IND vs NZ: ଏକଦମ୍ NPA ହୋଇଯାଇଛନ୍ତି... ଋଷଭ ପନ୍ତ ଓପେନିଂରେ ଫ୍ଲପ୍ ହେବା ପରେ କ୍ଲାସ୍ ଲଗାଇଲେ ଫ୍ୟାନ୍ସ
Advertisement

IND vs NZ: ଏକଦମ୍ NPA ହୋଇଯାଇଛନ୍ତି... ଋଷଭ ପନ୍ତ ଓପେନିଂରେ ଫ୍ଲପ୍ ହେବା ପରେ କ୍ଲାସ୍ ଲଗାଇଲେ ଫ୍ୟାନ୍ସ

Rishabh Pant IND vs NZ 2nd T20: ଭାରତୀୟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଋଷଭ ପନ୍ତଙ୍କୁ ଓପନର୍ ଭାବରେ ଦଳରେ ସ୍ଥାନ ଦେଇଥିଲେ । କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏହି ରଣନୀତି  ସଫଳ ହୋଇପାରିଲା ନାହିଁ । ଋଷଭ ପନ୍ତ ଶସ୍ତାରେ ପ୍ୟାଭିଲିୟନକୁ ଫେରିଯାଇଥିଲେ । 

IND vs NZ: ଏକଦମ୍ NPA ହୋଇଯାଇଛନ୍ତି... ଋଷଭ ପନ୍ତ ଓପେନିଂରେ ଫ୍ଲପ୍ ହେବା ପରେ କ୍ଲାସ୍ ଲଗାଇଲେ ଫ୍ୟାନ୍ସ

Rishabh Pant IND vs NZ 2nd T20: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-20 ସିରିଜ (India vs New Zealand T20 Series) ଚାଲିଛି । ଗତକାଲି ଅର୍ଥାତ ନଭେମ୍ୱର ୨୦ରେ ଏହି ସିରିଜର ଦ୍ୱିତୀୟ ଟି-20 ମ୍ୟାଚ୍ (India vs New Zealand 2nd T20 Match) ଖେଳାଯାଇଛି । ଏହି ମ୍ୟାଚକୁ ଟିମ୍ ଇଣ୍ଡିଆ (Team India) ୬୫ ରନରେ ଜିତିନେଇଛି । ସେପଟେ ଏହି ମ୍ୟାଟରେ ଓପେନିଂ କରିବାକୁ ମୈଦାନକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ (Rishabh Pant) ପୁଣି ଥରେ ନିରାଶ କରିଛନ୍ତି । ସିରିଜର ଦ୍ୱିତୀୟ ଟି-20 (NZ vs IND 2nd T20) ରେ ନ୍ୟୁଜିଲ୍ୟାଣ୍ଡର ଅଧିନାୟକ (New Zealand Captain) କେନ୍ ୱିଲିୟମସନ  (Kane Williamson) ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ । ଭାରତୀୟ ଅଧିନାୟକ (Indian Captain) ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandy) ଋଷଭ ପନ୍ତଙ୍କୁ ଓପନର୍ ଭାବରେ ଦଳରେ ସ୍ଥାନ ଦେଇଥିଲେ । 

କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏହି ରଣନୀତି  ସଫଳ ହୋଇପାରିଲା ନାହିଁ । ଋଷଭ ପନ୍ତ ଶସ୍ତାରେ ପ୍ୟାଭିଲିୟନକୁ ଫେରିଯାଇଥିଲେ । ଏଠାରେ କହି ରଖୁଛୁ ଯେ,  ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-20 ସିରିଜରେ ଋଷଭ ପନ୍ତ ଟିମ୍ ଇଣ୍ଡିଆର ଉପ-ଅଧିନାୟକର କମାଣ ସମ୍ଭାଳିଛନ୍ତି । ଦ୍ୱିତୀୟ ଟି-20 ମ୍ୟାଚରେ ଋଷଭ ପନ୍ତ (Rishabh Pant) ସ୍ଲୋ ଭାବେ ବ୍ୟାଟିଂ କରିଥିଲେ, ଯେଉଁଥିପାଇଁ ଅନେକ ସୋସିଆଲ ମିଡିଆରେ ଅନେକ ୟୁଜର୍ସ ତାଙ୍କୁ ନେଇ ମିମ୍ସ ସେୟାର କରିଛନ୍ତି । ଟିମ୍ ଇଣ୍ଡିଆ (Team India) ର ଅଧିନାୟକ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandy) ସିରିଜର ଦ୍ୱିତୀୟ ଟି-20 ମ୍ୟାଚରେ ଋଷଭ ପନ୍ତଙ୍କୁ ଓପନର୍ ଭାବରେ ସୁଯୋଗ ଦେଇଥିଲେ । ଋଷଭ ପନ୍ତ ଇଶାନ କିଶନ (Ishaan Kishan) ଙ୍କ ସହ ଓପେନିଂ କରିବାକୁ ଓହ୍ଲାଇଥିଲେ । ତେବେ ଋଷଭ ପନ୍ତ ପୁଣିଥରେ ତାଙ୍କ ପ୍ରଶଂସକଙ୍କୁ ନିରାଶ କରିଛନ୍ତି । 

