Rishabh Pant Health Update: ଋଷଭ ପନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ଆସିଲା ବଡ଼ ଅପଡେଟ୍, ଜାଣନ୍ତୁ ବର୍ତ୍ତମାନ କେତେ ଦିନ ପର୍ଯ୍ୟନ୍ତ କ୍ରିକେଟ୍ ଠାରୁ ଦୂରେଇ ରହିବେ ସେ
Advertisement
Article Detail0/zeeodisha/odisha1508492

Rishabh Pant Health Update: ଋଷଭ ପନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ଆସିଲା ବଡ଼ ଅପଡେଟ୍, ଜାଣନ୍ତୁ ବର୍ତ୍ତମାନ କେତେ ଦିନ ପର୍ଯ୍ୟନ୍ତ କ୍ରିକେଟ୍ ଠାରୁ ଦୂରେଇ ରହିବେ ସେ

Rishabh Pant Health Update: ଋଷଭ ପନ୍ତ ଦିଲ୍ଲୀରୁ ଋଡ଼କୀସ୍ଥିତ ନିଜ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଡିଭାଇଡରକୁ ଯାଇ ଧକ୍କା ଲାଗିବା ପରେ ତାଙ୍କ କାର ଓଲଟି ପଡିଥିଲା ଓ କାରରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ଋଷଭ ପନ୍ତଙ୍କ ମର୍ସିଡିଜ୍ କାର୍ ପାଉଁଶ ହୋଇଯାଇଥିଲା । ଋଷଭ ପନ୍ତ କହିଛନ୍ତି ଯେ, ତାଙ୍କର ଆଖି ଲାଗିଯାଇଥିବା କାରଣରୁ ସେ କାର ଉପରେ ନିୟନ୍ତ୍ରଣ ହରାଇଥିଲେ । ଫଳରେ କାରଟି ଓଲଟି ପଡିଥିଲା ।

Rishabh Pant Health Update: ଋଷଭ ପନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ଆସିଲା ବଡ଼ ଅପଡେଟ୍, ଜାଣନ୍ତୁ ବର୍ତ୍ତମାନ କେତେ ଦିନ ପର୍ଯ୍ୟନ୍ତ କ୍ରିକେଟ୍ ଠାରୁ ଦୂରେଇ ରହିବେ ସେ

Rishabh Pant Health Update: ଭାରତୀୟ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ ଆଘାତ (Rishabh Pant Injury Update) ସହ ଜଡିତ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ତାଙ୍କ ମସ୍ତିଷ୍କ ଓ ମେରୁଦଣ୍ଡର ଏମଆରଆଇ ରିପୋର୍ଟ ଡେରାଡୁନର ମ୍ୟାକ୍ସ ହସ୍ପିଟାଲ ଦ୍ୱାରା ଜାରି କରାଯାଇଛି । ଏହା ବ୍ୟତୀତ ତାଙ୍କ ଆଘାତ ସହ ଜଡିତ ସୂଚନା ମେଡିକାଲ ବୁଲେଟିନରେ ମଧ୍ୟ ସେୟାର କରାଯାଇଛି । ଶୁକ୍ରବାର ସକାଳେ ଉତ୍ତରାଖଣ୍ଡର ଋଡ଼କୀ ନିକଟରେ ଏକ ଭୟଙ୍କର କାର ଦୁର୍ଘଟଣାରେ ଋଷଭ ପନ୍ତ (Rishabh Pant) ଗୁରୁତର ଆହତ ହୋଇଥିଲେ ।

ଋଷଭ ପନ୍ତଙ୍କ ବ୍ରେନ ଓ ସ୍ପାଇନଲ କୋର୍ଡ ଅର୍ଥାତ ମସ୍ତିଷ୍କ ଓ ମେରୁଦଣ୍ଡର MRI ସ୍କାନ୍ କରାଯାଇଛି । ଏହାର ରିପୋର୍ଟ ହସ୍ପିଟାଲ ତରଫରୁ ଜାରି କରାଯାଇଛି । ତେବେ ପ୍ରଶଂସକଙ୍କ ପାଇଁ ଚିନ୍ତା କରିବାର କିଛି ନାହିଁ । ଋଷଭ ପନ୍ତଙ୍କ ମସ୍ତିଷ୍କ ଓ ମେରୁଦଣ୍ଡର MRI ରିପୋର୍ଟ ସ୍ୱାଭାବିକ ରହିଛି । ଯଦିଓ ସେ ଚେହେରାରେ ଆଘାତ, କ୍ଷତ ଏବଂ ସ୍କ୍ରାଚ୍ ଠିକ୍ କରିବା ପାଇଁ ପ୍ଲାଷ୍ଟିକ୍ ସର୍ଜରୀ କରାଯାଇଛି ।

କାର ଦୁର୍ଘଟଣାରେ ଋଷଭ ପନ୍ତଙ୍କ ଅନେକ ସ୍ଥାନରେ ଆଘାତ ଲାଗିଛି । ଯନ୍ତ୍ରଣା ଓ ଫୁଲା ଯୋଗୁଁ ତାଙ୍କ ଗୋଡ ଏବଂ ଆଣ୍ଠୁ ର ଏମଆରଆଇ ସ୍କାନ ଆସନ୍ତାକାଲି ଅର୍ଥାତ୍ ଶନିବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଦେହରାଡୁନ୍‌ର ମ୍ୟାକ୍ସ ହସ୍ପିଟାଲର ଡାକ୍ତରମାନେ ତାଙ୍କୁ ଆଣ୍ଠୁଗଣ୍ଠିର ଉପର  ଆଘାତ ଲାଗିଥିବା କଥା କହିଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ହସ୍ପିଟାଲ ତରଫରୁ ମେଡିକାଲ ବୁଲେଟିନ୍ ଜାରି କରାଯାଇଛି । ଯେଉଁଥିରେ କୁହାଯାଇଛି ଯେ, ଋଷଭ ପନ୍ତଙ୍କ ଅବସ୍ଥା ସ୍ଥିର ଓ ସେ ସମ୍ପୂର୍ଣ୍ଣ ହୋଶରେ ଅଛନ୍ତି ।

