R Ashwin: ଟିମ୍ ଇଣ୍ଡିଆର ଏହି ଦୁଇ ଖେଳାଳିଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ଅଶ୍ୱିନ, ଟି-20 ବିଶ୍ୱକପ ପରାଜୟ ପାଇଁ କଲେ ଦାୟୀ!
Advertisement

R Ashwin: ଟିମ୍ ଇଣ୍ଡିଆର ଏହି ଦୁଇ ଖେଳାଳିଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ଅଶ୍ୱିନ, ଟି-20 ବିଶ୍ୱକପ ପରାଜୟ ପାଇଁ କଲେ ଦାୟୀ!

R Ashwin: ଅନେକ ଖେଳାଳି ଟି-20 ବିଶ୍ୱକପ ୨୦୨୨କୁ ଭୁଲି ନାହାଁନ୍ତି ଓ ଏହା ଉପରେ ବୟାନ ଦେଉଛନ୍ତି । ଭାରତର ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ ମଧ୍ୟ ସେମାନଙ୍କ ମଧ୍ୟରୁ ଅନ୍ୟତମ । ଆର ଅଶ୍ୱିନ ବର୍ତ୍ତମାନ ଟି-20 ବିଶ୍ୱକପରେ ଖରାପ ପ୍ରଦର୍ଶନ କରିଥିବା ରୋହିତ ଶର୍ମା  ଓ ଲୋକେଶ ରାହୁଲଙ୍କୁ ଟାର୍ଗେଟ କରିଛନ୍ତି । 

R Ashwin: ଟିମ୍ ଇଣ୍ଡିଆର ଏହି ଦୁଇ ଖେଳାଳିଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ଅଶ୍ୱିନ, ଟି-20 ବିଶ୍ୱକପ ପରାଜୟ ପାଇଁ କଲେ ଦାୟୀ!

Ravichandran Ashwin T20 World Cup 2022: ଆଇସିସି ଟି-୨୦ ବିଶ୍ୱକପ ୨୦୨୨ (ICC T20 World Cup 2022) ଶେଷ ହେବାର ଏକ ସପ୍ତାହ ହୋଇଗଲାଣି । ସମସ୍ତ ଦଳ ଏହି ଟୁର୍ଣ୍ଣାମେଣ୍ଟକୁ ଭୁଲିଯାଇ ଦ୍ୱିପାକ୍ଷିକ ସିରିଜରେ ବ୍ୟସ୍ତ ଅଛନ୍ତି । ଭାରତ, ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଭଳି ଦଳ ସିରିଜ୍ ଖେଳୁଛନ୍ତି । ଏଥି ସହିତ ପାକିସ୍ତାନ ସମେତ ଅନେକ ଦଳ ନିଜ ନିଜ ସିରିଜ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହା ସତ୍ତ୍ୱେ ଅନେକ ଖେଳାଳି ଟି-20 ବିଶ୍ୱକପ ୨୦୨୨କୁ ଭୁଲି ନାହାଁନ୍ତି ଓ ଏହା ଉପରେ ବୟାନ ଦେଉଛନ୍ତି । ଭାରତର ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ (Ravichandran Ashwin) ମଧ୍ୟ ସେମାନଙ୍କ ମଧ୍ୟରୁ ଅନ୍ୟତମ । ଆର ଅଶ୍ୱିନ ବର୍ତ୍ତମାନ ଟି-20 ବିଶ୍ୱକପ (T20 World Cup) ରେ ଖରାପ ପ୍ରଦର୍ଶନ କରିଥିବା ରୋହିତ ଶର୍ମା (Rohit Sharma) ଓ ଲୋକେଶ ରାହୁଲ (Lokesh Rahul) ଙ୍କୁ ଟାର୍ଗେଟ କରିଛନ୍ତି । 

ଆର ଅଶ୍ୱିନ (R Ashwin) କହିଛନ୍ତି ଯେ, ଭାରତ ଅନେକ ଥର ପାୱାରପ୍ଲେରେ ହିଁ ହାରିଯାଉଥିଲା । ବିରୋଧୀ ଦଳ ପ୍ରାରମ୍ଭିକ ୬ ଓଭରରେ ୬୦ ରନ୍ ସ୍କୋର କରୁଥିଲା ଓ ଭାରତୀୟ ଦଳ (India Team) କେବଳ ୩୦ ରନ୍ ହିଁ କରିପାରୁଥିଲା । ଆର୍ ଅଶ୍ୱିନ୍ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି ଯେ, "ବେଳେବେଳେ ଆମେ ପାୱାରପ୍ଲେରେ ହିଁ ମ୍ୟାଚ୍ ହାରି ଯାଉଥିଲୁ । ପାୱାରପ୍ଲେ ସମୟରେ ଆମେ ୩୦ ରନ ପାଖାପାଖି ସ୍କୋର କରୁଥିଲୁ, ଯେତେବେଳେ କି ବିରୋଧୀ ଦଳ ପ୍ରାୟ ୬୦ ପାଖାପାଖି ସ୍କୋର କରୁଥିଲେ । ସେଠାରେ ହିଁ ମ୍ୟାଚ୍ ଶେଷ ହୋଇଯାଉଥିଲା । କିଛି ଲୋକ ହୁଏତ ଏହି ତଥ୍ୟ ଜାଣି ନଥିବେ କିନ୍ତୁ, ଅଧିକାଂଶ ମ୍ୟାଚ୍ କେବଳ ପାୱାରପ୍ଲେ ସମୟରେ ହିଁ ହାରିବା ଓ ଜିତିବା ହୁଏ ।" 

