Ranji Trophy: ରଣଜୀ ଟ୍ରଫିରେ ଇତିହାସ ରଚିଲେ ପୃଥ୍ୱୀ ଶ', ସିଲେକ୍ଟରଙ୍କୁ ଦେଲେ କଡ଼ା ଜବାବ
Advertisement
Article Detail0/zeeodisha/odisha1524057

Ranji Trophy: ରଣଜୀ ଟ୍ରଫିରେ ଇତିହାସ ରଚିଲେ ପୃଥ୍ୱୀ ଶ', ସିଲେକ୍ଟରଙ୍କୁ ଦେଲେ କଡ଼ା ଜବାବ

ଭାରତୀୟ କ୍ରିକେଟ୍ ଦଳରୁ ବାଦ ପଡିଥିବା ପୃଥ୍ୱୀ ଶ' (Prithvi Shaw) ମଙ୍ଗଳବାର ଦିନ ରଣଜୀ ଟ୍ରଫିରେ (Ranji Trophy) ଚମତ୍କାର ପ୍ରଦର୍ଶନ କରିଛନ୍ତି । ମୁମ୍ବାଇ ପାଇଁ ଖେଳି ସେ ଗ୍ରୁପ୍-ବିରେ ଆସାମ ବିପକ୍ଷରେ ଏକ ବିଶାଳ ସ୍କୋର କରିଛନ୍ତି । ସେ ନିଜ କ୍ୟାରିୟରର ସବୁଠୁ ବଡ ଇନିଂସ ଖେଳି ଅପରାଜିତ ୩୭୯ ସ୍କୋର କରିଥିଲେ ।

ସୌ: ସୋସିଆଲ ମିଡିଆ

Prithvi Shaw in Ranji Trophy: ଭାରତୀୟ କ୍ରିକେଟ୍ ଦଳରୁ ବାଦ ପଡିଥିବା ପୃଥ୍ୱୀ ଶ' (Prithvi Shaw) ମଙ୍ଗଳବାର ଦିନ ରଣଜୀ ଟ୍ରଫିରେ (Ranji Trophy) ଚମତ୍କାର ପ୍ରଦର୍ଶନ କରିଛନ୍ତି । ମୁମ୍ବାଇ ପାଇଁ ଖେଳି ସେ ଗ୍ରୁପ୍-ବିରେ ଆସାମ ବିପକ୍ଷରେ ଏକ ବିଶାଳ ସ୍କୋର କରିଛନ୍ତି । ସେ ନିଜ କ୍ୟାରିୟରର ସବୁଠୁ ବଡ ଇନିଂସ ଖେଳି ଅପରାଜିତ ୩୭୯ ସ୍କୋର କରିଥିଲେ । ଶ'ଙ୍କ ସହ ଭାରତର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଅଜିଙ୍କ୍ୟ ରାହାଣେ ମଧ୍ୟ ତାଙ୍କ ଇନିଂସ ସହ ସମସ୍ତଙ୍କୁ ଆକର୍ଷିତ କରିଥିଲେ । ସେ ମଧ୍ୟ ଶତକ ହାସଲ କରିଛନ୍ତି ।

ପୃଥ୍ୱୀ ଶ' ୩୮୨ ବଲ ଖେଳି ନିଜ ଇନିଂସରେ ୩୭୯ ରନ୍ ସ୍କୋର କରିଛନ୍ତି । ଅର୍ଥାତ୍ ତାଙ୍କର ଷ୍ଟ୍ରାଇକ୍ ହାର ପ୍ରାୟ ୧୦୦ ଥିଲା । ସେ ଏହି ଇନିଂସରେ ୪୯ ଚୌକା ଓ ୪ଟି ଛକା ମାରିଥିଲେ । ଏହି ଇନିଂସ ଖେଳି ସେ ରଣଜୀ ଟ୍ରଫିରେ ଦ୍ୱିତୀୟ ସର୍ବାଧିକ ଇନିଂସ ଖେଳିଥିବା ସଞ୍ଜୟ ମଞ୍ଜରେକରଙ୍କ ୩୨ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି । ୧୯୯୧ ରେ ହାଇଦ୍ରାବାଦ ବିପକ୍ଷରେ ମଞ୍ଜରେକର ୩୭୭ ସ୍କୋର କରିଥିଲେ ।

