ପରାଜୟ ସହିତ ଟିମ୍ ଇଣ୍ଡିଆ ୩ ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ୧-୨ରେ ହାରିଛି । ପରାଜୟ ପରେ ଭାରତୀୟ ଅଧିନାୟକ (Indian Captain) ରୋହିତ ଶର୍ମା ଏକ ବଡ଼ ବୟାନ ଦେଇଛନ୍ତି 

IND vs AUS 3rd ODI: ରୋହିତ ଶର୍ମା କହିଲେ କାହିଁକି ହାରିଲା ଟିମ୍ ଇଣ୍ଡିଆ, ପରାଜୟ ପାଇଁ ଏହି ଖେଳାଳିଙ୍କୁ କଲେ ଦାୟୀ

Rohit Sharma On India vs Australia 3rd ODI: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ (India vs Australia ODI Series) କୁ କଙ୍ଗାରୁ ଦଳ ଜିତିଛି । ଏହି ସିରିଜକୁ ଅଷ୍ଟ୍ରେଲିଆ (Australia Team) ୨-୧ରେ ଜିତିଛି । ବୁଧବାର ସିରିଜର ଶେଷ ତଥା ନିର୍ଣ୍ଣାୟକ ଦିନିକିଆ ମ୍ୟାଚ (IND vs AUS 3rd ODI Match) ରେ ଅଷ୍ଟ୍ରେଲିଆ ଭାରତୀୟ ଦଳ (Indian Team) କୁ ୨୧ ରନରେ ପରାସ୍ତ କରିଛି । ଚେନ୍ନାଇରେ ଖେଳାଯାଇଥିବା ଏହି ମ୍ୟାଚରେ କଙ୍ଗାରୁ ଦଳ ପ୍ରଥମେ ବ୍ୟାଟିଂ କରି ୨୬୯ ରନ କରିଥିଲେ । ଏହାର ଜବାବରେ ଭାରତୀୟ ଦଳ (Team India) ୨୪୮ ରନରେ ଅଲଆଉଟ୍ ହୋଇଯାଇଥିଲେ । ଏହି ପରାଜୟ ସହିତ ଟିମ୍ ଇଣ୍ଡିଆ ୩ ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ୧-୨ରେ ହାରିଛି । ପରାଜୟ ପରେ ଭାରତୀୟ ଅଧିନାୟକ (Indian Captain) ରୋହିତ ଶର୍ମା ଏକ ବଡ଼ ବୟାନ ଦେଇଛନ୍ତି ।

ଚେନ୍ନାଇର ଏମ୍ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଇଥିବା ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ODI (India vs Australia 3rd ODI) ରେ ଭାରତୀୟ ଦଳ (Indian Team) ୨୧ ରନରେ ପରାସ୍ତ ହୋଇଛି । ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଦଳ ୪୯ ଓଭରରେ ୨୬୯ ରନ୍ ସଂଗ୍ରହ କରିଥିଲା । ଏହା ପରେ ଭାରତୀୟ ଦଳ ୪୯.୧ ଓଭରରେ ୨୪୮ ରନରେ ଅଲଆଉଟ୍ ହୋଇଥିଲା । ବିରାଟ କୋହଲି (Virat Kohli) ଭାରତ ପାଇଁ ସର୍ବାଧିକ ୫୪ ରନର ଇନିଂସ ଖେଳି ଥିଲେ । ବିରାଟ କୋହଲିଙ୍କ ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ୪୦ ରନର ଇନିଂସ ଖେଳି ଥିଲେ । ଅଷ୍ଟ୍ରେଲିଆ ପାଇଁ ୪୫ ରନ୍ ଦେଇ ଆଡାମ ଜାମ୍ପା ୪ ୱିକେଟ୍ ନେଇଥିଲେ । ଆଷ୍ଟନ୍ ଅଗର (Ashton Agar) ଙ୍କୁ ୨ ୱିକେଟ୍ ମିଳିଥିଲା । ଆଡାମ ଜାମ୍ପା (Adam Zampa) ଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ଚୟନ କରାଯାଇଥିଲା ।

