ଭାରତୀୟ ସାମ୍ବାଦିକଙ୍କ ଫୋନ୍ ଛଡ଼ାଇବାକୁ ନେଇ ସ୍ପଷ୍ଟୀକରଣ ରଖିଲେ ରମିଜ ରାଜା, ପଢନ୍ତୁ କ'ଣ କହିଲେ
Advertisement

ଭାରତୀୟ ସାମ୍ବାଦିକଙ୍କ ଫୋନ୍ ଛଡ଼ାଇବାକୁ ନେଇ ସ୍ପଷ୍ଟୀକରଣ ରଖିଲେ ରମିଜ ରାଜା, ପଢନ୍ତୁ କ'ଣ କହିଲେ

Ramiz Raja on Indian Reporter: ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଅଧ୍ୟକ୍ଷ ରାମିଜ ରାଜା ଏସିଆ କପ ସମୟରେ ଜଣେ ଭାରତୀୟ ସାମ୍ବାଦିକ ପ୍ରଶ୍ନ ପଚାରିବା ସମୟରେ ତାଙ୍କ ଫୋନ ନେଇଯାଇଥିଲେ ଓ ପରେ ଫେରାଇ ଦେଇଥିଲେ । ଯାହା ଫଳରେ ପରେ ବିବାଦ ଦେଖା ଦେଇଥିଲା ।

ସୌ: ସୋସିଆଲ ମିଡିଆ

Asia Cup 2022 Final: ଏସିଆ କପ୍ ୨୦୨୦ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ଶ୍ରୀଲଙ୍କା ବିପକ୍ଷରେ ପାକିସ୍ତାନକୁ (Sri Lanka vs Pakistan) ୨୩ ରନରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ଏହି ମ୍ୟାଚ୍ ଦୁବାଇରେ ଖେଳାଯାଇଥିଲା । ମ୍ୟାଚ୍ ପରେ ଷ୍ଟାଡିୟମ ବାହାରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ର ଅଧ୍ୟକ୍ଷ ରମିଜ ରାଜା (Ramiz Raja) ଅନେକ ରିପୋର୍ଟଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ, କିନ୍ତୁ ଜଣେ ଭାରତୀୟ ସାମ୍ବାଦିକଙ୍କ ପ୍ରତି ତାଙ୍କର ବ୍ୟବହାର ଭଲ ନଥିଲା । ଭାରତୀୟ ସାମ୍ବାଦିକଙ୍କ ପ୍ରଶ୍ନରେ ସେ ଏତେ ବିରକ୍ତ ହୋଇଥିଲେ ଯେ ସେ ତାଙ୍କ ଫୋନ୍ ଛଡ଼େଇ ନେବାକୁ ଚେଷ୍ଟା କରିଥିଲେ । ଯାହାକୁ ନେଇ ବିବାଦ ଦେଖା ଦେଇଥିଲା ଓ ତାଙ୍କୁ ସୋସିଆଲ ମିଡ଼ିଆରେ ଅନେକେ ଲୋକ ଭୁଲ ମାଗିବା ଉଚିତ ବୋଲି କହିଥିଲେ । ଏହି ବିବାଦ ସମ୍ପର୍କରେ ରମିଜ ବର୍ତ୍ତମାନ ସ୍ପଷ୍ଟୀକରଣ ଦେଇଛନ୍ତି । ସେ କାହିଁକି ରାଗିଥିଲେ ତାହାକୁ ନେଇ ପିସିବି ମୁଖ୍ୟ ସୋସିଆଲ ମିଡ଼ିଆ ମାଧ୍ୟମରେ  ବ୍ୟଖ୍ୟା କରିଛନ୍ତି ।