ଚଳିତ ବର୍ଷ ଟି-20 ବିଶ୍ୱକପ ୨୦୨୨ରେ ଭାରତ ପାୱାରପ୍ଲେରେ ଖରାପ ପ୍ରଦର୍ଶନ କରିଥିଲା । ପାୱାରପ୍ଲେରେ ଭାରତ ପ୍ରତି ଓଭରରେ ହାରାହାରି ୬ ରନ୍ ସଂଗ୍ରହ କରିଛି ଓ ଗୋଟିଏ ବାଉଣ୍ଡ୍ରୀ ମାରିବା ପାଇଁ ନଅଟି ବଲ୍ ନେଇଥିଲା । ଏହି ବିଶ୍ୱକପର ପାୱାରପ୍ଲେରେ ଭାରତ କେବଳ ୧୭ଟି ଚୌକା ଓ ୭ଟି ଛକା ମାରିପାରିଥିଲା । ପାୱାରପ୍ଲେରେ ଟିମ୍ ଇଣ୍ଡିଆ ଏହାଠାରୁ କେବେବି ଖରାପ ପ୍ରଦର୍ଶନ କରିନାହିଁ । ଇଂଲଣ୍ଡ ବିପକ୍ଷରେ ରୋହିତ ଶର୍ମା ୨୮ ବଲରେ ୨୭ ରନ୍ ସଂଗ୍ରହ କରିଥିଲେ । ଟି-20 ବିଶ୍ୱକପରେ ଏହା ଯୁବରାଜ ସିଂଙ୍କ ୨୧ ବଲରେ ୧୧ ଓ ଗୌତମ ଗମ୍ଭୀରଙ୍କ ୨୫ ବଲରେ ୨୪ ରନ ପରେ ତୃତୀୟ ମନ୍ଥର ଇନିଂସ ଥିଲା । 

ଏହି ବିଶ୍ୱକପରେ ପାୱାରପ୍ଲେରେ ଭାରତ ପାଇଁ ବ୍ୟାଟିଂ କରିଥିବା ୪ ଜଣ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ କେବଳ ସୂର୍ଯ୍ୟକୁମାର ଯାଦବ ଏପରି ଏକମାତ୍ର ଖେଳାଳି ଥିଲେ, ଯାହାଙ୍କ ୧୦୦ରୁ ଅଧିକ ଷ୍ଟ୍ରାଇକ୍ ଥିଲା । ତାଙ୍କ ବ୍ୟତୀତ ବିରାଟ କୋହଲି ୯୮, ରୋହିତ ଶର୍ମା ୯୪ ଏବଂ କେଏଲ ରାହୁଲ ୮୯ ଷ୍ଟ୍ରାଇକ ରେଟରେ ରନ ସ୍କୋର କରିଥିଲେ । ଏହି କାରଣରୁ ଭାରତୀୟ ଦଳ ପାୱାରପ୍ଲେର ଲାଭ ଉଠାଇ ପାରି ନଥିଲା ।

ଏହା ବି ପଢ଼ନ୍ତୁ:-ସଞ୍ଜୁ ସାମସନ୍ ଓ ଉମ୍ରାନ ମଲିକଙ୍କୁ କାହିଁକି ମିଳିଲା ନାହିଁ ସୁଯୋଗ, କାରଣ କହିଲେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା

ଏହା ବି ପଢ଼ନ୍ତୁ:-ଭାରତ-ନ୍ୟୁଜିଲ୍ୟାଣ୍ଡ ଟି-20 ମ୍ୟାଚ୍ ଟାଇ ହେବାକୁ ନେଇ ଦ୍ୱନ୍ଦ୍ୱ, ଜାଣନ୍ତୁ କାହିଁକି ହେଲାନି ସୁପରଓଭର?

ଏହା ବି ପଢ଼ନ୍ତୁ:-ସୂର୍ଯ୍ୟାସ୍ତ ପରେ ଭୁଲରେ ବି କରନ୍ତୁନି ଏସବୁ କାମ, ନଚେତ୍ ଜୀବନରେ ଭୋଗିବାକୁ ପଡ଼ିବ ଅନେକ ସମସ୍ୟା!

ସୂଚନାଯୋଗ୍ୟ, ଟି-20 ବିଶ୍ୱକପ ୨୦୨୨ ବିଷୟରେ କହିବାକୁ ଗଲେ ପାୱାରପ୍ଲେରେ ଭାରତର ପ୍ରଦର୍ଶନ କେବଳ ୟୁଏଇ ଦଳ ଅପେକ୍ଷା ଭଲ ଥିଲା । ଏହି ବିଶ୍ୱକପରେ ପାୱାରପ୍ଲେରେ ଭାରତ ୧୦୦.୫ ଷ୍ଟ୍ରାଇକ୍ ରେଟରେ ରନ ସ୍କୋର କରିଥିଲା । ଏଥି ସହିତ ୟୁଏଇ ୭୭.୮ ଷ୍ଟ୍ରାଇକ୍ ରେଟରେ ପାୱାରପ୍ଲେରେ ବ୍ୟାଟିଂ କରିଥିଲା । ପାୱାରପ୍ଲେରେ ଅନ୍ୟ ସମସ୍ତ ଦଳ ଭାରତ ଅପେକ୍ଷା ଭଲ ପ୍ରଦର୍ଶନ କରିଥିଲେ । ଚାମ୍ପିଅନ୍ସ ଇଂଲଣ୍ଡ ୧୪୩.୩ ଷ୍ଟ୍ରାଇକ୍ ରେଟରେ ରନ୍ ସ୍କୋର କରି ଆଗରେ ରହିଥିଲା ।