Rape Charges on Cricketers: ଦନୁଷ୍କାଙ୍କ ବ୍ୟତୀତ ଏହି ୪ ବଡ଼ କ୍ରିକେଟରଙ୍କ ଉପରେ ଲାଗିସାରିଛି ଦୁଷ୍କର୍ମ ଅଭିଯୋଗ, ଲିଷ୍ଟରେ ଅଛନ୍ତି ଜଣେ ଭାରତୀୟ
Advertisement

Rape Charges on Cricketers: ଦନୁଷ୍କାଙ୍କ ବ୍ୟତୀତ ଏହି ୪ ବଡ଼ କ୍ରିକେଟରଙ୍କ ଉପରେ ଲାଗିସାରିଛି ଦୁଷ୍କର୍ମ ଅଭିଯୋଗ, ଲିଷ୍ଟରେ ଅଛନ୍ତି ଜଣେ ଭାରତୀୟ

Rape Charges on Cricketers:  ଶ୍ରୀଲଙ୍କା କ୍ରିକେଟ୍ ଏହି ମାମଲା ସାମ୍ନାକୁ ଆସିବା ପରେ ଦନୁଷ୍କାଙ୍କୁ କ୍ରିକେଟର ସବୁ ଫର୍ମାଟରୁ ସସ୍ପେଣ୍ଡ କରିଦେଇଛି । ଅର୍ଥାତ୍ ଦୁଷ୍କର୍ମ ମାମଲାରେ ରାୟ ନ ଆସିବା ପର୍ଯ୍ୟନ୍ତ ସେ କୌଣସି ପ୍ରକାର କ୍ରିକେଟ୍ ଖେଳି ପାରିବେ ନାହିଁ । ତେବେ ଆସନ୍ତୁ ଜାଣିବା ଏପରି ଦୁଷ୍କର୍ମ ତଥା ଯୌନ ନିର୍ଯ୍ୟାତନା ମାମଲାରେ ଫସିଥିବା ଅନ୍ୟାନ୍ୟ କ୍ରିକେଟର ବିଷୟରେ..

Rape Charges on Cricketers: ଦନୁଷ୍କାଙ୍କ ବ୍ୟତୀତ ଏହି ୪ ବଡ଼ କ୍ରିକେଟରଙ୍କ ଉପରେ ଲାଗିସାରିଛି ଦୁଷ୍କର୍ମ ଅଭିଯୋଗ, ଲିଷ୍ଟରେ ଅଛନ୍ତି ଜଣେ ଭାରତୀୟ

Rape Charges on Cricketers: ନିକଟ ଅତୀତରେ ଶ୍ରୀଲଙ୍କାର ଓପନର୍ ଦନୁଷ୍କା ଗୁନାଥିଲାକା (Danushka Gunathilaka) ବିରୋଧରେ ଜଣେ ମହିଳାଙ୍କ ସହ ଦୁଷ୍କର୍ମ କରିବାର ଅଭିଯୋଗ ହୋଇଛି । ଦନୁଷ୍କା ବର୍ତ୍ତମାନ ଅଷ୍ଟ୍ରେଲିଆ ପୋଲିସର ହେପାଜତରେ ଅଛନ୍ତି । ଶ୍ରୀଲଙ୍କା କ୍ରିକେଟର ଦନୁଷ୍କା ଗୁନାଥିଲାକା ଟି-20 ବିଶ୍ୱକପ ୨୦୨୨ ସମୟରେ ଅଷ୍ଟ୍ରେଲିଆରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଜଣେ ୨୯ ବର୍ଷ ବୟସ୍କା ମହିଳା ଏହି ଅଭିଯୋଗ କରିଛନ୍ତି । ଏହି ଅଭିଯୋଗର ପ୍ରାଥମିକ ଅନୁସନ୍ଧାନ ପରେ ସିଡନୀ ପୋଲିସ ଟିମ୍ ହୋଟେଲରୁ ଗୁନାଥିଲାକାଙ୍କୁ ଗିରଫ କରିଥିଲା । ବର୍ତ୍ତମାନ ସେ କେବଳ ଅଷ୍ଟ୍ରେଲିଆରେ ଅଛନ୍ତି । ଶ୍ରୀଲଙ୍କା କ୍ରିକେଟ୍ ଏହି ମାମଲା ସାମ୍ନାକୁ ଆସିବା ପରେ ତାଙ୍କୁ କ୍ରିକେଟର ସବୁ ଫର୍ମାଟରୁ ସସ୍ପେଣ୍ଡ କରିଦେଇଛି । ଅର୍ଥାତ୍ ଦୁଷ୍କର୍ମ ମାମଲାରେ ରାୟ ନ ଆସିବା ପର୍ଯ୍ୟନ୍ତ ସେ କୌଣସି ପ୍ରକାର କ୍ରିକେଟ୍ ଖେଳି ପାରିବେ ନାହିଁ । ତେବେ ଆସନ୍ତୁ ଜାଣିବା ଏପରି ଦୁଷ୍କର୍ମ ତଥା ଯୌନ ନିର୍ଯ୍ୟାତନା ମାମଲାରେ ଫସିଥିବା ଅନ୍ୟାନ୍ୟ କ୍ରିକେଟର ବିଷୟରେ..