କହିରଖୁଛୁ ଯେ ଶ୍ରୀଲଙ୍କାର ଏସିଆ କପ ଜିତିବା ପରେ ରମିଜଙ୍କୁ ଜଣେ ଭାରତୀୟ ସାମ୍ବାଦିକ ପଚାରିଥିଲେ ଯେ ସେ ପାକିସ୍ତାନର ଲୋକଙ୍କୁ କ'ଣ ବାର୍ତ୍ତା ପଠାଇବାକୁ ଚାହୁଁଛନ୍ତି, ଯେଉଁମାନେ ପରାଜୟକୁ ନେଇ ଦୁଃଖୀ ଅଛନ୍ତି । ଏହି ପ୍ରଶ୍ନ ଉପରେ ରମିଜ କ୍ରୋଧିତ ହୋଇ କହିଥିଲେ ଯେ ଆପଣ ଭାରତରୁ ଆସିଥିବେ ଓ ବର୍ତ୍ତମାନ ପାକିସ୍ତାନ ହାରିଥିବାରୁ ଆପଣ ବହୁତ ଖୁସି ହେବେ । ପିସିବି ଅଧ୍ୟକ୍ଷ ଏହା ମଧ୍ୟ ଭାରତୀୟ ସାମ୍ବାଦିକ କହିଥିଲେ ଯେ ଆପଣ କିପରି ଜାଣିଲେ ଯେ ପାକିସ୍ତାନର ନାଗରିକମାନେ ଦୁଃଖୀ ହେବେ । ଏହି ବିବାଦର ଅନେକ ଦିନ ପରେ ରମିଜ ରାଜା ଏହାକୁ ନେଇ କହିଛନ୍ତି ଯେ ଭାରତୀୟ ସାମ୍ବାଦିକଙ୍କ ପ୍ରଶ୍ନ ଅନୁପଯୁକ୍ତ ଓ ସେ କେବଳ ତାଙ୍କୁ ଉତ୍ତେଜିତ କରିବାକୁ ଚାହୁଁଥିଲେ ।

ପିସିବି ଚେୟାରମ୍ୟାନ୍ ନିଜ ୟୁଟ୍ୟୁବ୍ ସୋ 'ଫ୍ୟାନ୍ସ ଫୋରମ୍ ୱିଥ ରମିଜ୍'ରେ କଥାବାର୍ତ୍ତା ସମୟରେ କହିଛନ୍ତି, "ମୁଁ ଆପାଣଙ୍କୁ କହୁଛି । ତାଙ୍କର (ଭାରତୀୟ ସାମ୍ବାଦିକ) ଯେଉଁ ପ୍ରଶ୍ନ ଥିଲା, ଯାହା ତାଙ୍କ ବାକ୍ୟ ଥିଲା ତାହା କଦାପି ଠିକ୍ ନଥିଲା । ମୋର କହିବାର ଅର୍ଥ ଏହା ଥିଲା ଯେ ସେ କହୁଥିଲେ ଯେ ଲୋକମାନେ ବହୁତ ଦୁଃଖୀ ଅଛନ୍ତି । ଏଭଳି ପରିସ୍ଥିତିରେ ମୁଁ କହିଲି ଯେ ଆପଣ କିପରି ଜାଣିଲେ ଯେ ସମଗ୍ର ପାକିସ୍ତାନର ଲୋକମାନେ ଏହି ଦଳ ଉପରେ ଦୁଃଖୀ ଅଛନ୍ତି । କାରଣ ଆପଣ ଦୁଇ ହଜାର ମାଇଲ ଦୂରରେ ବସିଛନ୍ତି । ଏହା ଉତ୍ତେଜିତ କରିବାର କଥା ଥିଲା । ପଏଣ୍ଟ ଏହା ହେଉଛି ଯେ ଯଦି ଆପଣଙ୍କ ସ୍ୱଚ୍ଛ ହୃଦୟ ଅଛି ଓ ଜଣେ କ୍ରିକେଟର କଥା ହେଓଛନ୍ତି ତେବେ ଏହି ଜିନିଷ ସାମ୍ନାକୁ ଆସିବା ଉଚିତ ନୁହେଁ । ସେ ଯାହା ବି ହେଉ, ଏହା ଏକ ଘଟଣା ଥିଲା, ଯାହା ଘଟିଗଲା ।'

ଏହା ବି ପଢ଼ନ୍ତୁ: ବିରାଟ କୋହଲିଙ୍କ ଫର୍ମ ଫେରିବା ପରେ ରାଗରେ ଗରଗର ପାକିସ୍ତାନ! ଜାଣନ୍ତୁ ପୂରା ମାମଲା