ପୃଥ୍ୱୀ ଶ' ଏହି ମ୍ୟାଚରେ ରଣଜୀ ଟ୍ରଫିରେ ସବୁଠୁ ବଡ଼ ଇନିଂସ ଖେଳିବାର ରେକର୍ଡ କରିବାରେ ବିଫଳ ହୋଇଥିଲେ । ଏହି ରେକର୍ଡ ଭାଉସାହେବ ନିମ୍ବଲକର ନାମରେ ପଞ୍ଜିକୃତ ଅଛି । ୧୯୪୮-୪୯ ମସିହାରେ ମହାରାଷ୍ଟ୍ର ପାଇଁ ଖେଳି କାମ୍ବାଇଡ ବିପକ୍ଷରେ ନିମ୍ବାଲକର ୪୪୩ ରନର ଅପରାଜିତ ଇନିଂସ ଖେଳିଥିଲେ । ତେବେ ପୃଥ୍ୱୀ ଶ' ନିଜ ଇନିଂସ ଯୋଗୁଁ ଅନେକ ଭେଟେରାନଙ୍କ ରଣଜୀ ଟ୍ରଫିର ସର୍ବାଧିକ ସ୍କୋର ଅତିକ୍ରମ କରିଥିଲେ । ସେ ବିଜୟ ମର୍ଚାଣ୍ଟ (୩୫୯), ଭିଭିଏସ୍ ଲକ୍ଷ୍ମଣ (୩୫୩), ଚେତେଶ୍ୱର ପୂଜାରା (୩୫୨) ଏବଂ ସୁନୀଲ ଗାଭାସ୍କର (୩୪୦) ଙ୍କ ପରି ଭେଟେରାନ ମାନଙ୍କୁ ପଛରେ ପକାଇଥିଲେ ।

ପୃଥ୍ୱୀ ଶ'ଙ୍କର ଏହି ଚମତ୍କାର ଇନିଂସ ଯୋଗୁଁ ଘରୋଇ କ୍ରିକେଟରେ ମଧ୍ୟ ଏକ ନିଆରା ରେକର୍ଡ ସୃଷ୍ଟି କରିଛନ୍ତି । ସେ ହେଉଛନ୍ତି ପ୍ରଥମ ଖେଳାଳି ଯିଏକି ସୟଦ ମୁଶତାକ ଅଲି ଟ୍ରଫିରେ ଶତକ, ବିଜୟ ହଜାରେ ଟ୍ରଫିରେ ଦ୍ୱିଶତକ ଓ ରଣଜୀ ଟ୍ରଫିରେ ତ୍ରି-ଶତକ ଶତକ ହାସଲ କରିଛନ୍ତି । ବର୍ତ୍ତମାନ, ଗତ ଏକ ବର୍ଷ ଧରି ପୃଥ୍ୱୀ ଶ' ଘରୋଇ କ୍ରିକେଟ୍ ରେ ଭଲ ପ୍ରଦର୍ଶନ କରିଆସୁଥିଲେ ହେଁ ସେ ଭାରତୀୟ ଦଳରେ ସ୍ଥାନ ପାଇପାରୁ ନାହାଁନ୍ତି ।

ଏହା ବି ପଢ଼ନ୍ତୁ: IND vs SL Virat Kohli: ଦିନିକିଆରେ ଲଗାତର ଦ୍ୱିତୀୟ ଶତକ ହାସଲ କଲେ ବିରାଟ କୋହଲି, ଭାଙ୍ଗିଲେ ସଚିନ ତେନ୍ଦୁଲକରଙ୍କ ଏହି ବଡ଼ ରେକର୍ଡ

ଏହା ବି ପଢ଼ନ୍ତୁ: IND vs SL 1st ODI: ରୋହିତଙ୍କୁ ପସନ୍ଦ ନୁହେଁ ଅଶ୍ୱିନଙ୍କ 'ଖେଳ', ନିୟମକୁ ଅଣଦେଖା କରି କରାଇଲେ ଶାନାକାଙ୍କ ଶତକ