Rishabh Pant Injured: ଋଷଭଙ୍କ ସ୍ଥାନରେ ବାଂଲାଦେଶ ଯିବେ ଏହି ଖେଳାଳି
Advertisement
Article Detail0/zeeodisha/odisha1464614

Rishabh Pant Injured: ଋଷଭଙ୍କ ସ୍ଥାନରେ ବାଂଲାଦେଶ ଯିବେ ଏହି ଖେଳାଳି

ଋଷଭଙ୍କ କ୍ୟାରିୟର ଉପରେ ଯଦି ନଜର ପକାଯାଏ ତେବେ ଋଷଭ ଲଗାତାର ଭାବେ ବିଫଳ ହୋଇ ଆସୁଥିବା ଦେଖିବାକୁ ମିଳୁଛି। ଆନ୍ତର୍ଜାତୀୟ କ୍ରିକେଟ୍ ର ସୀମିତ ଓଭର ଫର୍ମାଟରେ ଋଷଭ ପନ୍ତ କ୍ରମାଗତ ଭାବରେ ବିଫଳ ହେଉଛନ୍ତି ଏବଂ ଏସବୁ ମଧ୍ୟରେ ତାଙ୍କର ଆହତ ଖବର ମଧ୍ୟ ସାମ୍ନାକୁ ଆସୁଛି। ସେ ODI କ୍ରିକେଟର ଶେଷ ୫ଟି ଇନିଂସରେ ୨୦୬ ରନ୍ ସଂଗ୍ରହ କରିଛନ୍ତି ଯେଉଁଥିରେ ଗୋଟିଏ ଶତକ ଏବଂ ଅର୍ଦ୍ଧଶତକ ସାମିଲ ରହିଛି।

Rishabh Pant Injured: ଋଷଭଙ୍କ ସ୍ଥାନରେ ବାଂଲାଦେଶ ଯିବେ ଏହି ଖେଳାଳି

Rishabh Pant Injured: ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ (New Zealand) ବିପକ୍ଷ ଦିନିକିଆ ସିରିଜରେ (One day Series) ଆହତ ହୋଇଛନ୍ତି ଭାରତର (India) ଦମଦାର ବ୍ୟାଟସମ୍ୟାନ ଋଷଭ ପନ୍ତ (Rishabh Pant)। ଦିନିକିଆ ସିରିଜରେ (One day Series) ପୁରା ବିଫଳ ହୋଇଛନ୍ତି। ଶେଷ ଦିନିକିଆରେ  (Last One Day) ମାତ୍ର ୧୦ ରନ କରି ପାଭିଲିୟନ ଫେରିଥିଲେ। ଏହା ପରେ ସେ ଡ୍ରେସିଂ ରୁମରେ ପହଞ୍ଚିବା ମାତ୍ରେ ତାଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଥିଲା। ତାଙ୍କ ଅବସ୍ଥା ଦେଖି ପିଠିରେ ଆଘାତ ଲାଗିଥିବା ଆଶଙ୍କା ସୃଷ୍ଟି ହୋଇଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆସନ୍ତା ମାସରେ ବାଂଲାଦେଶ (Bangladesh) ଗସ୍ତରେ ଯିବ ଭାରତ। ଏହି ଓ୍ୱିକେଟ କିପର (Wicket) ବନାମ ବ୍ୟାଟସମ୍ୟାନ (Batsman) ଦଳର ଜଣେ ସଦସ୍ୟ ଭାବେ ବାଂଲାଦେଶ (Bangladesh) ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏଭଳି ସମସ୍ୟା ସମୟରେ ଦଳ ତାଙ୍କୁ ସାଥିରେ ନେଇ ବାଂଲାଦେଶ ଯିବ ନା ତାଙ୍କ ବଦଳରେ ଅନ୍ୟ କୌଣସି ଖେଳାଳିଙ୍କୁ ଦଳରେ ସାମିଲ କରିବ ସେନେଇ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇ ଯାଇଛି। ଆସନ୍ତା ୪ ତାରିଖ ମଧ୍ୟରେ ଋଷଭଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠିଛି। 