୧. ମଖାୟା ନତିନୀ (Makhaya Ntini)

ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ମଖାୟା ନତିନୀ ଜଣେ ଭଳ ବୋଲର ଭାବେ ପରିଚିତ । କିନ୍ତୁ ୧୯୯୮ରେ ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଯୋଗୁଁ ଜେଲ ଯାଇଥିଲେ ସେ । ପରେ ଅଭିଯୋଗ ପ୍ରମାଣିତ ନ ହେବାରୁ ତାଙ୍କୁ କ୍ଲିନଚିଟ ମିଳିଥିଲା । ଛାତ୍ରୀଙ୍କ କହିବାନୁସାରେ, ମଖାୟା ନତିନୀ ତାଙ୍କୁ ଟୟଲେଟ ରୁମରେ ଦୁଷ୍କର୍ମ କରିଥିଲେ । ଏହା ପରେ ମଖାୟା ନତିନୀଙ୍କୁ ଗିରଫ କରାଯାଇ ଜେଲକୁ ପଠାଇ ଦିଆଯାଇଥିଲା । ଏହି ମାମଲାରେ ନିଜର ନିର୍ଦ୍ଦୋଷତା ପ୍ରମାଣ କରିବାକୁ ମଖାୟା ନତିନୀଙ୍କୁ ବହୁତ ସମୟ ଲାଗିଥିଲା । ତେବେ ଏହା ପରେ ସେ ଏକ ଦଶନ୍ଧି ଧରି ଦକ୍ଷିଣ ଆଫ୍ରିକା ଦଳ ପାଇଁ କ୍ରିକେଟ୍ ଖେଳିଥିଲେ ।

୨. ରୁବେଲ ହୁସେନ (Rubel Hossain)

ବାଂଲାଦେଶ କ୍ରିକେଟ ଟିମର ଦ୍ରୁତ ବୋଲର ହେଉଛନ୍ତି ରୁବେଲ ହୁସେନ । ସେ ବହୁ ବର୍ଷ ଧରି ବାଂଲାଦେଶ ପାଇଁ ଖେଳି ଆସୁଛନ୍ତି । ଖେଳ ବ୍ୟତୀତ ତାଙ୍କ ବ୍ୟବହାର ପାଇଁ ପ୍ରାୟ ସମୟରେ ଚର୍ଚ୍ଚାରେ ରହନ୍ତି । କିଛି ବର୍ଷ ପୂର୍ବେ ବାଂଲାଦେଶୀ ଅଭିନେତ୍ରୀ ନାଜନୀନ ଅଖତର ରୁବେଲଙ୍କ ଉପରେ ଦୁଷ୍କର୍ମ କରିବାର ଗମ୍ଭୀର ଅଭିଯୋଗ ଆଣିଥିଲେ । ଯାହା ଫଳରେ ତାଙ୍କୁ ଜେଲ ଯିବାକୁ ପଡିଥିଲା । ପରେ ତାଙ୍କୁ ଛାଡି ଦିଆଯାଇଥିଲା ।

