Rohit Sharma Most Sixes: ରୋହିତ ଶର୍ମା କଲେ ବିଶ୍ୱ ରେକର୍ଡ; ଭାଙ୍ଗିଦେଲେ କ୍ରିସ ଗେଲଙ୍କ ଏହି ପୁରୁଣା ରେକର୍ଡ
Advertisement

Rohit Sharma Most Sixes: ରୋହିତ ଶର୍ମା କଲେ ବିଶ୍ୱ ରେକର୍ଡ; ଭାଙ୍ଗିଦେଲେ କ୍ରିସ ଗେଲଙ୍କ ଏହି ପୁରୁଣା ରେକର୍ଡ

Rohit Sharma Most Sixes: ରୋହିତ ଶର୍ମା ଦୁନିଆର ସର୍ବାଧିକ ଛକା ମାରିଥିବା ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ସେ ତାଙ୍କ ନାମରେ ଏହି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି ।

 

Rohit Sharma Most Sixes

Most international sixes across formats: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା ଦିନିକିଆ ବିଶ୍ୱକପ ୨୦୨୩ ର ନବମ ମ୍ୟାଚରେ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ଦିଲ୍ଲୀର ବିରାଟ କୋହଲିଙ୍କ ଘରୋଇ ଗ୍ରାଉଣ୍ଡ ଅରୁଣ ଜେଟଲୀ ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ରୋହିତ ଏହି ବିଶ୍ୱ ରେକର୍ଡ ହାସଲ କରିଛନ୍ତି । ଏହି ସମୟ ମଧ୍ୟରେ ସେ ବିଶ୍ୱ କ୍ରିକେଟର ଅନ୍ୟତମ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ୱେଷ୍ଟଇଣ୍ଡିଜ୍ କ୍ରିସ୍ ଗେଲଙ୍କ ରେକର୍ଡ ଭାଙ୍ଗିଛନ୍ତି ।

ଅନ୍ତର୍ଜାତୀୟ କ୍ରିକେଟରେ ରୋହିତ ଶର୍ମା ନୂଆ ସିକ୍ସର କିଙ୍ଗ୍ ହୋଇଛନ୍ତି । ଏହି ସମୟ ମଧ୍ୟରେ ସେ ଗେଲଙ୍କୁ ପଛରେ ପକାଇଛନ୍ତି । ଅନ୍ତର୍ଜାତୀୟ କ୍ରିକେଟ୍ (ଟେଷ୍ଟ, ODI, T20) ରେ ଗେଲଙ୍କ ନାମରେ ୫୫୩ଟି ଛକା ଥିଲା, ଯାହା ରୋହିତ ଅତିକ୍ରମ କରିଛନ୍ତି । ରୋହିତ ୪୭୩ ଇନିଂସରେ ୫୫୩ ଛକା ମାରିଥିବାବେଳେ ଗେଲ ୫୫୧ ଇନିଂସରେ ଏହି ସଫଳତା ହାସଲ କରିଥିଲେ ।

କେବଳ ଏତିକି ନୁହେଁ ଭାରତୀୟ ଅଧିନାୟକ ଏହି ଇନିଂସରେ ତାଙ୍କ ନାମରେ ଆଉ ଏକ ରେକର୍ଡ ସୃଷ୍ଟି କରିଛନ୍ତି । ସେ ବର୍ତ୍ତମାନ ODI ବିଶ୍ୱକପରେ ନିଜର ୧୦୦ ରନ୍ ପୂରଣ କରିଛନ୍ତି । ଆହୁରି ମଧ୍ୟ, ସେ ମିଳିତ ଭାବରେ ଦ୍ରୁତତମ ରକର୍ଡ କରିଛନ୍ତି । ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ଡେଭିଡ ୱାର୍ଣ୍ଣର ଉନବିଂଶ ଇନିଂସରେ ଏହି ରେକର୍ଡ ସୃଷ୍ଟି କରିଥିଲେ । ବର୍ତ୍ତମାନ ରୋହିତ ମଧ୍ୟ ଉନବିଂଶ ଇନିଂସରେ ODI ବିଶ୍ୱକପରେ ଦ୍ରୁତତମ ୧୦୦୦ ରନ୍ ପୂରଣ କରିଛନ୍ତି । ଏହି ଇନିଂସରେ ସେ ଏକ ଚମତ୍କାର ଓ ବିସ୍ଫୋରକ ଶତକ ହାସଲ କରିଛନ୍ତି । ସେ ୩୦ ଟି ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ ।

ଦୁନିଆର ସର୍ବାଧିକ ଛକା ମାରିଥିବା ବ୍ୟାଟ୍ସମ୍ୟାନଙ୍କ ତାଲିକା
ରୋହିତ ଶର୍ମା- ୫୫୩*
କ୍ରିସ୍ ଗେଲ୍- ୫୫୨
ସହିଦ ଆଫ୍ରିଦି- ୪୭୬
ବ୍ରାଣ୍ଡନ୍ ମ୍ୟାକକୁଲମ୍- ୩୯୮
ମାର୍ଟିନ ଗୁପଟିଲ- ୩୮୩
ଏମଏସ ଧୋନି- ୩୫୯

ଏହି ମ୍ୟାଚରେ ଆଫଗାନିସ୍ତାନ ଅଧିନାୟକ ହାଶମତୁଲ୍ଲା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୭୨ ରନ୍ ସଂଗ୍ରହ କରିଥିଲା । ଭାରତ ପାଇଁ ଜସପ୍ରୀତ ବୁମ୍ରା ୧୦ ଓଭରରେ ୩୯ ରନ୍ ଦେଇ ୪ଟି ୱିକେଟ୍ ନେଇଥିଲେ । ବିଶ୍ୱକପରେ ସେ ନିଜର ସର୍ବଶ୍ରେଷ୍ଠ ବୋଲିଂ କରିଥିଲେ । ଏହା ବ୍ୟତୀତ ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଦୁଇଟି ସଫଳତା ପାଇଛନ୍ତି । କୁଲଦୀପ ଯାଦବ ଓ ଶାର୍ଦ୍ଦୁଲ ଠାକୁର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । କ୍ୟାପଟେନ ହାଶମତୁଲ୍ଲା ଆଫଗାନିସ୍ତାନ ଦଳ ପାଇଁ ୮୦ ରନର ସର୍ବାଧିକ ଇନିଂସ ଖେଳିଥିଲେ।