ହସ୍ପିଟାଲ ଦ୍ୱାରା ଜାରି କରାଯାଇଥିବା ମେଡିକାଲ ବୁଲେଟିନରେ କୁହାଯାଇଛି ଯେ, ଋଷଭ ପନ୍ତଙ୍କ ଡାହାଣ ହାତ ଓ ଗୋଡରେ ଅନେକ କ୍ଷତ ଚିହ୍ନ ରହିଛି । କପାଳରେ ଓ ଆଖି ପାଖରେ କ୍ଷତ ଥିଲା । ଏହା ବ୍ୟତୀତ ପଛରେ ଅନେକ କ୍ଷତ ଚିହ୍ନ ମଧ୍ୟ ଥିଲା । ଶୁକ୍ରବାର ସକାଳେ ଋଷଭ ପନ୍ତ କାର୍‌ରେ ଦିଲ୍ଲୀରୁ ଋଡ଼କୀକୁ ନିଜ ମା'ଙ୍କୁ ଭେଟିବାକୁ ଯାଉଥିଲେ । ସେ ତାଙ୍କ ମା'ଙ୍କୁ ସରପ୍ରାଇଜ୍ ଦେବାକୁ ଚାହୁଁଥିଲେ କିନ୍ତୁ ଏହାପୂର୍ବରୁ ସେ ଋଡ଼କୀରେ ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି ।

ସେପଟେ ଋଷଭ ପନ୍ତଙ୍କୁ ଯେଉଁଭଳି ଭାବରେ ଆଘାତ ଲାଗିଛି, ତାହା ଦେଖି ସେ କେତେ ଦିନ ପର୍ଯ୍ୟନ୍ତ ଖେଳ ପଡ଼ିଆରେ ସଂପୂର୍ଣ୍ଣ ପ୍ରତ୍ୟାବର୍ତ୍ତନ କରିବାକୁ ସମର୍ଥ ହେବେ ତାହା କହିବା କଷ୍ଟକର । ତଥାପି ଏହା ନିଶ୍ଚିତ ଯେ ତାଙ୍କୁ ସଂପୂର୍ଣ୍ଣ ଭାବେ ସୁସ୍ଥ ହେବା ପାଇଁ ୩ରୁ ୪ ମାସ ସମୟ ଲାଗିପାରେ । 

ଅଧିକ ପଢ଼ନ୍ତୁ:-ଏହି କ୍ରିକେଟରଙ୍କ କଥା ମାନିଥାନ୍ତେ ତ ଋଷଭ ପନ୍ତଙ୍କ ସହ ହୋଇ ନଥାନ୍ତା ଦୁର୍ଘଟଣା, ବର୍ତ୍ତମାନ ନିଶ୍ଚିତ ଭାବରେ କରୁଥିବେ ଅନୁତାପ

ଅଧିକ ପଢ଼ନ୍ତୁ:-ରୋହିତ-ବିରାଟ ସବୁଦିନ ପାଇଁ ଭାରତୀୟ ଟି-20 ଦଳରୁ ହେଲେ ବାହାର! ଏହି ୪ ଖେଳାଳିଙ୍କ ପାଇଁ ବି ରାସ୍ତା ସମ୍ପୂର୍ଣ୍ଣ ବନ୍ଦ

ଅଧିକ ପଢ଼ନ୍ତୁ:-ଋଷଭ ପନ୍ତଙ୍କ ପାଇଁ ଦେବଦୂତ ସାଜିଥିଲେ ଏହି ବସ୍ ଡ୍ରାଇଭର, ପଢ଼ନ୍ତୁ ପୂରା ଖବର

ଏଠାରେ କହି ରଖୁଛୁ ଯେ, ଗତକାଲି ଅର୍ଥାତ ଶୁକ୍ରବାର ସକାଳେ କାର ଦୁର୍ଘଟଣାରେ ଟିମ୍ ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଗୁରୁତର ଆହତ (Rishabh Pant Injured) ହୋଇଥିଲେ । ଦିଲ୍ଲୀ-ଦେହରାଡୁନ୍ ରାଜପଥରେ ଋଷଭ ପନ୍ତ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି । ଋଷଭ ପନ୍ତ ଦିଲ୍ଲୀରୁ ଋଡ଼କୀସ୍ଥିତ ନିଜ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଡିଭାଇଡରକୁ ଯାଇ ଧକ୍କା ଲାଗିବା ପରେ ତାଙ୍କ କାର ଓଲଟି ପଡିଥିଲା ଓ କାରରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ଋଷଭ ପନ୍ତଙ୍କ ମର୍ସିଡିଜ୍ କାର୍ ପାଉଁଶ ହୋଇଯାଇଥିଲା । ଋଷଭ ପନ୍ତ (Rishabh Pant) କହିଛନ୍ତି ଯେ, ତାଙ୍କର ଆଖି ଲାଗିଯାଇଥିବା କାରଣରୁ ସେ କାର ଉପରେ ନିୟନ୍ତ୍ରଣ ହରାଇଥିଲେ । ଫଳରେ କାରଟି ଓଲଟି ପଡିଥିଲା ।