Shubman Gill: ଗିଲଙ୍କୁ ଏକ ସ୍ପେଶାଲ ନାମ ଦେଲେ ପୂର୍ବତନ PCB ମୁଖ୍ୟ ରମିଜ ରାଜା, ପ୍ରଶଂସା କରି କହିଦେଲେ ଏସବୁ କଥା
Advertisement

Shubman Gill: ଗିଲଙ୍କୁ ଏକ ସ୍ପେଶାଲ ନାମ ଦେଲେ ପୂର୍ବତନ PCB ମୁଖ୍ୟ ରମିଜ ରାଜା, ପ୍ରଶଂସା କରି କହିଦେଲେ ଏସବୁ କଥା

Ramiz Raja On Shubman Gill: ଦିନିକିଆ କ୍ରିକେଟରେ ଏକ ହଜାର ରନ୍ ପୂରଣ କରିବାରେ ଶୁଭମାନ ଗିଲ ହେଉଛନ୍ତି ଦ୍ରୁତତମ ଭାରତୀୟ ବ୍ୟାଟ୍ସମ୍ୟାନ୍ । ନିକଟରେ ସେ ମଧ୍ୟ ଏକ ଦ୍ୱିଶତକ ହାସଲ କରିଛନ୍ତି । ବର୍ତ୍ତମାନ ପାକିସ୍ତାନ କ୍ରିକେଟ୍ ବୋର୍ଡର ପୂର୍ବତନ ଚେୟାରମ୍ୟାନ ରମିଜ ରାଜାଙ୍କ ଠାରୁ ଏକ ସ୍ପେଶାଲ ବୟାନ ସାମ୍ନାକୁ ଆସିଛି । 

ସୌ: ସୋସିଆଲ ମିଡିଆ

Ramiz Raja On Shubman Gill: ଦିନିକିଆ କ୍ରିକେଟରେ ଭାରତୀୟ ଓପନର୍ ଶୁବମନ ଗିଲ (Shubman Gill) ରନ୍ ବର୍ଷା କରିଚାଲିଛନ୍ତି । ଦିନିକିଆରେ ତାଙ୍କର ବ୍ୟାଟିଂ ହାର ୭୦+ ରହିଛି । ନିକଟରେ ସେ ଏକ ଦ୍ୱିଶତକ ହାସଲ ମଧ୍ୟ କରିଛନ୍ତି । ଶନିବାର ଦିନ ନ୍ୟୁଜିଲାଣ୍ଡ (India Vs New Zealand) ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ସେ ୪୦ ରନର ଏକ ଅପରାଜିତ ଇନିଂସ ଖେଳିଥିଲେ । ଶୁବମନଙ୍କ ଏହି ବିସ୍ଫୋରକ ଓ ନିୟମିତ ଭଲ ପ୍ରଦର୍ଶନକୁ ନେଇ ପାକିସ୍ତାନ କ୍ରିକେଟ୍ ବୋର୍ଡର ପୂର୍ବତନ ଚେୟାରମ୍ୟାନ ରମିଜ ରାଜାଙ୍କ (Ramiz Raja) ଠାରୁ ଏକ ସ୍ପେଶାଲ ବୟାନ ଆସିଛି । ସେ ଶୁବମାନ ଗିଲଙ୍କ ନାମ 'ମିନି ରୋହିତ ଶର୍ମା' ରଖିଛନ୍ତି ।

ଭାରତ-ନ୍ୟୁଜିଲ୍ୟାଣ୍ଡର (India Vs New Zealand) ଦ୍ୱିତୀୟ ଦିନିକିଆ ପରେ ରମିଜ ରାଜା ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ଶୁବମନ ଗିଲଙ୍କୁ ଖୁବ ପ୍ରଶଂସା କରି କହିଛନ୍ତି, 'ଶୁବମାନ ଗିଲ ଏକ ମିନି ରୋହିତ ଶର୍ମା ପରି ଦେଖାଯାଉଛନ୍ତି । ତାଙ୍କର ଯଥେଷ୍ଟ ଦକ୍ଷତା ଅଛି । ସମୟ ସହିତ ତାଙ୍କ ପାଖରେ ଆହୁରି ଆକ୍ରମକତା ମଧ୍ୟ ଦେଖିବାକୁ ମିଳିବ । ସେମାନେ ନିଜ ଭିତରେ କିଛି ପରିବର୍ତ୍ତନ କରିବା ଆବଶ୍ୟକ କରନ୍ତି ନାହିଁ । ନିକଟରେ ସେ ଏକ ଦ୍ୱିଶତକ ହାସଲ କରିଛନ୍ତି ।'

