Rohit Sharma: ରୋହିତ ଶର୍ମାଙ୍କୁ କାହିଁକି ଛାଡ଼ିଦେବା ଉଚିତ୍ ଭାରତର ଟି-20 ଅଧିନାୟକତ୍ୱ? ଏ ହେଉଛି ୩ଟି ବଡ଼ କାରଣ
Advertisement

Rohit Sharma: ରୋହିତ ଶର୍ମାଙ୍କୁ କାହିଁକି ଛାଡ଼ିଦେବା ଉଚିତ୍ ଭାରତର ଟି-20 ଅଧିନାୟକତ୍ୱ? ଏ ହେଉଛି ୩ଟି ବଡ଼ କାରଣ

Rohit Sharma: କ୍ରିକେଟର ଅଧିକାଂଶ ଦିଗ୍ଗଜ ମତ ଦେଉଛନ୍ତି ଯେ, ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ଟି-20 ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକତ୍ୱ ଛାଡିବା ଉଚିତ । ରୋହିତ ଶର୍ମାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି-20 ଫର୍ମାଟର ଅଧିନାୟକ କରାଯିବା ଉଚିତ୍ । ରୋହିତ ଶର୍ମାଙ୍କୁ ବର୍ତ୍ତମାନ ୩୫ ବର୍ଷ ବୟସ ହୋଇଛି, ତେଣୁ...

Rohit Sharma: ରୋହିତ ଶର୍ମାଙ୍କୁ କାହିଁକି ଛାଡ଼ିଦେବା ଉଚିତ୍ ଭାରତର ଟି-20 ଅଧିନାୟକତ୍ୱ? ଏ ହେଉଛି ୩ଟି ବଡ଼ କାରଣ

Rohit Sharma: ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ରେ ଭାରତୀୟ ଦଳର ଅଭିଯାନ ସେମିଫାଇନାଲରେ ଶେଷ ହୋଇଯାଇଥିଲା । ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ମ୍ୟାଚରେ ଟିମ୍ ଇଣ୍ଡିଆ (Team India) କୁ ଇଂଲଣ୍ଡ ୧୦ ୱିକେଟରେ ଅତି ଶୋଚନୀୟ ଭାବେ ପରାସ୍ତ କରିଥିଲା । ଏହା ପରେ ଟିମ୍ ଇଣ୍ଡିଆ ଫାଇନାଲ ରେସରୁ ବାହାର ହୋଇଯାଇଥିଲା । ଯାହା ପରେ ଭାରତୀୟ ଦଳକୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ରୋହିତ ଶର୍ମା (Rohit Sharma) ଙ୍କ ଅଧିନାୟକତ୍ୱ ଉପରେ ଅନେକ ପ୍ରଶ୍ନ ଉଠୁଛି । କ୍ରିକେଟର ଅଧିକାଂଶ ଦିଗ୍ଗଜ ମତ ଦେଉଛନ୍ତି ଯେ, ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ଟି-20 ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକତ୍ୱ ଛାଡିବା ଉଚିତ । ରୋହିତ ଶର୍ମାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଙ୍କୁ ଟି-20 ଫର୍ମାଟର ଅଧିନାୟକ କରାଯିବା ଉଚିତ୍ । ରୋହିତ ଶର୍ମାଙ୍କୁ ବର୍ତ୍ତମାନ ୩୫ ବର୍ଷ ବୟସ ହୋଇଛି, ତେଣୁ କ୍ରିକେଟର ଦିଗ୍ଗଜମାନେ ଟିମ୍ ଇଣ୍ଡିଆ ପାଇଁ ଜଣେ ଯୁବ ଟି-20 ଅଧିନାୟକ ଦାବି କରୁଛନ୍ତି ।

ଏହି ଯୁବ ଅଧିନାୟକ ୨୦୨୪ରେ ଟି-20 ବିଶ୍ୱକପରେ ଭାରତୀୟ ଦଳର ନେତୃତ୍ୱ ନେଇ ଟ୍ରଫି ଜିତି ପାରିବେ । ରୋହିତ ଶର୍ମା ଟି-20 ଫର୍ମାଟରେ ଟିମ୍ ଇଣ୍ଡିଆର ଅଧିନାୟକତ୍ୱ ଛାଡିବା ପାଇଁ ୩ଟି ବଡ଼ କାରଣ ରହିଛି । ଆସନ୍ତୁ ସେହି ୩ଟି ବଡ଼ କାରଣ ଉପରେ ନଜର ପକାଇବା...