ଋଷଭ ପନ୍ତ (Rishabh Pant) ୧୩ଟି ବଲ ଖେଳିବା ସହ ୬ ରନ୍ ସ୍କୋର କରି ଆଉଟ ହୋଇଥିଲେ । ଋଷଭ ପନ୍ତଙ୍କୁ ଲକି ଫର୍ଗୁସନ ଇନିଂସର ଷଷ୍ଠ ଓଭରର ପ୍ରଥମ ବଲରେ ଟିମ୍ ସାଉଥୀଙ୍କ ହାତରେ କ୍ୟାଚ୍ ଧରାଇଥିଲେ । ଏହି ସମୟରେ ଋଷ ପନ୍ତ ତାଙ୍କ ଇନିଂସରେ ଗୋଟିଏ ଚୌକା ମାରିଥିଲେ । ଋଷଭ ପନ୍ତ ଓ ଇଶାନ କିଶନ ମିଶି ୫ ଓଭରରେ ୩୬ ରନ ଯୋଡିଥିଲେ । ଯଦିଓ ଏଥିରେ ଇଶାନଙ୍କ ଅବଦାନ ୩୦ ରନ୍ ଥିଲାବେଳେ ପନ୍ତ ମାତ୍ର ୬ ରନ୍ ସ୍କୋର କରିଥିଲେ । ଏହି ମନ୍ଥର ଇନିଂସ ଓ ଋଷଭ ପନ୍ତଙ୍କ ଖରାପ ପ୍ରଦର୍ଶନ ପରେ ସୋସିଆଲ ମିଡିଆରେ ଅନେକ ୟୁଜର୍ସ ତାଙ୍କୁ ସମାଲୋଚନା କରିବା ଆରମ୍ଭ କରିଛନ୍ତି ।

କେହି କେହି ଏହା ବିଷୟରେ ମିମ୍ସ ମଧ୍ୟ ସେୟାର କରିଛନ୍ତି । ଏପରି ଏକ ମିମ୍ ଉପରେ ଲେଖାଯାଇଥିଲା ଯେ, "ଏକଦମ୍ NPA ହୋଇଯାଇଛନ୍ତି । ନନ୍ ପରଫ୍ରାମିଙ୍ଗ୍ ଅସେଟ୍ ।" ଏଥି ସହିତ ଅନ୍ୟ ଜଣେ ୟୁଜର୍ସ ତାଙ୍କୁ ଟି-20 ଦଳରୁ ଡ୍ରପ୍ କରିବାକୁ ମଧ୍ୟ କହିଛନ୍ତି ।

ଅଧିକ ପଢ଼ନ୍ତୁ:-ତୃତୀୟ ଟି-20 ପୂର୍ବରୁ ଦଳକୁ ବଡ଼ ଝଟକା, ଅଧିନାୟକ ହିଁ ହେଲେ ମ୍ୟାଚରୁ ବାହାର

ଅଧିକ ପଢ଼ନ୍ତୁ:-ମ୍ୟାଚ ଜିତିବା ପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଖୁସିରେ ଗଦଗଦ, ଏହି ଖେଳାଳୀଙ୍କୁ କହିଲେ ଦଳର ହିରୋ

ଅଧିକ ପଢ଼ନ୍ତୁ:-BSNL 5G ସେବା ଏହି ଦିନ ହେବାକୁ ଯାଉଛି ଆରମ୍ଭ! Jio ଓ Airtel ର ବଢ଼ିବ ଟେନସନ୍

ଏଠାରେ କହି ରଖୁଛୁ ଯେ, ଏହି ମ୍ୟାଚ୍ ପୂର୍ବରୁ ଋଷଭ ପନ୍ତ (Rishabh Pant) ୬୪ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ମୋଟ ୯୭୦ ରନ୍ ସଂଗ୍ରହ କରିଛି, ଯେଉଁଥିରେ ୩ଟି ଅର୍ଦ୍ଧଶତକ ସାମିଲ ରହିଛି । ଯଦିଓ ଋଷଭ ପନ୍ତଙ୍କୁ ନିମ୍ନ କ୍ରମରେ ଅଧିକ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଛି । ଏହା ବ୍ୟତୀତ ଋଷଭ ପନ୍ତ (Rishabh Pant) ୨୭ଟି ODI ଓ ୩୧ଟି ଟେଷ୍ଟ ମ୍ୟାଚ୍ ମଧ୍ୟ ଖେଳିଛନ୍ତି । ODI ରେ ଋଷଭ ପନ୍ତ (Rishabh Pant) ଗୋଟିଏ ଶତକ ଓ ୫ଟି ଅର୍ଦ୍ଧଶତକ ସହ ମୋଟ ୮୪୦ ରନ୍ ସଂଗ୍ରହ କରିଥିବାବେଳେ ଟେଷ୍ଟରେ ସେ ପାଞ୍ଚଟି ଶତକ ଓ ୧୦ଟି ଅର୍ଦ୍ଧଶତକ ସହାୟତାରେ ୨,୧୨୩ ରନ୍ ସ୍କୋର କରିଛନ୍ତି ।