ଋଷଭଙ୍କ କ୍ୟାରିୟର ଉପରେ ଯଦି ନଜର ପକାଯାଏ ତେବେ ଋଷଭ ଲଗାତାର ଭାବେ ବିଫଳ ହୋଇ ଆସୁଥିବା ଦେଖିବାକୁ ମିଳୁଛି। ଆନ୍ତର୍ଜାତୀୟ କ୍ରିକେଟ୍ ର ସୀମିତ ଓଭର ଫର୍ମାଟରେ ଋଷଭ ପନ୍ତ କ୍ରମାଗତ ଭାବରେ ବିଫଳ ହେଉଛନ୍ତି ଏବଂ ଏସବୁ ମଧ୍ୟରେ ତାଙ୍କର ଆହତ ଖବର ମଧ୍ୟ ସାମ୍ନାକୁ ଆସୁଛି। ସେ ODI କ୍ରିକେଟର ଶେଷ ୫ଟି ଇନିଂସରେ ୨୦୬ ରନ୍ ସଂଗ୍ରହ କରିଛନ୍ତି ଯେଉଁଥିରେ ଗୋଟିଏ ଶତକ ଏବଂ ଅର୍ଦ୍ଧଶତକ ସାମିଲ ରହିଛି। ଏଥି ସହିତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ODI ସିରିଜରେ ସେ ୨ ଇନିଂସରେ ୩୯ ବଲରେ ୨୫ ରନ୍ ସଂଗ୍ରହ କରିଥିଲେ। ୨୦୨୨ ମସିହାରେ ପନ୍ତ ୧୨ଟି ODI ମ୍ୟାଚର ୧୦ ଇନିଂସରେ ୩୩୬ ରନ୍ ସ୍କୋର କରିଥିଲେ। ସେଥିମଧ୍ୟରୁ ଦୁଇଟି ଅର୍ଦ୍ଧଶତକୀୟ ଇନିଂସ ସାମିଲ ରହିଛି। ୨୦୨୨ ମସିହାରେ ଟି-୨୦ ଇଣ୍ଟରନ୍ୟାସନାଲରେ ସେ ୨୫ ମ୍ୟାଚର ୨୧ଟି ଇନିଂସରେ ମାତ୍ର ୩୬୪ ରନ୍ ଯୋଡିଛନ୍ତି ଏବଂ ତାଙ୍କର ଷ୍ଟ୍ରାଇକ୍ ହାର ୧୩୦ରୁ ସାମାନ୍ୟ ଅଧିକ ରହିଛି। 

ତେବେ ତାଙ୍କର ଏହି ଖରାପ ପ୍ରଦର୍ଶନ ପାଇଁ ତାଙ୍କର ସ୍ୱାସ୍ଥ୍ୟଜନିତ ସମସ୍ୟା ବୟାନ କରୁଛି। ଯଦି ଆମେ ତାଙ୍କ ପ୍ରଦର୍ଶନକୁ ସଞ୍ଜୁ ସାମସନଙ୍କ ସହିତ ତୁଳନା କରିବା ତେବେ ଚିତ୍ର ଏକରକମ ସ୍ପଷ୍ଟ ହୋଇଯାଏ। ୨୦୨୨ ମସିହାରେ ଟି -୨୦ ଇଣ୍ଟରନ୍ୟାସନାଲ ମ୍ୟାଚରେ ୬ଟି ମ୍ୟାଚର ୫ ଇନିଂସରେ ୧୭୯ ରନ୍ ଯୋଡିଛନ୍ତି ଏବଂ ତାଙ୍କର ଷ୍ଟ୍ରାଇକ୍ ହାର ୧୫୮.୪୦ ରହିଛି। ୨୦୨୨ ମସିହାରେ ୧୦ଟି ODIର ୯ଟି ଇନିଂସରେ ସାମସନ୍ ୨୮୪ ରନ୍ ସଂଗ୍ରହ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସମୟ ମଧ୍ୟରେ ସେ ୫ଟି ଇନିଂସରେ ଆଉଟ୍ ହୋଇନଥିଲେ। 

ଉଭୟ ପନ୍ତ ଓ ଋଷଭଙ୍କ ପ୍ରଦର୍ଶନ ମଧ୍ୟରେ ଜବରଦସ୍ତ ତଫାତ ଦେଖିବାକୁ ମିଳିଥାଏ। ଏହି ପାର୍ଥକ୍ୟ ସତ୍ତ୍ୱେ ଋଷଭ ପନ୍ତ କ୍ରମାଗତ ଭାବରେ ଖେଳୁଥିବା ଏକାଦଶର ଏକ ଅଂଶ ଏବଂ ସଞ୍ଜୁ ଗାହେ ବଗାହେ ଦଳର ଏକ ଅଂଶ ହୋଇଥିଲେ ହେଁ ଅଧିକାଂଶ ମ୍ୟାଚର ଶ୍ରେଷ୍ଠ ଏକାଦଶ ମଧ୍ୟରେ ସାମିଲ ହୋଇ ପାରିନାହାନ୍ତି। ଏଭଳି ପରିସ୍ଥିତି ଯୋଗୁଁ ସାମସନଙ୍କ ସିତ ଭେଦଭାବ କରାଯାଉଥିବା ନେଇ ଅଭିଯୋଗ ହୁଏ। ବର୍ତ୍ତମାନ ପନ୍ତଙ୍କ ଆଘାତ ଖବର ସାମ୍ନାକୁ ଆସିବା ପରେ ବାଂଲାଦେଶ ଗସ୍ତ ପାଇଁ ସଞ୍ଜୁ ସାମସନଙ୍କୁ ତାଙ୍କ ସ୍ଥାନରେ ପଠାଇବାକୁ ଭାରତୀୟ ବୋର୍ଡର ଏକ ବଡ଼ ସୁଯୋଗ ରହିଛି। ବାଂଲାଦେଶରେ ଚାଲିଥିବା ODI ସିରିଜରେ ସଞ୍ଜୁ ସାମସନଙ୍କ ପ୍ରଦର୍ଶନ ସମସ୍ତଙ୍କ ଆଗକୁ ଏକ ସ୍ପଷ୍ଟ ଚିତ୍ର ଆଣିବ।