୧. ରୋହିତ ଶର୍ମାଙ୍କ ସହ ଫିଟନେସ ସମସ୍ୟା 

ଟିମ୍ ଇଣ୍ଡିଆ ପାଇଁ ରୋହିତ ଶର୍ମାଙ୍କ ଫିଟନେସ୍ ଚିନ୍ତାର ବିଷୟ ହୋଇରହିଛି । ରୋହିତ ଶର୍ମାଙ୍କୁ ବର୍ତ୍ତମାନ ୩୫ ବର୍ଷ ବୟସ ହୋଇଛି । ଧୀରେ ଧୀରେ ତାଙ୍କ କ୍ୟାରିୟରର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚୁଛନ୍ତି । ରୋହିତ ଶର୍ମା ପ୍ରାୟତ୩-୪ ମାସରେ ଥରେ କ୍ରିକେଟରୁ ବ୍ରେକ୍ ନିଅନ୍ତି । ରୋହିତ ଶର୍ମା ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଓ ସେ ଭାରତର ତିନୋଟି ଫର୍ମାଟରେ ମଧ୍ୟ ଅଧିନାୟକ ଅଛନ୍ତି । ରୋହିତ ଶର୍ମାଙ୍କ ଉପରେ ଅଧିନାୟକତ୍ୱର ଚାପ ସ୍ପଷ୍ଟ ଦେଖାଯାଉଛି, କାରଣ ଆଇପିଏଲ ଏବଂ ଅନ୍ତର୍ଜାତୀୟ କ୍ରିକେଟରେ ଏକାସାଙ୍ଗରେ ଅଧିନାୟକ ହେବା ସହଜ ନୁହେଁ । ଏଭଳି ପରିସ୍ଥିତିରେ ରୋହିତ ଶର୍ମାଙ୍କୁ ଟି-20 ଫର୍ମାଟର ଅଧିନାୟକତାରୁ ମୁକ୍ତ କରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କମାଣ ଦେବା ଉଚିତ୍ ।

୨. ଟି-20 ଫର୍ମାଟରେ ଖରାପ ଫର୍ମ 

ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଗତ ୧୨ଟି ଟି-20 ଅନ୍ତର୍ଜାତୀୟ ଇନିଂସରେ ମାତ୍ର ଥରେ ୫୦ ରନର ଅଙ୍କ ଅତିକ୍ରମ କରିବାରେ ସଫଳ ହୋଇଛନ୍ତି । ଟି-20 ଇଣ୍ଟରନ୍ୟାସନାଲରେ ଏଭଳି ରେକର୍ଡ ରୋହିତ ଶର୍ମାଙ୍କ ପରି ଷ୍ଟାଚ୍ୟୁର ବ୍ୟାଟ୍ସମ୍ୟାନଙ୍କ ସହ ମେଳ ଖାଉ ନାହିଁ । ନିକଟ ଅତୀତରେ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଟି-20 ବିଶ୍ୱକପ ୨୦୨୨ରେ ରୋହିତ ଶର୍ମା ୬ଟି ଟି-20 ମ୍ୟାଚରେ ମାତ୍ର ୧୧୬ ରନ ସଂଗ୍ରହ କରିଥିଲେ । ଏହି ସମୟରେ ରୋହିତ ଶର୍ମାଙ୍କ ଷ୍ଟ୍ରାଇକ୍ ରେଟ୍ ମଧ୍ୟ ବହୁତ ଖରାପ ଥିଲା । ରୋହିତ ଶର୍ମା ଟି-୨୦ ବିଶ୍ୱକପ ୨୦୨୨ରେ ୧୦୬.୪୨ ଷ୍ଟ୍ରାଇକ ରେଟରେ ବ୍ୟାଟିଂ କରିଥିଲେ ।

ଅଧିକ ପଢ଼ନ୍ତୁ:-ହେବନି ଦ୍ୱିତୀୟ ଟି-20 ମ୍ୟାଚ୍! ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍ ପରେ ଦ୍ୱିତୀୟ ଉପରେ ବି ସଙ୍କଟର କଳା ବାଦଲ

ଅଧିକ ପଢ଼ନ୍ତୁ:-ଚହଲ ଟି-20 ବିଶ୍ୱକପରେ କାହିଁକି ଗୋଟିଏ ବି ମ୍ୟାଚ୍ ଖେଳିବାକୁ ପାଇଲେ ନାହିଁ ସୁଯୋଗ? ଦୀନେଶ କାର୍ତ୍ତିକ କହିଲେ କାରଣ

ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ନିଜ ଘରର ସ୍ୱପ୍ନ ହେବ ସାକାର, ସରକାର କଲେ ବଡ଼ ଘୋଷଣା

୩. ଟି -20 ଅଧିନାୟକ ହେବା ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଜବୁତ ଦାବିଦାର

ଭାରତର ନୂତନ ଟି-20 ଅଧିନାୟକ ହେବା ରେସରେ ହାର୍ଦ୍ଦିକ ପାଣ୍ଡ୍ୟା ସମସ୍ତଙ୍କ ଆଗରେ ଅଛନ୍ତି । ଦିନକୁ ଦିନ ତାଙ୍କର ଏହି ଦାବିଦାର ଆହୁରି ମଜବୁତ ହେବାରେ ଲାଗିଛି । ଯାହା ରୋହିତ ଶର୍ମାଙ୍କ ଉପରେ ଅଧିକ ଚାପ ପକାଉଛି । ପରବର୍ତ୍ତୀ ଟି-20 ବିଶ୍ୱକପ ୨୦୨୪ରେ ଅନୁଷ୍ଠିତ ହେବ । ଏହାକୁ ଧ୍ୟାନରେ ରଖି ରୋହିତ ଶର୍ମାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନୂଆ ଟି-20 ଅଧିନାୟକ ଭାବରେ ବଦଳାଇବାକୁ ବିସିସିଆଇ ମୁଡରେ ଥିବା ଜଣାପଡିଛି । ଚଳିତ ବର୍ଷ ହାର୍ଦ୍ଦିକ ପାଣ୍ଡ୍ୟା ନିଜର ଅଧିନାୟକତ୍ୱ ଆରମ୍ଭ କରି ପ୍ରଥମ ଥର ପାଇଁ ଗୁଜୁରାଟ ଟାଇଟାନ୍ସକୁ ଆଇପିଏଲ ୨୦୨୨ ଟାଇଟଲ ଜିତାଇଥିଲେ ।