Rivaba Jadeja: ଶ୍ବଶୁରଙ୍କ ଅଭିଯୋଗ ପରେ ମୁହଁ ଖୋଲିଲେ ଜାଡ଼େଜାଙ୍କ ସ୍ତ୍ରୀ, ଦେଖନ୍ତୁ ଭିଡ଼ିଓ
Advertisement
Article Detail0/zeeodisha/odisha2108149

Rivaba Jadeja: ଶ୍ବଶୁରଙ୍କ ଅଭିଯୋଗ ପରେ ମୁହଁ ଖୋଲିଲେ ଜାଡ଼େଜାଙ୍କ ସ୍ତ୍ରୀ, ଦେଖନ୍ତୁ ଭିଡ଼ିଓ

Rivaba Jadeja: ଦାଣ୍ତରେ ପଡ଼ିବ ହାଟରେ ଗଡୁଛି ଭାରତୀୟ ଦଳର ଅଲରାଉଣ୍ତର ରବୀନ୍ଦ୍ର ଜାଡ଼େଜା ଘରୋଇ ବିବାଦ । କିଛି ଦିନ ତଳେ ରବୀନ୍ଦ୍ରଙ୍କ ବିରୋଧରେ ତାଙ୍କ ପିତା ଅନିରୁଦ୍ଧ ଗୁରୁତର ଅଭିଯୋଗ ଆଣିଥିଲେ । ଏହି ଘଟଣାକୁ ନେଇ ରବୀନ୍ଦ୍ରଙ୍କ ପତ୍ନୀ ତଥା ବିଜେପି ନେତ୍ରୀ ରିଭାବା ଜାଡ଼େଜାଙ୍କ ଏକ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ଖବର ଅନୁଯାୟୀ, ନିକଟରେ ଜାଡ଼େଜାଙ୍କ ପିତା ଅଭିଯୋଗ ଆଣିଥିଲେ ଯେ,’ ବିବାହର ମାତ୍ର ୩ ମାସ ପରେ ରବୀନ୍ଦ୍ର ତାଙ୍କୁ ଓ ତାଙ୍କ ପରିବାରର ସଦସ୍ୟମାନଙ୍କୁ ଆଡ଼ ଆଖିରେ ଚାହିଁ ନଥିଲେ । ଏଥିପାଇଁ ବୋହୂ ରିଭାବାଙ୍କୁ ସେ ଦାୟୀ କରିଥିଲେ । ରବୀନ୍ଦ୍ର ଏବେ ପତ୍ନୀ ଓ ପିଲା ସହ ଅଲଗା ରହୁଛନ୍ତି। ମା’-ବାପାଙ୍କ ସହ ପଦଟିଏ କଥା ହେଉନାହାନ୍ତି । ରିଭାବାଙ୍କ କଥାରେ ପଡ଼ି ପରିବାର ଲୋକଙ୍କଠାରୁ ସଂପୂର୍ଣ୍ଣ ଦୂରେଇ ଯାଇଛନ୍ତି। ତାଙ୍କୁ କ୍ରିକେଟର୍ କରି ମୁଁ ଭୁଲ କରିଛି। ୫ବର୍ଷ ହେବ ‌ମୁଁ ମୋ ନାତୁଣୀର ମୁହଁ ଦେଖିନି’ । ତେବେ ବିବାଦ ବଢ଼ିବା ଦେଖି ମୁହଁ ଖୋଲିଥିଲେ ଜାଡ଼େଜା । ଏନେଇ ସେ କହିଥିଲେ, ମୁଁ ବି ଅନେକ କିଛି କହିପାରିବି’। ପିତା ଅନିରୁଦ୍ଧ ଦେଇଥିବା ସାକ୍ଷାତକାରରେ କୌଣସି ସତ୍ୟତା ନାହିଁ’।  ମୋର ଓ ମୋ ପତ୍ନୀଙ୍କ ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିବା ଲାଗି ଏହା ଏକ ହୀନ ପ୍ରୟାସ ବୋଲି ଜାଡ଼େଜା ଇନଷ୍ଟାଗ୍ରାମ ଜରିଆରେ କହିଥିଲେ ।

ତେବେ ସୋମବାର ଜାମନଗର ବିଧାୟିକା ଥିବା ରିଭାବା ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଜଣେ ସାମ୍ବାଦିକା ତାଙ୍କୁ ଏନେଇ ପ୍ରଶ୍ନ ପଚାରିଥିଲେ । ଏହି ପ୍ରଶ୍ନ ଶୁଣିବା ପରେ ରାଗିଯାଇଥିଲେ ବିଧାୟିକା । ସେ କହିଥିଲେ, ‘ଆମେ ଏଠି ଯେଉଁ କାରଣରୁ ଏକାଠି ହୋଇଛେ, ସେ ବିଷୟରେ ପ୍ରଶ୍ନ କରନ୍ତୁ। ଅନ୍ୟକଥା ଜାଣିବାକୁ ହେଲେ ମୋତେ ସିଧା ଫୋନ୍ କରନ୍ତୁ ।

A post shared by Zee 24 Kalak (@zee24kalak)

ତେବେ ରିଭାବାଙ୍କ ଏହି କଡ଼ା ଜବାବ ପରେ ଜାଡ଼େଜାଙ୍କ ପରିବାରରେ ଯେ ସବୁକିଛି ଠିକ୍ ନଥିବା ସ୍ପଷ୍ଟ ହୋଇଛି’।