fallback

ଶୁଭମାନ ଗିଲ ଏପର୍ଯ୍ୟନ୍ତ ଦିନିକିଆ କ୍ୟାରିୟରରେ ୨୦ ଟି ମ୍ୟାଚ୍ ଖେଳିଛନ୍ତି । ଏଠାରେ ସେ ବ୍ୟାଟିଂ ହାରାହାରି ୭୧.୩୭ ରେ ୧୧୪୨ ରନ୍ ସ୍କୋର କରିଛନ୍ତି । ଏହି ସମୟ ମଧ୍ୟରେ ତାଙ୍କର ଷ୍ଟ୍ରାଇକ୍ ହାର ମଧ୍ୟ ୧୦୭.୩୩ ହୋଇଛି । ତାଙ୍କର ଏହି ଛୋଟ କ୍ୟାରିୟରରେ ୩ଟି ଶତକ ଓ ୫ଟି ଅର୍ଦ୍ଧଶତକ ହାସଲ କରିଥିବା ଶୁବମାନ ମଧ୍ୟ ଦିନିକିଆ କ୍ରିକେଟରେ ଏକ ହଜାର ରନ୍ ପୂରଣ କରିବାରେ ଦ୍ରୁତତମ ଭାରତୀୟ ହେବାର ରେକର୍ଡ କରିଛନ୍ତି ।

ରମିଜ ରାଜା ଶୁବମନଙ୍କ ସହ ରୋହିତ ଶର୍ମାଙ୍କୁ ମଧ୍ୟ ପ୍ରଶଂସା କରିଥିଲେ । ନ୍ୟୁଜିଲାଣ୍ଡ ବିପକ୍ଷରେ ରାୟପୁର ଦିନିକିଆରେ ଏକ କଷ୍ଟ ୱିକେଟରେ ୧୦୯ ରନ୍‌ର ଟାର୍ଗେଟକୁ ହାସଲ କରିବାକୁ ନେଇ ସେ କହିଛନ୍ତି, 'ରୋହିତ ଶର୍ମାଙ୍କ ଭଳି ଚମତ୍କାର ଓପନର୍ ଥିବାରୁ ଭାରତ ପାଇଁ ବ୍ୟାଟିଂ ସହଜ ଥିଲା । ସେ ଭଲ ଖେଳନ୍ତି । ସେ ହୁକ୍ ଓ ପୁଲ୍ ସଟ୍ ଖେଳିବାରେ ଏକ୍ସପର୍ଟ । ଏହି କାରଣରୁ ୧୦୯ ରନ୍ ଲକ୍ଷ୍ୟ ତାଙ୍କ ପାଇଁ ଅତି ସହଜ ହୋଇଗଲା । କହିରଖୁଛୁ ଯେ ରୋହିତ ଶର୍ମା ଶନିବାର ଦିନ ନ୍ୟୁଜିଲାଣ୍ଡ ବିପକ୍ଷରେ ୫୦ ବଲରେ ୫୧ ରନ ଖେଳିଥିଲେ ।

ଏହା ବି ପଢନ୍ତୁ: Tom Latham On IND vs NZ 2nd OD: ଟିମ୍ ଇଣ୍ଡିଆଠୁ ଦିନିକିଆ ସିରିଜ୍ ହାରିବା ପରେ ଭାଙ୍ଗି ପଡିଛନ୍ତି ନ୍ୟୁଜିଲ୍ୟାଣ୍ଡ ଅଧିନାୟକ, ମ୍ୟାଚ୍ ପରେ ଦେଲେ ହୃଦୟ ବିଦାରକ ବୟାନ