'ମୁଁ ବାବରଙ୍କୁ ବହୁତ ଭଲ ପାଏ, ବିବାହ ମଧ୍ୟ କରିବାକୁ ଚାହେଁ'
Advertisement
Article Detail0/zeeodisha/odisha1816267

'ମୁଁ ବାବରଙ୍କୁ ବହୁତ ଭଲ ପାଏ, ବିବାହ ମଧ୍ୟ କରିବାକୁ ଚାହେଁ'

Ramiz Raja On Babar Azam: ଲାଇଭ ମ୍ୟାଚର କମେଣ୍ଟ୍ରି ସମୟରେ ପାକିସ୍ତାନ କ୍ରିକେଟ୍ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ରମିଜ ରାଜା ବାବର ଆଜମଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ।

 

ସୌ: ସୋସିଆଲ ମିଡିଆ

Ramiz Raja On Babar Azam: ପାକିସ୍ତାନ ଦଳର ଅଧିନାୟକ ଆଜିକାଲି ଶ୍ରୀଲଙ୍କାରେ ଖେଳାଯାଉଥିବା 'ଲଙ୍କା ପ୍ରିମିୟର ଲିଗ୍'ରେ (Lanka Premier League) ଚମତ୍କାର ବ୍ୟାଟିଂ କରୁଛନ୍ତି । ୭ ଅଗଷ୍ଟରେ, ବାବର ଆଜମ (Babar Azam) କଲମ୍ବୋ ଦଳ ପାଇଁ ଗାଲ୍ ଟାଇଟାନ୍ସ ବିପକ୍ଷରେ ଏକ ୫୯ ବଲରେ ୧୦୪ ରନର ଏକ ତୁଫାନି ଶତକ ମାରିଥିଲେ । ବାବରଙ୍କ ଏହି ଶତକ ସହିତ ପାକିସ୍ତାନ କ୍ରିକେଟ୍ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ରମିଜ ରାଜା (Ramiz Raja) ମଧ୍ୟ କ୍ରିକେଟ୍ ପ୍ରଶଂସକଙ୍କ ସହ ଖୁସି ହୋଇଥିଲେ । ସେ ବାବରଙ୍କ ଏହି ଇନିଂସକୁ ଏତେ ପସନ୍ଦ କରିଥିଲେ ଯେ ସେ କମେଣ୍ଟ୍ରି ସମୟରେ ବାବରଙ୍କୁ ବିବାହ କରିବା ବିଷୟରେ ମଧ୍ୟ କହିଥିଲେ ।

ମୁଁ ତାଙ୍କୁ ବହୁତ ଭଲ ପାଏ - ରମିଜ ରାଜା 
ରମିଜ ରାଜା ଲଙ୍କା ପ୍ରିମିୟର ଲିଗରେ କମେଣ୍ଟ୍ରି କରୁଛନ୍ତି । ସୋମବାର ଦିନ, ଏହି ଲିଗର ଦଶମ ମ୍ୟାଚ୍ ଗାଲ୍ ଟାଇଟାନ୍ସ ଓ କଲମ୍ବା ଷ୍ଟ୍ରାଇକର୍ସ ମଧ୍ୟରେ ଖେଳାଯାଉଥିଲା । ଏହି ମ୍ୟାଚରେ ବାବର ଏକ ତୁଫାନି ଶତକ ମାରିଥିଲେ । ରମିଜ ରାଜା ଯାହାକୁ ଦେଖି ତାଙ୍କୁ ଅତିଶୟ ପ୍ରଶଂସା କରିଥିଲେ । ଲାଇଭ୍ କମେଣ୍ଟ୍ରିରେ ରମିଜ ରାଜା କହିଛନ୍ତି, 'ବାବର ଆଜମଙ୍କ ଭିତରେ କ୍ଲାସ୍ ଅଛି, ସେ ବହୁତ ଶାନ୍ତ । ମୁଁ ତାଙ୍କୁ ବହୁତ ଭଲ ପାଏ ଓ ମୁଁ ତାଙ୍କୁ ବିବାହ କରିବାକୁ ଚାହେଁ । ରମିଜଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ବାବର ଆଜମଙ୍କର ଜଣେ ବଡ଼ ପ୍ରଶଂସକ ରମିଜ ରାଜା 
ରମିଜ ରାଜା ଏହି ମଜାକରେ କହିଥିଲେ, କାରଣ ସେ ପାକିସ୍ତାନ ଦଳର ଅଧିନାୟକ ବାବର ଆଜମଙ୍କ ଜଣେ ବଡ଼ ପ୍ରଶଂସକ । ଯେତେବେଳେ ରମିଜ ରାଜା ପିସିବି ଅଧ୍ୟକ୍ଷ ଥିଲେ, ସେ ବାବର ଆଜାମଙ୍କ ଅଧିନାୟକତ୍ୱକୁ ଅନେକ ସମର୍ଥନ କରିଥିଲେ ।

ଏପରି ଥିଲା ମ୍ୟାଚ୍
ମ୍ୟାଚ୍ ବିଷୟରେ କହିବାକୁ ଗଲେ, ଗାଲ୍ ଟାଇଟାନ୍ସ ପ୍ରଥମେ ଖେଳି ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍ ହରାଇ ୧୮୮ ରନ୍ ସଂଗ୍ରହ କରିଥିଲେ । ଟିମ୍ ସେଫର୍ଟ ଦଳ ପାଇଁ ସର୍ବାଧିକ ୫୪ ରନ୍ ସ୍କୋର କରିଥିଲେ । ତାଙ୍କ ବ୍ୟତୀତ ଓପନର୍ ଶେଭନ୍ ଡାନିଏଲ୍ ୪୯ ରନ୍ ସ୍କୋର କରିଥିଲେ । ୧୮୯ ରନ୍‌ର ଟାର୍ଗେଟକୁ ପିଛା କରି କଲମ୍ବୋ ଦଳ ୧୯.୫ ଓଭରରେ ଟାର୍ଗେଟକୁ ହାସଲ କରି ନେଇଥିଲା ।

ବାବରଙ୍କ ବ୍ୟାଟରୁ ବାହାରିଥିଲା ​୮ଟି ଚୌକା ଓ ୫ଟି ଛକା 
କଲମ୍ବୋ ଷ୍ଟ୍ରାଇକର୍ସ ପାଇଁ ବାବର ଆଜମ ୧୦୪ ରନର ଏକ ବିଜୟୀ ଇନିଂସ ଖେଳିଥିଲେ । ଏହା ଟି-୨୦ ରେ ବାବର ଆଜାମଙ୍କ ଦଶମ ଶତକ ଥିଲା । ସେ ଗାଲ୍ ଟାଇଟାନ୍ସ ବିପକ୍ଷରେ ୨୯ ବଲରେ ୧୮ଟି ଚୌକା ଓ ୫ଟି ଛକା ମାରିଥିଲେ ।

ଏହା ବି ପଢ଼ନ୍ତୁ: ICC World Cup 2023: ବିଶ୍ୱକପ ପାଇଁ ସର୍ଟଲିଷ୍ଟ ହେଲେ ଭାରତର ଏହି ୧୯ ଖେଳାଳି, ବାଦ ପଡିବେ ୪ ଜଣ! ଜାଣନ୍ତୁ ସଞ୍ଜୁ ଓ ସୂର୍ଯ୍ୟକୁମାର ସ୍ଥିତି

ଏହା ବି ପଢ଼ନ୍ତୁ: Babar Azam 50th Century: ୫୦ଟି ଶତକ ଲଗାଇ ସାରିଲେଣି ବାବର ଆଜମ, ଦେଖନ୍ତୁ କ'ଣ ରହିଛି ବିରାଟ କୋହଲି-ରୋହିତ ଶର୍ମା ସ୍ଥିତି