Rohit Sharma T20 World Cup 2022: ରୋହିତ ଶର୍ମା ରଚିଲେ ଇତିହାସ, ଟି-20 କ୍ରିକେଟରେ ଏପରି ରେକର୍ଡ କରିଥିବା ପ୍ରଥମ ଭାରତୀୟ
Advertisement
Article Detail0/zeeodisha/odisha1413803

Rohit Sharma T20 World Cup 2022: ରୋହିତ ଶର୍ମା ରଚିଲେ ଇତିହାସ, ଟି-20 କ୍ରିକେଟରେ ଏପରି ରେକର୍ଡ କରିଥିବା ପ୍ରଥମ ଭାରତୀୟ

Rohit Sharma T20 World Cup 2022: ନେଦରଲ୍ୟାଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଟିମ୍ ଇଣ୍ଡିଆ ୫୬ ରନରେ ଜିତିଛି । ଏହି ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ତାଙ୍କ ନାମରେ ଏକ ବଡ଼ ରେକର୍ଡ କରି ନେଇଛନ୍ତି । ଆଇସିସି ଟି-20 ବିଶ୍ୱକପ ଇତିହାସରେ କ୍ରିସ ଗେଲ ଏକମାତ୍ର ବ୍ୟାଟ୍ସମ୍ୟାନ୍ ଯିଏ ୫୦ରୁ ଅଧିକ ଛକା ମାରିଛନ୍ତି ।

Rohit Sharma T20 World Cup 2022: ରୋହିତ ଶର୍ମା ରଚିଲେ ଇତିହାସ, ଟି-20 କ୍ରିକେଟରେ ଏପରି ରେକର୍ଡ କରିଥିବା ପ୍ରଥମ ଭାରତୀୟ

Rohit Sharma T20 World Cup 2022: ଟିମ୍ ଇଣ୍ଡିଆ (Team India) ଟି-20 ବିଶ୍ୱକପ୍ ୨୦୨୨ (T20 World Cup 2022) ରେ ଲଗାତର ଦୁଇଟି ବିଜୟ ହାସଲ କରିଛି । ନେଦରଲ୍ୟାଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ (India vs Netherlands) ରେ ଟିମ୍ ଇଣ୍ଡିଆ ୫୬ ରନରେ ଜିତିଛି । ଏହି ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ରୋହିତ ଶର୍ମା (Rohit Sharma) ତାଙ୍କ ନାମରେ ଏକ ବଡ଼ ରେକର୍ଡ କରି ନେଇଛନ୍ତି । ଆଇସିସି ଟି-20 ବିଶ୍ୱକପ (ICC T20 World Cup) ଇତିହାସରେ କ୍ରିସ ଗେଲ (Chris Gayle) ଏକମାତ୍ର ବ୍ୟାଟ୍ସମ୍ୟାନ୍ ଯିଏ ୫୦ରୁ ଅଧିକ ଛକା ମାରିଛନ୍ତି । ୬୩ଟି ଛକା ସହ ଗେଲ ଏହି ତାଲିକାରେ ଶୀର୍ଷରେ ଅଛନ୍ତି । ବର୍ତ୍ତମାନ ରୋହିତ ଶର୍ମା (Rohit Sharma) ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ରୋହିତ ଶର୍ମା ନେଦରଲ୍ୟାଣ୍ଡ ବିପକ୍ଷରେ ତୃତୀୟ ଛକା ମାରିବା ମାତ୍ରେ ସେ ଯୁବରାଜ ସିଂ (Yuvraj Singh) ଙ୍କୁ ପଛରେ ଛାଡ଼ି ଦେଇଛନ୍ତି । ରୋହିତ ଶର୍ମା ୩୯ ବଲରେ ୫୩ ରନର ଇନିଂସ ଖେଳିଛନ୍ତି । ରୋହିତ ଶର୍ମା ନିଜ ଇନିଂସ ମଧ୍ୟରେ ୪ଟି ଚୌକା ଓ  ୩ଟି ଛକା ମାରିଛନ୍ତି ।

ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟି-20 ବିଶ୍ୱକପ୍‌ର ୩୫ଟି ମ୍ୟାଚରେ ୩୪ଟି ଛକା ମାରିଛନ୍ତି । ଟି-20 ବିଶ୍ୱକପ ବିଷୟରେ କହିବାକୁ ଗଲେ ସବୁଠାରୁ ଅଧିକ ଛକା ମାରିବା ମାମଲାରେ ରୋହିତ ଶର୍ମା ଏବେବି କ୍ରିସ୍ ଗେଲଙ୍କ ଠାରୁ ବହୁତ ପଛରେ ଅଛନ୍ତି । କିନ୍ତୁ ଏହି ରେକର୍ଡକୁ ଭାଙ୍ଗିବା ପାଇଁ ତାଙ୍କ ପାଖରେ ଦମ୍ ଅଛି । ରୋହିତ ଏହି ମ୍ୟାଚ୍ ସହିତ ଫର୍ମକୁ ଫେରିଛନ୍ତି ଓ ଟିମ୍ ଇଣ୍ଡିଆ ପାଇଁ ମଧ୍ୟ ତାଙ୍କର ଫର୍ମ ବହୁତ ଗୁରୁତ୍ୱପୂର୍ଣ୍ଣ । ଟି-20 ବିଶ୍ୱକପ ଇତିହାସରେ ସବୁଠାରୁ ଅଧିକ ଛକା ମାରିବା ମାମଲାରେ ତୃତୀୟ ସ୍ଥାନରେ ଯୁବରାଜ ସିଂ ଅଛନ୍ତି । ସେହିପରି ଶେନ୍ ୱାଟସନ ଚତୁର୍ଥ ସ୍ଥାନରେ ଅଛନ୍ତି । ଯୁବରାଜ ସିଂ ୩୩ଟି ଛକା ଓ ୱାଟସନ ୩୧ଟି ଛକା ମାରିଛନ୍ତି । ଡେଭିଡ ୱାର୍ନର ମଧ୍ୟ ୩୧ ଛକା ମାରିଛନ୍ତି । ଏଥି ସହିତ ଏବି ଡି ଭିଲିୟର୍ସଙ୍କ ଖାତାରେ ୩୦ଟି ଛକା ମାରିବାର ରେକର୍ଡ ରହିଛି ।

ଅଧିକ ପଢ଼ନ୍ତୁ:-ଟି-20 ବିଶ୍ୱକପରେ ପାକିସ୍ତାନ ପାଇଁ ସେମିଫାଇନାଲର ରାସ୍ତା ବନ୍ଦ! ଜାଣନ୍ତୁ କେଉଁ କେଉଁ ଦଳକୁ ମିଳିବ ସେମିଫାଇନାଲ ଟିକେଟ

ଅଧିକ ପଢ଼ନ୍ତୁ:-ଜିମ୍ବାୱେ ଠାରୁ ପିଟିବା ପରେ ପାକିସ୍ତାନ ଅଧିନାୟକ ବାବର ଆଜମ କହିଲେ ଦଳକୁ କାହିଁକି ମିଳିଲା ପରାଜୟ

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ବିଜୟ ପରେ ମଧ୍ୟ ଖୁସି ନୁହଁନ୍ତି ରୋହିତ ଶର୍ମା, ମ୍ୟାଚ୍ ପରେ ଦେଲେ ଏହି ଆଶ୍ଚର୍ଯ୍ୟଜନକ ବୟାନ

ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆ ଟି-20 ବିଶ୍ୱକପ ୨୦୨୨ରେ ପ୍ରଥମ ମ୍ୟାଚ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରରେ ଖେଳି ସାରିଛନ୍ତି ଓ ଏହି ମ୍ୟାଚରେ ବିଜୟ ହାସଲ କରିଥିଲେ । ସେହିପରି ଅକ୍ଟୋବର ୨୭ରେ ଦ୍ୱିତୀୟ ମ୍ୟାଚ୍ ନେଦରଲ୍ୟାଣ୍ଡ ସହ ଖେଳିଥିଲା । ଏହି ମ୍ୟାଚରେ ବି ଟିମ୍ ଇଣ୍ଡିଆ ଜିତିଛି । ବର୍ତ୍ତମାନ ଟିମ୍ ଇଣ୍ଡିଆର ପରବର୍ତ୍ତୀ ମ୍ୟାଚ୍ ଅକ୍ଟୋବର ୩୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ମ୍ୟାଚ୍, ଏବଂ ନଭେମ୍ବର ୨ରେ ଚତୁର୍ଥ ମ୍ୟାଚ୍ ବାଂଲାଦେଶ ସହିତ ଏବଂ ପଞ୍ଚମ ମ୍ୟାଚ୍ ନଭେମ୍ବର ୬ରେ ଗ୍ରୁପ୍ ବି ବିଜେତା ସହିତ ଖେଳିବ ।

ଏଠାରେ କହି ରଖୁଛୁ ଯେ, ଟି-20 ବିଶ୍ୱକପ 2022 ପାଇଁ ଭାରତୀୟ ଦଳରେ ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ (ୱିକେଟ କିପର), ଦୀନେଶ କାର୍ତ୍ତିକ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ, ୟ ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂ, ମହମ୍ମଦ ଶାମି ସାମିଲ ଅଛନ୍ତି । ସେପଟେ ଷ୍ଟାଣ୍ଡବାଇ ଖେଳାଳିଙ୍କ ମଧ୍ୟରେ ଶାର୍ଦ୍ଦୁଲ ଠାକୁର, ଶ୍ରେୟସ୍ ଆୟର, ରବି ବିଷ୍ଣୋଇ, ମହମ୍ମଦ ସିରାଜ ଅଛନ୍ତି ।