ଏହି ପରାଜୟ ପାଇଁ ଭାରତୀୟ ଅଧିନାୟକ (Team India Captain) ରୋହିତ ଶର୍ମା (Rohit Sharma) ନିଜ ବ୍ୟାଟ୍ସମ୍ୟାନକୁ ଦାୟୀ କରିଛନ୍ତି । ମ୍ୟାଚ୍ ପରେ ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ, "ମୋତେ ଲାଗୁ ନାହିଁ କି ଲକ୍ଷ୍ୟ ବଡ଼ ଥିଲା । ଯଦିଓ ଦ୍ୱିତୀୟ ଇନିଂସରେ ୱିକେଟ୍ ଟିକେ ଚ୍ୟାଲେଞ୍ଜ ହୋଇଗଲା, ମୁଁ ଭାବୁନାହିଁ ଯେ ଆମେ ଭଲ ବ୍ୟାଟିଂ କରିଛୁ । ପାର୍ଟନରଶିପ୍ ଗୁରୁତ୍ୱପୂର୍ଣ୍ଣ ଓ ଆଜି ଆମେ ସେଗୁଡିକ ଗଢ଼ିବାରେ ବିଫଳ ହୋଇଛୁ । ଆମେ ଯେଭଳି ଭାବେ ଆଉଟ୍ ହୋଇଛୁ । ତାହା ନିରାଶାଜନକ ଥିଲା । ଆମେ ଏଭଳି ୱିକେଟରେ ଖେଳି ବଡ଼ ହୋଇଛୁ । ବେଳେବେଳେ ଆପଣଙ୍କୁ ନିଜକୁ ଏକ ସୁଯୋଗ ଦେବାକୁ ହୋଇଥାଏ ।"

ଅଧିକ ପଢ଼ନ୍ତୁ-ସିରିଜ୍ ପରାଜୟ ପରେ ଟିମ୍ ଇଣ୍ଡିଆ ପାଇଁ ଆଉ ଏକ ଖରାପ ଖବର, ICC ହଠାତ୍ କଲେ ଏହି ବଡ଼ ଘୋଷଣା

ଅଧିକ ପଢ଼ନ୍ତୁ-ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ୍ ପରାଜୟର ଦୋଷୀ ହେଉଛନ୍ତି ଏହି ୫ ଖେଳାଳି, ଫ୍ୟାନ୍ସ କେବେବି କରିବେନି କ୍ଷମା!

ଅଧିକ ପଢ଼ନ୍ତୁ-ପଞ୍ଜାବ ଦଳକୁ ଲାଗିଲା ବଡ଼ ଝଟକା, ଆଇପିଏଲରୁ ବାହାର ହେଲେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍!

 

ଭାରତୀୟ ଦଳର ପରାଜୟ ପାଇଁ ରୋହିତ ଶର୍ମା (Rohit Sharma) ଦୁଇଜଣ ଅଷ୍ଟ୍ରେଲୀୟ ଖେଳାଳିଙ୍କୁ ଦାୟୀ କରିଛନ୍ତି । ସେ (Rohit Sharma) କହିଛନ୍ତି ଯେ, "ଜଣେ ବ୍ୟାଟ୍ସମ୍ୟାନ୍ ଶେଷ ପର୍ଯ୍ୟନ୍ତ ଖେଳିବା ଜରୁରୀ ଥିଲା କିନ୍ତୁ ଆମେ ସମସ୍ତେ ଯଥାସମ୍ଭବ ଚେଷ୍ଟା କରିବାକୁ ଚେଷ୍ଟା କରୁଥିଲୁ । ଏହା ଏପରି ହେଲା ନାହିଁ । ଜାନୁଆରୀରୁ ଆମେ ୯ଟି ODI ଖେଳିଛୁ, ଆମେ ସେମାନଙ୍କଠାରୁ ଅନେକ ସକାରାତ୍ମକ ଜିନିଷ ନେଇପାରିବା । ଏହା ହେଉଛି ପୂରା ଦଳର ପରାଜୟ । ଆଡାମ ଜାମ୍ପା ଓ ଆଷ୍ଟନ୍ ଏଗର୍ ଚମତ୍କାର ପ୍ରଦର୍ଶନ କରିଛନ୍ତି ।" ଆଡାମ ଜାମ୍ପା ୪୫ ରନ୍ ଦେଇ ୪ ୱିକେଟ୍ ନେଇଥିଲେ ଯାହା ଭାରତ ବିପକ୍ଷ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ।