IND vs NZ 3rd ODI: ଟିମ୍ ଇଣ୍ଡିଆର ଅଧିନାୟକତ୍ୱରୁ ରୋହିତ ଶର୍ମାଙ୍କ ହେବ ଛୁଟି? କୋଚ୍ ରାହୁଲ ଦ୍ରାବିଡ କଲେ ଏହି ବଡ଼ ଖୁଲାସା
Advertisement

IND vs NZ 3rd ODI: ଟିମ୍ ଇଣ୍ଡିଆର ଅଧିନାୟକତ୍ୱରୁ ରୋହିତ ଶର୍ମାଙ୍କ ହେବ ଛୁଟି? କୋଚ୍ ରାହୁଲ ଦ୍ରାବିଡ କଲେ ଏହି ବଡ଼ ଖୁଲାସା

Rahul Dravid On Rohit Sharma Captaincy:  ଭାରତ ଓ ନ୍ୟୁଜିଲ୍ୟାଣ୍ଡ ତୃତୀୟ ଦିନିକିଆ ମ୍ୟାଚ୍ ପୂର୍ବରୁ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ପ୍ରେସମିଟରେ ରାହୁଲ ଦ୍ରାବିଡ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ବୟାନ ଦେଇଛନ୍ତି । 

IND vs NZ 3rd ODI: ଟିମ୍ ଇଣ୍ଡିଆର ଅଧିନାୟକତ୍ୱରୁ ରୋହିତ ଶର୍ମାଙ୍କ ହେବ ଛୁଟି? କୋଚ୍ ରାହୁଲ ଦ୍ରାବିଡ କଲେ ଏହି ବଡ଼ ଖୁଲାସା

Rahul Dravid On Rohit Sharma Captaincy: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜ (India vs New Zealand ODI Series) ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ (IND vs NZ 3rd ODI) ଆଜି (ମଙ୍ଗଳବାର) ଅର୍ଥାତ ଜାନୁଆରୀ ୨୪ରେ ମଧ୍ୟ ପ୍ରଦେଶର ଇନ୍ଦୌରର ହୋଲକର ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ୍ ପୂର୍ବରୁ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ (Rahul Dravid) ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ପ୍ରେସମିଟରେ ରାହୁଲ ଦ୍ରାବିଡ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ବୟାନ ଦେଇଛନ୍ତି । ରାହୁଲ ଦ୍ରାବିଡ କହିଛନ୍ତି ଯେ, ହୋଇପାରେ ବିସିସିଆଇ (ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ-BCCI) ର ଚୟନକର୍ତ୍ତାମାନେ ଅଲଗା ଅଲଗା ଫର୍ମାଟ ପାଇଁ ଅଲଗା ଅଲଗା ଅଧିନାୟ କରିବାକୁ ନେଇ ଚିନ୍ତା କରୁଛନ୍ତି ।

ଯଦିଓ ରାହୁଲ ଦ୍ରାବିଡ (Rahul Dravid) କିଛି ସ୍ପଷ୍ଟ କରିନାହାଁନ୍ତି, କିନ୍ତୁ ତାଙ୍କ ବୟାନରୁ ଏହା ଜଣାପଡୁଛି ଯେ, ରୋହିତ ଶର୍ମା (Rohit Sharma) ଙ୍କ ଟେଷ୍ଟ ଅଧିନାୟକତ୍ୱ (Test Captaincy) ମଧ୍ୟ ଯିବାକୁ ଯାଉଛି । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ଦିନିକିଆ ପୂର୍ବରୁ ରାହୁଲ ଦ୍ରାବିଡ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, "ମୁଁ ଏହା ବିଷୟରେ ଜାଣି ନାହିଁ (ଅଲଗା ଅଲଗା ଫର୍ମାଟରେ ଅଲଗା ଅଲଗା ଅଧିନାୟକ) । ଆପଣ ଚୟନକର୍ତ୍ତାଙ୍କୁ ସେହି ପ୍ରଶ୍ନ ପଚାରିବା ଉଚିତ୍, କିନ୍ତୁ ଏହି ସମୟରେ ମୁଁ ସେପରି ଭାବୁନାହିଁ ।"

ସେପଟେ ଭାରତୀୟ ଅଧିନାୟକ (Indian Captain) ରୋହିତ ଶର୍ମା (Rohit Sharma) ଚଳିତ ମାସରେ କହିଥିଲେ ଯେ, "ଆମକୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତିନୋଟି ଟି-20 ଖେଳିବାର ଅଛି । ଦେଖାଯାଉ IPL ପରେ କ'ଣ ହେଉଛି ।  ମୁଁ T20 ଫର୍ମାଟ୍ ଛାଡିବାକୁ ନିଷ୍ପତ୍ତି ନେଇ ନାହିଁ ।" ରୋହିତ ଶର୍ମାଙ୍କଠାରୁ ଏହା ସ୍ପଷ୍ଟ ଯେ ଯଦି ରୋହିତ ଶର୍ମାଙ୍କ ପାଇଁ ଆଇପିଏଲ ସିଜନ ଭଲରେ ଚାଲିଥାଏ, ତେବେ ରୋହିତ ଶର୍ମା ଟି-20ରେ ସୁଯୋଗ ପାଇବେ ଏବଂ ଯଦି ସେ ଫ୍ଲପ୍ ରୁହନ୍ତି ତେବେ ତାଙ୍କୁ ଦଳରୁ ବାହାର କରିଦିଆଯିବ ।

ଅଧିକ ପଢ଼ନ୍ତୁ:-ମହମ୍ମଦ ଶାମିଙ୍କୁ ଲାଗିଲା ବଡ଼ ଝଟକା! ୫ ବର୍ଷ ପରେ ପତ୍ନୀ ହସିନ ଜାହାନଙ୍କୁ ନେଇ କୋର୍ଟ ଦେଲେ ଏହି ରାୟ

ଅଧିକ ପଢ଼ନ୍ତୁ:-ଏତେ କୋଟି ଟଙ୍କାର ମାଲିକ ରାହୁଲ-ଆଥିଆ, ଦେଖନ୍ତୁ ସମ୍ପତ୍ତି ମାମଲାରେ କିଏ ଅଛନ୍ତି ଆଗରେ!

ଅଧିକ ପଢ଼ନ୍ତୁ:-୧ ବଲରେ ୧୬ ରନ୍, Steven Smith ପୁଣିଥରେ ବ୍ୟାଟରୁ କଲେ ଧମାକା; ଦେଖନ୍ତୁ ଭିଡିଓ

ସେପଟେ ରଣଜୀ କ୍ୱାର୍ଟର ଫାଇନାଲ ଖେଳିବାକୁ ଭାରତୀୟ ଦଳର କୌଣସି ସଦସ୍ୟଙ୍କୁ ଛଡ଼ାଯିବ ନାହିଁ । ରାହୁଲ ଦ୍ରାବିଡ  (Rahul Dravid)  କହିଛନ୍ତି ଯେ, "ଆମେ ଚାହୁଁଥିଲୁ ସେମାନେ ଖେଳନ୍ତୁ କିନ୍ତୁ ଏହା ଆମ ପାଇଁ କଷ୍ଟସାଧ୍ୟ ନିଷ୍ପତ୍ତି ଥିଲା । ଆମେ କୌଣସି ଖେଳାଳିଙ୍କୁ ଛାଡ଼ି ପାରିବୁ ନାହିଁ କିନ୍ତୁ ସିରିଜ ଆରମ୍ଭ ହେବା ପରେ ଯଦି ସେମିଫାଇନାଲ କିମ୍ବା ଫାଇନାଲର ଆବଶ୍ୟକତା ରହିଛି ଓ ସେହି ଖେଳାଳି ମାନେ ଖେଳୁନାହାଁନ୍ତି, ତେବେ ଆମେ ଚିନ୍ତା କରିପାରିବା ।"