Prithvi Shaw Attacked​: ପୃଥ୍ୱୀ ଶ'ଙ୍କ ପୂର୍ବରୁ ଇଶାନ କିଶନ ବି ଖାଇସାରିଛନ୍ତି ମାଡ଼, ଜେଲରେ ଏବେବି ଅଛନ୍ତି ଜଣେ ଭାରତୀୟ କ୍ରିକେଟର
Advertisement

Prithvi Shaw Attacked​: ପୃଥ୍ୱୀ ଶ'ଙ୍କ ପୂର୍ବରୁ ଇଶାନ କିଶନ ବି ଖାଇସାରିଛନ୍ତି ମାଡ଼, ଜେଲରେ ଏବେବି ଅଛନ୍ତି ଜଣେ ଭାରତୀୟ କ୍ରିକେଟର

Prithvi Shaw Attacked​: ପୃଥ୍ୱୀ ଶ' (Prithvi Shaw) ଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ମୁମ୍ବାଇରେ ସେଲ୍ଫି ନେବା ପାଇଁ ପୃଥ୍ୱୀ ଶ' ଓ ତାଙ୍କ ବନ୍ଧଙ୍କ ଉପରେ ଆକ୍ରମଣ କରାଯାଇଛି । ଏହି ମାମଲାରେ ୮ ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଏହାପୂର୍ବରୁ ମଧ୍ୟ ଅନେକ ଭାରତୀୟ କ୍ରିକେଟର ଏଭଳି ମାମଲାରେ ଫସି ସାରିଛନ୍ତି । ଜଣେ କ୍ରିକେଟର ଏବେ ମଧ୍ୟ ଜେଲରେ ଅଛନ୍ତି । ଆସନ୍ତୁ ଆପଣଙ୍କୁ ଏ ବିଷୟରେ କହୁଛୁ...

Prithvi Shaw Attacked​: ପୃଥ୍ୱୀ ଶ'ଙ୍କ ପୂର୍ବରୁ ଇଶାନ କିଶନ ବି ଖାଇସାରିଛନ୍ତି ମାଡ଼, ଜେଲରେ ଏବେବି ଅଛନ୍ତି ଜଣେ ଭାରତୀୟ କ୍ରିକେଟର

Prithvi Shaw:  ପୃଥ୍ୱୀ ଶ' (Prithvi Shaw) ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଜଣାଶୁଣା । ଜଣେ ଅଧିନାୟକ ଭାବରେ ସେ ଭାରତ ପାଇଁ ଅଣ୍ଡର-19 ବିଶ୍ୱକପ ଟାଇଟଲ ଜିତିଛନ୍ତି । ଯଦିଓ ସେ ଡୋପିଂରେ ଫସି ସାରିଛନ୍ତି ଓ ବିସିସିଆଇ ମଧ୍ୟ ତାଙ୍କ ଉପରେ ବ୍ୟାନ୍ ଲଗାଇସାରିଛି । ବର୍ତ୍ତମାନ ପୃଥ୍ୱୀ ଶ' (Prithvi Shaw) ଏକ ନୂଆ ବିବାଦରେ ଫସିଛନ୍ତି । ମୁମ୍ବାଇର ଏକ ହୋଟେଲ ବାହାରେ ପୃଥ୍ୱୀ ଶ' (Prithvi Shaw) ଓ ତାଙ୍କ ବନ୍ଧୁଙ୍କ ଉପରେ ସେଲ୍ଫି କୁ ନେଇ କିଛି ଲୋକ ବେସବଲର ବାଡି଼ରେ ଆକ୍ରମଣ କରିଥିଲେ । ବିବାଦ ଏତେ ବଢ଼ିଯାଇଥିଲା କି ଅଭିଯୁକ୍ତମାନେ ପୃଥ୍ୱୀ ଶ' (Prithvi Shaw) ବନ୍ଧୁଙ୍କ କାର ମଧ୍ୟ ଭାଙ୍ଗି ଦେଇଥିଲେ । ଏହି ମାମଲାରେ ୮ ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । 

ନିକଟ ଅତୀତରେ ରଣଜୀ ଟ୍ରଫି ଖେଳିବା ପରେ ପୃଥ୍ୱୀ ଶ' (Prithvi Shaw) ଫେରିଛନ୍ତି । ପୃଥ୍ୱୀ ଶ' (Prithvi Shaw) କିଛି ଲୋକଙ୍କ ସହ ସେଲ୍ଫି ନେଉଥିଲେ । ଏହା ପରେ ଅନେକ ଲୋକଙ୍କର ଏକ ଗ୍ରୁପ୍ ସେଠାକୁ ଆସି ସେଲ୍ଫି ବିଷୟରେ କହିବାକୁ ଲାଗିଲେ । ପୃଥ୍ୱୀ ଶ' (Prithvi Shaw) ଏହା ଉପରେ ମନା କରିଦେଇଥିଲେ । ଏହା ପରେ ମାମଲା ବଢ଼ିବାକୁ ଲାଗିଲା ।

ପୃଥ୍ୱୀ ଶ' (Prithvi Shaw) ଙ୍କ ପୂର୍ବରୁ ଇଶାନ କିଶନ (Ishan Kishan) ଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇସାରିଛି । ମାମଲା ୨୦୧୬ର ଅଟେ । ଇଶାନ କିଶନ ସେତେବେଳେ ଅଣ୍ଡର-19 ଦଳର ଅଧିନାୟକ ଥିଲେ । ତାଙ୍କ କାର ପାଟନାରେ ଏକ ଅଟୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ କିଛି ଲୋକ ଆହତ ହୋଇଥିଲେ । ଏହା ପରେ କ୍ରୋଧିତ ଲୋକମାନେ ଇଶାନ କିଶନଙ୍କୁ ମାଡ଼ ମାରିଥିଲେ । 

ପୂର୍ବତନ ଭାରତୀୟ କ୍ରିକେଟର ପ୍ରବୀଣ କୁମାର (Praveen Kumar) ଙ୍କ ଉପରେ ମେରୁଟରେ ବାପା-ପୁଅଙ୍କୁ ମାଡ଼ ମାରିବା ମାମଲା ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହି ମାମଲା ପୋଲିସ ପାଖରେ ପହଞ୍ଚିଥିଲା । ପ୍ରବୀଣ କୁମାରଙ୍କ ଉପରେ ବ୍ୟବସାୟୀଙ୍କ ବ୍ୟତୀତ ତାଙ୍କର ୬ ବର୍ଷର ପୁଅ ସହ ଧସ୍ତାଧସ୍ତି କରିବାର  ଅଭିଯୋଗ ହୋଇଥିଲା । ଏଥିରେ ଉଭୟ ଆହତ ହୋଇଥିଲେ ।

ଅଧିକ ପଢ଼ନ୍ତୁ:-କୋଟି କୋଟି କର୍ମଚାରୀଙ୍କ ବଢ଼ିବ ପେନସନ! ସରକାର ଦେଲେ EPFOକୁ ଆଦେଶ

ଅଧିକ ପଢ଼ନ୍ତୁ:-ପୁରୁଣା ପେନସନ ଯୋଜନା ପରିବର୍ତ୍ତେ ଏହି ୩ଟି ବିକଳ୍ପ ପାଇବେ ସରକାରୀ କର୍ମଚାରୀ, ସାରା ଦେଶରେ ହେବ ଲାଗୁ!

ଅଧିକ ପଢ଼ନ୍ତୁ:-LIC ପଲିସି ଧାରକଙ୍କ ପାଇଁ ଜାରି କଲା ଆଲର୍ଟ; ମାର୍ଚ୍ଚ ୩୧ ପୂର୍ବରୁ ସାରି ନିଅନ୍ତୁ ଏହି କାମ, ନଚେତ୍…

 

ପୂର୍ବତନ ଭାରତୀୟ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ (Navjot Singh Sidhu) ଏବେ ମଧ୍ୟ ଜେଲରେ ଅଛନ୍ତି । ୧୯୮୮ରେ ସିଦ୍ଧୁ ପଟିଆଲାରେ ପାର୍କିଂକୁ ନେଇ ଜଣେ ବ୍ୟକ୍ତିଙ୍କ ସହ ଝଗଡ଼ା କରିଥିଲେ । ଏହା ପରେ ସିଦ୍ଧୁ ତାଙ୍କୁ ଆକ୍ରମଣ କରିଥିଲେ । ଏହି ଘଟଣା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ସିଦ୍ଧୁଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଥିଲା ।