'ବିରାଟ କୋହଲିଙ୍କ ଖରାପ ଫର୍ମ ପାଇଁ ରବି ଶାସ୍ତ୍ରୀ ଦାୟୀ'
Advertisement

'ବିରାଟ କୋହଲିଙ୍କ ଖରାପ ଫର୍ମ ପାଇଁ ରବି ଶାସ୍ତ୍ରୀ ଦାୟୀ'

Rashid Latif on Virat Kohli: ବିରାଟ କୋହଲିଙ୍କ ସହ ଜାତୀୟ ଦଳରେ ରବି ଶାସ୍ତ୍ରୀ ଦୁଇଥର ଘନିଷ୍ଠ ଭାବରେ କାର୍ଯ୍ୟ କରିଛନ୍ତି । ସେ କୋହଲିଙ୍କ ସହ ୨୦୧୪ ରେ ଦୁଇ ବର୍ଷ ନିର୍ଦ୍ଦେଶକ ଓ ୨୦୧୭ ରେ ୪ ବର୍ଷ ମୁଖ୍ୟ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରିଛନ୍ତି ।

ସାଙ୍କେତିକ ଫଟୋ

ନୂଆଦିଲ୍ଲୀ: Rashid Latif on Virat Kohli: ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ (Virat Kohli) ଖରାପ ଫର୍ମ ଦୀର୍ଘ ଦିନ ଧରି ଚର୍ଚ୍ଚାର ବିଷୟ ପାଲଟିଛି । ପୂର୍ବତନ ଅଧିନାୟକ କୋହଲି ଗତ ତିନିବର୍ଷ ଧରି କୌଣସି ଶତକ ହାସଲ କରିନାହାଁନ୍ତି । ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ଏଥିପାଇଁ ୧୦୦ ରୁ ଅଧିକ ଇନିଂସ ଖେଳିଛନ୍ତି । କୋହଲି ଗତ ନଭେମ୍ବର ୨୦୧୯ ରୁ ଶେଷ ଶତକ ହାସଲ କରିଥିଲେ । ଆଇପିଏଲ୍ ୨୦୨୨ ରେ ମଧ୍ୟ ସେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ପାଇଁ ହାରାହାରି ୨୨.୭୩ ରନ୍ ସଂଗ୍ରହ କରିଥିଲେ । କୋହଲି ବର୍ତ୍ତମାନ ଜୁଲାଇ ୧-୫ ରୁ ଇଂଲଣ୍ଡ ଗସ୍ତରେ ବାକି ଥିବା ଗୋଟିଏ ଟେଷ୍ଟ ମ୍ୟାଚ୍ ସହ ଅନ୍ତର୍ଜାତୀୟ କ୍ରିକେଟକୁ ଫେରୁଛନ୍ତି ଓ ସମସ୍ତ ନଜର ତାଙ୍କ ଉପରେ ରହିଛି । ପ୍ରଶଂସକମାନେ ଆଶା କରୁଛନ୍ତି ଯେ କୋହଲିଙ୍କ ବ୍ୟାଟରୁ ଏଠାରେ ଏକ ଶତକ ବାହାରିବ ।

କୋହଲିଙ୍କ ସମ୍ପ୍ରତି ଫର୍ମ ବିଷୟରେ ଅନେକ କ୍ରିକେଟ୍ ବିଶେଷଜ୍ଞ ସେମାନଙ୍କ ମତ ରଖିଛନ୍ତି । ଏବେ ତାଙ୍କ ଫର୍ମକୁ ନେଇ ସୀମା ଆରପଟରୁ ଏକ ବୟାନ ଆସିଛି । ପଡୋଶୀ ଦେଶ ପାକିସ୍ତାନର ପୂର୍ବତନ ଅଧିନାୟକ ରସିଦ ଲତିଫ (Rashid Latif) ଏକ ଅଦ୍ଭୁତ ବୟାନ ଦେଇଛନ୍ତି । କୋହଲିଙ୍କ ଖରାପ ଫର୍ମ ପାଇଁ ଲତିଫ୍ ପୂର୍ବତନ କୋଚ୍ ରବି ଶାସ୍ତ୍ରୀଙ୍କୁ Ravi Shastri) ଦାୟୀ କରିଛନ୍ତି । ନିଜ ୟୁଟ୍ୟୁବ୍ ଚ୍ୟାନେଲରେ କଥାବାର୍ତ୍ତା କରି ଲତିଫ କହିଛନ୍ତି ଯେ ଶାସ୍ତ୍ରୀଙ୍କର କୋହଲିଙ୍କ କୋଚିଂକୁ ନେଇ କୌଣସି ଲେଣ-ଦେଣ ନ ଥିଲା ।

ପାକିସ୍ତାନର ପୂର୍ବତନ ଅଧିନାୟକ କହିଛନ୍ତି, 'ତାଙ୍କ (ରବି ଶାସ୍ତ୍ରୀ) କାରଣରୁ ଏହା ଘଟିଛି । ୨୦୧୯ ରେ, ଆପଣ କୁମ୍ବଲେ ପରି ଜଣେ ଖେଳାଳୀ ବାହାର କରି ରବି ଶାସ୍ତ୍ରୀକୁ ଆଣିଥିଲା । ତାଙ୍କ ପାଖରେ ମାନ୍ୟତା ଥିଲା କି ନାହିଁ, ମୁଁ ଜାଣେ ନାହିଁ । ସେ ଜଣେ ବୋର୍ଡକାଷ୍ଟର (କମେଣ୍ଟ୍ରିଟର) ଥିଲେ । କୋଚିଂ ସହିତ ତାଙ୍କର କୌଣସି ସମ୍ପର୍କ ନଥିଲା । ବିରାଟ କୋହଲିଙ୍କୁ ବାଦ୍ ଦେଇ, ମୁଁ ନିଶ୍ଚିତ ଯେ ଅନ୍ୟମାନେ ନିଶ୍ଚୟ ଅଛନ୍ତି ଯେଉଁମାନେ ଶାସ୍ତ୍ରୀ ଆଣିବାରେ ଏକ ଭୂମିକା ଗ୍ରହଣ କରିଛନ୍ତି । କିନ୍ତୁ ବର୍ତ୍ତମାନ ଏହା ବ୍ୟାକଫାୟାର, ନୁହେଁ କି? ଯଦି ସେ (ଶାସ୍ତ୍ରୀ) ଜଣେ ପ୍ରଶିକ୍ଷକ ନ ହୋଇଥାନ୍ତେ, ତେବେ ତାଙ୍କର (କୋହଲି) ଫର୍ମ ହ୍ରାସ ହୋଇନଥାନ୍ତା ।'

ଜାତୀୟ ଦଳ ସହ ଦ୍ୱିତୀୟ କାର୍ଯ୍ୟକାଳ ସମୟରେ ଶାସ୍ତ୍ରୀ କୋହଲିଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିଥିଲେ । ଶାସ୍ତ୍ରୀ ୨୦୧୪ ରେ ନିର୍ଦ୍ଦେଶକ ଭାବରେ ଜାତୀୟ ଦଳରେ ଯୋଗ ଦେଇଥିଲେ, ଯେଉଁଠାରେ ସେ ଦୁଇ ବର୍ଷ ଧରି ଦଳ ସହିତ କାମ କରିଥିଲେ । ତା’ପରେ ୨୦୧୭ ରେ, ସେ ମୁଖ୍ୟ ପ୍ରଶିକ୍ଷକ ଭାବରେ ଦାୟିତ୍ୱ ଗ୍ରହଣ କଲେ ଓ ଦଳ ସହିତ ୪ ବର୍ଷ କାର୍ଯ୍ୟ କଲେ । ତାଙ୍କ କୋଚିଂ କାର୍ଯ୍ୟକାଳ ଶେଷ ହେବା ପରେ ଶାସ୍ତ୍ରୀ ବର୍ତ୍ତମାନ ପୁଣି କମେଣ୍ଟ୍ରି ବକ୍ସକୁ ଫେରିଛନ୍ତି । କୋହଲିଙ୍କୁ କ୍ରିକେଟ୍ ରୁ ବିରତି ନେବାକୁ ପରାମର୍ଶ ଦେଇଥିବା ଲୋକଙ୍କ ମଧ୍ୟରୁ ଶାସ୍ତ୍ରୀ ଅନ୍ୟତମ ।