୩. ଶୋଏବ ଅଖତର (Shoaib Akhtar)

ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତରଙ୍କ ଉପରେ ମଧ୍ୟ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ୨୦୦୫ରେ ଅଷ୍ଟ୍ରେଲିଆ ଗସ୍ତ ସମୟରେ ଜଣେ ମହିଳା ତାଙ୍କ ଉପରେ ଏହି ଅଭିଯୋଗ ଆଣିଥିଲେ । ଏହା ପରେ ତାଙ୍କୁ ଅଷ୍ଟ୍ରେଲିଆ ଗସ୍ତରୁ ସ୍ୱଦେଶକୁ ପଠା ଯାଇଥିଲା । ସେହି ସମୟରେ ଏହି ବିଷୟ ଅଧିକ ଚର୍ଚ୍ଚା ହୋଇନଥିଲା । ଅଖତର ନିଜେ ଏକ ଚାଟ୍ ଶୋ'ରେ ଏହାର କାହାଣୀ କହିଥିଲେ ।

ଅଧିକ ପଢ଼ନ୍ତୁ:-କେବଳ Jio ୟୁଜର୍ସମାନେ ହିଁ ଚଲାଇ ପାରିବେ ଅସଲ 5G ଇଣ୍ଟରନେଟ୍! ଏହା ପଛରେ ରହିଛି ଏକ ଖାସ୍ ଟେକ୍ନୋଲୋଜିର ହାତ

ଅଧିକ ପଢ଼ନ୍ତୁ:-ବଡ଼ ଖବର! ପ୍ରୋଭିଡେଣ୍ଟ ଫଣ୍ଡକୁ ନେଇ ଜାରି ହେଲା ନୂଆ ନିୟମ, କର୍ମଚାରୀମାନଙ୍କୁ ମିଳିବ ଲାଭ

ଅଧିକ ପଢ଼ନ୍ତୁ:-ନିଜ ସହିତ ସୂର୍ଯ୍ୟକୁମାର ଯାଦବଙ୍କ ତୁଳନା କରିବା ଉପରେ ପ୍ରଥମ ଥର ପାଇଁ କ'ଣ କହିଲେ ଏବି ଡି ଭିଲିୟର୍ସ, ଜାଣନ୍ତୁ...

 

୪. ଅମିତ ମିଶ୍ରା (Amit Mishra) 

ଏହି ତାଲିକାରେ ପୂର୍ବତନ ଭାରତୀୟ ସ୍ପିନର ଅମିତ ମିଶ୍ରା ମଧ୍ୟ ସାମିଲ ଅଛନ୍ତି । ଲେଗ୍ ସ୍ପିନର ଅମିତ ମିଶ୍ରାଙ୍କ ଉପରେ ତାଙ୍କର ଜଣେ ମହିଳା ବାନ୍ଧବୀଙ୍କୁ ଯୌନ ନିର୍ଯାତନା ଦେଇଥିବାର ଅଭିଯୋଗ ହୋଇଥିଲା । ୨୦୧୫ ମସିହାରେ ଏହି ଅଭିଯୋଗ ପରେ ବାଙ୍ଗାଲୋର ପୋଲିସ ଅମିତ ମିଶ୍ରାଙ୍କୁ ଗିରଫ କରିଥିଲା । ତେବେ କିଛି ଘଣ୍ଟା ପରେ ତାଙ୍କୁ ଜାମିନରେ ମୁକ୍ତ କରାଯାଇଥିଲା ।